Wednesday, 31 December 2025

ଛାଇ ନିଦଠାରୁ ଗୋବିନ୍ଦ ଆହୁରି ପତଳା

ଛାଇ ନିଦଠାରୁ ଗୋବିନ୍ଦ ଆହୁରି ପତଳା ସଦା ଅପଲକ ଚନ୍ଦ୍ର ଜୋତ୍ସନା ରବି କର ଅବୁଝା ମନଠୁଁ ଗୋବିନ୍ଦ ଆହୁରି ମୋଟା ଭାବ ସୂତ୍ରରେ ବାନ୍ଧିବାକୁ ନିସ୍କାମେ ଧର

ତୁଳାଠାରୁ ଆହୁରି ହାଲୁକା

ତୁଳାଠାରୁ ଆହୁରି ହାଲୁକା ବସୁଧାଠାରୁ ଆହୁରି ଭାରି ନିଷ୍କାମ ରାମ କୃଷ୍ଣ ତୁଳନା ଜୀଵନ ବଞ୍ଚଇ ଆଶ୍ରା କରି

କର୍ଷୟତି ଇତି କୃଷ୍ଣ ସଚ୍ଚିଦାନନ୍ଦ

କର୍ଷୟତି ଇତି କୃଷ୍ଣ ସଚ୍ଚିଦାନନ୍ଦ ରମୟତି ଇତି ରାମ ଅନ୍ତରତମ ଏକ ବ୍ରହ୍ମ ଦ୍ବୟ ନାସ୍ତି ନଭ ନିର୍ମଳ ବିଷ୍ଣୁ ମୋହିନୀ ମାୟା ମନୋରମ

ତମ ବୁଦ୍ଧିରେ କେବଳ ଲାଭ ଆହାର ନିଦ୍ରା ମୈଥୁନ

ତମ ବୁଦ୍ଧିରେ କେବଳ ଲାଭ ଆହାର ନିଦ୍ରା ମୈଥୁନ ରଜ ଗୁଣରେ ପ୍ରାପତ ଯାବତ ସଂସାରର ସୁଖ ଦୁଃଖ ସତ୍ତ୍ୱ ବୁଦ୍ଧିରେ ସୁଲଭ ହରି ନାମ ସଂକୀର୍ତ୍ତନ ମଣ୍ଡଳୀ ଯହିଁ ସର୍ବଦା ନୃତ୍ୟରତ ରୁକ୍ମଣୀ ହୃଦୟ ପୁଣ୍ଡରୀକାକ୍ଷ

ଅମୃତ ତୁଲ୍ୟ ରାମ ନାମ

ଅମୃତ ତୁଲ୍ୟ ରାମ ନାମ ପରମ ପ୍ରେମ ବଂଶୀ ସ୍ଵନ ବ୍ରହ୍ମରାଶି ଚତୁର୍ଦ୍ଧା ବିଗ୍ରହ ଆତ୍ମାର ସଦା ବିଷ୍ଣୁ ଧ୍ୟାନ

ସବୁଠୁଁ ମଧୁର ପ୍ରାଣ ତୁଲ୍ୟ ମୋହନ ବଂଶୀ ସ୍ଵନ

ସବୁଠୁଁ ମଧୁର ପ୍ରାଣ ତୁଲ୍ୟ ମୋହନ ବଂଶୀ ସ୍ଵନ ଅଭୟ ଶରଣ ପଞ୍ଜର କେବଳ କୃଷ୍ଣ ଉଚ୍ଚାରଣ ପରମ ପାବନ ଶୁଦ୍ଧ ବ୍ରହ୍ମ ବାଳ ଗୋପାଳ ମୂର୍ତ୍ତୀ ଅସୀମ ଜନ୍ମ ଭେଟିବାକୁ ଲକ୍ଷ୍ମୀ ସେବିତ ଚରଣ

ସକଳ ପୁଷ୍ପ କେଶର ରେଣୁ ତୁମ୍ଭେ ହିଁ କୃଷ୍ଣ

ସକଳ ପୁଷ୍ପ କେଶର ରେଣୁ ତୁମ୍ଭେ ହିଁ କୃଷ୍ଣ ହେ କୃଷ୍ଣ ତୁମ୍ଭେ ପରମାଣୁ ସକଳ ଭୂତରେ ସକଳ ଜୀବ ଆତ୍ମ ଜ୍ୟୋତି ତୁମ୍ଭେ ହିଁ କୃଷ୍ଣ ଜଣାଉଛି ଶୁଭ ସୁପ୍ରଭାତ ଜୋଡ ହସ୍ତରେ

ମୋତେ ଏତିକି ଦୟା କର ମୋ ସାଇ

ମୋତେ ଏତିକି ଦୟା କର ମୋ ସାଇ ଛନ୍ଦା ଚରଣ କମଳ ଥିବି ହୃଦେ ଧ୍ୟାୟି ମୋତେ ଏକା ଛାଡି ଦିଅନ୍ତୁ ଷଡ ରିପୁ ମଧୁର ମୁରଲୀ ମୋହନକୁ ଥିବି ଚାହିଁ

ଆଉ କାହାକୁବି ଜଣା ନାହିଁ ବୈକୁଣ୍ଠ ଠିକଣା

ଆଉ କାହାକୁବି ଜଣା ନାହିଁ ବୈକୁଣ୍ଠ ଠିକଣା ହେ ଚକାଡୋଳା କିମ୍ପା ହୋଇଲ ଅଧାଗଢା ଭକ୍ତ କହେ ତୁମ୍ଭେ କରୁଣା ସମୁଦ୍ର ଶ୍ରୀରାମ ତୁଳସୀ ପତରରେ ଲେଖିକି ମୋତେ ବଢ଼ା

ଦିନ ମାସ ଯାଇ ବର୍ଷ ପରେ ବର୍ଷ

ଦିନ ମାସ ଯାଇ ବର୍ଷ ପରେ ବର୍ଷ ଆଖି ଦୁଇଟି ଭକ୍ତି ଲୁହରେ ତିନ୍ତେ ଥରୁଟେ ଦର୍ଶନ ନ ଦେଲେ ଶ୍ୟାମ ଆହାଃ ଏଡ଼େ ଛନ୍ଦକଲେ ମୋତେ

ଦେହକୁ କୃଷ୍ଣ ଆକାଶ ଜହ୍ନର ଦୂରତା

ସମ୍ପର୍କରେ କୃଷ୍ଣ ନିଜ ଆତ୍ମୀୟ ସ୍ୱଜନ ଦେହକୁ କୃଷ୍ଣ ଆକାଶ ଜହ୍ନର ଦୂରତା ଭକତିକୁ କୃଷ୍ଣ ଶ୍ୱେତ କମଳ ପାଖୁଡା ଭାବକୁ କୃଷ୍ଣ ମୋ ମନର ନୀରବତା

ଚନ୍ଦ୍ର ସୂର୍ଯ୍ୟ ଚକାଡୋଳା

ଚନ୍ଦ୍ର ସୂର୍ଯ୍ୟ ଚକାଡୋଳା କଳା ମିଟି ମିଟି ଶରୀର କଥା କୁହା ଆଖି ଦୁଇଟି ସତେକି ଆତ୍ମା ମୋହର

Tuesday, 30 December 2025

ମହାନ ଧର୍ଯ୍ୟ ଧରି ନଦୀ ସ୍ରୋତ ବହିଯାଏ

ମହାନ ଧର୍ଯ୍ୟ ଧରି ନଦୀ ସ୍ରୋତ ବହିଯାଏ ନୀଳ ନିର୍ମଳ ମହୋଦଧିରେ ମିଶିବା ପାଇଁ ଜୀବନ ସ୍ରୋତ ବହିଯାଏ ଜଞ୍ଜାଳ ଆଡେଇ ଆହାଃ ଏ ଆଖି ଦେଖନ୍ତାକି କଳା କହ୍ନେଇ

ପରିବାର ଜଞ୍ଜାଳ ଯିଏ ସେ ସହିପାରେ

ପରିବାର ଜଞ୍ଜାଳ ଯିଏ ସେ ସହିପାରେ ସେହି ସିନା ବହିବ ଏହି ସଂସାର ବୋଝ ସର୍ବ ସହଁ କମଳା ହୃଦୟ କୃଷ୍ଣ ବ୍ରହ୍ମଦାରୁ ଶ୍ରୀମଦ ଭାଗବତ ନବାକ୍ଷରୀରେ ଖୋଜ

ସେହି କୃଷ୍ଣ ଯାହାରେ କରେ ଦୟା

ସେହି କୃଷ୍ଣ ଯାହାରେ କରେ ଦୟା କିବା କରେ ଏହି ସଂସାରର ମାୟା ସେବି ବିଷ୍ଣୁ ବୈଷ୍ଣବ ଚରଣ ତରେ ଅନ୍ତେ ଲାଭ କରେ ବ୍ରହ୍ମଦାରୁ ଛାୟା

ନୀଳାଦ୍ରି ବିଜୟ କରନ୍ତୁ ହେ ଜଗଦାନନ୍ଦ କାରକ

ନୀଳାଦ୍ରି ବିଜୟ କରନ୍ତୁ ହେ ଜଗଦାନନ୍ଦ କାରକ ଅବଶ କମଳ ପାଦ ସେବା କରିବ ଦାସୀ କମଳା ନାଗ ପୃଷ୍ଠରେ ବିଶ୍ରାମ କରନ୍ତୁ ହେ ଭକ୍ତ ଜୀବନ ହସ୍ତେ ରାନ୍ଧି ପରଷିବି ଶ୍ରୀରାଧାରେ ମନ ନ ବଳା

ମାୟା ପଛେ ପଛେ କାୟା ଚାଲୁଥାଏ

ମାୟା ପଛେ ପଛେ କାୟା ଚାଲୁଥାଏ ଶେଷ ଯାତ୍ରା ବୈତରଣୀ ବାଲି ଗାତ ନିଜର ସ୍ୱରୂପ ଶ୍ରୀକୃଷ୍ଣ ଚରଣ କମଳ ଜୀବନେ ଥରେ ସ୍ପର୍ଶକରୁ ଦୁଇ ହାତ

ଚେର ମୂଳ ଗଣ୍ଡି ବାହୁ ଶାଖା

ଚେର ମୂଳ ଗଣ୍ଡି ବାହୁ ଶାଖା ପ୍ରଶାଖା ପତ୍ର ଫୁଲ ଫଳ ସୁଧା ଓଲଟ ବୃକ୍ଷ ବ୍ରହ୍ମଦାରୁ ମାଧବ ସ୍ପର୍ଶ ମାତ୍ରେ ହରେ ଭଵ ବାଧା

ମଧୁର ଶ୍ରବଣ ମଧୁର ଦର୍ଶନ

ମଧୁର ଶ୍ରବଣ ମଧୁର ଦର୍ଶନ ସ୍ମରଣ ମଧୁର ମଧୁର ସପନ ମଧୁର ନାମ ମଧୁର କୀର୍ତ୍ତନ ମଧୁର କିର୍ତ୍ତନ ମଧୁର ନର୍ତ୍ତନ

ଚକାଡୋଳା ତୁମ୍ଭ ଆଖିରେ ଆତ୍ମା ଲାଖିଗଲା

ଚକାଡୋଳା ତୁମ୍ଭ ଆଖିରେ ଆତ୍ମା ଲାଖିଗଲା ଶତ ଚେଷ୍ଟା କରିବି ମୁହିଁ ପାରୁ ନାହିଁ ଛଡେଇ ବ୍ରହ୍ମଦାରୁଙ୍କର ଛନ୍ଦାପାଦରେ ସର୍ବସ୍ବ ସମର୍ପିଲି ଅଖିଳ ଆଧାର ଅରକ୍ଷିତକୁ ନ ଦିଅ ଆଡେଇ
"ମନେ କି ପଡୁଛି ଦାସିଆ ନଡ଼ିଆ ବନ୍ଧୁ ମହାନ୍ତି ଙ୍କୁ ଭୋଗ ର ଥାଳିଆ ସାଲବେଗ ପାଇଁ ରହି ବଡ଼ଦାଣ୍ଡେ କରମାବାଇ ର ଖେଚୁଡ଼ି ରୁ ଗୁଣ୍ଡେ ମାଲୁଣି ମୁହଁ ରୁ‌ ଶ୍ରୀ ଗୀତଗୋବିନ୍ଦ ରାମଚନ୍ଦ୍ର ଦେବଙ୍କ ମୁଣ୍ଡ ଫଟା କାଦ୍ଦ ଲଳିତା ର ଲୁହ ବିଶ୍ଵାବସୁ କୋହ ଝୁରି ହେଉଛି କି ନାଥ"----Mana pua

ପର ଉଠି ନଥିବା ପକ୍ଷୀ ଶାବକ

ପର ଉଠି ନଥିବା ପକ୍ଷୀ ଶାବକ ବାଳ ଗୋପାଳଙ୍କ ପାଦ ଭାବୁକ ସାହା ହୋଇଥିବ ରାଧା ଜୀବନ ଆତ୍ମା ବନ୍ଧୁ ଭକ୍ତ ଜନ ସେବକ

Monday, 29 December 2025

ଭାବ ନଦୀ ସୁଅରେ ଭାସି ମୁଁ ଯାଉଛି

ଭାବ ନଦୀ ସୁଅରେ ଭାସି ମୁଁ ଯାଉଛି ଭେଟିବାକୁ ଆତ୍ମା ଜ୍ୟୋତି ଭାବଗ୍ରାହୀ ସତେ କି କରୁଣାସିନ୍ଧୁ କୋଳ କରିବେ ଭାବି ଶାନ୍ତାକାର ଆଖିରେ ନିଦ ନାହିଁ

ପାଦରେ ବାନ୍ଧିଲି ଘୁଙ୍ଗୁର

ପାଦରେ ବାନ୍ଧିଲି ଘୁଙ୍ଗୁର ତୁମ୍ଭରି ପାଇଁ ହେ ଶ୍ୟାମ ଆରତୀ ବେଳେ ନାଚିବି ଆଶିଷ ଦିଅ ଆତ୍ମା ରାମ

ମାୟା ଦେହ ଇନ୍ଦ୍ରିୟ ପାଲିଙ୍କି

ମାୟା ଦେହ ଇନ୍ଦ୍ରିୟ ପାଲିଙ୍କି ମନ ଅହଂ ଷଢ଼ ରିପୁ ବିକାର ବୁଦ୍ଧି କାମ ଅର୍ଥ ଧର୍ମ ମୋକ୍ଷ ଆତ୍ମା ବ୍ରହ୍ମଦାରୁ ଅଖିଳାଧାର

ଗୋବିନ୍ଦ ଶ୍ରୀହରି ଗୋବିନ୍ଦ ଶ୍ରୀପତି

ଗୋବିନ୍ଦ ଶ୍ରୀହରି ଗୋବିନ୍ଦ ଶ୍ରୀପତି ବ୍ରହ୍ମଦାରୁ ଅଧାଗଢା ବ୍ରହ୍ମାନନ୍ଦ କନ୍ଦ ଗୋବିନ୍ଦ ଶ୍ରୀନାଥ ଗୋବିନ୍ଦ ଶ୍ରୀଧର ଚକାଡୋଳା ରବି ଶଶୀ ସଚ୍ଚିଦାନନ୍ଦ

ଭାବ ଦଉଡ଼ିରେ ମହାବାହୁଙ୍କୁ ବାନ୍ଧି ପାରିବିକି

ଭାବ ଦଉଡ଼ିରେ ମହାବାହୁଙ୍କୁ ବାନ୍ଧି ପାରିବିକି ବ୍ରହ୍ମଦାରୁ ହେ ମୁହିଁ ବଡ଼ ଅଭାବି ପତିତ ଜନ ଚକାଡୋଳା ଦେଖି ମୋର ମନ ସ୍ଥିର ହେଲା ଛନ୍ଦା ଚରଣକୁ ଝୁରି ଝୁରି ମଲା ହୃଦୟ ମନ

ଶ୍ରୀଜଗନ୍ନାଥଙ୍କର ପୂଜା କରିବାଟା ହିଁ ଛଳନା

ଶ୍ରୀଜଗନ୍ନାଥଙ୍କର ପୂଜା କରିବାଟା ହିଁ ଛଳନା ନରଦେହରେ ଅସମ୍ଭବ ନିର୍ଗୁଣ ବ୍ରହ୍ମ ସାଧନା ଅଲେଖ ଅରୂପ ନିରାକାର କୃଷ୍ଣ ବାସୁଦେବ ବୁଦ୍ଧିରେ ବ୍ରହ୍ମଦାରୁ ଚରଣ ଲଭିବା କଳ୍ପନା

Sunday, 28 December 2025

ଚାରି ଆଡକୁ ଭାରି ମୋର କଡ଼ା ନଜର

ଚାରି ଆଡକୁ ଭାରି ମୋର କଡ଼ା ନଜର ତେଣୁ ଆତ୍ମା ଜ୍ୟୋତି ହୁଏ ନାହିଁ ଦୃଶ୍ୟ ଶ୍ରୀପତି ବ୍ରହ୍ମଦାରୁ ମୋର ଆତ୍ମା କୁଟୁମ୍ବ ଘୋର ମାୟା ସଂସାର ସ୍ପର୍ଶରେ ଅସ୍ପୁର୍ଷ୍ୟ

ଅକ୍ଷରରେ ଅଧମର ଭକତି

ଅକ୍ଷରରେ ଅଧମର ଭକତି ବ୍ରହ୍ମ ସାଧନାରେ ମହାଶୂନ୍ୟ ଛୁଇଁବିକି କୃଷ୍ଣ ଛନ୍ଦା ଚରଣ ଦୁର୍ଲଭ ଜନ୍ମ ହୋଇବ ଧନ୍ୟ

ମୋହନ ବଂଶୀ ମୋହନ ବଂଶୀ ଆହେ ମୋହନ ବଂଶୀ

ମୋହନ ବଂଶୀ ମୋହନ ବଂଶୀ ଆହେ ମୋହନ ବଂଶୀ ତୁମ୍ଭ ଚନ୍ଦ୍ର ସୂର୍ଯ୍ୟ ଚକାଡ଼ୋଳାରେ ମନଟି ରହିଗଲା ରସି କାଳୀୟ ଶିରେ ତ୍ରିଭଙ୍ଗ ବାଳ ଗୋପାଳ ଶିରେ ଶିଖି ପୁଚ୍ଛ ହେ ପୀତବାସ ତୁମ୍ଭ ଛନ୍ଦା ଚରଣରେ ଆତ୍ମା ଗଲାଣି ବସି

ଓଁ ନମୋ ହରି ନାରାୟଣାୟ ଗୋବିନ୍ଦ ବ୍ରହ୍ମଦାରୁ

ଓଁ ନମୋ ହରି ନାରାୟଣାୟ ଗୋବିନ୍ଦ ବ୍ରହ୍ମଦାରୁ ଲକ୍ଷ୍ମୀ ମନ୍ଦାର ଶଙ୍ଖ ଚକ୍ରଧର ସର୍ବ ହୃଦୟ ନିବାସୀ ଓଁ ନମୋ ହରି ନାରାୟଣ ବାସୁଦେବ ଶ୍ରୀଜଗନ୍ନାଥ ତ୍ରାହି ଗରୁଡ ବାହାନ ମାୟା ଜାଲରେ ଯାଇଛି ଫସି

କୃପାମୟୀ ଜନନୀ ମୋର ମହାଲକ୍ଷ୍ମୀ

କୃପାମୟୀ ଜନନୀ ମୋର ମହାଲକ୍ଷ୍ମୀ ଦୟାକରି ଫିଟାଇ ଦିଅ ମୁକ୍ତି କବାଟ କେବଳ ପିତାଙ୍କ ପାଦ ଛୁଇଁ ଫେରିବି ଅନ୍ୟ କିଛି ଲାଗି କରିବି ନାହିଁ ଅଝଟ

କେବଳ ତୁମ୍ଭରି କୃପାରେ ତୁମ୍ଭରି ଭେଟ

କେବଳ ତୁମ୍ଭରି କୃପାରେ ତୁମ୍ଭରି ଭେଟ ବ୍ରହ୍ମଦାରୁ ଲଗାଇଛ ଅବୁଝା ମାୟାର ନାଟ ଅସ୍ତି ମେଦ ପିଞ୍ଜରା ଢାଙ୍କୁଣୀ ଏହି ଶରୀର କ୍ଷୀଣ ବୁଦ୍ଧି ଫିଟାଇବକି ନିଷ୍କାମ କବାଟ

ବ୍ରହ୍ମଲୋକ ତେଜିବା ଦିନଠୁଁ ରାମ ବଡ ଅରକ୍ଷିତ

ବ୍ରହ୍ମଲୋକ ତେଜିବା ଦିନଠୁଁ ରାମ ବଡ ଅରକ୍ଷିତ ମନ ବୁଦ୍ଧି ବିବେକ ବୈକୁଣ୍ଠକୁ ପଥ ଭୁଲିଯାଇଛନ୍ତି ଛନ୍ଦା ଚରଣରେ ଥକା ମେଣ୍ଟାଇଥାନ୍ତି ମାଆ କମଳା ଅତି ଦୟାଳୁ ବ୍ରହ୍ମଦାରୁ ଅଧାଗଢା ବୋଲି କହୁଛନ୍ତି

ଶରୀରଟି

ଶରୀରଟି ଶରଦ ନିର୍ମଳ ଆକାଶ ହୃଦୟଟି କରୁଣା ଉଛୁଳା ସମୁଦ୍ର ଚରଣ ବେନି କମଳା ଆଞ୍ଜୁଳିରେ ଲଭିବିକି ଭକତିରେ ଅତି ଦରିଦ୍ର

କେବଳ ସୂର୍ଯ୍ୟ ଯାହାର ତୁଳନା

କେବଳ ସୂର୍ଯ୍ୟ ଯାହାର ତୁଳନା ନିଷ୍କାମ ସେବା ଯାହାର ଅର୍ଚ୍ଚନା ସେହି ଦିଅଁ ଅଧାଗଢା ବ୍ରହ୍ମଦାରୁ ଅରୂପ ସ୍ୱରୂପ ଜୀବର ଚେତନା

ସବୁଠାରୁ ବଡ

ସବୁଠାରୁ ବଡ ଚୋର ଯଶୋଦା ରାଣୀ ବାଳ ଯେ ଚୋରି କରନ୍ତି ଭକ୍ତର ଚିତ୍ତ ବିତ୍ତ ହୃଦୟ ଦେହ ନବ ଦ୍ୱାରରେ ବଧିଣ ମୋହ ଷଢ଼ ରିପୁ ଛନ୍ଦା ପାଦରେ ଶରଣ ଦିଅନ୍ତି ଯାହାକୁ ସଦୟ

Saturday, 27 December 2025

ମହାବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ

ମହାବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ ମୂଳ ପ୍ରକୃତି ବ୍ରାହ୍ମଣୀ ଦେବ କନ୍ୟା କ୍ଷୀର ସାଗର ସୁତା ବସୁଧା କନ୍ୟା ଉଷା ଗାୟତ୍ରୀ ବଶିଷ୍ଠ କାମଧେନୁ କୃଷ୍ଣ ଶ୍ରୀରାଧା ଛନ୍ଦା ପାଦଙ୍କୁ ଭେଟିବି ମାଆ କରୁଣା କର ବନ୍ୟା

ଏହି ପାପୀ କେବଳ ଅଧା ଆଖିକୁ ଦିଶୁଛି

ଏହି ପାପୀ କେବଳ ଅଧା ଆଖିକୁ ଦିଶୁଛି କେମିତି ଚିହ୍ନିବି ତୁହି ଲକ୍ଷ୍ମୀ କି ନାରାୟଣ ଅଦୃଶ୍ୟ ଅଭୟ ଛନ୍ଦା ପାଦରେ ମନ ରହୁ ହେ ବ୍ରହ୍ମଦାରୁ ଅଧାଗଢା କର୍ତ୍ତା କର୍ମ ଶରଣ

କେବଳ ପ୍ରପନ୍ନ ସୁରକ୍ଷା ନିମନ୍ତେ ଆଵିଭାର୍ବ

କେବଳ ପ୍ରପନ୍ନ ସୁରକ୍ଷା ନିମନ୍ତେ ଆଵିଭାର୍ବ ମାଆ ଗୋ କେବଳ ଧର୍ମ ସଂସ୍ଥାପନ ନିମନ୍ତେ ଅରୂପ ଆତ୍ମ ଜ୍ୟୋତି ବିନ୍ଦୁ ଅର୍ଦ୍ଧମାତ୍ରା ଓଁକାର ବିଷ୍ଣୁ ହୃଦୟ ପ୍ରକୃତି ପାଦ ପୂଜିବି କେମନ୍ତେ

ଆରେ ରାମ ହରି ରାମ ହରି ରାମ ହରି ରାମ ହରି

ଆରେ ରାମ ହରି ରାମ ହରି ରାମ ହରି ରାମ ହରି ବାପଧନରେ କାହିଁ ରହିଲ ଅଭାଗିନୀକୁ ମନ ମାରି ଗର୍ଭରେ ଧାରଣ କରିନି ବୋଲି ଭୁଲି କିବା ଗଲକି ଥରୁଟେ ଦେଖିଯା ଯଶୋଦା ଆତ୍ମା କାନ୍ଦଇ ଗୁମୁରି

ହରି ନାମ ରାମ ନାମ ସଂକୀର୍ତ୍ତନ ସ୍ଥଳରେ

ହରି ନାମ ରାମ ନାମ ସଂକୀର୍ତ୍ତନ ସ୍ଥଳରେ ଭକ୍ତ ମନ୍ଦାର ଶ୍ରୀକୃଷ୍ଣ ଶିରରେ ଶିଖିପୂଛ ତ୍ରିଭଙ୍ଗ ଠାଣି ଅଧରରେ ମଧୁର ମୋହନ ବଂଶୀ ରାଧା କୃଷ୍ଣ ରାଧା କୃଷ୍ଣ ମୃଦଙ୍ଗ ସୀତା ରାମ ସୀତା ରାମ ଗାଏ ଗିନି ଭାବ ଜୁଆରରେ ଉଲ୍ଲସିତ ଭକ୍ତି ଘୁଙ୍ଗୁର ବାନ୍ଧି ଜୀବ ଆତ୍ମା ହଂସୀ

କହ କହ ମୋର ପ୍ରାଣ ମିତଣୀ ସେ କିଏ

କହ କହ ମୋର ପ୍ରାଣ ମିତଣୀ ସେ କିଏ ଚିହ୍ନା ଜଣା ନାହିଁ ଆଖି ଆଖିରେ ରସିଲେ ଆଲୋ କିଏ ଲୋ ସେ ଭଦ୍ରା ଡାହାଣରେ ଆତ୍ମା ଲାଖିଯାଏ ଥରେ ବିକଳେ ଚିନ୍ତିଲେ

ସେହି କମଳା ପତିଙ୍କ ସମାନ ସହୁଥିବ

ସେହି କମଳା ପତିଙ୍କ ସମାନ ସହୁଥିବ ସୀତା ପତିଙ୍କ ସମ ହୋଇଥିବ ତ୍ୟାଗୀ ରୁକ୍ମଣୀ ହୃଦ ସମ ପ୍ରେମିକ ହୋଇଥିବ ସେ ଲକ୍ଷ୍ମୀ ପତିଙ୍କୁ ଅନେଇ ବସିଛି ଜଗି

କିଏ ସେ କରି ପାରିବ ଅଧାଗଢାଙ୍କୁ ସମ୍ପୂର୍ଣ୍ଣ

କିଏ ସେ କରି ପାରିବ ଅଧାଗଢାଙ୍କୁ ସମ୍ପୂର୍ଣ୍ଣ ସର୍ବେ ମାୟା ମୋହିତ ନାହିଁ ଇଛା ବଳ ଶକ୍ତି କିଏ ସେ ବ୍ରହ୍ମଦାରୁରେ ପ୍ରାଣ ପ୍ରତିଷ୍ଠା କରିବ କାହାର ବୈଷ୍ଣବ ପ୍ରହଲ୍ଲାଦଙ୍କ ସମକକ୍ଷ ଭକ୍ତି

ମୋର ଯେଉଁ ପାରିବା ପଣ

ମୋର ଯେଉଁ ପାରିବା ପଣ ଶ୍ରୀହରିଙ୍କୁ କିବା ନାହିଁ ଜଣା ଛନ୍ଦା ପାଦ କେବଳ ଲକ୍ଷ୍ୟ କାହିଁକି କରୁଅଛ ପଥ ବଣା

Friday, 26 December 2025

ହେ ଚକାଆଖି ତୁମ୍ଭ ପତିତପାବନ

ହେ ଚକାଆଖି ତୁମ୍ଭ ପତିତପାବନ ବାନା ଅତି ଦୟାଳୁ କୁହ ଆଉ କେତେବେଳକୁ ଡାକି ଡାକି ମୋର ଜୀବନ କାଳ ସରିଲା ଥରେ ନ ଡାକିଲ ବ୍ରହ୍ମଦାରୁ ଛାଇ ତଳକୁ

ସୁକର୍ମ ସକଳ କର୍ମ ଯାହା ମୁହିଁ କରଇ

ସୁକର୍ମ ସକଳ କର୍ମ ଯାହା ମୁହିଁ କରଇ ସେହି ସକଳ ହେଉଯାଉ ନିଷ୍କାମ କର୍ମ ବାଇଶିଟି ଯାକ ପାହାଚ ନିତି ଚଢ଼ୁଥିବି ଦର୍ଶନ ଦେବା ନ ଦେବା ସନାତନ ଧର୍ମ

ମହାବାହୁଙ୍କର କମଳ ହସ୍ତ

ମହାବାହୁଙ୍କର କମଳ ହସ୍ତ ଏହି ପତିତ ମଥାରେ ଥାଉ ଏମିତି ଚିନ୍ତାରେ ଜଗନ୍ନାଥ ଏହି ପାତକୀ ଦିନ ନେଉ

ପ୍ରାଣ ପବନରୁ ଆହୁରି ନିକଟ

ପ୍ରାଣ ପବନରୁ ଆହୁରି ନିକଟ ତୁମ୍ଭେ ହେ ଚକାଡୋଳା ଜୀବନଯାତ୍ରାରେ ଥରୁଟେ ନ ମିଳିଲା ଦେଖିବା ଟିକଟ ଆତ୍ମା ମୋ ସଦା ସର୍ବଦା ଝୁରି ଝୁରି ମରୁଥାଏ ଭେଟିବ ଦେହ ଯାନରେ ବସି ବାହାରିଲେ ଷଢ଼ ରିପୁଙ୍କ ଆକଟ