Sunday, 31 August 2025

Krishna is both

ତୁହି ଏମିତି ଗୋଟିଏ ଅମୃତ ପୂର୍ଣ୍ଣ ମାଠିଆ ହେ କୃଷ୍ଣ ହେ କୃଷ୍ଣ ଯେତେ ଖାଇ ଖୋଇଲ କେବେ ସରେନା ତୁହି ଏମିତି ଗୋଟିଏ ମୋହନ ମଧୁର ରୂପ ହେ କୃଷ୍ଣ ହେ କୃଷ୍ଣ ଯେତେ ଥର ଦେଖିଲେ ବି ମନ ପୁରେନା

ସାତ କଂସା କବାଟ ଅନ୍ଧାର କଂସ ବନ୍ଦୀ ଘରେ

ସାତ କଂସା କବାଟ ଅନ୍ଧାର କଂସ ବନ୍ଦୀ ଘରେ ମାତା ପିତାଙ୍କୁ ଦେଖାଇଲୁ ତୋହର ଚାରିବାହା 56 ପଉଟି ଅନ୍ନ ବ୍ୟଞ୍ଜନ ଭୁଞ୍ଜୁ ଲକ୍ଷ୍ମୀ ହସ୍ତ ବଢ଼ା କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ନନ୍ଦୀଘୋଷ ରଥରେ ପ୍ରାଣ ସଖାକୁ ଦେଖାଇଲ ବିଶ୍ଵରୂପ ଲକ୍ଷ୍ମୀ ନାହା ଆହାଃ କହନା କରନା ବାହାନା ତୁହି ଅଧାଗଢା

ବଡ ବଇରୀ ଦୁଇ ନୟନ ମୋହର ଦୁଇ କର୍ଣ୍ଣ

ବଡ ବଇରୀ ଦୁଇ ନୟନ ମୋହର ଦୁଇ କର୍ଣ୍ଣ ଆଉ ଯାହା ଅଛି ଅତିବ ଚଞ୍ଚଳ ଗୋଟିଏ ମନ ହେ ବାସୁଦେବ ଏହି ପାଞ୍ଚ ନ ହେଲେ ଆୟତ୍ତ ଜିମାଦେଲି ଛନ୍ଦାପାଦରେ ହେ ହୃଦୟ ଚନ୍ଦନ

ବାଇଶି ପାହାଚ ଚଢ଼ିବାକୁ

ବାଇଶି ପାହାଚ ଚଢ଼ିବାକୁ ମୋହର ନାହିଁ ପୂଣ୍ୟ ବଳ ଶରଧା ବାଲିରେ ଶୋଇଲି ଭେଟିବି କି ବସୁଦେବ ବାଳ

ସଂସାର ଜଞ୍ଜାଳ ଧାଇଁଛି ପଛେ ପଛେ

ସଂସାର ଜଞ୍ଜାଳ ଧାଇଁଛି ପଛେ ପଛେ ହେ ଚକାଡୋଳା ବଢ଼ାଅ ବଢ଼ାଅ ଭୁଜ ତୋର ବିନା କେହି ମୋର ଉଦ୍ଧାରକ ତୁଳସୀ ଦଳ ସମାନ ବକ୍ଷକୁ ଆଉଜ

କେବଳ ତୋର କୃପାରେ ସିନା ତୋର ଭେଟ

କେବଳ ତୋର କୃପାରେ ସିନା ତୋର ଭେଟ ତୋତେ ଭେଟ ସିନା କେବଳ ତୋ କୃପାରେ ଏହି ହୃଦରେ ଆଉ କିଛି ନାହିଁ ହେ ଗୋବିନ୍ଦ କେବଳ ଭରିଅଛି ମୋର ସଞ୍ଚିତ ପାପରେ

ବ୍ରହ୍ମ ସନାତନ କେବଳ ଗୋଟିଏ

ବ୍ରହ୍ମ ସନାତନ କେବଳ ଗୋଟିଏ କେବଳ ଗୋଟିଏ ଦିବ୍ୟ ଓଁକାର ବ୍ରହ୍ମ ବ୍ରହ୍ମାନନ୍ଦ ଦେବକୀ ନନ୍ଦନ କେବଳ ଗୋଟିଏ ବହୁ ଆକାର

ବସୁଦେବ ମଥାରେ ସ୍ୱୟଂ ନର ନାରାୟଣ

ବସୁଦେବ ମଥାରେ ସ୍ୱୟଂ ନର ନାରାୟଣ ଶେଷନାଗ ଢାଙ୍କିଅଛି ସାତ ଗୋଟି ଫେଣା ଉଗ୍ରସେନ ଯାହା ଦେଖିଲେ ଚର୍ମ ଚକ୍ଷୁରେ ମୋହର ସବୁ ସଞ୍ଚିତ ପୂଣ୍ୟ ହେଲା ଉଣା

ଶାରୀ ବୋଲଇ

ଶାରୀ ବୋଲଇ ଆମ ରାଧା ରାଣୀ ବ୍ରହ୍ମଦାରୁ ଶୁଆ ବୋଲେ ଆମର ଶ୍ୟାମ ଚନ୍ଦନ ଅର୍ଗଳୀ ଶାରୀ ବୋଲଇ ଆମ ରାଧା ମୋହନ ମୁରଲୀ ଶୁଆ ବୋଲେଇ ଆମର ଶ୍ୟାମ ତୁଳସୀ ମାଳି

ହେ ସାଇକୃଷ୍ଣ ମୋତେ ଆଗେ ଯେଉଁ ବିପଦ ଦେଲ

ହେ ସାଇକୃଷ୍ଣ ମୋତେ ଆଗେ ଯେଉଁ ବିପଦ ଦେଲ ସେହି ବିପଦ ଭିତରେ ଲୁଚାଇ ଥିଲ ମୋକ୍ଷ ସମ୍ପଦ ହେ ସାଇକୃଷ୍ଣ ଏକଦା ସେ ପେଡି ଖୋଲି ଦେଖିଲି ପେଡ଼ିରେ ଅପଲକ ବ୍ରହ୍ମଦାରୁ ଗୋବିନ୍ଦ ଛନ୍ଦା ପାଦ

ହେ ବ୍ରହ୍ମଦାରୁ ହେ ଚକାଆଖି ହେ ଅଖିଳ ବ୍ରହ୍ମାଣ୍ଡ ସ୍ୱାମୀ

ହେ ବ୍ରହ୍ମଦାରୁ ହେ ଚକାଆଖି ହେ ଅଖିଳ ବ୍ରହ୍ମାଣ୍ଡ ସ୍ୱାମୀ ଏହି ପତିତ ହୃଦୟ କମଳ କେଶରରେ ସଦା କର ବାସ ହେ ବନମାଳୀ ହେ ମୁରଲୀ ମୋହନ ହେ ବଂଶୀ ବଦନ ଛନ୍ଦା ଚରଣରେ ରଖ ଏହି ଅରକ୍ଷିତର କିଛି ନାହିଁ ଆଶ

ସଖା ଅର୍ଜୁନକୁ ଦେଲ ଗୀତାର ଅତି ଗୂଢ଼ ଜ୍ଞାନ

ସଖା ଅର୍ଜୁନକୁ ଦେଲ ଗୀତାର ଅତି ଗୂଢ଼ ଜ୍ଞାନ ବୈଷ୍ଣବ ଜୟଦେବକୁ ଦେଲ ଶ୍ରୀଗୀତଗୋବିନ୍ଦ ଅତିବଡୀ ଜଗନ୍ନାଥ ଦାସକୁ ଦେଲ ଭାଗବତ ହେ ଦାରୁବ୍ରହ୍ମ ତୁମ୍ଭ କୃପାଳୁ ପଣ ବଡ ଆନନ୍ଦ

Saturday, 30 August 2025

ଯାହାକୁ ରଖିଛୁ ଜୀବନ ହେ ଗୋବିନ୍ଦ ହେ ଗୋବିନ୍ଦ ଶିଖାଇଅଛୁ ବିଞ୍ଚିବା ବିଧି ଥକା ମନ ଲୋଡେ ପାଦରେ ଆଶ୍ରୟ କିଞ୍ଚିତ ଦୟା କରନ୍ତୁନି କରୁଣା ବାରିଧି
ମୋ ଦୁଇ ପାଦ ଚଳିଲେ ଇନ୍ଦ୍ରିୟ ଭୁଞ୍ଜନ୍ତେ କୃଷ୍ଣ ଛନ୍ଦା ଚରଣରେ ରହିଲା ମୋର ମନ ଜୀବ ଥାଉ ଥାଉ ସତରେ ଚକ୍ଷୁ ଦେଖିବିକି ଯୋଗୀ ଜନ ଚିତ୍ତ ଚୋରା ବଂଶୀ ବଦନ
ନାରୀ ସେବାରେ ମୋ ବୟସ ସରିଲା ଦିନେ ନ ସେବିଲି ପିତା ମାତାଙ୍କ ପାଦ ମୁହିଁ ମହା ମୂଢ଼ ମୋର ପାପ କୁଢ଼ କୁଢ଼ ଦୁଇ ଦୁଇଟା ଆଖି ଥାଉ ହେଲି ଅନ୍ଧ
ଦେବକୀ ନନ୍ଦନ ଗୋପୀ ହୃଦୟ ଚନ୍ଦନ ଶେଷନାଗ ଶୟନ ସଦା ପ୍ରଶାନ୍ତ ବଦନ ମୋର ଚଞ୍ଚଳ ଚିତ୍ତ ଛନ୍ଦା ଚରଣେ ଥାଉ ଯୋଗୀ ଲକ୍ଷ୍ମୀ ଶିବ ସଦା କରନ୍ତି ବନ୍ଦନ

ବସୁଦେବ ବଳା ରୁକ୍ମଣୀ ହୃଦ ଅଳା

ବସୁଦେବ ବଳା ରୁକ୍ମଣୀ ହୃଦ ଅଳା ହେ ଷୋଳକଳା ଶ୍ୱେତ ପଦ୍ମ ଡୋଳା ବିଶାଳ ବକ୍ଷରେ ବହୁ ତୁଳସୀ ମାଳା ତୁମ୍ଭ ଛନ୍ଦା ଚରଣ ହେଉ ଜପ ମାଳା

ମରଣ ପଥର ଯାତ୍ରୀ ଏହି ଅଖିଳ ଜୀବର ଜୀବନ

ମରଣ ପଥର ଯାତ୍ରୀ ଏହି ଅଖିଳ ଜୀବର ଜୀବନ ଦେହ ଭାବ ଦେହ ଭୋଗରେ ନିରନ୍ତର ପୂର୍ଣ୍ଣ ଯତ୍ନ ଜରା ଜରରେ ଆକ୍ରାନ୍ତ ଅଖିଳ ଜୀବର ଦେହ କ୍ଷୀଣ ନୀଳାଦ୍ରି ବିଜେ ବ୍ରହ୍ମଦାରୁଙ୍କୁ ଇଛେ ନାହିଁ ମୁକ୍ତି ରତ୍ନ

ଜନନୀ କମଳା ସଦା ଗୋବିନ୍ଦ ହୃଦେ

ଜନନୀ କମଳା ସଦା ଗୋବିନ୍ଦ ହୃଦେ ଗୋବିନ୍ଦ ଦର୍ଶନେ ସର୍ବ ତୀର୍ଥ ବ୍ୟାକୁଳ ନବ ତୁଳସୀ ଦଳ ଥୋଇ ଛନ୍ଦା ପାଦେ ଚର୍ମ ଚକ୍ଷୁରେ ଲାଭକୁ ହେଲି ଆକୁଳ

ସକଳ ଭୂତେ ପୂରିଛୁ ପ୍ରାଣ ବାୟୁ ସମ

ସକଳ ଭୂତେ ପୂରିଛୁ ପ୍ରାଣ ବାୟୁ ସମ ଇତର ପ୍ରାଣୀ କି ପାପୀ ତପୀ ଗୋପୀ ତୋ ମାୟାରେ ଆଚ୍ଛନ୍ନ ଅଖିଳ ବ୍ରହ୍ମାଣ୍ଡ ମନୁଷ୍ୟ ଦେହ ବହି କିଏ ପାରିବ ମାପି

ହେ ଶ୍ରୀମଦଭାଗବତ ହେ ଶ୍ରୀ ଗୀତଗୋବିନ୍ଦ

ହେ ଶ୍ରୀମଦଭାଗବତ ହେ ଶ୍ରୀ ଗୀତଗୋବିନ୍ଦ ହେ ଆଗମ ନିଗମ ହେ ଆଦିକନ୍ଦ ବ୍ରହ୍ମାନନ୍ଦ ଏହି ମହାପତିତର ବୁଦ୍ଧି ସ୍ମୃତି ଅତ୍ୟନ୍ତ କ୍ଷୀଣ ହେ ଗୋବିନ୍ଦ ଗୋପାଳ ସମ୍ବଳ ଛନ୍ଦା ପାଦ

ଯେଉଁଠି ଗୋବିନ୍ଦଙ୍କ ଲୀଳା କୀର୍ତ୍ତନ

ଯେଉଁଠି ଗୋବିନ୍ଦଙ୍କ ଲୀଳା କୀର୍ତ୍ତନ ଯେଉଁଠି ବାସୁଦେବ ନାମ ସଙ୍କୀର୍ତ୍ତନ ମୋ ମନ ଭ୍ରମର ନିରନ୍ତର ଖୋଜେ ହେ କୃଷ୍ଣ ତୋ ଛନ୍ଦାପାଦ ବୃନ୍ଦାବନ

ତୁହି ଅନେକରେ ଏକ ହେ କୃଷ୍ଣ

ତୁହି ଅନେକରେ ଏକ ହେ କୃଷ୍ଣ ହେ ବାସୁଦେବ ତୁହି ଆତ୍ମ ଭାଵ ତୁହି ବିଷ୍ଣୁ ପତ୍ନୀ ହସ୍ତରେ ଅମୃତ କେ ନ ଝୁରେ ନର ଶୁର ଦାନଵ

ଆହାଃ ବାଛି କେ ନାମ ଦେଲା ତୁମ୍ଭଙ୍କୁ ଗୋବିନ୍ଦ

ଆହାଃ ବାଛି କେ ନାମ ଦେଲା ତୁମ୍ଭଙ୍କୁ ଗୋବିନ୍ଦ କର୍ଣ୍ଣରେ ଶୁଣନ୍ତେ ହୃଦୟରେ ଭରିଯାଏ ଆନନ୍ଦ ଜୀବ ଉଦ୍ଧାର ଜଗତ ଉଦ୍ଧାର ଲାଗି ବ୍ରହ୍ମ ବ୍ରାହ୍ମଣ ଶିରରେ ସ୍ପର୍ଶ କରନ୍ତେ ବ୍ରହ୍ମାନନ୍ଦ ତୁମ୍ଭ ଛନ୍ଦାପାଦ

ହେ ଦ୍ଵନ୍ଦାତିତ ସାଇ କୃଷ୍ଣ

ହେ ଦ୍ଵନ୍ଦାତିତ ସାଇ କୃଷ୍ଣ ସଦାନନ୍ଦ କରୁଣା ବାରିଧି ତୁହି ବ୍ରହ୍ମସିନ୍ଧୁ ଜୀବ ବିନ୍ଦୁ ପତିତପାବନ କ୍ଷମାନିଧି

କମଳା ହୃଦୟରେ ତୁମ୍ଭେ ନାରାୟଣ

କମଳା ହୃଦୟରେ ତୁମ୍ଭେ ନାରାୟଣ ସୁଭଦ୍ରା ବାମରେ ତୁମ୍ଭେ ଚକାଡୋଳା ଯୋଗୀ ହୃଦୟରେ ମୁରଲୀ ଗୋବିନ୍ଦ ମୁମୁକ୍ଷୁର ବାଇଶି ପାହାଚ ପୂଣ୍ୟଖଳା

ହେ ସାଇ କୃଷ୍ଣ ତୁମ୍ଭଙ୍କୁ ସୁସ୍ୱାଗତମ ମୋହର ହୃଦୟ କମଳରୁ

ହେ ସାଇ କୃଷ୍ଣ ତୁମ୍ଭଙ୍କୁ ସୁସ୍ୱାଗତମ ମୋହର ହୃଦୟ କମଳରୁ ହେ ନିତ୍ୟ ବ୍ରହ୍ମ ସନାତନ ସାରଥି ଶାନ୍ତାକାର ପ୍ରଣବ ପଦ୍ମନାଭ ହେ ସାଇ କୃଷ୍ଣ ତୁମ୍ଭଙ୍କୁ ସୁସ୍ୱାଗତମ ମୋହର ହୃଦୟ କମଳରୁ ହେ ସତ୍ୟ ଧର୍ମ ଦୟା କ୍ଷମା ପ୍ରେମ ଅହିଂସା ଶୃଙ୍ଖଳା ଭକ୍ତିଭାବ

Friday, 29 August 2025

ସର୍ବ ଭୁତ ପତି

ପାଞ୍ଚ ଭୂତ ମଧ୍ୟରେ ବାୟୁ ହେ କୃଷ୍ଣ ତୁହି ମୋ ଆୟୁ ଧ୍ୱନି ମଧ୍ୟରେ ବଂଶୀ ନାଦ ଚାନ୍ଦାପାଦରେ ଚିତ୍ତ ଥାଉ [1] ପାଞ୍ଚ ଭୂତ ମଧ୍ୟରେ ଅଗ୍ନି ହେ କୃଷ୍ଣ ତୁହି ଦେହ ତାପ ଋତୁ ମଧ୍ୟରେ ତୁହି ବସନ୍ତ ତୁହି ମୋହର ମାଆ ବାପ [2] ପାଞ୍ଚ ଭୂତ ମଧ୍ୟରେ ଜଳ ହେ କୃଷ୍ଣ ତୁହି ମୋ ତୃଷା ପ୍ରାପ୍ତି ମଧ୍ୟରେ ଛନ୍ଦା ପାଦ କୃଷ୍ଣ ଏକ ଜୀବନେ ଆଶା [3] ପାଞ୍ଚ ଭୂତ ମଧ୍ୟରେ ଗଗନ ହେ କୃଷ୍ଣ ତୁହି ଶୁଭ ଲଗନ ଧ୍ୱନି ମଧ୍ୟରେ ବୀଣା ଶଵଦ କୃଷ୍ଣ ଜପରେ ଚିତ୍ତ ମଗନ [4] ପାଞ୍ଚ ଭୂତ ମଧ୍ୟରେ ଭୂମି ହେ କୃଷ୍ଣ ତୁହି ମୋ ଆଧାର ପତିତପାବନ ଚକାଡୋଳା ଶରଣ ଏ ପାପିକୁ ଉଦ୍ଧାର [5]

ତୁହି ମାଆ ସୀତା ମାଆ କମଳା

ତୁହି ମାଆ ସୀତା ମାଆ କମଳା ମାଆ ରୁକ୍ମଣୀ ତୁହି ମାଆ ଗୋ ଜନନୀ ମଙ୍ଗଳା ଖୁଦ ରଙ୍କୁଣୀ ଅଶେଷ ପାପ ଝାଡ଼ି ଦେ ତୋ ସନ୍ତାନ ଦେହରୁ ମାଆର ମାଆ ପିନ୍ଧା ପଣତ କାନି କର ଢାଙ୍କୁଣି

ପଞ୍ଚ ବର୍ଣ୍ଣି ପୁଷ୍ପେ ପୂଜିଲି ପଞ୍ଚ ଭୁତ ପ୍ରଭୁ

ପଞ୍ଚ ବର୍ଣ୍ଣି ପୁଷ୍ପେ ପୂଜିଲି ପଞ୍ଚ ଭୁତ ପ୍ରଭୁ ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ହେଲେ ଅଶେଷ ଖୁସି ଗରୁଡ ପଛରୁ ଚାହିଁଦେଲି ଚକାଡୋଳା ବଂଶୀ ବଦନ ଛନ୍ଦାପାଦରେ ଗଲି ରସି

ରାମ ନାମ ସୁଧା କୃଷ୍ଣ ନାମ ସୁଧା

ରାମ ନାମ ସୁଧା କୃଷ୍ଣ ନାମ ସୁଧା ପିଇବାକୁ ମନ ଏ ସଂସାର ବାଧା ମୋର ଆଶା ରହିବ କି ଆଶାରେ ରାମ ଗୋବିନ୍ଦ ଭଦ୍ରା ଗଢା ଅଧା

ହେ ବୈଷ୍ଣବ ଜନ ହୃଦୟ ମନ୍ଦାର

ହେ ବୈଷ୍ଣବ ଜନ ହୃଦୟ ମନ୍ଦାର ରୂପ ସ୍ମରଣ ସର୍ବଦା ଅତି ସୁଖକର ଓଁ ନମୋ ଭାଗବତ ବାସୁଦେବାୟ ଅମୃତ ନାମ ପବିତ୍ର କର୍ମ ଚକ୍ରଧର

ଓଁ ନାରାୟଣ ହରି ଓଁ ନାରାୟଣ ହରି ଓଁ ନାରାୟଣ ହରି

ଓଁ ନାରାୟଣ ହରି ଓଁ ନାରାୟଣ ହରି ଓଁ ନାରାୟଣ ହରି ନିରନ୍ତର ଜପେ ମୋର ହୃଦୟ ରକ୍ତ କମଳ କେଶରରେ ଓଁ ନାରାୟଣ ହରି ଓଁ ନାରାୟଣ ହରି ଓଁ ନାରାୟଣ ହରି ଅତି ପ୍ରଶାନ୍ତ ପ୍ରଦ୍ମନାଭ ଜନନୀ କମଳା ବାମ ପାଶରେ

Thursday, 28 August 2025

ପ୍ରଶାନ୍ତି ଭଣ୍ଡାର କମଳା

ପ୍ରଶାନ୍ତି ଭଣ୍ଡାର କମଳା ଆଳୟ ପ୍ରଶାନ୍ତି ନିଳୟ କମଳାଙ୍କର ମୁଖ ଓଁ ଶ୍ରୀ ସାଇରାମ କମଳା ପ୍ରସାଦ ଉଚ୍ଚାରଣେ ହରେ ସଂସାର ଦୁଃଖ

ସୁମତି ବୋଲଇ ଭାଇ ବଡ ଦାଣ୍ଡରେ ବସିଥାଅ

ସୁମତି ବୋଲଇ ଭାଇ ବଡ ଦାଣ୍ଡରେ ବସିଥାଅ ପଣତ କାନ୍ଧିରେ ବାନ୍ଧି ଆଣିବି ମୁହିଁ ପାଦ ଛନ୍ଦା ରୁକ୍ମଣୀ କୋମଳ ହୃଦୟରେ ସଦା କୃଷ୍ଣ ନିବାସ କେବଳ ଭକ୍ତିରେ ବାନ୍ଧିବି କୃଷ୍ଣ ନ ଲାଗିବ ଚାନ୍ଦା

କଳା ଜହ୍ନ କପାଳରେ ଦେଲି ବିଭୁତି ଠୋପା

କଳା ଜହ୍ନ କପାଳରେ ଦେଲି ବିଭୁତି ଠୋପା ସଜନୀ ଲୋ ଲାଗିଯିବ ଆଉ କାହାର ନଜର କାଳୀ ଦଳା ବନମାଳୀ ମଧୁର ବଂଶୀ ବଦନ କମଳା ସେବିତ ଛନ୍ଦା ପାଦ କେବଳ ନିଜର

ଧନ୍ୟ ସେ ବୈଷ୍ଣବ ବାଛି ନାମ ଦେଲା କୃଷ୍ଣ

ଧନ୍ୟ ସେ ବୈଷ୍ଣବ ବାଛି ନାମ ଦେଲା କୃଷ୍ଣ ଉଚ୍ଚାରଣେ ଅତି ଥଣ୍ଡା ସ୍ନାନ ଜଳ ନଖ ଉଷ୍ମ ଆହାଃ କେଡେ ପତିତ ପାବନ ରାମ ନାମ ଅଶେଷ ଜନ୍ମ ସଞ୍ଚିତ ପ୍ରାରବ୍ଧ କରଇ ଭଷ୍ମ

ହେ କାରୁଣ୍ୟ ମୃର୍ତ୍ତି କରୁଣା ସିନ୍ଧୁ ରାମ

ହେ କାରୁଣ୍ୟ ମୃର୍ତ୍ତି କରୁଣା ସିନ୍ଧୁ ରାମ ନାମଟି ବିଷ୍ଣୁ ମୋହନୀ ହସ୍ତରେ ଅମୃତ ହେ ଚନ୍ଦ୍ର ସୂର୍ଯ୍ୟ ଲୋଚନ ଚକାଡୋଳା ଗରୁଡ ପଛରୁ ଦର୍ଶନ ଶ୍ରୀମଦଭାଗବତ

କୃଷ୍ଣ କୃଷ୍ଣ କୃଷ୍ଣ ନାମ ବୋଲ ମାନସ

କୃଷ୍ଣ କୃଷ୍ଣ କୃଷ୍ଣ ନାମ ବୋଲ ମାନସ ମାନସ ରାମ ରାମ ରାମ ନାମ ଭଜ ଯେତେ ଭଜିବୁ ସେତେ ଚିତ୍ତ ନିର୍ମଳ ହୃଦରେ ଦେଖିବୁ ଛନ୍ଦା ଚରଣ କଞ୍ଜ

ଚନ୍ଦ୍ର ସୂର୍ଯ୍ୟଙ୍କୁ ଯେହ୍ନେ ଢାଙ୍କି ରଖି ନ ପାରେ

ଚନ୍ଦ୍ର ସୂର୍ଯ୍ୟଙ୍କୁ ଯେହ୍ନେ ଢାଙ୍କି ରଖି ନ ପାରେ ଭସା ବାଦଲ ତେସନେ ମୋତେ ବନ୍ଧନ କରି ନ ପାରୁ ମହାବିଷ୍ଣୁ ମାୟା ମହାବିଷ୍ଣୁଙ୍କ ପାଟରାଣୀ ପଦ୍ମା ପଦ୍ମପାଦରେ ଶରଣ ମାଆ ସୋଭାଗ୍ୟ ଦିଅ ମା ଦର୍ଶନ କରିବି ଶ୍ରୀଗୋବିନ୍ଦଙ୍କ କାୟା

ଶ୍ରୀଜଗନ୍ନାଥଙ୍କର ପାଦ ଯେ ଅଛି

ଶ୍ରୀଜଗନ୍ନାଥଙ୍କର ପାଦ ଯେ ଅଛି ମୋହର ନ ହୁଏ କଦାପି ବିଶ୍ୱାସ ଥିଲେ ଥରେ ଦେଖାଇ ଦିଅନ୍ତେ ଛୁଇଁ ନର ଜନ୍ମ ହୁଅନ୍ତା ଉଶ୍ବାଶ

କ୍ଷେତରେ ପାଚିଲା ଧାନର ଅସୁମାରି କେଣ୍ଡା

କ୍ଷେତରେ ପାଚିଲା ଧାନର ଅସୁମାରି କେଣ୍ଡା ମାଆ ବିଷ୍ଣୁ ପାଟରାଣୀଙ୍କ ପାଟ ଶାଢ଼ୀର ଧଡ଼ି ମାଟି ଘର କାନ୍ଥରେ ଝୋଟିର ଅନେକ ଚିତା ମାଆ କମଳାଙ୍କ ବେନି ପାଦ ପଦ୍ମ ଧାଡି ଧାଡି

Wednesday, 27 August 2025

ରକ୍ତ ପଦ୍ମ ଦେଖିଲେ ପଦ୍ମା ଭକ୍ତି ବଢେ

ରକ୍ତ ପଦ୍ମ ଦେଖିଲେ ପଦ୍ମା ଭକ୍ତି ବଢେ ଏକାନ୍ତ ଭକତି ଦେଖିଦେଲେ ଘନ ଶ୍ୟାମ ଶ୍ୱେତ ପଦ୍ମ ଦେଖିଲେ ସୀତା ଭକ୍ତି ବଢେ ଅସୀମ ତ୍ୟାଗ ଦେଖିଦେଲେ ଶ୍ରୀରାମ

ଅଣୁ ରେଣୁ ଶବ୍ଦ ପାଞ୍ଚ ଭୂତରେ ପରିପୂର୍ଣ୍ଣ

ଅଣୁ ରେଣୁ ଶବ୍ଦ ପାଞ୍ଚ ଭୂତରେ ପରିପୂର୍ଣ୍ଣ ହେ କୃଷ୍ଣ ଆଉ କେତେ ନିକଟ ହେବୁ କହ ଟିକେ ଦର୍ଶନ ଦେଲେ ହୁଅନ୍ତାନି ହେ କୃଷ୍ଣ ନିଜ ଲୋକକୁ ଏତେ କଣ ମାୟା ମୋହ

ରାଧେ ବୃନ୍ଦାବନେଶ୍ୱରୀ ମାଆ କମଳା ପ୍ରକୃତି

ରାଧେ ବୃନ୍ଦାବନେଶ୍ୱରୀ ମାଆ କମଳା ପ୍ରକୃତି ଜନନୀର ଆକାର ପ୍ରକାର ଦେଖୁଛି ଆଖିରେ ଦାରୁବ୍ରହ୍ମ ଅଧାଗଢା ଚକାଡୋଳା କାହିଁ ଗଲ ପଦ୍ମା ସେବିତ ପାଦକୁ ଝୁରେ ପ୍ରାଣ ପକ୍ଷୀରେ

ପାଦ ପଦ୍ମରୁ ସୃଷ୍ଟି କଲୁ ଯେଣୁ ହେ ବାସୁଦେବ

ପାଦ ପଦ୍ମରୁ ସୃଷ୍ଟି କଲୁ ଯେଣୁ ହେ ବାସୁଦେବ ଏହି ଛାର ଶୁଦ୍ରର ସଦା ଛନ୍ଦା ଚରଣରେ ମନ ବ୍ରହ୍ମା ରୁଦ୍ର ଗଣେଶ ଲକ୍ଷ୍ମୀ ସେବନ୍ତି ତୋ ପାଦ ଏହି ମହା ଅଧମର ହୃଦୟ ପଦ୍ମ ପରମ ଧନ
ଗୋବିନ୍ଦ ଥରୁଟିଏ କହରେ ଭାଇ ଭାଇରେ ଗୋପାଳ ଥରୁଟିଏ କହ ଅତି ଶରଧାରେ ଉଚ୍ଚାରଣ କଲେ କାନକୁ ମହୁ ଦୂରକରେ ଭଵଭୟ

ନର୍ସି ମେହେଟା ଭଗତ ବୋଲେ ଭକ୍ତି ଦଶଧା

ନର୍ସି ମେହେଟା ଭଗତ ବୋଲେ ଭକ୍ତି ଦଶଧା ନଅଟି କାନ ଶୁଣିଛି ଦଶମ ଶରୀର ସମର୍ପଣ ଯାହା ଉପରେ ବର୍ଷିଯାଏ ବଂଶୀଵାଲା କୃପା ସେହି ମହା ବୈଷ୍ଣବକୁ ସୁଲଭ ଛନ୍ଦା ଚରଣ

ସୁମନ ଅଶେଷ ମଧୁମକ୍ଷି ଅଶେଷ

ସୁମନ ଅଶେଷ ମଧୁମକ୍ଷି ଅଶେଷ ଉଦ୍ୟେଶ କେବଳ ସଞ୍ଚିବାଟି ମହୁ ଦେବତା ଅନେକ ମନ୍ଦିର ଅନେକ ହରିନାମ ମହିମା ମୁଖେ କେ କହୁ

ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜ ମନ

ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜ ମନ ଭଜ ମନ ଚାରି ଅକ୍ଷର ହୃଦରେ ମିଶିଲେ ସୁଧା ସୀତା ରାମ ସୀତା ରାମ ସୀତା ରାମ ଭଜ ମନ ଚାରି ଅକ୍ଷର ଉଚ୍ଚାରଣ ପଥ ଛାଡେ ଭଵ ବାଧା

କାନରେ ପିଇ ଯାଆ ରାମ ନାମ ଅମୃତ

କାନରେ ପିଇ ଯାଆ ରାମ ନାମ ଅମୃତ ଅତି ଦୁର୍ଲଭ ମଣିଷ ଯୋନିରେ ଜନମ ଆଖିରେ ପିଇ ଯାଆ କୃଷ୍ଣ ରୂପ ଅମୃତ ଲୋଡ଼ା ନାହିଁ କରିବା କୌଣସି ଧରମ

ପଞ୍ଚ ଭୁତ ସମ ଶୁଦ୍ଧ ହେଲେ ମନ

ପଞ୍ଚ ଭୁତ ସମ ଶୁଦ୍ଧ ହେଲେ ମନ ନିଷ୍କାମ ସେବା ଲାଗି ହୁଏ ଯୋଗ୍ୟ କୃଷ୍ଣ ଛନ୍ଦା ଚରଣ ଚିତ୍ତ ଚିନ୍ତୁଥିଲେ ବାସୁଦେବ ଦର୍ଶନ ଲଭଇ ଭାଗ୍ୟ

Tuesday, 26 August 2025

ଏହି ଯେଉଁ ସଂସାର ଅଟଇ ଅନିତ୍ୟ

ଏହି ଯେଉଁ ସଂସାର ଅଟଇ ଅନିତ୍ୟ ମନ ବୁଦ୍ଧି ଇନ୍ଦ୍ରିୟ ଅଛନ୍ତି ଅନୁଭବୀ କେଉଁଠୁ ଆସିଲି କାହିଁକି କାହିଁ ଯିବି ଜ୍ଞାନ ଚକ୍ଷୁକୁ ନିଦ୍ରା ନାହିଁ ଭାବି ଭାବି

ଅନେକରେ ଏକ କିପରି

ଅନେକରେ ଏକ କିପରି ଦେଖିବି ଇନ୍ଦ୍ରିୟଙ୍କ ଆଗରେ ମାୟାର ବନ୍ଧ ଅଛିଦ୍ର ବ୍ରହ୍ମଙ୍କୁ କେଉଁଠି ଭେଟିବି ମହା ପାପୀ ଜ୍ଞାନ ଚକ୍ଷୁରେ ଅନ୍ଧ

ଉଦ୍ଧାର ସାଇ କୃଷ୍ଣ ଉଦ୍ଧାର ସାଇ କୃଷ୍ଣ

ଉଦ୍ଧାର ସାଇ କୃଷ୍ଣ ଉଦ୍ଧାର ସାଇ କୃଷ୍ଣ ଅଶେଷ ଜନ୍ମ ପାପ ପ୍ରାରବ୍ଧ ଧ୍ବଂସକାରୀ ଉଦ୍ଧାର ସାଇ କୃଷ୍ଣ ଉଦ୍ଧାର ସାଇ କୃଷ୍ଣ ଉଦ୍ଧାର ହେ ଛନ୍ଦା ପାଦ ମୁରଲୀଧାରୀ