Friday, 29 August 2025

ସର୍ବ ଭୁତ ପତି

ପାଞ୍ଚ ଭୂତ ମଧ୍ୟରେ ବାୟୁ ହେ କୃଷ୍ଣ ତୁହି ମୋ ଆୟୁ ଧ୍ୱନି ମଧ୍ୟରେ ବଂଶୀ ନାଦ ଚାନ୍ଦାପାଦରେ ଚିତ୍ତ ଥାଉ [1] ପାଞ୍ଚ ଭୂତ ମଧ୍ୟରେ ଅଗ୍ନି ହେ କୃଷ୍ଣ ତୁହି ଦେହ ତାପ ଋତୁ ମଧ୍ୟରେ ତୁହି ବସନ୍ତ ତୁହି ମୋହର ମାଆ ବାପ [2] ପାଞ୍ଚ ଭୂତ ମଧ୍ୟରେ ଜଳ ହେ କୃଷ୍ଣ ତୁହି ମୋ ତୃଷା ପ୍ରାପ୍ତି ମଧ୍ୟରେ ଛନ୍ଦା ପାଦ କୃଷ୍ଣ ଏକ ଜୀବନେ ଆଶା [3] ପାଞ୍ଚ ଭୂତ ମଧ୍ୟରେ ଗଗନ ହେ କୃଷ୍ଣ ତୁହି ଶୁଭ ଲଗନ ଧ୍ୱନି ମଧ୍ୟରେ ବୀଣା ଶଵଦ କୃଷ୍ଣ ଜପରେ ଚିତ୍ତ ମଗନ [4] ପାଞ୍ଚ ଭୂତ ମଧ୍ୟରେ ଭୂମି ହେ କୃଷ୍ଣ ତୁହି ମୋ ଆଧାର ପତିତପାବନ ଚକାଡୋଳା ଶରଣ ଏ ପାପିକୁ ଉଦ୍ଧାର [5]

No comments:

Post a Comment