Thursday 29 February 2024

ଗୋଟିଏ ଫୁଲ ଚାଙ୍ଗୁଡ଼ିରେ ତିନୋଟି ପ୍ରଭା

ଗୋଟିଏ ଫୁଲ ଚାଙ୍ଗୁଡ଼ିରେ ତିନି ଦିବ୍ୟ ପ୍ରଭା ନବ ତୁଳସୀ ନବ ବେଳ ପତ୍ର ନାଲି ମନ୍ଦାର ଗୋଟିଏ ଅକ୍ଷର ମନ୍ତ୍ରରେ ତିନି ଦିବ୍ୟ ଭାବ ଅକାର ଉକାର ମକାର ଓଁ ଅତିବ ସୁନ୍ଦର

ଅତସୀ ପୁଷ୍ପ ଶୋଭା ଦେହ

ଅତସୀ ପୁଷ୍ପ ଦେହର କାନ୍ତି ମଲ୍ଲି ପୁଷ୍ପରେ ଗଳାର ମାଳ ପଦ୍ମ ଅଧରେ ମଧୁର ବଂଶୀ ପଦ୍ମ ହୃଦୟରେ କୃପା ଢାଳ

ଅଗ୍ନିରୁ ଜାତ ମାଆ ଗୋ କନକ ଦୁର୍ଗା

ଅଗ୍ନିରୁ ଜାତ ମାଆ ଗୋ କନକ ଦୁର୍ଗା ନୂତନ ମେଘରେ ବିଜୁଳି ସମ ଦେହ ଲୋଭ କାମ କ୍ରୋଧ ପାଖ ନ ମାଡ଼ନ୍ତି ମାଆ ଗୋ ଦିଶିଗଲେ ତୋହର ମୁଁହ [୧] ଭୂମିରୁ ଜାତ ମାଆ ଗୋ ଶାନ୍ତ ସୀତା ସହିଷ୍ନୁତାରେ ବସୁଧାକୁ ଗଲୁ ବଳି ଲୋଭ କାମ କ୍ରୋଧ ସହି ନ ପାରେ ମାଆ ଗୋ ତୋ ଆଶିଷ ଦିଅ ଢାଳି [୨] ସିନ୍ଧୁରୁ ଜାତ ମାଆ ଗୋ ପଦ୍ମାଳୟା ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଗନ୍ଧ ଦେହ ଲୋଭ କାମ କ୍ରୋଧ ବହୁତ ପିଡ଼ନ୍ତି ମାଆ ଗୋ ମୁକୁଳିବା ପଥ କହିଦିଅ [୩]

Wednesday 28 February 2024

ତୁମରି ଅଖିଳ ସଂସାର ଭିତରେ ହେ ଗୋବିନ୍ଦ

ତୁମରି ଅଖିଳ ସଂସାର ଭିତରେ ହେ ଗୋବିନ୍ଦ ଦେହ ମନ ବୁଦ୍ଧିକୁ ନେଇ ମୋ ଛୋଟ ସଂସାର ତୁମରି ଚକାଆଖି ରବି ସୁଧାକର ହେ ଗୋବିନ୍ଦ ଚାହଁ ଥରେ ପହଡ଼ ପଡିଥାଉ କବାଟ କଂସାର

Tuesday 27 February 2024

ମୋର ହୃଦୟ ଜପୁଥିବ ତାରିଣୀ ତାରିଣୀ

ମୋର ହୃଦୟ ଜପୁଥିବ ତାରିଣୀ ତାରିଣୀ ମାଆ ଗୋ ତୋ ଅଳାକୁ ପହଁରା କରୁଥିବି ମୋର ନୟନ ଦେଖୁଥିବ ତାରିଣୀ ତାରିଣୀ ମାଆ ଗୋ ତୋ ଲାଗି ମନ୍ଦାର ତୋଳୁଥିବି

ଶ୍ରୀଗୋବିନ୍ଦ ହୃଦୟରେ ବସିଥିଲେ ସ୍ୱର୍ଗ

ଶ୍ରୀଗୋବିନ୍ଦ ହୃଦୟରେ ବସିଥିଲେ ସ୍ୱର୍ଗ ଏଥର ଭେଟିଲେ ତାଲା ପକାଇ ଦେବି ଗଳାରେ ଲମ୍ବାଇ ତୁଳସୀ ଦୟଣା ମାଳ ମା କମଳା ସେବିତ ପାଦକୁ ସେବୁଥିବି

ମୋ ହୃଦୟ ଜପୁଥିବ ଗୋବିନ୍ଦ ଗୋବିନ୍ଦ

ମୋର ହୃଦୟ ଜପୁଥିବ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ହେ ବାଇଆ ବସାକୁ ସଜାଡୁଥିବି ମୋର ଆଖି ଦେଖୁଥିବ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ହେ ବାଇଆ ବସାରେ ଝୁଲୁଥିବି

Monday 26 February 2024

କନକ ଚମ୍ପା ଗୋରୀ ବୃଷଭାନୁ ସୁତାର ତନୁ

କନକ ଚମ୍ପା ଗୋରୀ ବୃଷଭାନୁ ସୁତାର ତନୁ ପଦ୍ମ ପାଦରେ ପାଉଁଜି ରୁଣୁ ଝୁଣୁ ରୁଣୁ ଝୁଣୁ ନବ ଦୁର୍ବାଦଳ ଶୋଭା ପୀତ ବସନ ମାଳୀ ମଧୁରାଧରେ ମୃଦ୍ୟୁ ମୃଦ୍ୟୁ ମୋହନ ବେଣୁ

ରାଧା ପାଦ ପାଉଁଜି ମିଳିଲା କଦମ୍ବ ମୂଳରୁ

ରାଧା ପାଦ ପାଉଁଜି ମିଳିଲା କଦମ୍ବ ମୂଳରୁ ଆହାଃ ସେ କୃଷ୍ଣ କେଡେ ଅପବାଦ ଦେଲେ ରାଧା କାଖ କଳସୀ ମିଳିଲା ଯମୁନା କୂଳରୁ ଆହାଃ ସେ କୃଷ୍ଣ କେଡେ ହଟ ହଟା କଲେ

Sunday 25 February 2024

ଆଖିରୁ କାନରୁ ନେଇ ହୃଦୟେ ଥୋଇ

ଆଖିରୁ କାନରୁ ନେଇ ହୃଦୟେ ଥୋଇ ହରି ହେ ମନ ବୁଦ୍ଧି ଚଳାନ୍ତି ଏ ସଂସାର ଅଜନ୍ମା ଅଜର ଅଚିନ୍ତ୍ୟ କାହୁଁ ଭେଟିବେ ଶ୍ରୀମନ୍ଦିର ଦୁଆରରେ କବାଟ କଂସାର

ତନ୍ମାତ୍ର ବିନ୍ଦୁ ଅର୍ଦ୍ଧମାତ୍ରା ମାତ୍ରା ଏକାକ୍ଷର

ତନ୍ମାତ୍ର ବିନ୍ଦୁ ଅର୍ଦ୍ଧମାତ୍ରା ମାତ୍ରା ଏକାକ୍ଷର ଏହି ସକଳ ଭବ ବିଭୁତି ତୁହି ମା ଶକ୍ତି କେମିତି ନେବୁ ମୋର ହାତରୁ ମନ୍ଦାର ଏହି ପତିତ ନ ଜାଣେ ମନ୍ତ୍ର ତନ୍ତ୍ର ଭକ୍ତି

ଦୁଇ ପାଦରେ ଦୁଇ ଜବା

ଦୁଇ ପାଦରେ ଦୁଇ ଜବା ଥୋଇ ପଶିଲି ମା ଶରଣ କଇଁକୁ ଚନ୍ଦ୍ର ପଦ୍ମକୁ ସୂର୍ଯ୍ୟ ତୁହି ମୋର ଆଶା କିରଣ

ଏଡିକି ବିଶାଳ ବକ୍ଷ ସେହି ଶ୍ରୀଗୋବିନ୍ଦ

ଯାହାର ବିଭୁତି ଏହି ଅଖିଳ ନିଖିଳ କିମ୍ପା ସେ ଅଧା ଗଢା ରୂପ ଧରେ ଯାହାର ଘରଣୀ ସ୍ୱୟଂ ମା କମଳା କିମ୍ପା ସେ ଅବଢାରେ ମନ ଭରେ

Saturday 24 February 2024

ପ୍ରତି ଅକ୍ଷର ଅକ୍ଷରରେ ଭରା ସୁଧା

ପ୍ରତି ଅକ୍ଷର ଅକ୍ଷରରେ ଭରା ସୁଧା ପ୍ରତି ଧାଡିରେ ଧାଡିରେ ଭରା ସୁଧା ଏଡିକି ଉଦାର ମଧୁର ରାଧା ମାଧବ ଶ୍ରୀଗୀତ ଗୋବିନ୍ଦରେ ପଡିଲି ବନ୍ଧା

କର୍ମ ଅନୁସାରେ ଫଳ

କର୍ମ ଅନୁସାରେ ଫଳ ଫଳ ଅନୁସାରେ ତୁଷ୍ଟି ତୁଷ୍ଟି ଅନୁସାରେ ବୃତ୍ତି ବୃତ୍ତି ଅନୁସାରେ ସୃଷ୍ଟି

କର୍ଣ୍ଣ ପଥରେ କୃଷ୍ଣ ଅମୃତ

କର୍ଣ୍ଣ ପଥରେ କୃଷ୍ଣ ଅମୃତ ନୟନ ପଥରେ କୃଷ୍ଣ ସୁଧା ଭକ୍ତି ପଥରେ କୃଷ୍ଣ ଆଶ୍ରୟ ତ୍ରିକୂଟ ପଥେ କୃଷ୍ଣ ରାଧା

ଉତ୍ତପ୍ତ ଭୂମିରେ ପଡି ଅସହାୟ ମଞ୍ଜିଟିଏ

ଉତ୍ତପ୍ତ ଭୂମିରେ ମୁଁହି ଅସହାୟ ମଞ୍ଜିଟିଏ କୃପା ବାରି ବରଷା କର ମା ଗୋ ଶ୍ୟାମା ଏଡିକି ପାଷାଣୀ ହେଲୁ ଡାଳରୁ ଫିଙ୍ଗିଲୁ ମାଆ କେବଳ ପିନ୍ଧାଇ ଗୋଟିଏ ଜାମା

ଦେହ ମନ ବୁଦ୍ଧି ତିନିହେଁ ମିଳି

ଦେହ ମନ ବୁଦ୍ଧି ତିନିହେଁ ମିଳି ମିଶି ଅର୍ଜିତ କର୍ମ ଫଳକୁ ବାଣ୍ଟି ଖାଇଲେ ବୃଦ୍ଧ ଶିଶୁ ଭିକ୍ଷୁକ ଜଣକୁ ନ ଦେଲେ ଅଧା ଗଢ଼ା ଅବଢ଼ାକୁ ଚାହିଁ ରହିଲେ

Friday 23 February 2024

ଶ୍ରୀରାଧାଙ୍କ ପାଦ କମଳରେ ମଥାକୁ ରଖିବୁ

ଶ୍ରୀରାଧାଙ୍କ ପାଦ କମଳରେ ମଥାକୁ ରଖିବୁ ସର୍ବ ଜନନୀ ସହି ନ ପାରିବ ସନ୍ତାନ ଦୁଃଖ ମାୟା ବନ୍ଧନ ଖୋଲି ମାଆ କୋଳକୁ ନେବ ଅତି ପାଖେ ଦେଖିବୁ ବ୍ରହ୍ମାନନ୍ଦ ବଂଶୀ ମୁଖ

କର୍ମ ଥିଲେ ଧର୍ମ ବାଟରେ

କର୍ମ ଥିଲେ ଧର୍ମ ବାଟରେ କର୍ତ୍ତା କର୍ମ କ୍ରିୟା ତରିଯାନ୍ତି ରାଧା ପାଦ ସେବା କଲେ କୃଷ୍ଣ ଆପଣାର ହେଇଯାନ୍ତି

ମାତୃଭାଷା କଥା ହେବ

ମାତୃଭାଷା କଥା ହେବ ରସଗୋଲା ଠାରୁ ମିଠା ମାତୃଭୂମି ବଞ୍ଚିବା ଖୁସି ପୂର ଭରା ମଣ୍ଡା ପିଠା

Thursday 22 February 2024

ତୁହି ବାପ ତୁହି ମାଆ

ମା ଗୋ ତୁହିଁ ସୃଷ୍ଟି ସ୍ଥିତି ଲୟ ତୋ ଦେହରୁ ଖଣ୍ଡେ ଏ କାୟା ବାପ ଛେଉଣ୍ଡ କାହାର ହେବ ଢାଙ୍କି ରଖିଥିବୁ ପଣତ ଛାୟା

ଚଣ୍ଡୀଦାସଙ୍କର ପାଦ ଚିହ୍ନ ଅନୁସରଣ କରି

ଚଣ୍ଡୀଦାସଙ୍କର ପାଦ ଚିହ୍ନ ଅନୁସରଣ କରି ପହଞ୍ଚିଲି ଯାଇ ମାଆ କଟକ ଚଣ୍ଡୀ ଅଳାରେ କରୁଣାମୟୀର ମୁଁହ ଆଳତିରେ ଝଲସୁଥିଲା କରୁଣା ହୀରା ଝଡି ପଡୁଥିଲା ଭକ୍ତ ଥାଳିରେ

ବୈଷ୍ଣବର ପଦାଙ୍କ ଅନୁସରଣ କରି

ବୈଷ୍ଣବର ପଦାଙ୍କ ଅନୁସରଣ କରି ପହଞ୍ଚିଲି ସୁଶୀତଳ ଛାୟା ବୃନ୍ଦାବନ ବୃନ୍ଦାବନ ବିହାରୀର ଅଧର ବଂଶୀ ଦର୍ଶନେ ଧୀର ହେଲା ଚଞ୍ଚଳ ମନ

କୃଷ୍ଣ କୃଷ୍ଣ କେଡେ ଭାବରେ ଡାକୁଥିଲି

କୃଷ୍ଣ କୃଷ୍ଣ କେଡେ ଭାବରେ ଡାକୁଥିଲି ସେହି କୃଷ୍ଣ ହିଁ ମୋ ମନ ଚୋରି କଲା ଶୁନ୍ୟ ଦେହ ନେଇ ମୁଁ କେମିତି ବଞ୍ଚିବି ସେହି କୃଷ୍ଣକୁ ହିଁ ଝୁରି ମୋ ଦିନ ଗଲା

Wednesday 21 February 2024

ସଞ୍ଜ ନଇଁଲେ ତୋହର ଆଳତି ମାଆ

ସଞ୍ଜ ନଇଁଲେ ତୋହର ଆଳତି ମାଆ ତୋତେ ଦର୍ଶନ ତୃଷା ଯାଏ ବଢି ବଢି ପୁଅ ଭାବି ଥରୁଟିଏ ଡାକିବୁ ମା ଗୋ ମନ ପକ୍ଷୀ ମୋ ଆସିଯିବ ଉଡି ଉଡି

ନଉକାର ନାମ ରାମ

ନଉକାର ନାମ ରାମ ନାଉରିର ନାମ ରାମ ଆହୁଲାର ନାମ ରାମ ବସିଲେ ସରିଲା କାମ

ତୁହି ହେଲେ ଅଷ୍ଟ ପ୍ରହରୀ

ତୁ ହେଲେ ଆଦି ଅନାଦି ମୋ ଜୀବନ ବର୍ତ୍ତମାନ ତୁ ହେଲେ ଅଷ୍ଟ ପ୍ରହରୀ ମୋ ଜୀବନ ସଂକୀର୍ତ୍ତନ

ସାତ ତାଳ ପାଣି ତଳେ ଆଠ ତାଳର ପଙ୍କ

ସାତ ତାଳ ପାଣି ତଳେ ଆଠ ତାଳର ପଙ୍କ ପଙ୍କ ତଳେ ଦିବ୍ୟ ଗୋଟିଏ ସୁବର୍ଣ୍ଣ ଫରୁଆ ଫରୁଆରେ କୃଷ୍ଣ କୃଷ୍ଣ ଜପେ କଳା ଶାରୀ ଶାରୀକୁ ଧରିବା ମୁଁ ପାଇଁ ପିନ୍ଧିଲି ଗେରୁଆ

ତୁ ହେଲେ ବସନ୍ତ

ତୁ ହେଲେ ବସନ୍ତ ମୁଁ ମଳୟ ପବନ ତୋ ପରଶ ଲାଗି ମୁଁ ସୁବାଷ ଚନ୍ଦନ

Tuesday 20 February 2024

ତୁଳସୀ ଦାସ ଦେଖିଲା ରାମ ରାମ ରାମ

ତୁଳସୀ ଦାସ ଦେଖିଲା ରାମ ରାମ ରାମ ସାଲବେଗ ନୟନ ପଥରେ ଚକା ଡୋଳା ହରିଦାସ ହୃଦୟ ପଦ୍ମରେ ହରି ହରି ହରି ମୀରାବାଇ ଗିରିଧରରେ ହେଲା ପାଗଳା

ଝୁମକ ଝୁମକ ଝୁମକ ଝୁମ ପାଦରେ ନୁପୂର

ଝୁମକ ଝୁମକ ଝୁମକ ଝୁମ ପାଦରେ ନୁପୂର କାଳିୟ ଶିରରେ କାଳୀୟ ଦଳନ ବନମାଳୀ ମଧୁର ମଧୁର ମଧୁର ମଧୁ ଅଧରେ ବଂଶୀ ଚନ୍ଦନ ଚର୍ଚ୍ଚିତ କପୋଳରୁ ଝାଳ ପଡେ ଗଳି

କିଏ କହେ ତୋ ପାଦ ପାଣି ନାହିଁ

କିଏ କହେ ତୋ ପାଦ ପାଣି ନାହିଁ କିଏ ଦର୍ଶନ କରେ ଚର୍ତ୍ତୁଭୂଜ ରୂପ କିଏ କହେ ତୋର ନାମରେ ବାସ କି କହିବି ଦେହ ମନେ ମୋ ପାପ

Monday 19 February 2024

ଥରେ ତୋ କୋଳକୁ ଆଉଜି ନେ ମା

ଥରେ ତୋ କୋଳକୁ ଆଉଜି ନେ ମା ମା ଗୋ ମୋତେ ଗୋଡ଼ଉଛି ମରଣ ତ୍ରାହି ତ୍ରାହି ତ୍ରାହି ମାଆ ଗୋ ଚଣ୍ଡୀକେ ତୋ ପଦ୍ମ ପାଦରେ ଗଲି ମୁଁହି ଶରଣ

ମାନସ ସରୋବରରେ ଦେଖ କାଳୀୟ ଦଳନ

ମାନସ ସରୋବରରେ ଦେଖ କାଳୀୟ ଦଳନ ଛନ୍ଦା ପାଦରେ କି ଅପୂର୍ବ ଶୋଭା ପୁଣ୍ଡରୀକାକ୍ଷ ଚନ୍ଦନ ଚର୍ଚ୍ଚିତ କପୋଳେ ଦେଖ ଝାଳ ବିନ୍ଦୁ ବିନ୍ଦୁ ନବ ଦୁର୍ବାଦଳ ତନୁରୁ ଖସି ହେଉ ମୋ ମୋକ୍ଷ

Sunday 18 February 2024

ରାମ ରାମ ରାମ ଶିଳାରେ ଲେଖିଲେ

ରାମ ରାମ ରାମ ଶିଳାରେ ଲେଖିଲେ ଅଥଳ ସମୁଦ୍ରରେ ଶିଳା ସବୁ ଭାସିଲା ରାମ ରାମ ରାମ ରାମ ଶିବ ଜପିଲେ ଜଟାରେ ପୁଣ୍ୟତୋୟା ଗଙ୍ଗା ନାଚିଲା

କରୁଣା ସମୁଦ୍ର ରାମ ରାମ ରାମ

କରୁଣା ସମୁଦ୍ର ରାମ ରାମ ରାମ ଶବରୀର ଭାଵ ଡୋରିରେ ବନ୍ଧା ଅଇଁଠା ଫଳ ଭୁଞ୍ଜି ହେଲ ସନ୍ତୁଷ୍ଠ ଭକ୍ତ ହୃଦୟ ସନ୍ଧ୍ୟା ରଜନୀ ଗନ୍ଧା

କରୁଣା ସମୁଦ୍ର ଶ୍ରୀରାମ

କରୁଣା ସମୁଦ୍ର ଶ୍ରୀରାମ ଦର୍ଶନ ଆନନ୍ଦ ଜୁଆର ବହୁ ଯୋନି ଗମି ଥକା ଖୋଲ ମନ୍ଦିର ଦୁଆର

ଶରଣାଗତ ପ୍ରିୟ ହେ ଶ୍ରୀରାମ

ଶରଣାଗତ ପ୍ରିୟ ହେ ଶ୍ରୀରାମ ଭାଵ ଭକ୍ତିର ଆକାର ଶ୍ରୀରାମ ଶରଣ ଶରଣ ପାଦ ସରୋଜ କରୁଣା ବରୁଣାଗାର ଶ୍ରୀରାମ

ଶରଣାଗତ ପ୍ରିୟ ହେ ଶ୍ରୀରାମ

ଶରଣାଗତ ପ୍ରିୟ ହେ ଶ୍ରୀରାମ ବିଭୀଷଣ ରକ୍ଷଣ ହେ ଶ୍ରୀରାମ ଶରଣ ଶରଣ ଅହଲ୍ୟା ତାରଣ ଶରଣ ଶରଣ ଶରଣ ଶ୍ରୀରାମ

କେଶରର ସଂଲଗ୍ନ ସମସ୍ତ ପାଖୁଡା

କେଶରର ସଂଲଗ୍ନ ସମସ୍ତ ପାଖୁଡା ହାଣ୍ଡି କଳା ଭ୍ରମର ଗଲା ଚୁମି ଚୁମି ମାଆର ପାଦପଦ୍ମ ମହାରାସ କୁଞ୍ଜ ରାଧା କୃଷ୍ଣ ଖୋଜେ ମୁଁ ଭ୍ରମି ଭ୍ରମି

ହୃଦୟରେ ତୁଳସୀ ଟାହିଆରେ ତୁଳସୀ

ହୃଦୟରେ ତୁଳସୀ ଟାହିଆରେ ତୁଳସୀ ତୁମର ଚରଣରେ ଅର୍ପଣ କଲି ତୁଳସୀ ହେ ତୁଳସୀ ରସିଆ କରୁଣା ଅନ୍ତରଙ୍ଗା ଶୂନ୍ୟ ନ କରିବ ଭାବର ଜଳ କଳସୀ

ଅପଲକ ପହଞ୍ଚରେ ସମସ୍ତ ବିଶୁଦ୍ଧ ଜଳଦ ପୁଞ୍ଜ

ଅପଲକ ପହଞ୍ଚରେ ସମସ୍ତ ବିଶୁଦ୍ଧ ଜଳଦ ପୁଞ୍ଜ ସମସ୍ତ ଜଳଦ ପୁଞ୍ଜରେ ଭାସମାନ ଯେତେ ବାଷ୍ପ ଅପଲକର ପହଞ୍ଚରେ ସମସ୍ତ ଏ ବୃକ୍ଷ ଲତା ଗୁଳ୍ମ ସମସ୍ତ ବୃକ୍ଷ ଲତା ଗୁଳ୍ମରେ ଫୁଟେ ଯେତେ ପୁଷ୍ପ

Saturday 17 February 2024

O beloved, I am too alive today

O beloved, I am too alive today Today, too, your kind eyes, I saw O beloved, let it happen everyday My love, I am in the death jaw

କରୁଣା ନଗରୀ ଆଗରେ ଥରେ ଚାଲି ଗଲି

କରୁଣା ନଗରୀ ଆଗରେ ଥରେ ଚାଲି ଗଲି କରୁଣାମୟୀ କରୁଣା ବର୍ଷା କରି ଓଦା କଲା କରୁଣାର ନଗରୀ ପାଦରେ ଦେଲି ମନ୍ଦାର କରୁଣାମୟୀ କରୁଣା ବହି ସ୍ମିତ ହସିଦେଲା

ନିଷ୍କପଟ ହୃଦୟ ମହାନ ଭାଗବତର ଟୁଙ୍ଗି

ନିଷ୍କପଟ ହୃଦୟ ମହାନ ଭାଗବତର ଟୁଙ୍ଗି ପର ମଙ୍ଗଳ ଚିନ୍ତନ ଭାଗବତ ଟୁଙ୍ଗି ଦୀପ ଦୀପ ଜାଳି ଭାଗବତ ଏକ ଅଧ୍ୟାୟ ପଢ଼ିଲି ପତିତ ଦେହରୁ ଝଡି ପଡିଲା ମହା ପାପ

Friday 16 February 2024

ତୁଳସୀ ଦୟାଣାର ପତ୍ର ଛୋଟ ଛୋଟ

ତୁଳସୀ ଦୟାଣାର ପତ୍ର ଛୋଟ ଛୋଟ କେଡେ ବିଶାଳ ବକ୍ଷରେ ସେ ଶୋହେ ବାଉଁଶ ବଇଁଶୀର ଛିଦ୍ର ଛୋଟ ଛୋଟ କେଡେ ମଧୁର ଅଧରେ ମନ ମୋହେ

ତୋର ଅଳାରେ ବଞ୍ଚିଲି ଦିବସ ରଜନୀ

ତୋର ଅଳାରେ ବଞ୍ଚିଲି ଦିବସ ରଜନୀ ତୋ ସହୋଦର ଶ୍ୟାମର ଭେଟ ପାଇଁ ମନ ଦେଲି ପରାଣ ଦେଲି ତାକୁ ମାଆ ତୋ ସହୋଦର ଶ୍ୟାମର ହୃଦୟ ନାହିଁ

ମନକୁ ଥୋଇଲି ତୋର ପଦ୍ମ ପାଦରେ

ମନକୁ ଥୋଇଲି ତୋର ପଦ୍ମ ପାଦରେ ମାଆ ଗୋ କେବେ ନ ଦେବୁ ଆଡେଇ ଭୂମିକୁ ଆସନ କରି ଅଳାରେ ଶୋଇଲି ମାଆ ଗୋ ପଣତରେ ଦେବୁ ଘୋଡେଇ

ଜୀବନ ସାରା ଯାହା ଲାଗି ଦିଅଁ ଦେବତା ପୂଜିଲୁ

ଜୀବନ ସାରା ଯାହା ଲାଗି ଦିଅଁ ଦେବତା ପୂଜିଲୁ ମାଆ ସେ ସନ୍ତାନ ଆଖିରେ କେମିତି ସହୁଛୁ ଲୁହ ମା ଥକି ଗଲୁ କି ଅଭିମାନେ ଚେଇଁ କି ଶୋଇଲୁ ଉଠୁ ଉଠୁ ମାଆ ସେ ସନ୍ତାନକୁ କଥା ପଦେ କହ