Friday, 17 January 2025
ବଞ୍ଚିଥିଲା ବେଳେ କେତେ ଯେ ରାଗ ଅଭିମାନ
ବଞ୍ଚିଥିଲା ବେଳେ କେତେ ଯେ ରାଗ ଅଭିମାନ
ଶବ ହେଲେ ତୁଣ୍ଡରେ ଗୁଞ୍ଜିଦେବେ ବାସି ଭାତ
ବେଳ ଥାଉଁ ହେଜରେ ଆପଣା ସ୍ୱରୂପ ଶକତି
ସାହାଯ୍ୟ ମାଗିଲେ ଅଧାଗଢା ବଢ଼ାଇବେ ହାତ
ତୋ ପତି ମୋ ପତି ଦେଖିବାକୁ ଏକା ପରି
ତୋ ପତି ମୋ ପତି ଦେଖିବାକୁ ଏକା ପରି
ଦେହ କଜଳ କଳା ଆଖି ଚନ୍ଦ୍ର ସୂର୍ଯ୍ୟ ପରି
କିକି ନାମରେ ଡାକିବା ଅଷ୍ଟସିଦ୍ଧି ଦାତାଙ୍କୁ
ଦେହ ପିଞ୍ଜରା ଖୋଲିବେ ଯିବା ଉଡିକରି
ବାପ ଘରୁ ଯେଉଁ ଗହଣା ଆଣିଥିଲି
ବାପ ଘରୁ ଯେଉଁ ଗହଣା ଆଣିଥିଲି
ଶାଶୁଘରେ ସେ ଘୋରି ହୋଇଗଲା
ଶଶ୍ମାନ ଗାତରେ ଅବଶେଷ ପୋତିଲି
ପଞ୍ଚଭୂତରେ ସେ ସବୁ ମିଳେଇଗଲା
ମୋତି ମାଣିକ୍ୟ ହୀରା ଲୀଳା ଗୁନ୍ଥି ମାଳ ପିନ୍ଧିଲି
ମୋତି ମାଣିକ୍ୟ ହୀରା ଲୀଳା ଗୁନ୍ଥି ମାଳ ପିନ୍ଧିଲି
ଭୋଜନ ନିମନ୍ତେ ସୁସ୍ୱାଦୁ ଅନ୍ନ ବ୍ୟଞ୍ଜନରୁ ମୁଠେ
ରତ୍ନ ପଲଙ୍କରେ ଗୋଲାପ ବିଛାଇ ନିଦ୍ରା ଗଲି
ହେଲେ ନିତ୍ୟ କର୍ମ ନିମନ୍ତେ ପ୍ରଭାତରୁ ଉଠେ
ଯେଉଁବି ଦେବୀ ଦେବତାକୁ ମୋ ଇପ୍ସିତ ବର ମାଗିଲି
ଯେଉଁବି ଦେବୀ ଦେବତାକୁ ମୋ ଇପ୍ସିତ ବର ମାଗିଲି
ସକଳେ କହିଲେ ଏକା କଥା ହେବାକୁ ପଡିବ ନିର୍ଗୁଣ
ଧ୍ୟାନରେ ବସି ଦେଖିଲି ତିଳେ ନାହିଁ ସତ୍ୟ ଧର୍ମ ଶାନ୍ତି
ନାହିଁ ବୈରାଗ୍ୟ ହୃଦୟରେ ପରିପୂର୍ଣ୍ଣ କେବଳ ଦୁର୍ଗୁଣ
Thursday, 16 January 2025
ହୃଦୟ ଅଗଣାରେ ଅନେକ କଳା ତୁଳସୀ
ହୃଦୟ ଅଗଣାରେ ଅନେକ କଳା ତୁଳସୀ
ଦୟଣା ସେବତୀ ହେନା ଜବା ଜୁଇ ଜାଇ
ତୋତେ ଭେଟିବା ପାଇଁ କଇଁର କାମନା
ଶ୍ରାବଣରେ ଭିଜି ଭିଜିକ ପାଣି ଢାଳୁଥାଇ
ଯମୁନା ଯିବାଟା କେବଳ ଏକ ବାହାନା
ଯମୁନା ଯିବାଟା କେବଳ ଏକ ବାହାନା
କୁଟିଳାର ଅଗଣାରେ ଅଛି ଭରା କୂଅ
ମୋହନ ବଂଶୀ ମଧୁର କିମିଆଁ କଲା
ଚିତ୍ତକୁ ଚୋରି କରିଲା ଯଶୋଦା ପୁଅ
Sambit Mohanty was murdered in Delhi Chhatrapur flat 16-01-2025
ହଂସ ଉଡ଼ିଗଲା ବ୍ରହ୍ମଦାରୁ ନୀଡ଼କୁ
ଅପେକ୍ଷା କରିଥିଲେ ପରମ ହଂସ
ଅଭିନୟ ଥିଲା ନିଖୁଣ ହୃଦୟସ୍ପର୍ଶୀ
କଳାକାର ଜଣଙ୍କ ଶ୍ରୀହରି ଅଂଶ
ବୋଉର ବାତ୍ସଲ୍ୟ ମମତା ସମ ବିଶାଳ ବକ୍ଷରେ
ବୋଉର ବାତ୍ସଲ୍ୟ ମମତା ସମ ବିଶାଳ ବକ୍ଷରେ
ଅଶେଷ ତୁଳସୀ ଦୟଣା ମାଳ ଲମ୍ବିଅଛି ସରି ସରି
ପିତାଙ୍କ ଆକଟ ଆଶିଷ ମିଶା ବଡ ଚକାଡ଼ୋଳାରେ
ମୋ ସୁଖ ସଂସାର ବଞ୍ଚିଅଛି ଛନ୍ଦାପାଦ ଆଶ୍ରାକରି
ବୈଷ୍ଣବ ମଣେ ତୁମେ ଶାନ୍ତାକାର ଆତ୍ମନିଧି
ବୈଷ୍ଣବ ମଣେ ତୁମେ ଶାନ୍ତାକାର ଆତ୍ମନିଧି
ଶୈବ ମଣେ ତୁମେ ମହାଯୋଗେଶ୍ୱର ଶିବ
ଶାକ୍ତ ମଣେ ତୁମେ ସ୍ନେହଁ ପରିପୁର୍ଣ୍ଣ ନୟନା
ମୁହିଁ ମଣେ ତୁମେ ଛନ୍ଦାପାଦ ମୋର ଭାବ
ବଡଦାଣ୍ଡ ବାଇଶି ପାହାଚ ଚନ୍ଦନ ଅର୍ଗଳୀ
ବଡଦାଣ୍ଡ ବାଇଶି ପାହାଚ ଚନ୍ଦନ ଅର୍ଗଳୀ
ଚନ୍ଦନ କସ୍ତୁରୀ ତୁଳସୀ ଦୟଣାର ସୁଗନ୍ଧ
ଗରୁଡ ପଛରେ ନିଜ ଭକ୍ତିରେ ଚିନ୍ତୁଅଛି
ଗୋବିନ୍ଦ ହେ ଫିଟିବକି ଦୃଢ଼ ଭଵ ବନ୍ଧ
ନିଜ ମାଆଠାରୁ ଆହୁରି ଅଧିକ ଆପଣାର ଭାବି
ନିଜ ମାଆଠାରୁ ଆହୁରି ଅଧିକ ଆପଣାର ଭାବି
ଗୋବିନ୍ଦ ଭଗିନୀ ତୋତେ ହୃଦୟ ବସାଇ ଅଛି
ଉପେକ୍ଷା କରିବୁ ନାହିଁ ମାଆ ବାପା ଚେଉଣ୍ଡକୁ
ଆଦିମାତା ତୋତେ କେଡେ ଭରଷା କରିଅଛି
Wednesday, 15 January 2025
ଅତି ସଧିରେ ମୃଦ୍ୟୁ ମୃଦ୍ୟୁ କରିଣ ସେବିବୁ
ଅତି ସଧିରେ ମୃଦ୍ୟୁ ମୃଦ୍ୟୁ କରିଣ ସେବିବୁ
ଜନନୀ କମଳା ଅତିବ କୋମଳ ପଦ୍ମପାଦ
ଅତି ଦୟା ପରବଶ ହୋଇ ପ୍ରଶୟ ଦେବୁ
ମନ ଭ୍ରମର ଆତୁର ଚାଖିବାକୁ ମକରନ୍ଦ
ପ୍ରଜାପତି ହୋଇ ସୃଷ୍ଟି କରୁ ହେ ଅପଲକ ଅଧାଗଢା
ପ୍ରଜାପତି ହୋଇ ସୃଷ୍ଟି କରୁ ହେ ଅପଲକ ଅଧାଗଢା
ଶ୍ରୀ ମହାଲକ୍ଷ୍ମୀ ରୂପରେ ଶଷ୍ୟ ଦାନା ରୂପରେ ପାଳୁ
ସତ୍ତ୍ଵ ରଜ ତମ ଗୁଣରେ ଆଶ୍ରମ କର୍ମ ଅନନ୍ତ ଶୟନା
ମହାକାଳ ରୂପରେ ଆନନ୍ଦେ ରାମ କୀର୍ତ୍ତି ଗାଇ ଚଳୁ
ବୋଉଲୋ ମାଆ ରାମଚଣ୍ଡୀକୁ ଟିକେ ଜଣେଇବୁ
ବୋଉଲୋ ମାଆ ରାମଚଣ୍ଡୀକୁ ଟିକେ ଜଣେଇବୁ
ତାହାରି ଭାଇ ଶ୍ୟାମ ପଦ୍ମପାଦ ଲାଗି ରାମ ଝୁରେ
ସୁମତି ସିରିଆ ଦେଲୁ ଅମୃତ ନିଜ ହାତରେ ଶୁଣିଛି
ବୋଉ ଦେଖୁଥିବୁ ଏହି ଅଭାଗା ଦିବସନିଶି ମରେ
ଦୁର୍ଗା ଶିବା ଉମା ଶ୍ୟାମା ତାରା ତୁହି ମାଆ ରାମଚଣ୍ଡୀ
ଦୁର୍ଗା ଶିବା ଉମା ଶ୍ୟାମା ତାରା ତୁହି ମାଆ ରାମଚଣ୍ଡୀ
ମୁହିଁ ଶିଶୁ ଜ୍ଞାନ ଶିଖରରେ ଥୋଇବୁ ନାହିଁ ଭକ୍ତି ହାଣ୍ଡି
ତୋ ଭାଇ ଗୋବିନ୍ଦକୁ ଚିଠି ଲେଖିବାକୁ ଅକ୍ଷର ଶିଖୁଛି
ତ୍ରିନୟନା ପରମ କରୁଣାମୟୀ ଜନନୀ ନ ଦେବୁ ଭଣ୍ଡି
ଗଭୀର ଚିନ୍ତାରେ ବୁଡ଼ିଗଲେ ମନ
ଗଭୀର ଚିନ୍ତାରେ ବୁଡ଼ିଗଲେ ମନ
ମନ ଶରୀରକୁ ସମ୍ପୂର୍ଣ୍ଣ ଭୁଲି ଯାଏ
ଗୋବିନ୍ଦ ପାଦରେ ଚିତ୍ତ ଜଡ଼ିଲେ
ଆତ୍ମା କେବଳ ରାମ ରାମ ଗାଏ
ସତ୍ତ୍ଵ ଗୁଣରେ ଅପଲକ ଉଦାର ଚକାଡୋଳା
ସତ୍ତ୍ଵ ଗୁଣରେ ଅପଲକ ଉଦାର ଚକାଡୋଳା
ଅତ୍ୟନ୍ତ କାରୁଣ୍ୟ ମୂର୍ତ୍ତି ଶ୍ରୀରାମ ରଜଗୁଣରେ
ତମ ଗୁଣରେ ଭସ୍ମଅଙ୍ଗ ଆଶୁତୋଷ ଚନ୍ଦ୍ରଚୁଡ
ତନ୍ମାତ୍ର ବ୍ରହ୍ମାନନ୍ଦ ଅନନ୍ତ ଗୁଣାତୀତ ପଣରେ
Tuesday, 14 January 2025
ତୋର ପାଦ କମଳ ସଦା ଯାହା କର କମଳରେ
ତୋର ପାଦ କମଳ ସଦା ଯାହା କର କମଳରେ
ସେହି ମହାବିଦ୍ୟାଙ୍କ ପାଦକୁ ଥୋଇଲୁ ଶିରରେ
ଯୁଗ ଗଲା କଥା ଶ୍ରୀଗୀତଗୋବିନ୍ଦ ସୁଧା ହେଲା
ସେହି ମହାଭକ୍ତ ଶ୍ରୀଜୟଦେବଙ୍କ ପାଦହୃଦରେ
ତୁହି ବାନ୍ଧିଲୁ ଅତି ଦୃଢ଼ ଭାବରେ ମୋତେ
ତୁହି ବାନ୍ଧିଲୁ ଅତି ଦୃଢ଼ ଭାବରେ ମୋତେ
ତୋ ଚକାଡୋଳାରେ ପ୍ରାଣ ରଖିଲା ଲାଖି
କାଳ ସଞ୍ଚାଣ ମୋ ମଥା ଉପରେ ଉଡୁଛି
ତାର ଡେଣା ତଳେ ଲୁଚାଉ ଗରୁଡ ପକ୍ଷୀ
ମୋ ଅମାନିଆ ମନ ଗୁଡିରେ ଉଡି ଉଡି ଯା ନୀଳାଚଳକୁ
ମୋ ଅମାନିଆ ମନ ଗୁଡିରେ ଉଡି ଉଡି ଯା ନୀଳାଚଳକୁ
ନିଳାଚକ୍ରରେ ପତିତପାବନ ସାଙ୍ଗରେ ଫର ଫର ଉଡିବୁ
ଝଡ ବତାସ ଆସୁ ଡରିବୁ ନାହିଁ ଶ୍ରୀମନ୍ଦିରକୁ ଆଉଜି ଯିବୁ
ରଖ ମହାବାହୁ ରଖ ଦୀନ ନାଥ ବୋଲି ଉଚ୍ଚରେ ରଡ଼ିବୁ
ପିତା ମାତା ସନ୍ତାନର ହୃଦୟ ଜାଣି ପାରନ୍ତି
ପିତା ମାତା ସନ୍ତାନର ହୃଦୟ ଜାଣି ପାରନ୍ତି
କେବଳ ସନ୍ତାନର ମୁହଁଟିକୁ ଦେଲେ ଚାହିଁ
ଅପଲକ ଚକାଡୋଳା ସବୁଠାରେ ଉଦିତ
ଅନ୍ତର୍ଯ୍ୟାମୀ ତୁଣ୍ଡ ଖୋଲିବାକୁ ପଡେନାହିଁ
Monday, 13 January 2025
ଅତି ଗଭୀର ଅନ୍ଧାର କୂପ ଏହି ମାୟା ସଂସାର
ଅତି ଗଭୀର ଅନ୍ଧାର କୂପ ଏହି ମାୟା ସଂସାର
ଆପଣା କଲା ମନ୍ଦ ଫଳ ଭାରରୁ ହେଲି ପତିତ
ହେ ଅନନ୍ତ ଅଲେଖ ତୋ ଦୀର୍ଘ ପାଦରେ ଆସ୍ଥା
ବଢ଼ା ପାଦ ହେ ଗୋବିନ୍ଦ ଅବଧି ହୁଅଇ ଅତୀତ
ଅତି ଗଭୀର ଅନ୍ଧାର କୂପ ଏହି ସଂସାର
ଅତି ଗଭୀର ଅନ୍ଧାର କୂପ ଏହି ସଂସାର
ନିଜ ମନ୍ଦ ଉତ୍ସର୍ଗରେ ପୁଷ୍ଟ ଏହି ଶରୀର
କମଳା ସେବିତ ପଦ୍ମପାଦ ବଢ଼ାଇ ହରି
ପିମ୍ପୁଡି ଭଳି ଚାଲି ଲଭିବି ବୈକୁଣ୍ଠ ପୁର
ହେ ଜନକ ରାଜା ଝିଅ ବର ଅତି କାରୁଣ୍ୟ ରୂପ
ହେ ଜନକ ରାଜା ଝିଅ ବର ଅତି କାରୁଣ୍ୟ ରୂପ
ଏହି ଭୟାଳୁ ହୃଦୟ କମଳରେ ପ୍ରଭୁ କର ଘର
ହେ ଲକ୍ଷ୍ମଣ ଭାଇ ଆଜାନୁ ବାହୁ କାନ୍ଧରେ ଧନୁ
ହେ ପତିତପାବନ ଦୁଷ୍ଟଜନମାନଙ୍କୁ ଭାରି ଡର
ଅନ୍ତରେ ରାମ ବାହାରେ ରାମ ଭକ୍ତ ହୃଦ ଚନ୍ଦନ ରାମ
ଅନ୍ତରେ ରାମ ବାହାରେ ରାମ ଭକ୍ତ ହୃଦ ଚନ୍ଦନ ରାମ
ଏଣେ ତେଣେ ଯେଣେ ଚାହେଁ କେବଳ ରାମ ହିଁ ରାମ
ସନ୍ଥ ପାଳନ ଦୁଷ୍ଟ ବିନାଶନ ପରମ ପାବନ ରାମାୟଣ
ମୁନୀ ଚିତ୍ତଚୋରା ରୂପ ରାଜୀବ ଲୋଚନ ମନୋରମ
Sunday, 12 January 2025
ସନ୍ତାନ ମନ ଭକତି ତୋର ଆକାର ଅଖିଳ ଜନନୀ
ସନ୍ତାନ ମନର ଭକତି ତୋର ଆକାର ଅଖିଳ ଜନନୀ
ସହି ବୋହିଥାଉ ସତ୍ୟ ଶାନ୍ତି ଧର୍ମ ଦୟା କ୍ଷମା ପ୍ରେମ
ଗୋମାତା ବସୁଧା ଜାହ୍ନବୀ କମଳ ରବି ଶଶୀ କିରଣ
ବଞ୍ଚିତ କଲୁ ପାଦ ସେବାରୁ ବ୍ୟର୍ଥ ହେଲା ରାମ ନାମ
ଯମ ନିୟମ ପ୍ରାଣାୟାମ ପ୍ରତ୍ୟାହାର
ଯମ ନିୟମ ପ୍ରାଣାୟାମ ପ୍ରତ୍ୟାହାର
ଧ୍ୟାନ ଧାରଣା ସମାଧି ତୁମେ ହିଁ କୃଷ୍ଣ
ସୁମତି ସୁପଥ ସତସଙ୍ଗ ଆତ୍ମ ଜ୍ଞାନ
ଯନ୍ତ୍ର ମନ୍ତ୍ର ଜାହ୍ନବୀ ତୁମେ ଶୀତ ଉସ୍ମ
ନିରାକାର ବ୍ରହ୍ମରୁ ଯେବେଟି ଆକାର ହୋଇଲୁ
ନିରାକାର ବ୍ରହ୍ମରୁ ଯେବେଟି ଆକାର ହୋଇଲୁ
ଓଁକାର ଅନନ୍ତ ହେ ଅଧାଗଢା ହୋଇଲୁ କାହିଁକି
ହୃଦୟ କମଳ କେଶରରେ ଜପଧ୍ୱନି ଲଗାଇଛି
ଗରୁଡ ପଛରେ କୃଷ୍ଣ ଛନ୍ଦା ପାଦ ସ୍ପର୍ଶ ପାଇଁକି
କୋଟି ବିଶ୍ୱ ବ୍ରହ୍ମାଣ୍ଡର ସକଳ ଦେବୀ ଦେବତା
କୋଟି ବିଶ୍ୱ ବ୍ରହ୍ମାଣ୍ଡର ସକଳ ଦେବୀ ଦେବତା
କେବଳ ବ୍ରହ୍ମଦାରୁ ଓଲଟା ଅଶ୍ୱସ୍ଥ ବୃକ୍ଷର ପତ୍ର
ଅଧାଗଢା ଅପଲକ ରବି କୁମୁଦ ଚକାଡୋଳା
କେବଳ ସ୍ମରଣ ମାତ୍ରେ ପବିତ୍ର ଜୀବନ ପାତ୍ର
ଯୋଗ ଜ୍ଞାନ ବୈରାଗ୍ୟ ଅଚଳା ଭକ୍ତି
ଯୋଗ ଜ୍ଞାନ ବୈରାଗ୍ୟ ଅଚଳା ଭକ୍ତି
କିଞ୍ଚିତ ନାହିଁ ଏ ଅଧମର ଯୋଗ୍ୟତା
ପାପ ବେଶି ପୂଣ୍ୟ ଅଳ୍ପ ହେ ମାଧବ
କାରୁଣ୍ୟ ବିଗ୍ରହ ତୁମ୍ଭରି ସ୍ପର୍ଶ ପୂର୍ଣ୍ଣତା
ତୁହି ପରମ ଯୋଗିନୀ ମହାଦେବଙ୍କର ଅର୍ଦ୍ଧାଙ୍ଗ
ତୁହି ପରମ ଯୋଗିନୀ ମହାଦେବଙ୍କର ଅର୍ଦ୍ଧାଙ୍ଗ
ସର୍ବସଂହା ବସୁଧା ସର୍ବ ଜୀବ ତୋ ଉଦର ଭୃଣ
ଦାରିଦ୍ର୍ୟ ଭଞ୍ଜନୀ ଚକାଡୋଳା ନାସା ରନ୍ଧ୍ର ଗୁଣା
ଶଷ୍ୟମାନଙ୍କ ଧାନ ମାଆ କିଏ ତୋ ଶୁଝେ ଋଣ
ଓଁ ଶିବ ଶିବ ଶିବ ଓଁ ଶିବାୟ ଓଁ
ଓଁ ଶିବ ଶିବ ଶିବ ଓଁ ଶିବାୟ ଓଁ
ଯୋଗ ଜ୍ଞାନ ଭକ୍ତି ଗୁରୁ ତୁମେ
ଓଁ ହର ହର ହର ଓଁ ହରାୟ ଓଁ
ଚନ୍ଦ୍ରଚୁଡ ଜଟାରେ ଗଙ୍ଗା ରମେ
Saturday, 11 January 2025
ମାଆ ମୋ ଗୋବିନ୍ଦ ଗେଲ୍ହା ଭଉଣୀ ବାଲିଆପାଳ ଗ୍ରାମଦେବୀ ରାମଚଣ୍ଡୀ
ମାଆ ମୋ ଗୋବିନ୍ଦ ଗେଲ୍ହା ଭଉଣୀ
ବାଲିଆପାଳ ଗ୍ରାମଦେବୀ ରାମଚଣ୍ଡୀ
ଅଭିମାନରେ କିମ୍ପା ନ ଡାକିଲୁ ମାଆ
ତୋ ଅଧମ ସନ୍ତାନ ଖାଲି ଭକ୍ତି ହାଣ୍ଡି
ତୁମ୍ଭେ ମହାବାହୁ ତୁଳସୀ ମନ୍ଦାର ଦୁଦୁରା
ତୁମ୍ଭେ ମହାବାହୁ ତୁଳସୀ ମନ୍ଦାର ଦୁଦୁରା
ତୁମ୍ଭ ଅପଲକ ଦୃଷ୍ଟି ଅଶେଷ ସୁଧା ଭରା
ତୁମ୍ଭେ ଅଧାଗଢା କାମୀ ମୁମୁକ୍ଷୁର ପ୍ରାପ୍ତି
ତୁମ୍ଭ ଛନ୍ଦାପଦ ସରସିଜ ମକରନ୍ଦ ଝରା
ତୁହି କାଳୀ ଦଳା ବଳୀ ଦଳା କଂସ ଦଳା ଦର୍ପ ଦଳା
ତୁହି କାଳୀ ଦଳା ବଳୀ ଦଳା କଂସ ଦଳା ଦର୍ପ ଦଳା
ମହା ଉଲ୍ଲସିତ ପଦ୍ମତୋଳା ଶ୍ରୀଗୀତଗୋବିନ୍ଦ ମାଳା
ତୁହି ବୃନ୍ଦାବନ ବନମାଳା ଶଙ୍କର ହୃଦୟ ଯାପମାଳା
ସଦା ଉଦ୍ଭାସିତ ରବି ଶଶୀ ସର୍ବ ପ୍ରାରବ୍ଧ କର୍ମ ଦଳା
କେବେ ଲାଗ ତୁମ୍ଭେ କେବେ ମୋର
କେବେ ଲାଗ ତୁମ୍ଭେ କେବଳ ମୋର
କେବେ ଲାଗ ସମ୍ପୂର୍ଣ ମୋ ପଡ଼ିଶାର
ତୁମ୍ଭଙ୍କୁ କିବା ବୁଝିବି ହେ ଅଧାଗଢା
ଯିଏ ପୃଥିବୀର ଭାରତର ଓଡ଼ିଶାର
ତୁହି ଅଧାଗଢା ହୋଇବି ସକଳ ହୃଦୟରେ
ତୁହି ଅଧାଗଢା ହୋଇବି ସକଳ ହୃଦୟରେ
ପୂର୍ଣ୍ଣ ହୋଇଥିଲେ ଅବା ହୋଇଥାନ୍ତୁ ମୋର
ମୁହିଁ ତୋର ଇଶାରା ଅପେକ୍ଷାରେ ଗୋବିନ୍ଦ
ବନ୍ଧୁ ମହାନ୍ତି ବନ୍ଧୁ କେବେ ଲଗାଇବୁ ଡୋର
ସକଳ ସଜୀବ ନିର୍ଜୀବ ସଚରାଚର ତୁମ୍ଭେ ହିଁ ଗୋବିନ୍ଦ
ସକଳ ସଜୀବ ନିର୍ଜୀବ ସଚରାଚର ତୁମ୍ଭେ ହିଁ ଗୋବିନ୍ଦ
ଯାହା ସଂକଳ୍ପ ରଙ୍ଗ ତୁଳିରେ ସୃଷ୍ଟି ପାଳନ ଲୟ ପୂର୍ତ୍ତି
ସାତ ଘେରା ବୁଲାଉ ବର କନିଆଁ ସ୍ୱୟଂ ଅଗ୍ନି ହୋଇ
ଯାହାର ମୃଦ୍ୟୁମଧୁର ଚାଲିରେ ଅଶେଷ କରୁଣା ଭର୍ତ୍ତି
ଶ୍ୟାମ ସୁନ୍ଦରଙ୍କ ଗୃହକୁ ମୁହିଁ ଯେତେଥର ଗଲି
ଶ୍ୟାମ ସୁନ୍ଦରଙ୍କ ଗୃହକୁ ମୁହିଁ ଯେତେଥର ଗଲି
ବାଇଶି ପାହାଚ ଚଢ଼ୁ ଚଢ଼ୁ ମୋର ସରିଲା ଦିନ
ଶ୍ୟାମ ସହୋଦରୀ ତୁହି ମୋତେ ସହାୟ ହୁଅ
ବହୁତ ଚେଷ୍ଟା କଲିଣି ଲଭିବାକୁ କୃଷ୍ଣ ସନ୍ନିଧାନ
Friday, 10 January 2025
ରାଧା ମୋହନ ଛନ୍ଦାପାଦ ବଂଶୀବଦନ କଳା ମୁଗୁନି ପଥର
ରାଧା ମୋହନ ଛନ୍ଦାପାଦ ବଂଶୀବଦନ କଳା ମୁଗୁନି ପଥର
କମଳା ରମଣ ରବି ସୁଧାକର ଲୋଚନ ଅଧାଗଢା ନିମ୍ବକାଠ
ଭେଟିବାର ଅଶେଷ କାମନା ନେଇ ଭୂମିଷ୍ଠ ହେଲି ଧରାରେ
ମାଆ ମଙ୍ଗଳା କେହି ନ ପଢାଇଲେ ନିଷ୍କାମ ନିବୃତ୍ତିର ପାଠ
ଅଶେଷ ଦୋଷରେ ଦୋଷୀ ମୁହିଁ ହେ ଗୋବିନ୍ଦ
ଅଶେଷ ଦୋଷରେ ଦୋଷୀ ମୁହିଁ ହେ ଗୋବିନ୍ଦ
ମୁହିଁ ଆପଣା କୃତ୍ତକର୍ମ ଫଳରେ ଯାଇଛି ଫସି
ଅନେକ କହିଲେ କେବଳ ତୁହି ପାରିବୁ ଉଦ୍ଧରି
ମୁହିଁ ମୋ ଅନ୍ତରରେ ସଦା ଭଜୁଛି ଦିବସନିଶି
Thursday, 9 January 2025
ହରି ପରମାଣୁ ଅଣୁ ରେଣୁଠାରୁ ଆହୁରି କ୍ଷୁଦ୍ରାତି
ହରି ପରମାଣୁ ଅଣୁ ରେଣୁଠାରୁ ଆହୁରି କ୍ଷୁଦ୍ରାତି
ମହାକାଶ ଅନ୍ତରୀକ୍ଷ ବ୍ରାହ୍ମଣ କଳ୍ପନାଠାରୁ ବିସ୍ତୃତ
ଗୋବିନ୍ଦ ସତ୍ୟ ଧର୍ମ ଦୟା ଶାନ୍ତି କ୍ଷମା ଘନ ମୂର୍ତ୍ତି
ଗୀତଗୋବିନ୍ଦ ଶ୍ରୀମଦ୍ଭାଗବତ ସାମବେଦ ସନ୍ତତ
ଚନ୍ଦନ ପେଡ଼ିରେ ଘୋରି ସାରିଦେଲି ସକଳ ପାପ
ଚନ୍ଦନ ପେଡ଼ିରେ ଘୋରି ସାରିଦେଲି ସକଳ ପାପ
ଘିଅ ଦୀପ ଶିଖାରେ ଜାଳିଦେଲି ମୋ ସକଳ ଶାପ
ତୁଳସୀ ସେବତୀ ଟାହିଆରେ ବାନ୍ଧିଦେଲି ପ୍ରାରବ୍ଧ
ଗରୁଡ଼ ପଛରେ ସାଷ୍ଟାଙ୍ଗ ଅଧାଗଢା ଜନନୀ ବାପ
ଦାରିଦ୍ର୍ୟ ଭଞ୍ଜନୀ ଅଖିଳ ଜୀବ ଜୀବନ ପଡିଦାତ୍ରୀ
ଦାରିଦ୍ର୍ୟ ଭଞ୍ଜନୀ ଅଖିଳ ଜୀବ ଜୀବନ ପଡିଦାତ୍ରୀ
ଜନନୀ ମୋର ହୃଦୟ ପଦ୍ମରେ ଭକ୍ତି ଦିଅ ଅଚଳା
ଅଶେଷ ଜନ୍ମ ପିପାସା ଅଧାଗଢା ଛନ୍ଦା ପାଦ ସ୍ପର୍ଶ
ସକଳ ଭାଗ୍ୟଦାୟିନୀ ଏତିକି ଦୟା ମାଆ କମଳା
ଓଁ ଶିବାୟ ଓଁ
ଓଁ ଶିବାୟ ଓଁ ନମଃ ଶିବାୟ ଓଁ ଓଁ ଶିବାୟ ଓଁ
ପଦ୍ମାସନ ଯୋଗାସନ ଜଟା ଚନ୍ଦ୍ର ଗଙ୍ଗାଧର
ଓଁ ଶିବାୟ ଓଁ ନମଃ ଶିବାୟ ଓଁ ଓଁ ଶିବାୟ ଓଁ
ଭସ୍ମ ବିଲେପନ ପରମ ବୈଷ୍ଣବ ନାଗ ହାର
Wednesday, 8 January 2025
ଏମିତି ଦରଦୀ ଠାକୁର ଦେଖିଲି ନାହିଁ
ଏମିତି ଦରଦୀ ଠାକୁର ଦେଖିଲି ନାହିଁ
ଯେମିତି ସଦା ହୃଦୟବାସା କୃଷ୍ଣସାଇ
ଏମିତି ମହା ଦାରୁବ୍ରହ୍ମ ଭେଟିଲି ନାହିଁ
ଯେମିତି ନିରତ ବସନ୍ତ ମଳୟ ଛାଇ
Subscribe to:
Posts (Atom)