Friday, 28 February 2025

ନମସ୍ତୁତେ ନମସ୍ତୁତେ ନମସ୍ତୁତେ ମାଆ ଗୋ ମହାଲକ୍ଷ୍ମୀ

ନମସ୍ତୁତେ ନମସ୍ତୁତେ ନମସ୍ତୁତେ ମାଆ ଗୋ ମହାଲକ୍ଷ୍ମୀ ଶ୍ୱେତ ପଦ୍ମଧରା ଶ୍ବେତ ପଦ୍ମ କେଶରରେ ପଦ୍ମା ଆସୀନ ଆହାଃ କେଡେ ଭାଗ୍ୟ ଆହାଃ କେଡେ ଭାଗ୍ୟ ପତିତର ଶ୍ରୀହରି ଗୃହିଣୀ ଅନ୍ନପୂର୍ଣ୍ଣା ସ୍ମରେ ଆଜି କେଡେ ଶୁଭଦିନ

ତୁମରି ଭଉଣୀ ଭିଣୋଇ ଦୁଇ ଭଣଜା

ତୁମରି ଭଉଣୀ ଭିଣୋଇ ଦୁଇ ଭଣଜା ଗୋବିନ୍ଦ ହେ ନିଇତି ଜଣାଏ ମନକଥା ବଂଶୀ ବଦନ ରୂପକୁ ଏହି ଆଖି ଝୁରେ କହି ନାହାନ୍ତି କିବା ମନ କେଡେ ବ୍ୟଥା

ହେ ବ୍ରହ୍ମଦାରୁ ହେ ବ୍ରହ୍ମ ତେଜ ହେ ବ୍ରାହ୍ମଣ

ହେ ବ୍ରହ୍ମଦାରୁ ହେ ବ୍ରହ୍ମ ତେଜ ହେ ବ୍ରାହ୍ମଣ ତୁମେ ଉଷା ମଥାରେ ନାଲି ସିନ୍ଦୁର ଠୋପା ହେ ମଙ୍ଗଳ ଚରଣ ବିଲ୍ୱ ମଙ୍ଗଳ କର୍ଣ୍ଣାମୃତ ମଙ୍ଗଳାର ଭାଇ ମୋ ମଙ୍ଗଳ ମାଆ ବାପା

ଏଇଠି ରାମ ସେଠି ରାମ ସବୁଠି ରାମ

ଏଇଠି ରାମ ସେଠି ରାମ ସବୁଠି ରାମ ଥରୁଟିଏ କାରୁଣ୍ୟ ବିଗ୍ରହ ଦିଅ ଦେଖା ଯାହା ପାଦ ଲାଗି ଶିଳା ହେଲା ନାରୀ ଥରୁଟିଏ ଦର୍ଶନ ଦିଅ ହେ ଆତ୍ମା ସଖା

ବୈଷ୍ଣବ ଜୟଦେବ ସାଲବେଗ ବନମାଳୀ ଦୀନକୃଷ୍ଣ

ବୈଷ୍ଣବ ଜୟଦେବ ସାଲବେଗ ବନମାଳୀ ଦୀନକୃଷ୍ଣ ବୈଷ୍ଣବ ଅଚ୍ୟୁତ ଅନନ୍ତ ଯଶୋବନ୍ତ ଜଗନ୍ନାଥ ବଳରାମ ସାରଳା ମଧୁସୂଦନ ସବୁ ତୋ ସମ୍ପତି ହେ ଚକାଡୋଳା ମାର୍କଣ୍ଡ ଦାସିଆ ଗୋପାଳକୃଷ୍ଣ ଅଭିମନ୍ୟୁ ଅଭିରାମ

ତୁମେ ଭକ୍ତନାଥ ତୁମେ ଦୀନନାଥ

ତୁମେ ଭକ୍ତନାଥ ତୁମେ ଦୀନନାଥ ହୃଦନାଥ ପ୍ରାଣନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ତୁମେ ହିଁ ଜୀବନାଥ ଆତ୍ମାନାଥ ଥାଉ ହେବିକି ଅନାଥ

Thursday, 27 February 2025

କୃଷ୍ଣ କୃଷ୍ଣ କୃଷ୍ଣ ଜପୁଥା ମୋର ମାନସରେ

କୃଷ୍ଣ କୃଷ୍ଣ କୃଷ୍ଣ ଜପୁଥା ମୋର ମାନସରେ ଚିତ୍ତ ଲୟ ଲାଗି ବୈଷ୍ଣବ ଦୁଆରେ ବସୁଥା କୃଷ୍ଣ ନାମ କୃଷ୍ଣ ଲୀଳା କୃଷ୍ଣ କୃପା ଅପାର ଇନ୍ଦ୍ରିୟ ନିବାରି କୃଷ୍ଣ ଭାଵ ରସେ ଭାସୁଥା

ମନ୍ତ୍ର ନ ଜାଣିଲି ମାଆ ଗୋ ତନ୍ତ୍ର ନ ଜାଣିଲି ମାଆ

ମନ୍ତ୍ର ନ ଜାଣିଲି ମାଆ ଗୋ ତନ୍ତ୍ର ନ ଜାଣିଲି ମାଆ ଶୁଦ୍ର କୂଳରେଜନ୍ମିଲି ତେଣୁ ମୁହିଁ ନ ଜାଣିଲି ବେଦ ଅକର୍ମା ଦାନୀ ବୋଲାଉ ତେଣୁ ତୋତେ ଭରଷା ପ୍ରାରବ୍ଧ ଖଣ୍ଡନୀ ବିପଦ ଭଞ୍ଜନୀ ଚିନ୍ତେ ତୋ ପାଦ

ତୁହିଁ କାହାକୁ ସୃଷ୍ଟି କରୁ ତୋ ଅଙ୍ଗରୁ

ତୁହିଁ କାହାକୁ ସୃଷ୍ଟି କରୁ ତୋ ଅଙ୍ଗରୁ ମାଆ ଗୋ କାହାକୁ ସୃଷ୍ଟିକରୁ ଲିଙ୍ଗରୁ ତୁହିଁ ଅର୍ଦ୍ଧନାରୀଶ୍ୱର ଓଁ ଶିବ ଓଁ ଶିବା ତ୍ରାହି ତ୍ରାହି ତ୍ରାହି ଦୁର୍ଗା ଭଵ ଡଙ୍ଗାରୁ

ତୁମ୍ଭେ ଦର୍ଶନ ଦିଅ କି ନ ଦିଅ ହେ କୃଷ୍ଣ

ମୋ ଏହି କ୍ଷୁଦ୍ର ମାଗୁଣି ରଖିବ ହେ କୃଷ୍ଣ ବୈଷ୍ଣବ ପିଣ୍ଢାରେ ତୋ ଲୀଳା ଶୁଣୁଥିବି ତୁମ୍ଭେ ଦର୍ଶନ ଦିଅ କି ନ ଦିଅ ହେ କୃଷ୍ଣ ବୈଷ୍ଣବ ସେବାରେ ଦୀନ ମୁଁ ବଞ୍ଚିଥିବି

ଆଖିରୁ ନେଇ ତୋତେ କାନରେ ଥୋଇଲି

ଆଖିରୁ ନେଇ ତୋତେ କାନରେ ଥୋଇଲି ଗୋବିନ୍ଦ ହେ ଥରେ ତୁହି ନ ଦେଲୁ ଦେଖା ଶଶ୍ମାନ ଯିବା କୋକେଇ ସଜ ହୋଇଲାଣି ଚିତ୍ତରେ ଦୟା ନ ବସିଲା ହେ ଅର୍ଜୁନ ସଖା

ସଭିଁଙ୍କ ଭିତରେ ଯେ ହରି ବସନ୍ତି

ସଭିଁଙ୍କ ଭିତରେ ଯେ ହରି ବସନ୍ତି ସତ୍ୟଟି ସଭିଁଙ୍କୁ ହୁଏନା ପରତେ ଭାଗ ବଣ୍ଟା କରୁ ଦିନ ସରିଯାଏ ଯେତେ ଆସିଲେ ଏହି ମରତେ

Wednesday, 26 February 2025

ନମସ୍ତେ ନମସ୍ତେ ନମସ୍ତେ ମାଆ କମଳା

ନମସ୍ତେ ନମସ୍ତେ ନମସ୍ତେ ମାଆ କମଳା ଓହୋଃ ଭାଗ୍ୟ ଜନନୀ କି ଉଦାର ରୂପ ରେଣୁ ମାତ୍ର ସିଞ୍ଚ ପଦ୍ମପାଦ ଧୂଳି ମାଆ ଏହି ମହାପତିତ ଦେହେ ଅଶେଷ ପାପ

ଓଁକାର ବ୍ରହ୍ମଦାରୁ ପରମ ହଂସ ବାସୁଦେବ

ଓଁକାର ବ୍ରହ୍ମଦାରୁ ପରମ ହଂସ ବାସୁଦେବ ଜୀବ ଜୀବନ ପ୍ରତି ପ୍ରତି କୋଷରେ ପ୍ରକଟ ମାନସ ସୁସ୍ଥିରେ ଦର୍ଶନ କର ଆତ୍ମାବନ୍ଧୁଙ୍କୁ ତୁନି ହୁଅରେ ଇନ୍ଦ୍ରିୟ ତେଜିଣ ସବୁ କପଟ

ଶ୍ରୀରାମ ଶ୍ରୀଗୋବିନ୍ଦ ଗୋଟିଏ ରତ୍ନ ସିଂହାସନରେ

ଶ୍ରୀରାମ ଶ୍ରୀଗୋବିନ୍ଦ ଗୋଟିଏ ରତ୍ନ ସିଂହାସନରେ ମଧ୍ୟରେ ତାଙ୍କ ଅତି ଅଲିଅଳି ସହୋଦରୀ ଗୌରୀ ବଡଦାଣ୍ଡ ବାଇଶିଟି ପାହାଚ ପରେ ଚନ୍ଦନ ଅର୍ଗଳୀ ଦର୍ଶନେ ନିସ୍ତରିଲି କ୍ଷେତ୍ରବାସୀ ଲଗାଇଲେ ଡୋରି

ମହାପତିତ କୃଷ୍ଣଙ୍କୁ ଦେଖିନାହିଁ ରାମଙ୍କୁ ଦେଖିନାହିଁ

ମହାପତିତ କୃଷ୍ଣଙ୍କୁ ଦେଖିନାହିଁ ରାମଙ୍କୁ ଦେଖିନାହିଁ ନିଜ ଇଛାରେ ଦର୍ଶନ ଦେଲେ ପରମ ଦୟାଳୁ ସାଇ ସାଇ ପିତା ମାତା ସାଇ ବନ୍ଧୁ ସଖା ବିପଦ ଭଞ୍ଜନା ଜୀବନ ଜଞ୍ଜାଳ ରୋଦ୍ର ତାପରେ ବ୍ରହ୍ମଦାରୁ ଛାଇ

ବେଲ ପତ୍ରଟିଏ ତିନି ଗୋଟି ଶାଖା

ବେଲ ପତ୍ରଟିଏ ତିନି ଗୋଟି ଶାଖା ସକଳେ ଆପଣ ମୁହିଁ ଆହୁରି ସିଏ ପତ୍ରରୁ ନିର୍ଗତ ନିରନ୍ତର ଅମ୍ଳଜାନ ଯାହା ବିନା ବଞ୍ଚିବା ସମ୍ଭବ ନୁହେଁ

ମୁହିଁ ମୋ ସହିତ ନିର୍ମଳ ପ୍ରେମରେ ପଡିଲି

ମୁହିଁ ମୋ ସହିତ ନିର୍ମଳ ପ୍ରେମରେ ପଡିଲି ପ୍ରତି କୋଷରେ କୁନି କୁନି ଦେବକୀ ନନ୍ଦନ କାହିଁ ମୁହିଁ ଆଉ ନ ଦେଖିଲି ଏଡିକି ଉଦାର ଛନ୍ଦା ପାଦରେ ଆଶ୍ରା ଦେଲେ ଭକ୍ତ ଚନ୍ଦନ

ଏଇଠି ସେଇଠି ଯେଉଁଠି ଦେଖୁଛୁ ଦେଖ

ଏଇଠି ସେଇଠି ଯେଉଁଠି ଦେଖୁଛୁ ଦେଖ ନବଦୁର୍ବାଦଳ ତନୁ କାରୁଣ୍ୟ ବିଗ୍ରହ ରାମ ବାଳ ଯୁବା ବୃଦ୍ଧ ଶବ ସକଳ ହୃଦୟ ଧନ ଶିବ ସଦା ଯୋଗରେ ଚିନ୍ତନ୍ତି ମନୋରମ

ମୋ ଚିତ୍ତରେ ଆତ୍ମା ସମାନ ଭାବି ଦେଇଥିବୁ

ମୋ ଚିତ୍ତରେ ଆତ୍ମା ସମାନ ଭାବି ଦେଇଥିବୁ କେବଳ ଅତି ନିର୍ମଳ ଭାଵ ଭକ୍ତି ହିଁ ବେଲପତ୍ର ଗୋଟିଏ ବେଲପତ୍ରରେ ଶିବ ଅତିବ ସନ୍ତୋଷ କୃପା ଦୃଷ୍ଟିରେ ଅତି ନିର୍ମଳ ହେବ ପାପ ଗାତ୍ର

Tuesday, 25 February 2025

ଶିବ ପରମ ସନ୍ୟାସୀ ଶିବ ମହାଯୋଗୀ

ଶିବ ପରମ ସନ୍ୟାସୀ ଶିବ ମହାଯୋଗୀ ଶିବ ମଙ୍ଗଳ ମୂର୍ତ୍ତି ଦର୍ଶନେ ସୁଲଭ ରାମ ଶରଣ ପଞ୍ଚାକ୍ଷର ଶରଣ ମହାମୃତ୍ୟୁଞ୍ଜୟ ତ୍ରାହି ଶିବ ତ୍ରାହି ଗୋଡ଼ାଇଛି କାଳ ଯମ

ସକଳ ପାପ ନାଶକ ଶିବ ତୁମେ ସାଇ ପ୍ରଭୁ

ସକଳ ପାପ ନାଶକ ଶିବ ତୁମେ ସାଇ ପ୍ରଭୁ ତୁମ୍ଭ ବାହନ ନନ୍ଦୀ ମୋ ଲାଗି ଶୁଭ ବାରତା ସକଳ ଦ୍ଵନ୍ଦ ନାଶକ କୃଷ୍ଣ ତୁମେ ସାଇ ପ୍ରଭୁ ତୁମ୍ଭ ପାଦ ଛନ୍ଦା ପାଦ କିଏ ଏତେ ତାରନ୍ତା

ସକଳ ଜନନୀ ସ୍ନେହଁ ତୋ କମଳ ନୟନରେ

ସକଳ ଜନନୀ ସ୍ନେହଁ ତୋ କମଳ ନୟନରେ ସକଳ ଜନକ ଆଶିଷ ତୋ ବିଶାଳ ବକ୍ଷରେ ସକଳ ଶ୍ରୀମଦ୍ଭାଗବତ ଶ୍ଳୋକ ଅମୃତ ଭରା ସକଳ ଜଗତ ମୋହିତ ତୋ ଚକାଆଖିରେ

ତୋହର କର୍ଣ୍ଣ କୁଣ୍ଡଳ ରବି ଶଶୀ ନାକ ଚଣା ନକ୍ଷତ୍ର ପୁଞ୍ଜ

ତୋହର କର୍ଣ୍ଣ କୁଣ୍ଡଳ ରବି ଶଶୀ ନାକ ଚଣା ନକ୍ଷତ୍ର ପୁଞ୍ଜ ହେ ଦିଗମ୍ବରା ଜାହ୍ନବୀ ଝର କୋଟି ଶିବ ଜିଣି ତନୁ ତେଜ ତୁହି ବ୍ରାହ୍ମଣୀ କାଶୀ ଅନ୍ନପୂର୍ଣ୍ଣା ବିଶ୍ୱ କଲ୍ୟାଣୀ ସର୍ବ ଜନନୀ ହେ କୃଷ୍ନା ମୁମୁକ୍ଷୁ ମାନସ ମନୋରମା କୃଷ୍ଣ ପାଦ ସରୋଜ

ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ

ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ ନମୋ ଶିବାୟ ଓଁ ହର ହର ଭୋଲେ ହର ହର ଭୋଲେ ଓଁ ନମୋ ଶିବାୟ ଶ୍ରୀଗୋବିନ୍ଦ ଛନ୍ଦା ପାଦ ଅବ୍ୟକ୍ତ ହେଲା ସକଳ ଇନ୍ଦ୍ରିୟଙ୍କୁ ସ୍ପର୍ଶ କରନ୍ତି ଅତି ବିକଳ ମନ ହେ ଆଶୁତୋଷ ହୁଅ ସଦୟ

ଗୋବିନ୍ଦ ହିଁ ଗାୟତ୍ରୀ ମନ୍ତ୍ର

ଗୋବିନ୍ଦ ହିଁ ଗାୟତ୍ରୀ ମନ୍ତ୍ର ଗୋବିନ୍ଦ ହିଁ ବୀଣା ଟଙ୍କାର ଗୋବିନ୍ଦ ହିଁ ତାଳ ମୃଦଙ୍ଗ ଗୋବିନ୍ଦ ହିଁ ପ୍ରଣବ ଓଁକାର

ଏହି ସଂସାରରେ ଯାହାଟି ସବୁଠୁଁ ମଧୁର

ଏହି ସଂସାରରେ ଯାହାଟି ସବୁଠୁଁ ମଧୁର ସେହି କୃଷ୍ଣ ନାମ କୃଷ୍ଣ ରୂପ କୃଷ୍ଣ ଲୀଳା କଳିରେ ଛନ୍ଦା ପାଦକୁ ଲୁଚାଇ ବସିଅଛି ସେହି ନୀଳାଚଳ ମାଧୁରୀ ଚକାଡୋଳା

ସାଇ ଯିଏ କୃଷ୍ଣ ସିଏ

ସାଇ ଯିଏ କୃଷ୍ଣ ସିଏ ବ୍ରହ୍ମଦାରୁ ଦୁଇ ଫଳ ସାଇକୃଷ୍ଣ ଏକ ତନୁ ପ୍ରଶାନ୍ତି ଦି ପାଦତଳ

ଏହି ଦୃଶ୍ୟ ଅଦୃଶ୍ୟ ସଂସାର ବେତାଳ

ଏହି ଦୃଶ୍ୟ ଅଦୃଶ୍ୟ ସଂସାର ବେତାଳ ମାୟା ଆଚ୍ଛନ୍ନ ଜୀବର ମନଟି ବିକ୍ରମ ନିରନ୍ତର ହୃଦରେ ଚିନ୍ତ ବଂଶୀବଦନ ଅତି ସହଜ ହେବ ଶଶ୍ମାନ ଅତିକ୍ରମ

ଧର୍ମ ପଥରେ ଚାଲିଲେ ଶରୀର ହୁଏ ଦରଦ

ଧର୍ମ ପଥରେ ଚାଲିଲେ ଶରୀର ହୁଏ ଦରଦ କିନ୍ତୁ ହୃଦୟ ହୁଏ ଅତି ନିର୍ମଳ ଅତି କୋମଳ ସତ୍ୟ ଶାନ୍ତି ଦୟା କ୍ଷମା ସଙ୍ଗେ ବହିବା କଷ୍ଟ କିନ୍ତୁ ଜୀବନେ ଅତି ସୁଲଭ ହୁଅନ୍ତି ଗୋପାଳ

Monday, 24 February 2025

ତୋର ଆଖିରେ ଯେତେ ସ୍ନେହଁ ମାଆ

ତୋର ଆଖିରେ ଯେତେ ସ୍ନେହଁ ମାଆ ମୋର ମାଆ ଆଖିରେ ଥିଲା ସେତିକି ଲୁହରେ ବୁଡି କେତେ ଖୋଜଇ ମାଆ ତୋ ପଣତେ ପୋଛିଦେ ନେଇ କତିକି

ଆଜି ପିଇ ବଞ୍ଚିବା ରାମ ନାମ ସୁଧା

ଆଜି ପିଇ ବଞ୍ଚିବା ରାମ ନାମ ସୁଧା କାଲି ପିଇ ବଞ୍ଚିବା କୃଷ୍ଣ ନାମ ସୁଧା ପହରି ଦିନ ପିଇବା ମିଶାମିଶି କରି ଅଢେଇଦିନ ନ ବାଧିବ ପଥ ବାଧା

ନିଷ୍ପାପ ମନଟିଏ କ୍ଷୀର ହାଣ୍ଡି ହେଲେ

ନିର୍ମଳ ମନଟିଏ କ୍ଷୀର ହାଣ୍ଡି ନିର୍ମଳ ଭାବନା କ୍ଷୀର ସର ନିର୍ମଳ ହୃଦଟିଏ ନନ୍ଦରାଣୀ ବାତ୍ସଲ୍ୟ ଭକ୍ତି ବଂଶୀଧର

ଯେମିତି ସ୍ନେହଁ ଦେଇଛୁ ପୁଷ୍ପଟିଏକୁ

ପୁଷ୍ପଟିଏ ସମ ମୁହିଁ ତୋହର ସୃଷ୍ଟି ଚକାଡୋଳା ହେ ସ୍ନେହଁ କର ବୃଷ୍ଟି ନିର୍ମଳ କୋମଳ ସୁଗନ୍ଧ ହୋଇଣ ଅବ୍ୟକ୍ତ ପଦରେ ହୋଇବି ଭେଟି

ଗୋଟିଏ ଅକ୍ଷରରେ ଶ୍ରୀମାନ ନାରାୟଣ ଓଁ

ଗୋଟିଏ ଅକ୍ଷରରେ ଶ୍ରୀମାନ ନାରାୟଣ ଓଁ ଅନେକ ଅକ୍ଷରରେ ସବୁ ଦେଵୀ ଦେବତା ଅଣଚାଷ ଅକ୍ଷରରେ ନାରାୟଣ ବିଶ୍ଵରୂପ ଅଶେଷ ସୁଖ ଘର ଅପଲକ ପିତା ମାତା

ଅବଢ଼ା ସ୍ଵୟମ ଜନନୀ ମହାଲକ୍ଷ୍ମୀ

ଅବଢ଼ା ସ୍ଵୟମ ଜନନୀ ମହାଲକ୍ଷ୍ମୀ ଛଡ଼ା ତୁଳସୀ ଉଦାର ଚକାଡୋଳା ନୀଳଚକ୍ରରୁ ନଜର ନ ଫେରିଲା ପତିତପାବନ ଦର୍ଶନ ସୁଭବେଳା

ତୁମେ ମୋହର ମୁହିଁ ତୁମର

ତୁମେ ମୋହର ମୁହିଁ ତୁମର ହେ କରୁଣା ଅବତାର ସାଇ ଅତି ଅପାର ତୋର ମହିମା ମୁଖରେ କିଏ ପାରିବ କହି

ସୁପଥକୁ ଆଣନ୍ତି କୁପଥରୁ ଟାଣି

ସୁପଥକୁ ଆଣନ୍ତି କୁପଥରୁ ଟାଣି ସେହି କେବଳ ଦୟାମୟ ସାଇ ସେହି ବଂଶୀଧର ଉତ୍ତମ ଗୁରୁ ସେ ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ଛାଇ

Sunday, 23 February 2025

ସକଳ ଇନ୍ଦ୍ରିୟଗଣ ନିଗ୍ରହ କଲେ

ସକଳ ଇନ୍ଦ୍ରିୟଗଣ ନିଗ୍ରହ କଲେ ସକଳ ସକଳ ଆକାର ହୁଏ ଏକ ଚକ୍ଷୁ ହୋଇଯାଏ ଅର୍ଦ୍ଧ ନିମୀଳିତ ସର୍ଵମୟ ଗୋବିନ୍ଦ ରୂପ ଭେକ

ତୁହି ମା ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି ସହୋଦରୀ

ତୁହି ମା ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି ସହୋଦରୀ ସକଳ ଦେବ କନ୍ୟା ଦୁର୍ଗା ଦୁର୍ଗତିନାଶିନୀ ଶ୍ୟାମା ତାରିଣୀ ଅଗ୍ନି ସମ୍ଭୁତ କମଳା ନଣନ୍ଦ ଶଙ୍କର ପତ୍ନୀ ଗଣପତି ମାତା ବିରଜା କ୍ଷେତ୍ର ଅଧିଷ୍ଠାତ୍ରୀ ତୁହି ଜନନୀ ମହାପୁଣ୍ୟ ବାରିଣୀ

ଶଙ୍କର ଜଟାରେ ସୁସ୍ଥିର ଅର୍ଦ୍ଧ ଚନ୍ଦ୍ର ଗଙ୍ଗା ଝର

ଶଙ୍କର ଜଟାରେ ସୁସ୍ଥିର ଅର୍ଦ୍ଧ ଚନ୍ଦ୍ର ଗଙ୍ଗା ଝର ସନାତନ ରାମ ନାମ ଚଞ୍ଚଳ ମାନସରେ ଭଜ ଆଞ୍ଜେନେୟ ହୃଦୟ କମଳରେ ସୁସ୍ଥିର ରାମ ରାମ ନାମ ରସ ସୁଧା ଚାଲ ଚାଖିଯିବା ଆଜ

ଚମ୍ପା ମଲ୍ଲି ମାଳତୀ ସେବତୀ କେତକୀ ତୋର ଦୁହିତା

ଚମ୍ପା ମଲ୍ଲି ମାଳତୀ ସେବତୀ କେତକୀ ତୋର ଦୁହିତା ଆ ମାଆ ଭୁବନେଶ୍ୱରୀ ଖୋସିଦେବୁ ତୋ ଖୋସାରେ ଆଜି ସନ୍ଧ୍ୟା ବ୍ରହ୍ମ ମୁହୂର୍ତ୍ତ ସବୁଠାରୁ ମହା ପୁଣ୍ୟ ବେଳା ମତି ହୋଇଛି ଶ୍ରୀମତି ମନ ମୋତିକୁ ଆଣିଛୁ ବସାରେ

ପଥରେ ସାଥିରେ ପଥର ହେଲେ

ପଥରେ ସାଥିରେ ପଥର ହେଲେ ତୁହି ଲଭିବୁ ମହାଦେବଙ୍କର ଭାବ ମହାଦେବଙ୍କର ବିଭୁତି ଚିତାଭସ୍ମ ବୈରାଗ୍ୟ ସହ ନାରାୟଣ ସୁଲଭ

ମୋର ତ୍ୟାଗ ସହିବା ଶକ୍ତି ନିସ୍ଵାର୍ଥ ଭାବ ନାହିଁ

ମୋର ତ୍ୟାଗ ସହିବା ଶକ୍ତି ନିସ୍ଵାର୍ଥ ଭାବ ନାହିଁ ଜନନୀ ମୁହିଁ ଅଧମ ଇନ୍ଦ୍ରିୟ ଫାସରେ ଆବଦ୍ଧ ମୁହିଁ ଅଧମ ତୋର ପାଦକୁ ସେବି ନ ପାରିଲି ମା ମହାନୁତାପ ଅଗ୍ନିରେ ମୁହିଁ ସଦାହୁଏ ଦଗ୍ଧ

ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି

ଗୋବିନ୍ଦ ବଳରାମଙ୍କ ଅତି ଅଲିଅଳି ସହୋଦରୀ ସର୍ବ ଦେବ କନ୍ୟା ଦୁର୍ଗା ଦୁର୍ଗତିନାଶିନୀ ତାରିଣୀ ଅଗ୍ନି ସମ୍ଭୁତ କମଳା ନଣନ୍ଦ ଶିବ ପତ୍ନୀ ପାର୍ବତୀ ମାଆ ବିରଜା ଅଧିଷ୍ଠାତ୍ରୀ ତୁହି ମହାପୁଣ୍ୟ ବାରିଣୀ

ଓଁ ନମୋ ବଳଭଦ୍ର

ଓଁ ନମୋ ବଳଭଦ୍ର ନମୋ ନମସ୍ତୁତେ ପ୍ରଭୁ ବଳଭଦ୍ର ଜଗନ୍ନାଥ ଅଗ୍ରଜ ଏହି ମହାପତିତ ପରେ ରଖ ଅପଲକ କୃପା ଦୃଷ୍ଟି ନମୋ ନମସ୍ତୁତେ ରେବତୀ ନାଥ ତାଳଧ୍ଵଜ ରତ୍ନ ରୋହିଣୀ ସୁତ ଧବଳ ଶରୀର ମଙ୍ଗଳ କର ବୃଷ୍ଟି

ଓଁ ନମୋ ନାରାୟଣ

ଓଁ ଶିବ ଯୋଗ ଓଁ ଶିବ ଜପ ଓଁ ଶିବ ଇଷ୍ଟ ଓଁ ଶିବାନନ୍ଦ ଓଁ ଶିବ ବନ୍ଧୁ ଓଁ ଶିବା ଭ୍ରାତା ଓଁ ଶିବାଳୟ ଶୋଭା ଓଁ ଶିବାଳୟ ଭୋଗ ଓଁ ଶିବ ଶକ୍ତି ଓଁ ଶିବ ଭକ୍ତି ଓଁ ଶିବ ତ୍ରାତ୍ତା

ଯେତେ ଯାହା ଦେଖିଲି ମୋର ଆଖିରେ

ଯେତେ ଯାହା ଦେଖିଲି ମୋର ଆଖିରେ ସଂସାରେ ଯେତେ ଯାହା କର୍ଣ୍ଣରେ ଶୁଣିଲି ଶ୍ରୀଗୋବିନ୍ଦଙ୍କ ଲୀଳା ସଂକୀର୍ତ୍ତନ ସୁଧାସିନ୍ଧୁ ବୈଷ୍ଣବ ପିଣ୍ଢାରେ ବିଶ୍ରାମ ବିଛଣା ପାରିଲି

ସତ୍ୟ ଧର୍ମ ପଥରେ ଚାଲୁଥାରେ ମୋହର ମାନସ

ସତ୍ୟ ଧର୍ମ ପଥରେ ଚାଲୁଥାରେ ମୋହର ମାନସ ଯଥା ସମର୍ଥ ଉଦାର ଚିତ୍ତେ ବାଣ୍ଟି ଦୟା କ୍ଷମା ଶାନ୍ତି ଶ୍ରୀମଦ୍ଭାଗବତ କୃଷ୍ଣାର୍ଜୁନ ସମ୍ବାଦ ଅମୃତରେ ଭରା ଆସିବେ ବଂଶୀଧର ବନମାଳୀ ନବଦୁର୍ବାଦଳ କାନ୍ତି

ବୈଷ୍ଣବ ଗଳାରେ ତୁଳସୀ ମାଳା

ବୈଷ୍ଣବ ଗଳାରେ ତୁଳସୀ ମାଳା ଶୋଭା ଯେସନେ ଗୋବିନ୍ଦ ବକ୍ଷ ନାରାୟଣ ନାରାୟଣ ନାରାୟଣ ପାଦ କମଳା ଚକ୍ଷୁ ପୁଣ୍ଡରୀକାକ୍ଷ

Saturday, 22 February 2025

ଦେହରେ ଜୀବନ ସ୍ଥାପନ ଆଗରୁ

ଦେହରେ ଜୀବନ ସ୍ଥାପନ ଆଗରୁ ଫଳ ପୁଷ୍ପ କାଣ୍ଡରେ ଭରିଲୁ ରସ ସନ୍ତାନଟିଏ ଭୂମିଷ୍ଠ ହେଵା ପୂର୍ବରୁ ପିତା ମାତା ହୃଦରେ ଭରିଲୁ ହସ