Saturday, 28 February 2026

ଶଙ୍କର ହୃଦୟ ପଦ୍ମରେ ରାମ

ଶଙ୍କର ହୃଦୟ ପଦ୍ମରେ ରାମ ଭରତ ଶିରରେ ରାମ କଠଉ ମାଆ ସୀତା ରାମ ଅର୍ଦ୍ଧାଙ୍ଗିନୀ ମାରୁତି ହସ୍ତରେ ରାମ ଚିଠାଉ

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ

କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ନାମ ଜପ ବ୍ରହ୍ମାନନ୍ଦ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ରୂପ ବ୍ରହ୍ମ ଛନ୍ଦାପାଦ

ଶ୍ରୀଜଗନ୍ନାଥଙ୍କର ସହସ୍ର ନାମ ମହା ପାବନ

ଶ୍ରୀଜଗନ୍ନାଥଙ୍କର ସହସ୍ର ନାମ ମହା ପାବନ ମହାଲକ୍ଷ୍ମୀ ହୃଦୟରେ ନିତ୍ୟ ପ୍ରୀତି ବର୍ଦ୍ଧକ ଚାରି ବେଦ ଏକ କଣ୍ଠରେ ସର୍ଵଦା ଗାଉଛନ୍ତି ଶ୍ରବଣେ ସୁଧା ପାନଠାରୁ ଉପକାରୀ ଅଧିକ

ରାମ ରାମ ରାମ ଜପରେ ବ୍ରହ୍ମାନନ୍ଦ

ରାମ ରାମ ରାମ ଜପରେ ବ୍ରହ୍ମାନନ୍ଦ ବ୍ରହ୍ମାନନ୍ଦ ବ୍ରହ୍ମଦାରୁ ମହାବାହୁ ଛାୟା ବ୍ରହ୍ମଦାରୁ ମହାବାହୁ ଛାୟା ବୈକୁଣ୍ଠ ବୈକୁଣ୍ଠ ଚକାଡୋଳା ଅଖିଳ କାୟା

ଶ୍ରୀଗୋବିନ୍ଦଙ୍କ ଦର୍ଶନ ସ୍ପର୍ଶ ସମ୍ଭାଷଣ

ଶ୍ରୀଗୋବିନ୍ଦଙ୍କ ଦର୍ଶନ ସ୍ପର୍ଶ ସମ୍ଭାଷଣ ତିନିହେଁ ହେଲେ ମୋତେ ସାତ ସପନ ଚକାଡ଼ୋଳାରେ ମୋ ଆତ୍ମାକୁ ଥୋଇଛି ପାଦେ ଶରଣ ଦେବେ ଦେବକୀ ନନ୍ଦନ

ସେହି ବୈଷ୍ଣବ ପାଦରେ କୋଟିଏ ପ୍ରଣାମ

ସେହି ବୈଷ୍ଣବ ପାଦରେ କୋଟିଏ ପ୍ରଣାମ ଯାହାକୁ ପୂଜା ବେଦିରେ ଭେଟ କମଳା ପତି ନାମ ରୂପ ଲୀଳା ହୃଦୟରେ ମୋ ନିରନ୍ତର ସତେ ଏହି ଜୀବନ ଲଭିବ କି ଶରଣାଗତି

ତୁମ୍ଭେ ଅବତରିଲେ ନର ନାରାୟଣ ହୋଇ

ତୁମ୍ଭେ ଅବତରିଲେ ନର ନାରାୟଣ ହୋଇ ବସୁଧା ହୁଏ ଚନ୍ଦନ ଅର୍ଗଳୀ ପ୍ରଶାନ୍ତି ନିଳୟ ଯେଣେ ଚାହିଁଲେ ତେଣେ କୃଷ୍ଣ ବାସୁଦେବ ପ୍ରତି ଭକ୍ତର ହୁଦୟ କମଳ କମଳା ଆଳୟ

ଚକ୍ଷୁକୁ ଦିଶେନା ଭକ୍ତର ଭକ୍ତି

ଚକ୍ଷୁକୁ ଦିଶେନା ଭକ୍ତର ଭକ୍ତି ପ୍ରେମ ଅନ୍ତକରଣରୁ ସମର୍ପିତ ନିର୍ମଳ ହୃଦୟ ଚନ୍ଦନ ଅର୍ଗଳୀ ନିତ୍ୟ ବାସ ଶ୍ରୀପତି ଜଗନ୍ନାଥ

Friday, 27 February 2026

ଶ୍ରୀରାମ ଶ୍ରୀକୃଷ୍ଣ ବାସୁଦେବ

ଶ୍ରୀରାମ ଶ୍ରୀକୃଷ୍ଣ ବାସୁଦେବ ନର ଦେହରେ ନୁହେଁ ଭେଟ ଗୁରୁ ବଚନକୁ ସଦା ମନ ଚିନ୍ତ ଆତ୍ମା ପାଉ ବୈକୁଣ୍ଠକୁ ବାଟ

ଶଙ୍କର ଉନ୍ମତ ହେଲେ ରାମ ନାମ ମଦ ପିଇ

ଶଙ୍କର ଉନ୍ମତ ହେଲେ ରାମ ନାମ ମଦ ପିଇ ପବନ ସୁତ ସମାନ ରାମ ରୂପକୁ ହୃଦେ ଧ୍ୟାୟି ଶଶ୍ମାନରେ ନିରନ୍ତର ପିଇଲେ ରାମ ନାମ ସୁଧା ବାମ ଜାନୁ ଉପରେ ମାଆ ପାର୍ବତୀଙ୍କୁ ଥୋଇ

ଶ୍ରୀରାମ ସୀତା ଲୀଳା କଥା ଅମୃତ ସମୁଦ୍ର

ଶ୍ରୀରାମ ସୀତା ଲୀଳା କଥା ଅମୃତ ସମୁଦ୍ର ଗଭୀରତା ମାପିବାକୁ ଗରୁଡ ହେଲେ ବାଇ ଶିବ କହନ୍ତି ଗରୁଡ କାକ ଭୂଷଣ୍ଡ ସଙ୍ଗ ହୁଅ ଶ୍ରୀରାମ ସୀତା ହିଁ ପରବ୍ରହ୍ମ ଦାରୁବ୍ରହ୍ମ ଛାଇ

ଯେଉଁଠି ବିଜ୍ଞାନର ଶେଷ

ଯେଉଁଠି ବିଜ୍ଞାନର ଶେଷ ସେହିଠାରେ ଜ୍ଞାନ ଆରମ୍ଭ ଯେଉଁଠି ସର୍ବଜ୍ଞ ଜଗନ୍ନାଥ ସେହିଠାରୁ ବିଶ୍ୱର ପ୍ରାରମ୍ଭ

ତୁହି ଚୈତ୍ର ମାସ ମଲ୍ଲି ମାଳା ହେ ରାମ

ତୁହି ଚୈତ୍ର ମାସ ମଲ୍ଲି ମାଳା ହେ ରାମ ବୈଶାଖ ରୋଦ୍ରରେ ପକ୍ଵ ରସାଳ ଆମ୍ବ ତୁହି ଆଷାଢ ଦ୍ଵିତୀୟା ନନ୍ଦୀଘୋଷ ରଥ ବ୍ରହ୍ମଦାରୁ କୋରଡରେ ପରମ ହଂସ ଡିମ୍ବ

ଉଷା କାଳରେ ଚିନ୍ତିବୁ ବିଷ୍ଣୁ ସହିତ କମଳା

ଉଷା କାଳରେ ଚିନ୍ତିବୁ ବିଷ୍ଣୁ ସହିତ କମଳା ପରିକ୍ରମା କରିବୁ ଶାନ୍ତାକାର ଅନନ୍ତ ଶୟନ ଅଭୟ ଚରଣ ସେବାରେ ଉଲ୍ଲସିତ ବସୁଧା ହୃଦୟ ପଦ୍ମରେ ଗାୟତ୍ରୀ କରୁଥିବୁ ଗାୟନ

ଚର୍ମ ନୟନକୁ ବ୍ରହ୍ମ ଚତୃର୍ଦ୍ଧା ଚକାଆଖି

ଚର୍ମ ନୟନକୁ ବ୍ରହ୍ମ ଚତୃର୍ଦ୍ଧା ଚକାଆଖି ଯୋଗ ନିଦ୍ରାକୁ ସ୍ବପ୍ନରେ ବ୍ରହ୍ମ ଗୋବିନ୍ଦ ଭକ୍ତ ଜୟଦେବଙ୍କୁ ବ୍ରହ୍ମ ଗୀତଗୋବିନ୍ଦ ଅଚିନ୍ତ୍ୟ ଅରୂପ ବ୍ରହ୍ମ ଶ୍ରୀରାଧା ବ୍ରହ୍ମାନନ୍ଦ

ଗୋବିନ୍ଦ ଆସନ୍ତି ଗୁରୁ ରୂପରେ

ଗୋବିନ୍ଦ ଆସନ୍ତି ଗୁରୁ ରୂପରେ ବତାଇ ଦେବାକୁ ଅନ୍ଧାରେ ବାଟ ମାତା ପିତା କୃଷ୍ଣ ଅଖିଳ ସୃଷ୍ଟିର ଚିକିତ୍ସା କରନ୍ତି ଲାଗିଲେ ଚୋଟ

ହେ ମୁକୁନ୍ଦ ମାଧବ ଗୋବିନ୍ଦ

ହେ ମୁକୁନ୍ଦ ମାଧବ ଗୋବିନ୍ଦ ପାଦ ପଙ୍କଜେ ଦିଅନ୍ତୁ ଶରଣ ହେ ଜନକ କନ୍ୟା ପତି ରାମ ଜାହ୍ନବୀ ଧାର ସମ୍ଭୁତ ଚରଣ

କାଳାତୀତ ଦ୍ଵନ୍ଦାତିତ ଗଗନ ସଦୃଶ

କାଳାତୀତ ଦ୍ଵନ୍ଦାତିତ ଗଗନ ସଦୃଶ ନାରାୟଣ ଗୋବିନ୍ଦ ରାମ ଅବତାର ଅଶରଣ ଶରଣ ବିଭୁ ଅଭୟ ଚରଣ ଆର୍ତ୍ତ ଜନ ଆକୁଳକୁ ତକ୍ଷଣ ଉତ୍ତର

କମଳା ହୃଦୟ ପଦ୍ମ କେଶର ଭ୍ରମର

କମଳା ହୃଦୟ ପଦ୍ମ କେଶର ଭ୍ରମର ଭକତ ହୃଦୟ ମନ୍ଦାର ନିତ୍ୟ ବନ୍ଦନ ଆରତ୍ତ ହୃଦୟ ଆଶଙ୍କା ଵିମୋଚନ ଅଖିଳ ହୃଦୟ ମନ୍ଦିର ପତିତପାବନ

ମଲ୍ଲି ଫୁଲ ଆଞ୍ଜୁଳେ ଛନ୍ଦା ପାଦରେ ଦେବି ବୋଲି

ମଲ୍ଲି ଫୁଲ ଆଞ୍ଜୁଳେ ଛନ୍ଦା ପାଦରେ ଦେବି ବୋଲି ସନ୍ଧ୍ୟା ସକାଳରେ ସେବା କଲି ଚୈତ୍ର ମଲ୍ଲି ମୂଳକୁ ବୈଶାଖ ମହା ରୌଦ୍ର ତାପରେ ସନ୍ତାପିତ ପରାଣ ବ୍ରହ୍ମଦାରୁ ମହାବାହୁ ଡାକନ୍ତ ଥରୁଟେ ଛାୟା ତଳକୁ

କାମ କ୍ରୋଧ ଲୋଭ ହିଂସା କପଟ ଅସୂୟା

କାମ କ୍ରୋଧ ଲୋଭ ହିଂସା କପଟ ଅସୂୟା ମନର ପରମ ଶତ୍ରୁ ଏହି ଛଅ ଜଣ ପଡିଶା ତଥାପି ଭରଷା ରଖିଛି ଭବୁ ପାରି ହୋଇବି ଜଗନ୍ନାଥ ମୋର ଇଷ୍ଟ ଘର ମୋର ଓଡିଶା

Thursday, 26 February 2026

ଗୋପାଳ କୃଷ୍ଣ ଶ୍ରୀରାଧା କୃଷ୍ଣ ଯଶୋଦା କୃଷ୍ଣ ସନ୍ଦୁର

ଗୋପାଳ କୃଷ୍ଣ ଶ୍ରୀରାଧା କୃଷ୍ଣ ଯଶୋଦା କୃଷ୍ଣ ସନ୍ଦୁର ମଧୁର ଦେବକୀ ଜୀବନ ରୁକ୍ମଣୀ ହୃଦୟ ସୀତା ରାମ ଶ୍ରୀଗୀତଗୋବିନ୍ଦ ଲେଖନୀ ଅର୍ଜୁନ ପ୍ରାଣ ସଖା ଶ୍ରୀକୃଷ୍ଣ ହରେ କୃଷ୍ଣ ହରେ ରାମ ନିତାଇ ଗୌର ରାଧେ ଶ୍ୟାମ

ହରେ କୃଷ୍ଣ ହରେ ରାମ

ହରେ କୃଷ୍ଣ ହରେ ରାମ ତୁଣ୍ଡରେ ଦେଲେ ସୁଧା ବାଳ ଗୋପାଳ ନୃତ୍ୟନ୍ତି କଣେଇ ଚାହାଁନ୍ତି ରାଧା

ଅଧାଗଢା ବୋଲି ମନ କାହାକୁ କହୁଛି

ଅଧାଗଢା ବୋଲି ମନ କାହାକୁ କହୁଛି ସେହି ପରା ମଧୁର ରାଧା ଚିତ୍ତ ଚୋର ବାଇଶି ପାହଚରୁ ଓଲ୍ହାଇ ଆସୁ ଅଛନ୍ତି ଭାଗ୍ୟ ଥିଲେ ପୁର୍ଣ୍ୟ ଥିଲେ ଧର ଧର

ଚକ୍ର ଆକାରରେ ଘୁରୁଛି ସକଳ ଜୀବ ଜୀବନ

ଚକ୍ର ଆକାରରେ ଘୁରୁଛି ସକଳ ଜୀବ ଜୀବନ କୃଷ୍ଣ ଛନ୍ଦା ପାଦ ଛୁଇଁବାକୁ ଉଛୁଳେ ଯୌବନ ବ୍ରହ୍ମଦାରୁ ମହାବାହୁ ଛାୟା ଆତ୍ମା ଅନନ୍ତ ଶୟନ ଗଳଗଣ୍ଡିଠାରେ ଆତ୍ମହରା ସାଲବେଗ ଯବନ

ଶ୍ରୀକାନ୍ତ ଶ୍ରୀଧର ଶ୍ରୀପତି ଶ୍ରୀରାମ ଶ୍ରୀକୃଷ୍ନ

ଶ୍ରୀକାନ୍ତ ଶ୍ରୀଧର ଶ୍ରୀପତି ଶ୍ରୀରାମ ଶ୍ରୀକୃଷ୍ନ ଗରୁଡ ବାହାନ ଶଙ୍କର ଯୋଗ ବ୍ରହ୍ମା ବନ୍ଦ୍ୟ ଶଙ୍କର୍ଷଣ ଅନୁଜ ସୁଭଦ୍ରା ପ୍ରିୟ ସହୋଦର ମୁକୁନ୍ଦ ମାଧବ ଗୋବିନ୍ଦ ବଂଶିଧର ଅନିନ୍ଦ୍ୟ

ଜୀବ ପରମକୁ ଝୁରିଲେ

ଜୀବ ପରମକୁ ଝୁରିଲେ ପରମ କି ଝୁରେ ଜୀବକୁ କୃଷ୍ଣ ତୁମ୍ଭେ କରୁଣାନିଧି ଘେନିବ ମନର ଭାବକୁ

ବ୍ରହ୍ମଦାରୁ ଚତୃର୍ଦ୍ଧା ବିଗ୍ରହ ଶାନ୍ତି ନିକେତନ

ବ୍ରହ୍ମଦାରୁ ଚତୃର୍ଦ୍ଧା ବିଗ୍ରହ ଶାନ୍ତି ନିକେତନ ପରବ୍ରହ୍ମ ତ୍ରିଭୁଜ ରାମ ଲକ୍ଷ୍ମଣ ସୀତା ସୁଧା ମୁହିଁ ମହା ପାତକୀ ଛନ୍ଦାପାଦରେ ଶରଣ ହେ ଚକାଡୋଳା ହର ସକଳ ଭଵ ବାଧା

କୃଷ୍ଣ ଛନ୍ଦା ଚରଣ କମଳ ଭେଟିବା ଆଶା ରଖ

କୃଷ୍ଣ ଛନ୍ଦା ଚରଣ କମଳ ଭେଟିବା ଆଶା ରଖ ମନ ଭ୍ରମରା ଯମଦ୍ୱାରରେ ନ ହୁଅ ଗୁଣୁ ଗୁଣୁ କର୍ଣ୍ଣକୁ ଡ଼େରିଥା ମାହନ ବଂଶୀ ମଧୁର ଧ୍ୱନୀକୁ ମେଣ୍ଟିବ ତୋ ଚିର ତୃଷା ଲଭିଲେ ବ୍ରହ୍ମ ରେଣୁ

ସୁଖ ଦିଅ ଅବା ଦୁଃଖ ଦିଅ

ସୁଖ ଦିଅ ଅବା ଦୁଃଖ ଦିଅ ସଦା ରହିଥାଅ ମୋ ପାଖ ରାଧା କୃଷ୍ଣ ଆମର ଯୋଡି ବ୍ରହ୍ମାନନ୍ଦ ତୋ କଳା ମୁଖ

Wednesday, 25 February 2026

ଶ୍ରୀଜଗନ୍ନାଥଙ୍କର ମହାଭକ୍ତ ଶ୍ରୀଜୟଦେବ ସ୍ୱାମୀ

ଶ୍ରୀଜଗନ୍ନାଥଙ୍କର ମହାଭକ୍ତ ଶ୍ରୀଜୟଦେବ ସ୍ୱାମୀ ଶ୍ରୀଗୀତଗୋବିନ୍ଦ ନିବେଦନ ଅସୀମ ପୟୋନିଧି ପଦ୍ମାବତୀ ରାନ୍ଧି ଭୁଞ୍ଜାଇଲେ ଶ୍ରୀରାଧା ଚିତ୍ତ ଚୋର ଶୁଣି ଆତ୍ମା ଚକାଡୋଳାରେ ବୁଡିଗଲା ନିରବଧି

ବ୍ରାହ୍ମଣରେ ଦୀର୍ଘ ଇକାର ଦେଲେ ବ୍ରାହ୍ମଣୀ

ବ୍ରାହ୍ମଣରେ ଦୀର୍ଘ ଇକାର ଦେଲେ ବ୍ରାହ୍ମଣୀ ହସ୍ତରେ ବଂଶୀ ଦେଲେ ମାଧବ ବେଣୁପାଣି ଅକାର ଉକାର ମକାର ଯୋଡ଼ିଲେ ଓଁକାର ମହାବିଷ୍ଣ ହୃଦ ଲକ୍ଷ୍ମୀ ହେଲେ ବିଲ୍ୱ ବରଣୀ

ପରବ୍ରହ୍ମ ପରମାତ୍ମା ବେଣୁ ମାଧବ

ପରବ୍ରହ୍ମ ପରମାତ୍ମା ବେଣୁ ମାଧବ ପତିତପାବନ ନିମନ୍ତେ ଦାରୁବ୍ରହ୍ମ ଗରୁଡ ପୃଷ୍ଠରୁ ଦର୍ଶନ ପୟୋନିଧି ସୁଦର୍ଶନ ରାମ ସୁଭଦ୍ରା ବଳରାମ

ଶ୍ରୀକ୍ଷେତ୍ର ନୀଳକନ୍ଦର ଚନ୍ଦନ ଅର୍ଗଳୀ

ଶ୍ରୀକ୍ଷେତ୍ର ନୀଳକନ୍ଦର ଚନ୍ଦନ ଅର୍ଗଳୀ ରତ୍ନ ବେଦିରେ ଗରୁଡ ପୃଷ୍ଠରୁ ଚତୃର୍ଦ୍ଧା ବଡଦାଣ୍ଡ ଶରଧା ବାଲି ବାଇଶି ପାବଛ ପ୍ରଭାତ ସ୍ମରଣ ହରେ ସବୁ ଭଵ ବାଧା

ବୈଷ୍ଣବ ଦୁଆର ଦେଇ ଗଲେ

ବୈଷ୍ଣବ ଦୁଆର ଦେଇ ଗଲେ ହରି ହରି ଧ୍ୱନିରେ ପୁରେ କର୍ଣ୍ଣ ହୃଦୟ କମଳ ଉଲ୍ଲାସିତ ହୁଏ କେଶରରେ ଛନ୍ଦା ପାଦ ଧ୍ୟାନ

ନିସ୍ୱାଶଠାରୁ ଆହୁରି ହେଲୁ ନିକଟ

ନିସ୍ୱାଶଠାରୁ ଆହୁରି ହେଲୁ ନିକଟ ଶ୍ରୀପତି ଆଉ କିବା କରୁଛ କପଟ ଛନ୍ଦା ପାଦରେ ଦେଇ ପ୍ରାଣ ରଖ ଉପେକ୍ଷା ନ କର ହେ ନନ୍ଦ ଚାଟ

ଗୋବିନ୍ଦ ଥୋଇଥିଲେ ତୋ ଚରଣ ପଙ୍କଜ ଶିରରେ

ଗୋବିନ୍ଦ ଥୋଇଥିଲେ ତୋ ଚରଣ ପଙ୍କଜ ଶିରରେ ଶ୍ରୀରାମ ସେବିଥିଲେ ଲକ୍ଷେ କମଳ ଦେଇଣ ଚରଣ ସଦାଶିବ ଥୋଇଥିଲେ ତୋ କମଳା ଚରଣ ବକ୍ଷରେ ଭକ୍ତ ବତ୍ସଳା ଅଖିଳ ବ୍ରହ୍ମାଣ୍ଡ ଜନନୀ ପଶିଲି ଶରଣ

ନାରାୟଣ ପ୍ରାଣପ୍ରିୟା ଅଖିଳ ଜନନୀ କମଳା

ନାରାୟଣ ପ୍ରାଣପ୍ରିୟା ଅଖିଳ ଜନନୀ କମଳା ଗଳାର ମାଳା କୋଟିଏ ସୂର୍ଯ୍ୟ କୋଟିଏ ଶଶୀ ଗୋବିନ୍ଦ ଛନ୍ଦା ପାଦକୁ ଥରେ ଛୁଇଁଥାନ୍ତି ମାଆ ଅଧାଗଢା ଠକିଲେ ଆଖି ଲୁହରେ ଯାଏ ଭାସି

Tuesday, 24 February 2026

ଅଭୟ ଛନ୍ଦା ଚରଣରେ ମନ ରଖିଛି

ଅଭୟ ଛନ୍ଦା ଚରଣରେ ମନ ରଖିଛି ହେ ବ୍ରହ୍ମଦାରୁ ବୁଝୁଥିବୁ ମନର ବ୍ୟଥା ଅଶରଣ ଶରଣ ହେ ଆଉ କିଏ ଅଛି ଅକର୍ମା ଦାନୀ ବୁଝିବ ଏ ଦୁଃଖି କଥା

ଗୋଟିଏ ଡାଳ ହେଲେ ଫୁଲ ଫଳ

ଗୋଟିଏ ଡାଳ ହେଲେ ଫୁଲ ଫଳ ତତୋଧିକ ଡାଳ ହେଲେ ଘଞ୍ଚ ଛାୟା ଗୋଟିଏ ବ୍ରହ୍ମଦାରୁ ଅଖିଳ ପରିବ୍ୟାପ୍ତ ଅଭୟ କମଳ ଚରଣ ସେବେ ମାୟା

କମଳା ହୃଦୟରେ ତୁମ୍ଭେ ଶୋଇଛ

କମଳା ହୃଦୟରେ ତୁମ୍ଭେ ଶୋଇଛ ମୋ ମନ ଭ୍ରମର ଅଖିଳ ଭ୍ରମିଲାଣି ଗରୁଡ ପୃଷ୍ଠରୁ କମଳା ନୟନ କୃଷ୍ଣ ବୈଷ୍ଣବ ହୃଦୟରେ ମୁରଲୀ ପାଣି

ହରି ନାମ ଧରିଲେ ସର୍ବାଙ୍ଗ ଅମୃତ

ହରି ନାମ ଧରିଲେ ସର୍ବାଙ୍ଗ ଅମୃତ କୃଷ୍ଣ ରୂପ ଚିନ୍ତାକଲେ ଆତ୍ମା ବିମୁକ୍ତ ଅଧାଗଢା ଛନ୍ଦା କମଳ ଚରଣ ସୁଧା ଚୁମି ମାନସ ଭଅଁର ସଦା ଉଲ୍ଲାସିତ

ନିଶ୍ୱାସ ମୋ ନନ୍ଦୀଘୋଷ

ନିଶ୍ୱାସ ମୋ ନନ୍ଦୀଘୋଷ ବିଶ୍ୱାସ ମୋ ଚକାଡୋଳା ଅମ୍ଳଜାନ ସକଳ ଜୀବନ ଅଣୁ ଗୋଟି ଦୁଇ ମଣ୍ଡୁଳା

ସୂକ୍ଷ୍ମରେ ଚିନ୍ତିଲେ ତୁମ୍ଭଙ୍କୁ ଅଲେଖ ନିର୍ଗୁଣ

ସୂକ୍ଷ୍ମରେ ଚିନ୍ତିଲେ ତୁମ୍ଭଙ୍କୁ ଅଲେଖ ନିର୍ଗୁଣ ମୋର ସ୍ଥୁଳ ଚିନ୍ତାକୁ ଅଧାଗଢା ଦାରୁବ୍ରହ୍ମ ଲୀଳାମୃତ ସ୍ମରଣ କଲେ ଦଶ ଅବତାର ନାମାମୃତ ସ୍ମରଣ କଲେ ଗୋବିନ୍ଦ ରାମ

କଳା ଜହ୍ନକୁ ଚାହାଁନା ଲୋ ମନ ଶାରୀ

କଳା ଜହ୍ନକୁ ଚାହାଁନା ଲୋ ମନ ଶାରୀ ଆଲୋ ତୋ ପିଣ୍ଡୁ ପରାଣ ଘେନି ଯିବ ଗୋପରେ ଗୋପୀମାନେ ଝୁରି ମଲେ ମନା ମାନ ତାର ସଙ୍ଗେ ଲଗାନା ଭାବ

ହେ ଗୋପାଳ କୃଷ୍ଣ ହରେ କୃଷ୍ଣ

ହେ ଗୋପାଳ କୃଷ୍ଣ ହରେ କୃଷ୍ଣ କାହିଁ ନ ପାଇଲି ତୁମ୍ଭର ଭେଟ ମର୍ତ୍ତ୍ୟ ଯାତ୍ରା ହୋଇଲା ବିଫଳ ସରି ଆସିଲାଣି ସଂସାର ହାଟ

ଦୁର୍ଲଭ ନର ଜନ୍ମ ପାଇ ନ ଭେଟିଲି ଗୋବିନ୍ଦଙ୍କୁ

ଦୁର୍ଲଭ ନର ଜନ୍ମ ପାଇ ନ ଭେଟିଲି ଗୋବିନ୍ଦଙ୍କୁ ହେ ଚକାଡୋଳା ମୋ ଦୁର୍ଲଭ ଜୀବନ ବେକାର ଜୀବନ କହିଲେ ଆହାର ନିଦ୍ରା ମୈଥୁନ ପ୍ରବୃତି ହେ ଅଧାଗଢା ଆଖି ନ ଦେଖିଲା ପାଦ ଆକାର

ଆସନ୍ତି ଯାଆନ୍ତି ଅନେକ ଲୋକ

ଆସନ୍ତି ଯାଆନ୍ତି ଅନେକ ଲୋକ ହେ କୃଷ୍ଣ ତୁମେ ଦିନେ ଆସନା ମୁହିଁ ତୁମକୁ କେତେ ଚିନ୍ତା କରେ କୁଳବୁଡ଼ା ନ ବୁଝ ହୃଦ ଯାତନା

Monday, 23 February 2026

କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ

କୀର୍ତ୍ତନ ମଣ୍ଡପରେ ତୋତେ ଭେଟିବା କଷ୍ଟ ବାଳ କୃଷ୍ଣତ ଉନ୍ମତ ପରି ନାଚିବାରେ ବ୍ୟସ୍ତ ନିରୋଳାରେ ଥରେ ଦର୍ଶନ ଦେଇଦିଅ ହରି ଆଉ ନିରାଶ କରନା ଛନ୍ଦା ପାଦେ ଅଛି ପଡି

ହରିନାମ ସଂକୀର୍ତ୍ତନରେ କି ଲାଭ ଅଛି

ହରିନାମ ସଂକୀର୍ତ୍ତନରେ କି ଲାଭ ଅଛି ବିଶ୍ୱକୁ ପାଇଲେ ମୁଁ ଅବଶ୍ୟ ଜଣେଇବି ଏବେ ତ କେବଳ ଅଧିବାସ କଳସ ବୁଡ଼ା ହେ ହରିନାମର ମହିମା କି ଶୁଣେଇବି