Thursday, 31 August 2023
ଯେଉଁ ଫୁଲଟିକୁ ହାତ ନ ପାଇଲା
ଯେଉଁ ଫୁଲଟିକୁ ହାତ ନ ପାଇଲା
ଫୁଲଟି ପାଖୁଡା ଝାଡ଼ି ହେଲା କଷି
ଯେଉଁ ଫୁଲଟି ଖୋସିଲି ଗଭାରେ
ଫୁଲଟି ଅଜାଣତରେ ପଡିଲା ଖସି
ଦେହ ମନ ବୁଦ୍ଧି ଶିଖର ଚଢିଲେ
ଦେହ ମନ ବୁଦ୍ଧି ଶିଖର ଚଢିଲେ
ସାଥିରେ ଅନ୍ତରଙ୍ଗ କୁମତି ସୁମତି
ଯୁଆଡେ ଚାଁହ କେବଳ ପଞ୍ଚଭୁତ
ହୃଦୟରେ ଚିନ୍ତିଲେ ରଖ ଶ୍ରୀପତି
Wednesday, 30 August 2023
ସୈନ୍ୟ ପ୍ରାଣ ଉଡେ ହୋଇ ଜାତୀୟ ପତାକା
ସୈନ୍ୟ ପ୍ରାଣ ଉଡେ ହୋଇ ଜାତୀୟ ପତାକା
ଚାଷୀର ପ୍ରାଣ ଉଡେ ହୋଇ କ୍ଷୁଦାର୍ତ୍ତର ଅନ୍ନ
ଜଟାୟୁର ପ୍ରାଣ ଉଡେ ଦେଇ ଜାନକୀ ବାର୍ତ୍ତା
ସନ୍ଥ ପ୍ରାଣ ଉଡେ ଦେଇ ପତିତକୁ ଗଙ୍ଗା ସ୍ନାନ
Who paid all the fee
You switched on the key
You switched off the key
I am the only one
Who paid all the fee
Tuesday, 29 August 2023
ରାକ୍ଷୀ ପୁର୍ଣିମା ୨୦୨୩
ଏତେ ଆପଣାର ଲାଗୁରେ କାଳିଆ
ଏ ସମ୍ପର୍କକୁ ସଂଜ୍ଞା ନ ପାରେ ଦେଇ
ଏତେ ବିଭୋର କରେ ତୋ ସ୍ମରଣ
ତୁହି କି ଵିହରୁ ମାତା ପିତା ହୋଇ !
ବଦ୍ରିନାଥ ଦ୍ୱାରକା ପୁରୀ ରାମେଶ୍ୱର
ବଦ୍ରିନାଥ ଦ୍ୱାରକା ପୁରୀ ରାମେଶ୍ୱର
ଓଁ ନମୋ ନାରାୟଣ ହରି ମୁକ୍ତି ଠଣା
ବାଲ୍ୟ କୈଶୋର ଯୌବନ ବାର୍ଦ୍ଧକ୍ୟ
ଅହଂ ବ୍ରହ୍ମସ୍ମୀ ଚାଲି ଚାଲି ପଥ ବଣା
Monday, 28 August 2023
Sunday, 27 August 2023
ଆହାଃ କି ମଧୁର ତାର ବଂଶୀର ଧ୍ୱନି
ଆହାଃ କି ମଧୁର ତାର ବଂଶୀର ଧ୍ୱନି
ସହିରେ ଯମୁନା ଘାଟକୁ ନେଲା ଟାଣି
କି ଉପମା ଦେବି ଦୁଃଖ ପାଶୋରାର
ସହିରେ ମୋ ହୃଦୟକୁ ନେଲା କିଣି
ଦୁଇ ଭାଇକି ଭଉଣୀ ଗୋଟିଏ
ଦୁଇ ଭାଇକି ଭଉଣୀ ଗୋଟିଏ
ମୁଖ ଶୋଭା ସଜ ଫୁଟା ମଲ୍ଲି
ଏତେ ଆପଣାର ଲାଗୁଥିଲେ
କିଛି କିଛି ପାରିଲିନି କରି ଅଳି
Saturday, 26 August 2023
ଦେହରୁ ଓହ୍ଲେଇ କେଉଁଠିକି ଯିବି
ଦେହରୁ ଓହ୍ଲେଇ କେଉଁଠିକି ଯିବି
ନିଜର ସମ୍ପୂର୍ଣ ଠିକଣା ଗଲି ଭୁଲି
ନୟନ ପଥକୁ ଆସ ହେ କାଳିଆ
ଏ ପତିତ ଥକିଲାଣି ଚାଲି ଚାଲି
ଅମାନିଆ ମନକୁ ମନାଉ ମନାଉ
ଅମାନିଆ ମନକୁ ମନାଉ ମନାଉ
ମୋର ବଳ ବୟସ ବୁଦ୍ଧି ହଟିଲା
ଅଧା ଗଢା ଦିଅଁକୁ ଭରଷା କରି
ମୋର ତରିବାର ଆଶା ତୁଟିଲା
Friday, 25 August 2023
With all the due respect and love from my heart
With all the due respect and love from my heart
Dr Prasant, I would like to wish you a nice journey
Dear Sir, I would surely miss you a lot in the corridor
Your humble way of wishing me a good morning
Thursday, 24 August 2023
Wednesday, 23 August 2023
ତୋଳିବି ତୋଳିବି ଭାବିଲି ଯେଉଁ ଫୁଲ
ତୋଳିବାକୁ ଭାବିଥିଲି ଯେଉଁ ଫୁଲ
ସେ ଫୁଲକୁ ଚୁମିଦେଲା ମଧୁମକ୍ଷି
ମାଗିବି ମାଗିବି କେତେ ଭାବୁଥିଲି
ଅନ୍ୟକୁ ଦେଇଦେଲା ଚକାଆଖି
Tuesday, 22 August 2023
ମନ ଛାଡ଼ି ଚାଲିଗଲା ଦେହର ହାତ
ମନ ଛାଡ଼ି ଚାଲିଗଲା ଦେହର ହାତ
ଦେହ ହଜିଗଲା ସଂସାର ହାଟରେ
ସଂସାର ହାଟରେ ଏକା ବୁଲୁଥିଲି
କୃଷ୍ଣକୁ ଭେଟିଲି ଯମୁନା ଘାଟରେ
Monday, 21 August 2023
Sunday, 20 August 2023
ହୃଦୟ ପଦ୍ମରେ ଚିନ୍ତିଲି ଶ୍ରୀହରି
ହୃଦୟ ପଦ୍ମରେ ଚିନ୍ତିଲି ଶ୍ରୀହରି
ଶ୍ରୀହରି ବକ୍ଷରେ କୋୖସ୍ତଭ ମଣି
ଭକ୍ତି ଖୁଦକୁ ସମର୍ଥ ଏ ସୁଦାମା
ଶ୍ରୀହରି ଶ୍ରୀହସ୍ତେ ଦେବିକି ପୁଣି
Saturday, 19 August 2023
କେଉଁଠି ଆସିଲି କେଉଁଠାକୁ ଯିବି
କେଉଁଠି ଆସିଲି କେଉଁଠାକୁ ଯିବି
ଭାବିଲେ ବୁଦ୍ଧି ହୋଇଯାଏ ବଣା
କିଣିଥିଲି ଯାହା ଫେରାଉଛି ତାହା
ଆଣିବାକୁ ଭୁଲିଗଲି ଟଙ୍କାର ମୁଣା
Friday, 18 August 2023
ନିଶ୍ଵାସଠାରୁ ଆଉ ଆପଣାର ହୋଇ
ନିଶ୍ଵାସଠାରୁ ଆଉ ଆପଣାର ହୋଇ
ହରି ହେ ନ ହୋଇଲି ପ୍ରୀତି ଭାଜନ
ଆହେ ମହାମେରୁ ନାହିଁ ମୋ ଗୁରୁ
ହରି ହେ ନ ଜାଣେ କୀର୍ତନ ଭଜନ
ତୁହି ଖଣ୍ଡନ କଲେ ମୋ ପ୍ରାରବ୍ଧ
ତୁହି ଖଣ୍ଡନ କଲେ ମୋ ପ୍ରାରବ୍ଧ
ମୁହି ଝୁଲି ପଡନ୍ତି ତୋ ଗଳାରେ
ହୋଇ ସେବତୀ ଦୟଣା ତୁଳସୀ
ବୁଲୁଥାନ୍ତି ତୋ ମନ୍ଦିର ଅଳାରେ
ମୋ ଅନ୍ତରଙ୍ଗ ହୋଇ ଜଗବନ୍ଧୁ ହେଲ
ମୋ ଅନ୍ତରଙ୍ଗ ହୋଇ ଜଗବନ୍ଧୁ ହେଲ
ହରି ହେ କିଏ ସେ ହରିବ ମୋ ଦୁଃଖ
ପାଦ କି ପାଣି ନାହିଁ ଗୁହାରି କରିବାକୁ
ହରି ହେ ଭରଷା ଅପଲକ କଳାମୁଖ
ମୋ ନିଶ୍ଵାସ ଠାରୁ ଆପଣାର ହୋଇ
ମୋ ନିଶ୍ଵାସ ଠାରୁ ଆପଣାର ହୋଇ
ହରି ହେ ଦିନେ ତୁହି ନ ପଡୁ ନଜର
ଲକ୍ଷ ଯୋଜନରେ ଗଜରାଜ ଡାକିଲା
ହରି ହେ ତୁ କେମିତି ହେଲୁ ହାଜର
Thursday, 17 August 2023
ବିପଦରେ ଯେଉଁ ହାତ ବଢ଼େଇଲୁ
ବିପଦରେ ଯେଉଁ ହାତ ବଢ଼େଇଲୁ
ବିପଥରେ ବଢ଼େଇଲୁ ଯେଉଁ ପାଦ
ନୀଳକନ୍ଦର ଆସି କିଛି ଦେଖୁ ନାହିଁ
ସମ୍ପଦରେ ବୁଡି କଲି କି ଅପରାଧ
ବାଦ୍ୟ ନିରକ୍ଷର ଶବ୍ଦର ଲହରୀ
ବାଦ୍ୟ ନିରକ୍ଷର ଶବ୍ଦର ଲହରୀ
ହୃଦୟରେ ଆଣେ ଜୁଆର ଭଟ୍ଟା
ଗତି ଭକ୍ତି ମୁକ୍ତି ମୋକ୍ଷକୁ ସମର୍ଥ
ସଂସାର କରୁଥାଏ ଭାଗ ବଣ୍ଟା
Wednesday, 16 August 2023
ଶୁଣିଛି ଶୁଣୁଛି ସର୍ବଦା ଶୁଣୁଥିବି
ଶୁଣିଅଛି ଶୁଣୁଅଛି ସର୍ବଦା ଶୁଣୁଥିବି
ଅପାର ମହିମା ତୋର ଗୋ ମାଆ
ଲୋଡିଅଛି ଲୋଡ଼ୁଅଛି ଲୋଡୁଥିବି
ପ୍ରଶାନ୍ତି କୋଳ ତୋର ମୋ ସାହା
Tuesday, 15 August 2023
ମାଆର ମିଠା ନାନା ବାଇଆ ଗୀତ
ମାଆର ମିଠା ନାନା ବାଇଆ ଗୀତ
ଶିଶୁ ଆଖି ପତାକୁ ଢାଙ୍କେ ମଧୁରେ
ପଥର ପଥରେ ଝର ଯେ ଝରାଏ
ଆସ୍ତିକ କି ନାସ୍ତିକ ଧ୍ୟାୟେ ସଧିରେ
Monday, 14 August 2023
Sunday, 13 August 2023
Under the saffron, white, green colored national flag
Under the saffron, white, green coloured national flag
Every Indian feel at home and feels very much proud
With the white, yellow, black coloured deities in the Yath Yatra
Every human feels the highest peace among the crowd
A half-moon is the student
A half-moon is the student
A full moon is the teacher
Is not about the knowledge
A steady wish to be better
ବନ୍ଧୁମାନଙ୍କ ମଧ୍ୟରେ ସେହି ବନ୍ଧୁ ପରମ
ବନ୍ଧୁମାନଙ୍କ ମଧ୍ୟରେ ସେହି ବନ୍ଧୁ ପରମ
ଯିଏ ସେ ଆତ୍ମା ଉଦ୍ଧାରଣେ ହାତ ବଢାଏ
ବନ୍ଧୁବାନ୍ଧବ ଯାଆନ୍ତି ଶଶ୍ମାନ ଘାଟ ଯାଏ
ଯିଏ ଆତ୍ମା ବନ୍ଧୁ ବାଇଶିପାହାଚ ଚଢାଏ
ରୋଗର ଚିକିତ୍ସା ପାଇଁ ଅର୍ଥ ଲୋଡ଼ା
ରୋଗୀର ଚିକିତ୍ସା ପାଇଁ ଅର୍ଥ ଲୋଡ଼ା
ରୋଗୀ ମରିଗଲେ ଲୋଡ଼ା ହୁଏ କାଠ
ଆତ୍ମା ଉଦ୍ଧାର ପାଇଁ ସତସଙ୍ଗ ଲୋଡ଼ା
ଖୋଜି ବୁଲୁଛି ମୁହିଁ ମନ୍ଦିର ତୀର୍ଥ ମଠ
Saturday, 12 August 2023
ଲେଙ୍ଗଡ଼ା ସାପର ହାତ ପାଦ କିଛି ନାହିଁ
ଲେଙ୍ଗଡ଼ା ସାପର ହାତ ପାଦ କିଛି ନାହିଁ
କୃପାସିନ୍ଧୁ ହେ ଖୋଜି ଦେଉ ଗାତ ଭାତ
ସୃଷ୍ଟି ସ୍ଥିତି ଲୟ ତୋ ଅବଢ଼ାରେ ସନ୍ତୁଷ୍ଠ
ପତିତ ଉଦ୍ଧାର କରେ ନୀଳଚକ୍ରେ ନେତ
ଲେଙ୍ଗଡ଼ା ସାପର ହାତ ପାଦ କିଛି ନାହିଁ
କୃପାସିନ୍ଧୁ ହେ ଖଞ୍ଜିଛୁ ଗାତ ଆଉ ମୂଷା
ସୃଷ୍ଟି ସ୍ଥିତି ଲୟ ତୋ ଅବଢ଼ାରେ ସନ୍ତୁଷ୍ଠ
ହେ ବଂଶୀଧର ନ କରିବୁ ଲୋକ ହସା
A pigeon resides on the other side of the window
A pigeon resides on the other side of the window
It waits there the entire night waiting for the dawn
A true cardiology resident resides in the duty room
He or she waits there for the ringing of duty phone
Friday, 11 August 2023
Thursday, 10 August 2023
ନୀଳକନ୍ଦରରେ ତୁହି ବସିଲୁ ଅଧାଗଢ଼ା
ନୀଳକନ୍ଦରରେ ତୁହି ବସିଲୁ ଅଧାଗଢ଼ା
ହରି ହେ ତୁ ବୌଦ୍ଧ ଅବତାର କଳିରେ
କାମ ଅର୍ଥକୁ ବୟସ ମୋର ନ ଅଣ୍ଟିଲା
ହରି ହେ ଧର୍ମ ମୋକ୍ଷ ପଡିଲା ବଳିରେ
When it is to innovate
When it is to innovate
Nature is the mother
When it is to liberate
Jagannath is the father
Wednesday, 9 August 2023
ହରି ହେ ତୁହି କେବଳ ଜାଣୁ
ହରି ହେ ତୁହି କେବଳ ଜାଣୁ
କାହାକୁ ଯେ ଦେଉ ତୁ ଧରା
ହରି ହେ ତୁହି କେବଳ କ୍ଷମ
କରିଦେ ବଡ ଦେଉଳ ପାରା[୧]
Tuesday, 8 August 2023
କେମିତି ଡାକିଲା ଦ୍ରୁପଦ ନନ୍ଦିନୀ
କେମିତି ଡାକିଲା ଦ୍ରୁପଦ ନନ୍ଦିନୀ
କେମିତି ଡାକିଲା ମାଆ ଦେବକୀ
ଡାକନ୍ତି ତୋତେ ସେହି ଭାବରେ
ହରି ହେ ଭେଟିବା ରହିଲା ବାକି
ହାଣ୍ଡିରେ ମାତ୍ର ଗୋଟିଏ ଚାଉଳ
ହାଣ୍ଡିରେ ମାତ୍ର ଗୋଟିଏ ଚାଉଳ
ଅଖିଳ ସଂସାର ଲାଗି ହୁଏ ରନ୍ଧା
ମୋହନ ମୋହିନୀ ଅନ୍ନ ବାଣ୍ଟେ
ବାକି ଖିଆ ମନକୁ ଦେଇଛି ବନ୍ଧା
କାହାକୁ ଯେ ଦେଉ ତୁ ଧରା
କାହାକୁ ଯେ ଦେଉ ତୁ ଧରା
ହରି ହେ ତୁହି କେବଳ ଜାଣୁ
ମନ ରାଧିକା ହୁଅଇ ଅଧୀର
ଥରେ ଵଜା ମୋହନ ବେଣୁ
ଆଖୁ ରସ ପିଇଲେ ଶୋଷ ବଢେ
ଆଖୁ ରସ ପିଇଲେ ଶୋଷ ବଢେ
ଶୋଷ ବଢେ ପିଇଲେ ନାମ ରସ
ଆଖୁ ରସ ଦେହର କ୍ଷୁଦା ବୁଝାଏ
ନାମ ରସ ଦୁଃଖରେ ଫୁଟାଏ ହସ
Monday, 7 August 2023
Subscribe to:
Posts (Atom)