Saturday, 30 November 2024
ରାମ ରାମ ରାମ ଶ୍ରୀରାମ ଶ୍ରୀରାମ
ରାମ ରାମ ରାମ ଶ୍ରୀରାମ ଶ୍ରୀରାମ
ରାମ ଦାସ ମାଙ୍କଡ ଭଜ ଭଜ ଭଜ
କେବଳ ଜାନକୀ ପାଦଦର୍ଶନ ବାଞ୍ଛା
ରାମ ଦାସ ମାଙ୍କଡ ଖୋଜ ଖୋଜ
ଅଖିଳ ବ୍ରହ୍ମାଣ୍ଡ ଜୀବଗଣ ଜନଗଣ ନିବାସା
ଅଖିଳ ବ୍ରହ୍ମାଣ୍ଡ ଜୀବଗଣ ଜନଗଣ ନିବାସା କୃଷ୍ଣ
ନିଵାସ କର ହେ ମୋ ଭାବୁକ ହୃଦୟ କମଳରେ
ଧୀରେ ସଧିରେ କମଳା ସେବିତ ପାଦ ଚିପିଥିବୁ
ମଧୁର ବଂଶୀ ହେ ଭିଜୁ ଯାଉଥିବି ଚକ୍ଷୁ ଜଳରେ
ତୋର ନୀଳକନ୍ଦରକୁ ଅତି ପ୍ରଶସ୍ତ ବାଇଶି ଗୋଟି ପାହାଚ
ତୋର ନୀଳକନ୍ଦରକୁ ଅତି ପ୍ରଶସ୍ତ ବାଇଶି ଗୋଟି ପାହାଚ
ମଧୁର ମୋହନ ବଂଶୀରେ ମୋତେ ପଚିଶ ପ୍ରକୃତି ଭାରି
ତୋ ଅପଲକ ଚକାଡୋଳାରେ ଚନ୍ଦ୍ର ଅମାବାସ୍ୟା ଏକତ୍ର
ଉଦାର ଅଧାଗଢାରେ ମୋତେ ଥରେ ଦିଅ ଆଖି ମାରି
ସଂସାର ବୃକ୍ଷରୁ ପ୍ରାଣ ପକ୍ଷୀ ଉଡିଗଲେ
ସଂସାର ବୃକ୍ଷରୁ ପ୍ରାଣ ପକ୍ଷୀ ଉଡିଗଲେ
ବୟସ ବ୍ୟାଧି ଭଉଁରିରେ ବୁଡ଼ିବ ଦେହ
ପଲକ ଚକ୍ଷୁକୁ ଦିଶିବକି ମୋହନ ବଂଶୀ
ହେ ଗୋବିନ୍ଦ ଆଉ କେବେ ଆସିବୁ କହ
ହେତୁ ହେବା ଦିନରୁ ତୋ ପାଦ ପଙ୍କଜ ଚିନ୍ତେ
ହେତୁ ହେବା ଦିନରୁ ତୋ ପାଦ ପଙ୍କଜ ଚିନ୍ତେ ହେ କୃଷ୍ଣ
କେବଳ ଛନ୍ଦା ତୋ ପାଦରେ ମଥା ରଖି ଲୁହ ଢାଳିବାକୁ
ଯାହାକୁ ଦେଖେ କାଚ ଦର୍ପଣରେ ଏକ ମାଟିର କଣ୍ଢେଇ
କେବଳ ତୋରି ମାୟା ମଞ୍ଚରେ ନାଚି ନାଚି ଭାଙ୍ଗିବାକୁ
Friday, 29 November 2024
ଶ୍ରୀଜଗନ୍ନାଥଙ୍କର ଜନ୍ମରୁ ପାଦ କିବା ହାତ ନାହିଁ
ଶ୍ରୀଜଗନ୍ନାଥଙ୍କର ଜନ୍ମରୁ ପାଦ କିବା ହାତ ନାହିଁ
ସ୍ଵହସ୍ତରେ ମା ଅନ୍ନପୂର୍ଣ୍ଣା ଭୁଞ୍ଜାଉ ଛପନ ଭୋଗ
ଅଭକ୍ଷ୍ୟ ଭୁଞ୍ଜି ମୋର ଦିନ ଗଲା ଅଖିଳ ଜନନୀ
ଥରୁଟେ ଚାଁହଦିଅ ଛାଡି ଯାଉ ମୋ ଭଵ ରୋଗ
ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ
ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ
ମନ ମାଙ୍କଡ ମୋ ପଶିଲା ଶରଣ
ଅତ୍ୟନ୍ତ ଥରେ ଦେଖିବ ଚର୍ମ ଚକ୍ଷୁ
ଦୁର୍ଲଭ ମଣିଷ ଜନ୍ମ ହେବ କାରଣ
In the depth of the black pupil
In the depth of the black pupil surrounded white sclera
In this entire world, there is the most peaceful place
Whoever looked only once with one of nine devotions
All of them became the youngest and complete fresh
ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ
ଅତ୍ୟନ୍ତ କାରୁଣ୍ୟ ରୂପଟି ଶ୍ରୀରାମ
ମନ ମାଙ୍କଡ ମୋ ପଶିଲା ଶରଣ
ଅତ୍ୟନ୍ତ ଥରେ ଦେଖିବ ଚର୍ମ ଚକ୍ଷୁ
ଦୁର୍ଲଭ ମଣିଷ ଜନ୍ମ ହେଉ କାରଣ
ଶରଣାଗତ ଜନର ହୃଦୟ ବିହାରୀ ଓଁ ସାଇରାମ
ଶରଣାଗତ ଜନର ହୃଦୟ ବିହାରୀ ଓଁ ସାଇରାମ
ଓଁ ସାଇରାମ ଶରଣାଗତ ବତ୍ସଳ ନର ନାରାୟଣ
ଜନ ମାନସ ରଞ୍ଜନ ବିପଦଭଞ୍ଜନୀ ଓଁ ସାଇରମ
ଓଁ ସାଇରାମ ଚିନ୍ତା ମାତ୍ର ଅର୍ଜିତ ପାପ ଅକାରଣ
ମନ ଅଗଣାରେ ଗୋପାଳ ବାଳ ଛନ୍ଦା ପାଦ
ମନ ଅଗଣାରେ ଗୋପାଳ ବାଳ ଛନ୍ଦା ପାଦ
ମୋହନ ବଂଶୀର ଧ୍ୱନି ମହୁ ସ୍ମୃତି ମଧୁର
ମନ ବାସନା ପାଦରେ ପ୍ରାଣକୁ ବିକି ଦିଅନ୍ତି
ବେନି ଭଉଣୀଙ୍କୁ ପାଖ ମୋ ପାଇଁ ବଧିର
କାଲି ଯେଉଁଠି ଥିଲା ଅତି ଘଞ୍ଚ ଜଙ୍ଗଲ
କାଲି ଯେଉଁଠି ଥିଲା ଅତିବ ଘଞ୍ଚ ଜଙ୍ଗଲ
ଅଭୟାରଣ୍ୟ ହରିଣ ବାଘ ମୟୁର ଲାଗି
ଆଜି ସେଠି କୋଠା ପିଚୁ ସଡକ ମାଳ ମାଳ
ଘନଜନ ବସତି ମଣିଷ ହେଲା ଭୋଗୀ
Thursday, 28 November 2024
ବିନ୍ଦୁ ପୁଷ୍ପ ରେଖା ପଟୁଆରେ ଗୁନ୍ଥିଲି ଶବ୍ଦ ମାଳା
ବିନ୍ଦୁ ପୁଷ୍ପ ରେଖା ପଟୁଆରେ ଗୁନ୍ଥିଲି ଶବ୍ଦ ମାଳା
ମାଳା ଜପିଲା ମଧୁର ଅତି ମଧୁର ଶ୍ୟାମ ଶ୍ୟାମ
ଶ୍ୟାମ ସହୋଦରୀ ତା ତ୍ରିନେତ୍ର ବିଛେଇ ବସିଲା
ସଧିରେ କର୍ଣ୍ଣେ କହେ ଆଉ ଏକ ଗୁନ୍ଥରେ ରାମ
ବଳ ଅତୁଳିତ ବାତ୍ସଲ୍ୟ ମମତା ସୁଶାନ୍ତ ସ୍ୱରୂପ
ବଳ ଅତୁଳିତ ବାତ୍ସଲ୍ୟ ମମତା ସୁଶାନ୍ତ ସ୍ୱରୂପ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ
ଏଗାର ଇନ୍ଦ୍ରିୟ ପଚିଶ ପ୍ରକୃତି ନର କଳେବର
ମଧୁର ବଂଶୀ ଦର୍ଶନାଭିଲାଷୀ ଅଖିଳେ ଜନ୍ମେ
ଜଗତ କଲ୍ୟାଣ ଜୀବ କଲ୍ୟାଣ ଜନ କଲ୍ୟାଣ ଲାଗି
ଜଗତ କଲ୍ୟାଣ ଜୀବ କଲ୍ୟାଣ ଜନ କଲ୍ୟାଣ ଲାଗି
ସଦା ସୁଧା ଅପଲକ ଦୃଷ୍ଟି ସୃଷ୍ଟି ସ୍ଥିତି ଲୟ ଜଗନ୍ନାଥ
ସତ୍ତ୍ଵ ଗୁଣୀ ରଜ ଗୁଣୀ ତମ ଗୁଣୀ ଉଦ୍ଧାର ନିମନ୍ତେ
ବ୍ରହ୍ମାନନ୍ଦ ନନ୍ଦିଘୋଷ ଚଢି ପୂର୍ଣ୍ଣ କରନ୍ତି ମନୋରଥ
ଯାହାକୁ ଯାହାକୁ ହୁଏ ମାଘ ଶୀତ ଅସହ୍ୟ
ଯାହାକୁ ଯାହାକୁ ହୁଏ ମାଘ ଶୀତ ଅସହ୍ୟ
ତାଙ୍କ ପାଇଁ ପର ଲୋମ ଗର୍ତ୍ତ ଖରା ଚାଦର
ଯିଏ ଯିଏ ସବୁ ବେରୋଜଗାରିଆ ବେମାର
ତାଙ୍କ ଲାଗି ଅବଢ଼ା ସତେ କେଡେ ଉଦାର
ଅରୁଆ ଚାଉଳ ଝୋଟିରେ ମହାଲକ୍ଷ୍ମୀଙ୍କର ଯୋଡି ପଦ୍ମ ପାଦ
ଅରୁଆ ଚାଉଳ ଝୋଟିରେ ମହାଲକ୍ଷ୍ମୀଙ୍କର ଯୋଡି ପଦ୍ମ ପାଦ
ମାର୍ଗଶିର ଗୁରୁବାର ମାଣବସା ଅନ୍ନପୂର୍ଣ୍ଣା ଭ୍ରମନ୍ତି ଦ୍ୱାର ଦ୍ୱାର
ଆଚାଣ୍ଡାଳ ବ୍ରାହ୍ମଣ ଜନନୀ ପରମ ଦୟାମୟୀ ଗୋବିନ୍ଦ ପତ୍ନୀ
କମଳ କରରେ ଜଗନ୍ମାତ ପୂର୍ଣ୍ଣକରେ ଅଖିଳ ଜୀବର ଉଦର
Wednesday, 27 November 2024
ଶରଣ ଶରଣ ଶରଣ ଶ୍ରୀହରି ଜଗତ ଜୀବନ
ଶରଣ ଶରଣ ଶରଣ ଶ୍ରୀହରି ଜଗତ ଜୀବନ
ଶରଣ ଶରଣ ଶରଣ ଜୀବନ ପରମ ବିଷୟ
ଶାନ୍ତାକାର ରବି ସୁଧାକର ଚକାଡୋଳା ରଖ
ହୃଦୟ ପଦକ ଜୀବନ ପାଣି ଫୁଟୁକା ଆଶ୍ରୟ
ତୁମ୍ଭ ମହାଲୀଳା ଦର୍ଶନ ଶ୍ରବଣ କରି ମହାପବିତ୍ର ଅଖିଳ ଗାତ୍ର
ତୁମ୍ଭ ମହାଲୀଳା ଦର୍ଶନ ଶ୍ରବଣ କରି ମହାପବିତ୍ର ଅଖିଳ ଗାତ୍ର
ହେ କମଳା ହୃଦୟ ନିରନ୍ତର ରହିଥାଅ ନୟନ ଆଲୋକରେ
ଲୋକହସା କରି ଏଡ଼େ ଆପଣା କଲ ଏଡ଼େ ଯେ ତୃଷା ଦେଲ
ହେ ଜାନକୀ ପ୍ରାଣ ବାୟୁ ଆହାଃ କେତେ ଖୋଜେ ଅକ୍ଷରରେ
ସେହି କଥାକୁ ମୁହିଁ କେବଳ ଗୁଣୁଛି ହେ ଗୋବିନ୍ଦ
ସେହି କଥାକୁ ମୁହିଁ କେବଳ ଗୁଣୁଛି ହେ ଗୋବିନ୍ଦ
ହେ ଗୋବିନ୍ଦ ଯାହା କହିଥିଲୁ ପିତାଙ୍କ ସପନରେ
ଥରେ ଦର୍ଶନ ଦେଲେ ଏହି ପ୍ରାଣ ଶୀତଳ ହୁଅନ୍ତା
ମନେ ମନେ ମୁହିଁ କେତେ ଖୋଜେ ଗୋପନରେ
ତୋ କଳେବର ବ୍ରହ୍ମଦାରୁ ଗୋବିନ୍ଦ ନାଭି କମଳ
ତୋ କଳେବର ବ୍ରହ୍ମଦାରୁ ଗୋବିନ୍ଦ ନାଭି କମଳ
ମୋର କଳେବର ମାଟି ଚୁଲିରୁ ମୁଠାଟିଏ ପାଉଁଶ
ତୋ ନାକରେ ସୁନା ଚଣା ମୋ ନାକରେ ସିଙ୍ଘାଣି
ତୋ ମୋ ଭେଟକି ସମ୍ଭବ ଅରୁଆ ଆଉ ଆଇଁଷ
ମହାଦେବୀ ସତୀ ଝାସ ଦେଲେ ଦକ୍ଷ ଯଜ୍ଞରେ
ମହାଦେବୀ ସତୀ ଝାସ ଦେଲେ ଦକ୍ଷ ଯଜ୍ଞରେ
ସହି ନ ପାରି ମହାଦେବଙ୍କୁ ଦକ୍ଷଙ୍କ ଅପମାନ
ଯହିଁ ଯହିଁ ଧରାରେ ପଡିଲା ଦେହ ଅବଶେଷ
ତହିଁ ତହିଁ କ୍ଷେତ୍ର ହୋଇଲା ମହାନ ତୀର୍ଥସ୍ଥାନ
Tuesday, 26 November 2024
ଅହଲ୍ୟା ଉଦ୍ଧାର ଛନ୍ଦା ପଦ୍ମ ପାଦରେ ଚାକର ରଖ
ଅହଲ୍ୟା ଉଦ୍ଧାର ଛନ୍ଦା ପଦ୍ମ ପାଦରେ ଚାକର ରଖ
ତୋର ଅଶେଷ ଦୟାଳୁପଣ ଶୁଣିଅଛି ଏହି କର୍ଣ୍ଣରେ
ବ୍ରାହ୍ମଣ କ୍ଷେତ୍ରୀୟ ବୈଶ୍ୟ କୁଳ ମୁହିଁ ନୁହେଁ ସାଆନ୍ତେ
ତୋ ଉଦାର ଅପଲକ ଆଖି ଢାଳ ଏହି ଶୁଦ୍ରବର୍ଣ୍ଣରେ
ତୋତେ କିବା ମୁହିଁ ପୂଜିବି ହେ ଗୋବିନ୍ଦ ବାସୁଦେବ
ତୋତେ କିବା ମୁହିଁ ପୂଜିବି ହେ ଗୋବିନ୍ଦ ବାସୁଦେବ
ମୋ ନିଦ ଭାଙ୍ଗିବା ଆଗରୁ ସାରିଥାଉ ନିଜର ପୂଜା
ଶ୍ରୀଅଙ୍ଗ ଛଡ଼ା ଗଙ୍ଗଶିଉଳି ଭୂମିରେ ଗଡି ହସୁଥାଏ
ସିନ୍ଦୁର ଫାଟିବା ଆଗରୁ ଭଅଁର ବଜାଉଥାଏ ବାଜା
ମନକୁ ମନ ତୁହି ହସୁ ମନକୁ ମନ ତୁହି କାନ୍ଦୁ
ମନକୁ ମନ ତୁହି ହସୁ ମନକୁ ମନ ତୁହି କାନ୍ଦୁ
ହେ କୃଷ୍ଣ ନିଜ ହାତରେ ପୋଛି ପକାଉ ଲୁହ
ଦର୍ଶନ କରି ତୋ ଏହି ବାଳ ଗୋପାଳ ଲୀଳା
ହେ ପୂର୍ଣ୍ଣବ୍ରହ୍ମ ଇପ୍ସିତ ଦର୍ଶନରେ ଭସ୍ମ ମୋହ
ପ୍ରତି ବାଇଶି ପାହାଚରେ ଅଶେଷ ବୈଷ୍ଣବଙ୍କ ପାଦ ରଜ
ପ୍ରତି ବାଇଶି ପାହାଚରେ ଅଶେଷ ବୈଷ୍ଣବଙ୍କ ପାଦ ରଜ
ହସ୍ତ ତୋଳି କପାଳ ବୋଳି ଶୁଦ୍ଧ ବିଷ୍ଣୁ ଭକତି ବିକଶିତ
ପ୍ରତିଟି ଜୀବ ହୃଦୟ ପଦ୍ମକେଶରରେ ତୁମରି ଛନ୍ଦା ପାଦ
ଦର୍ଶନ ସ୍ପର୍ଶନ ସମ୍ଭାଷଣରେ ଏହି ପ୍ରାଣ ଅତିବ ଉଲ୍ଲସିତ
ସଚରାଚରରକୁ ନିଜ ବେନି ଭୁଜ ଟେକି ଦେଉଅଛ ଆସରା
ସଚରାଚରରକୁ ନିଜ ବେନି ଭୁଜ ଟେକି ଦେଉଅଛ ଆସରା
ହେ ନୀଳାଚଳ ନିବାସା ଚକାଡୋଳା ତୁହି ସ୍ଵୟମ ଅଧାଗଢା
ସଚରାଚର ହୃଦ ଚିହ୍ନି ପଦ୍ମ ହସ୍ତରେ ବାଢିଦିଅ ଅନ୍ନ ବ୍ୟଞ୍ଜନ
ହେ ଏଡିକି ଉଦାର ଚାହିଁ ଚାହିଁ ତୋ ବାଟ ହେଲି କୁଳଛଡ଼ା
Monday, 25 November 2024
ମୁହିଁ ତୋହର କୋଡ଼ ପୋଛା ସନ୍ତାନ ମାଆ ଗୋ
ମୁହିଁ ତୋହର କୋଡ଼ ପୋଛା ସନ୍ତାନ ମାଆ ଗୋ
ମୋହର ପିଣ୍ଡ ବ୍ରହ୍ମାଣ୍ଡ କେବଳ ତୋହରି ଜନନୀ
ମୁହିଁ ପରମ ସନ୍ତୁଷ୍ଟ ତୋ ପଣତ ଛାଇରେ ମାଆ
ଅଭୟ ପାଦରେ ପଶିଲି ଶରଣ ନ ହୁଅ ମାନିନୀ
Sumati :"ମନଇଛା ଭୋଗ ଖାଇବାପାଇ ମା ମୋର ନିଜେ ଦିଏ ବଢାଇ ପଇସା ମୋର ପାଖରେ ନାହିଁ ଚିନ୍ତା କରନି ରାମଠୁ ନେବିତ ମୁହିଁ"
ସତ୍ତ୍ଵ ରଜ ତମ ଏହି ତିନିହେଁ ବ୍ରହ୍ମଦାରୁ ଚେରରେ ବନ୍ଧା
ସତ୍ତ୍ଵ ରଜ ତମ ଏହି ତିନିହେଁ ବ୍ରହ୍ମଦାରୁ ଚେରରେ ବନ୍ଧା
ହେ ଗୋବିନ୍ଦ ଖୋଲିବାକୁ ତୁହି ସିନା ଏକା ହିଁ ସମରଥ
ମୁହିଁଟି କପଟପଶାରେ ହାରିଯାଇଥିବା ତୃତୀୟ ପାଣ୍ଡଵ
ତୁମ୍ଭ ଛନ୍ଦାପାଦ ପଦ୍ମରେ ଶରଣ ତ୍ରାହି ହେ ଗୋପୀନାଥ
Sunday, 24 November 2024
ତୋ ନବ ଦୁର୍ବାଦଳ ରୂପ ହେଲା ସାତ ସପ୍ନ
ତୋ ନବ ଦୁର୍ବାଦଳ ରୂପ ହେଲା ସାତ ସପ୍ନ
କୃଷ୍ଣ ବିକଳ୍ପ ତୋ ସୁଧା ନାମକୁ କଲି ଆଶ୍ରୟ
କଳି ବିକାର ଆକାର ମୋତେ ଦେଲା ଭୟ
କୃଷ୍ଣ ରଖ ଛନ୍ଦା ପାଦେ ଦୂରେ ରହୁ ବିଷୟ
କାହାର କଣ୍ଠରୁ ଝରିପଡୁ ଅମୃତ ବୋଲି
କାହାର କଣ୍ଠରୁ ଝରିପଡୁ ଅମୃତ ବୋଲି
କାହାକୁ ଦିଶୁ ନନ୍ଦନନ୍ଦନ ଯଶୋଦା ବାଳ
କାହାର ପାଇଁକି ସ୍ଵୟମ ଧରୁ ଲେଖନୀ
କାହାର ଧ୍ୟାନରେ ଜଟା ହୁଏ ମୁଣ୍ଡ ବାଳ
Spend a little time in the prayer
Spend a little time in the prayer of Sri Gobind
Stay blessed ever under his strongest arm pair
Everything else eats away human body like ants
Only he is the best technician for complete repair
ଶ୍ରୀଗୋବିନ୍ଦ ଛନ୍ଦାପାଦ ବ୍ରହ୍ମକମଳ
ଶ୍ରୀଗୋବିନ୍ଦ ଛନ୍ଦାପାଦ ବ୍ରହ୍ମକମଳ
ସଦା ସେବନ୍ତି ମହାଲକ୍ଷ୍ମୀ କମଳା
ଶ୍ରୀଗୋବିନ୍ଦ ଲୀଳା ସୁଧା ସାଗର
ସଦା ବୁଡନ୍ତି ବୈଷ୍ଣବ କୋମଳା
ପାଖରେ ନାହିଁ ମୋ ଜ୍ଞାନ ଚଷମା
ପାଖରେ ନାହିଁ ମୋ ଜ୍ଞାନ ଚଷମା
ଦର୍ଶନ ଇନ୍ଦ୍ରିୟକୁ ହେଲୁ ଦୂର ଦୃଷ୍ଟି
ପାଖରେ ନାହିଁ ମୋ ଭକ୍ତି ସୁମନ
ଶ୍ରବଣ ଇନ୍ଦ୍ରିୟ ହିଁ ଏ ଅନ୍ଧର ଯଷ୍ଟି
ମୁହିଁ ବଣୁଆ ଲତାର ଅଲୋଡ଼ା ଫୁଲଟିଏ
ମୁହିଁ ବଣୁଆ ଲତାର ଅଲୋଡ଼ା ଫୁଲଟିଏ
ଶାଳ ମହୁଲ ଡାଳ ମୋହର ପରମ ସୁଖ
ମୁଁ ସଂସାର ଜଞ୍ଜାଳ ଭିତରେ ଅଳିଆଟିଏ
ମୋର ସମ୍ବଳ ଚକାଡୋଳା ପଙ୍କଜ ମୁଖ
ପରାଗ ରେଣୁ ସୃଷ୍ଟି କଲା ଆତ୍ମୀୟ
ପରାଗ ରେଣୁ ସୃଷ୍ଟି କଲା ଆତ୍ମୀୟ ସମ୍ପର୍କ
ମାଇଜିକୁ ଥରୁଟିଏ ଦେଖି ନାହିଁ ଭେଣ୍ଡିଆ
ତୋତେ କୋଟି ଅନୁନୟରେ କଳା ଭଅଁର
ଦର୍ଶନ ଆଶାରେ ଭାବରେ ମାରେ ମୁଣ୍ଡିଆ
Saturday, 23 November 2024
ତୁହି ଅଷ୍ଟ ପ୍ରହର ତୁହି ଅଷ୍ଟ ପ୍ରହରୀ ସର୍ବଦା ଉଲ୍ଲସିତ
ତୁହି ଅଷ୍ଟ ପ୍ରହର ତୁହି ଅଷ୍ଟ ପ୍ରହରୀ ସର୍ବଦା ଉଲ୍ଲସିତ
ମୃଦଙ୍ଗ ଝାଞ୍ଜ ଗିନି ହରେ କୃଷ୍ଣ ହରେ ରାମ ମହାମନ୍ତ୍ର
ତୁହି ସକଳ ପାପ ନାଶନ ତୁହି ଅଶେଷ ପ୍ରାରବ୍ଧ ଖଣ୍ଡନ
ନନ୍ଦିଘୋଷ ରଥ କାଠ ବଢ଼େଇ ତୋର ଭକ୍ତ ଏକ ଯନ୍ତ୍ର
ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ
ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ
ଅଖଣ୍ଡ ଜ୍ୟୋତି ଦୀପ ରୂପ ସକଳ ପୁଷ୍କରିଣୀ ଶୁଦ୍ଧ ସର୍ବ କମଳ ଉଲ୍ଲାସିତ
ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ
ଅଖଣ୍ଡ ସୁଧା ଭାଣ୍ଡ ରୂପ ସକଳ ଉଦର ପୂର୍ଣ୍ଣ ସକଳ ଜୀବ ପୂର୍ଣ୍ଣ ବିକଶିତ
କେଶରକୁ ଚୁମିଲେ କାଳିଆ ଭଅଁର
କେଶରକୁ ଚୁମିଲେ କାଳିଆ ଭଅଁର
ରଙ୍ଗ ବେରଙ୍ଗ ଫୁଲଟିଏ ହୁଏ ମଞ୍ଜି
ଶ୍ରୀଗୋବିନ୍ଦ ଯାହାର ସଦା ସହାୟ
ତାର କିବା କରିବ ତାଳପତ୍ର ପାଞ୍ଜି
ଯିଏ ହେ ତୋର ଯେତିକି ନିକଟ ଗୋବିନ୍ଦ
ଯିଏ ହେ ତୋର ଯେତିକି ନିକଟ ଗୋବିନ୍ଦ
ସେତେ ଦୂର ହେଲା ତାକୁ ଇନ୍ଦ୍ରିୟ ଆକଟ
ତା ଜୀବନ ହେଲା ପହଣ୍ଡିବିଜେ ତତ୍ପରତା
ଅମୃତ ସମ ସ୍ବାଦୁ ତାହାକୁ ଜୀବନ ସଙ୍କଟ
ତୁମ୍ଭେ ମୋହର ସନ୍ତାପରେ ଆହାଃ ଓଁ ସାଇରାମ
ତୁମ୍ଭେ ମୋହର ସନ୍ତାପରେ ଆହାଃ ଓଁ ସାଇରାମ
ଦେବାଧି ଦେବ ମହାଦେବ କାଣ୍ଡ କୋଦଣ୍ଡ ରାମ
ତୁମ୍ଭେ ମୋର ଅଜ୍ଞାନ ଶ୍ରେଣୀକକ୍ଷରେ ଜ୍ଞାନ ଗୁରୁ
ରାସେଶ୍ୱରୀ ରାଧା ଚିତ୍ତ ଚୋର ମୁରଲୀ ଶ୍ୟାମ
ଆଜି ତୁମ୍ଭରି ଶୁଭ ଜନ୍ମଦିନ ସ୍ମୃତି ସାଇରାମ ସ୍ୱାମୀ
ଆଜି ତୁମ୍ଭରି ଶୁଭ ଜନ୍ମଦିନ ସ୍ମୃତି ସାଇରାମ ସ୍ୱାମୀ
ହେ ଏକାଦଶ ଅବତାରରେ ମାନବ କଳେବର ରୂପ
ଆଜି ତୁମ୍ଭରି ପାଦରେ ଦେହ ମନ ଲେଖନୀ ରଖିଲି
ହେ ପରମଦୟାଳୁ ପ୍ରାରବ୍ଧ ଖଣ୍ଡନ ଘେନ ପୂଜା ଧୂପ
ପାଦ ଦୁଇ ଗୋଟି ତୁମ୍ଭ ଗିରି ଗୋବର୍ଦ୍ଧନର ଛାୟା
ପାଦ ଦୁଇ ଗୋଟି ତୁମ୍ଭ ଗିରି ଗୋବର୍ଦ୍ଧନର ଛାୟା
ଆଶ୍ରୟ ଲୋଡିବାକୁ ଅଖିଳର ପ୍ରାଣ ଅତି ବ୍ୟାକୁଳ
ଆଖି ଦୁଇଟି ବାଳ ଅରୁଣ କର ଚନ୍ଦ୍ରର ଜୋତ୍ସନା
ଚର୍ମ ଚକ୍ଷୁରେ ଦେଖିବାକୁ ଅଖିଳର ପ୍ରାଣ ଆକୁଳ
ନିରାକାର ହେଲେ ଅଖିଳ ଜନ ଜୀବନ ମୋହନ
ନିରାକାର ହେଲେ ଅଖିଳ ଜନ ଜୀବନ ମୋହନ
କାଳ ମହାକାଳ ସ୍ଵୟମ ହେଲେ ଅତି ଶୁଭ ବେଳା
ନିର୍ଗୁଣ ହୋଇଲେ ସବୁଠାରୁ ସୁମଧୁର ସଂକୀର୍ତ୍ତନ
ଅଚିନ୍ତ୍ୟ ହେଲେ ଏହି ପତିତ ଜୀବନ ପୁଣ୍ୟ ଖଳା
Friday, 22 November 2024
ସୃଷ୍ଟି ସ୍ଥିତି ଲୟ ଉହାଡରେ ତୁହି ଗୁପତ ହେ ମୋହନ ବଂଶୀ
ସୃଷ୍ଟି ସ୍ଥିତି ଲୟ ଉହାଡରେ ତୁହି ଗୁପତ ହେ ମୋହନ ବଂଶୀ
ଯନ୍ତ୍ର ମନ୍ତ୍ର ତନ୍ତ୍ର ଜପ ମୋର ଦୁଇ ନୟନପଥରୁ ରହୁ ଦୁରେଇ
ନୀଳଚକ୍ରରେ ଉଡେ ଫର ଫର ତୋର ପତିତପାବନ ନେତ
ନିଜର ଅର୍ଜିତ କୁକର୍ମ ପାପ ଭାରରେ ଜୀବ ଚାଲି ନ ପାରଇ
ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମ ରୂପରେ ପ୍ରତକ୍ଷ୍ୟ
ଶାନ୍ତି ସତ୍ୟ ଦୟା କ୍ଷମା ଧର୍ମ କେବଳ ପାଞ୍ଚୋଟିରେ
ମୋତେ ଛାଡିକରି ସକଳ ଜୀବ ବହୁତ ହୁଅନ୍ତି ଖୁସି
ଘୋର ତାମସାରେ ବୁଡି ହୁଡ଼ିଗଲି ବୈକୁଣ୍ଠ ପଥକୁ
ଦିବସନିଶି ଯମରାଜା ଦେଖିବା ମାତ୍ରେ ଦିଏ ହସି
Subscribe to:
Posts (Atom)