ଅଗ୍ନିରୁ ଜାତ ମାଆ ଗୋ କନକ ଦୁର୍ଗା
ନୂତନ ମେଘରେ ବିଜୁଳି ସମ ଦେହ
ଲୋଭ କାମ କ୍ରୋଧ ପାଖ ନ ମାଡ଼ନ୍ତି
ମାଆ ଗୋ ଦିଶିଗଲେ ତୋହର ମୁଁହ [୧]
ଭୂମିରୁ ଜାତ ମାଆ ଗୋ ଶାନ୍ତ ସୀତା
ସହିଷ୍ନୁତାରେ ବସୁଧାକୁ ଗଲୁ ବଳି
ଲୋଭ କାମ କ୍ରୋଧ ସହି ନ ପାରେ
ମାଆ ଗୋ ତୋ ଆଶିଷ ଦିଅ ଢାଳି [୨]
ସିନ୍ଧୁରୁ ଜାତ ମାଆ ଗୋ ପଦ୍ମାଳୟା
ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଗନ୍ଧ ଦେହ
ଲୋଭ କାମ କ୍ରୋଧ ବହୁତ ପିଡ଼ନ୍ତି
ମାଆ ଗୋ ମୁକୁଳିବା ପଥ କହିଦିଅ [୩]
No comments:
Post a Comment