Sunday, 30 November 2025

ଆପଣା ପୂଜାରେ ଆପେ ମଜିଅଛୁ

ଆପଣା ପୂଜାରେ ଆପେ ମଜିଅଛୁ ଆତ୍ମା ଡାକ ଅଧାଗଢାକୁ ଶୁଭୁ ନାହିଁ ଆପଣା ଦେହକୁ ଅବହେଳା କଲେ ହେ ମହାବାହୁ ସୁସ୍ଥ ପାରିବୁ କି ରହି

ମୁହିଁ ଗୋଟିଏ କ୍ଷୁଦ୍ର ମଧୁମକ୍ଷି

ମୁହିଁ ଗୋଟିଏ କ୍ଷୁଦ୍ର ମଧୁମକ୍ଷି ତୁହି ଅମୃତ ସମ୍ପୁର୍ଣ୍ଣ ଚକାଆଖି ଟିକେ ଛୁଇଁଲେ ଆତ୍ମା ଭରିବ ଆଉ ନ କର ତୃଷାରେ ଦୁଃଖି

କପାଳରେ ମୋ ଯାହା ଲେଖା ଥିଲା

କପାଳରେ ମୋ ଯାହା ଲେଖା ଥିଲା ସେଥିରୁ ସବୁ ପ୍ରାରବ୍ଧ ଲିଭାଇ ଦେଲୁ ସାଧୁଙ୍କ ସାଙ୍ଗରେ ବସାଇଣ ମୋତେ ଛନ୍ଦା ଚରଣରେ ଆପଣା କରିନେଲୁ

ଏହି ଅଖିଳ ବ୍ରହ୍ମାଣ୍ଡର ଶରୀର ଭାରତ ଭୂଖଣ୍ଡ

ଏହି ଅଖିଳ ବ୍ରହ୍ମାଣ୍ଡର ଶରୀର ଭାରତ ଭୂଖଣ୍ଡ ଜାହ୍ନବୀ ପ୍ଲାବିତ ପାବନ ଚେତନା ତାର ଓଡିଶା ମହୋଦଧି କୂଳରେ ନୀଳାଦ୍ରି ଶଙ୍ଖ କ୍ଷେତ୍ର ଦିଅଁ ସୂର୍ଯ୍ୟ ଚନ୍ଦ୍ର ଚକାଡୋଳାଙ୍କ ଏହି ଅଖିଳ ପଡିଶା

ଶ୍ରୀକ୍ଷେତ୍ର ନୀଳଚକ୍ର ଚୁଡାରେ ପାଟିପାବନ ବାନା

ଶ୍ରୀକ୍ଷେତ୍ର ନୀଳଚକ୍ର ଚୁଡାରେ ପାଟିପାବନ ବାନା ଫର ଫର ଉଡି ଡାକଇ ହେ ଭକତ ଉଠା ଚିନ୍ତା ଅଧାଗଢା ଚନ୍ଦ୍ର ସୂର୍ଯ୍ୟ ଚକାଆଖି ସୃଷ୍ଟି ସ୍ଥିତି ଲୟ ଜୀବନ ଯୁଦ୍ଧରେ ଏକା ସଖା କୃଷ୍ଣ ମହା ବଳବନ୍ତା

ଛନ୍ଦା ଚରଣକୁ

ଛନ୍ଦା ଚରଣକୁ ସଦା ଅନୁସରି ଉଡ଼ିବୁ ଯେହ୍ନେ ମଧୁମକ୍ଷି ପରି ଲଭିଲେ କାହିଁ କୃଷ୍ଣଭକ୍ତି ରସ ପିଇବୁ ଆତ୍ମାକୁ ସନ୍ତୋଷ କରି

ବୃହତରୁ ବୃହତ ପୁରୁଷୋତ୍ତମ

ବୃହତରୁ ବୃହତ ପୁରୁଷୋତ୍ତମ ସୁକ୍ଷ୍ମରୂ ସୁକ୍ଷ୍ମତର ଆତ୍ମା ପରମ ଏଠି ସେଠି ସବୁଠି ଚକାଆଖି ଛନ୍ଦା ଚରଣ ସବୁଠୁଁ ଆରାମ

ରାମ ନାମ ଜପ ସ୍ଥାନଟି ତ୍ରିବେଣୀର ସଙ୍ଗମ

ରାମ ନାମ ଜପ ସ୍ଥାନଟି ତ୍ରିବେଣୀର ସଙ୍ଗମ ସକଳ ପାପକୁ ଧୋଇ ଦେହ କରଇ ନିର୍ମଳ କୃଷ୍ଣ ରୂପ ଚିନ୍ତା ନୀଳକନ୍ଦର ଚନ୍ଦନ ଅର୍ଗଳୀ ଅଧାଗଢା ବ୍ରହ୍ମଦାରୁ ବେନିଙ୍କ ନୟନ କମଳ

ସୁମତି ଗାଳିକୁ କଲୁ ଆପଣା ଗଳା ମାଳି

ସୁମତି ଗାଳିକୁ କଲୁ ଆପଣା ଗଳା ମାଳି ରାମ ମାଳକୁ ନ ଚାହିଁଲୁ ଅପଲକ ଢାଳି ହେ କୃଷ୍ଣ ଝୁରିମଲି ତୋର ଛନ୍ଦା ଚରଣ ହୃଦୟା ପଦ୍ମରେ ଥରେ ବସ ବନମାଳୀ

ମନ ତୁ କହୁଅଛ ସକଳ ବେଦଜ୍ଞ ଗୁରୁ ଖୋଜିବାକୁ

ମନ ତୁ କହୁଅଛ ସକଳ ବେଦଜ୍ଞ ଗୁରୁ ଖୋଜିବାକୁ ଶ୍ରୀମଦଭାଗବତଠାରୁ ଆଉ କିଏ ସେ ବେଶି ଭାରି ଶ୍ରୀଗୋବିନ୍ଦ ଛନ୍ଦା ଚରଣ ହୃଦୟ କମଳରେ ଥାଉ ଶ୍ରୀ ଜଗନ୍ନାଥ ମହାବାହୁ ବ୍ରହ୍ମଦାରୁ ଆଉ କିଏ ସରି

ସମଦର୍ଶୀ ଚକାଡୋଳା ମଞ୍ଚ ନିର୍ଦେଶକ

ସମଦର୍ଶୀ ଚକାଡୋଳା ମଞ୍ଚ ନିର୍ଦେଶକ ଅପଲକ ଚକାଆଖି ନାହିଁ ତାଙ୍କ ବିକାର ନାୟକ ଖଳ ନାୟକ ଆଦି କଳାକାର ସର୍ବ ଲଭନ୍ତି ପାଉଣା ଅଭିନୟ ପ୍ରକାର

ଅଖିଳ ବ୍ରହ୍ମାଣ୍ଡ ମୋହନ ଚକାଡୋଳା

ଅଖିଳ ବ୍ରହ୍ମାଣ୍ଡ ମୋହନ ଚକାଡୋଳା ଅପଲକ ନୟନ ସଭିଁକୁ ସମାନ ଦୃଷ୍ଟି ତ୍ରିଗୁଣ ରଜୁ ଭିଡଇ ନନ୍ଦିଘୋଷ ରଥ ସମସ୍ତଙ୍କ ଉପରେ ଅଜସ୍ର କରୁଣା ବୃଷ୍ଟି

ହରି ନାମ ସଙ୍କୀର୍ତ୍ତନ ସ୍ଥଳ ଗୁଣ୍ଡିଚା ଯାତ୍ରା

ହରି ନାମ ସଙ୍କୀର୍ତ୍ତନ ସ୍ଥଳ ଗୁଣ୍ଡିଚା ଯାତ୍ରା ଯୋଗୀର ସହସ୍ର ଦଳ ପଦ୍ମ ଅନନ୍ତ ଶୟନ ଭାବୁକ ଭକ୍ତ ମନ ଗରୁଡ ପଛରୁ ଦର୍ଶନ ଜୀବର ଚେତନା ତୋତେ ଆରତି ପୁଞ୍ଜ

ପାଷାଣୀ ଅହଲ୍ୟାର ଜୀବନ

ପାଷାଣୀ ଅହଲ୍ୟାର ଜୀବନ ସମୁଦ୍ରେ ଭାସୁଥିବା ଶିଳା ଭାଡ଼ି ରୁକ୍ମଣୀ ହୃଦୟ ପଦ୍ମ ଗୋବିନ୍ଦ ଵିଵସ୍ତ୍ରା ପାଞ୍ଚାଳୀ ଅଙ୍ଗ ଶାଢ଼ୀ

ତୁହି ଯେତିକି ବେଶୀ ଅସହାୟ କରିଦେବୁ

ତୁହି ଯେତିକି ବେଶୀ ଅସହାୟ କରିଦେବୁ ମା ପାଖକୁ ଶିଶୁ ସନ୍ତାନ ଭଳି ଆଉଜି ଯିବି ତୁହି ଅଧାଗଢା ହୋଇ ପାଦକୁ ଲୁଚାଇଲେ ତୋର ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁରେ ବାଟ ଚାଲୁଥିବି

Saturday, 29 November 2025

ଓଲଟ ବୃକ୍ଷର ବୀଜ

ଓଲଟ ବୃକ୍ଷର ବୀଜ ଓଁକାର ନିରବେ ଶୁଭେ ବ୍ରହ୍ମ ଝଙ୍କାର କୃଷ୍ଣ କୃପାରେ ବୃକ୍ଷର ଭେଟ ଦାରୁବ୍ରହ୍ମ ମହାବାହୁ ଆକାର

କୃଷ୍ଣ କୃପା

କୃଷ୍ଣ କୃପା କଲେ ତ୍ୟାଗ ତପସ୍ୟା ଶ୍ରୀରାଧା କୃପା କଲେ ଭକ୍ତି ପ୍ରେମ କୃଷ୍ଣ ଶ୍ରୀରାଧା ବେନି କୃପା କଲେ ଦୁର୍ଲଭ ନର ଜନ୍ମ ଭେଟଇ ରାମ

ଇନ୍ଦ୍ରଧନୁର ସପ୍ତ ରଙ୍ଗ ମିଶିଗଲେ

ଇନ୍ଦ୍ରଧନୁର ସପ୍ତ ରଙ୍ଗ ମିଶିଗଲେ ଧଳା ତିନି ଶାଖା ବିଲ୍ଵପତ୍ରରେ ସତ୍ତ୍ୱ ରଜ ତମ ନୀଳକନ୍ଦର ଚର୍ତୁର୍ଦ୍ଧା ଓଁ ନମଃ ନାରାୟଣ ଭକ୍ତି ଜ୍ଞାନ ଚକ୍ଷୁକୁ ଶାନ୍ତାକାର ଆତ୍ମାରାମ

ଯାହାଙ୍କର ନାଭି ପଦ୍ମରେ ଏହି ଅଖିଳ

ଯାହାଙ୍କର ନାଭି ପଦ୍ମରେ ଏହି ଅଖିଳ ବ୍ରହ୍ମାଣ୍ଡ ଅଭୟ ପାଦକୁ ଜନନୀ ଲୁଚାଇଛି ତୁମ୍ଭରି ହସ୍ତ ଜନନୀ କମଳା ବୈଦେହୀ ରୁକ୍ମଣୀ ମହାଲକ୍ଷ୍ମୀ ପଣତେ ପୋଛ ଗାତ୍ରରୁ ସବୁ ପାପ ହେଉ ଅସ୍ତ

ଏହି ଅଖିଳ ବ୍ରହ୍ମାଣ୍ଡର ଯିଏ ସେ ଜନକ ଜନନୀ

ଏହି ଅଖିଳ ବ୍ରହ୍ମାଣ୍ଡର ଯିଏ ସେ ଜନକ ଜନନୀ ସେହି ନୀଳକନ୍ଦର ଚତୁର୍ଦ୍ଧା ଅଧାଗଢା ଦାରୁବ୍ରହ୍ମ ଗୋପୀ ଗୋପାଳ ଝୁରି ମଲେ ନବଧା ଭକ୍ତିରେ ଯୋଗୀ ଚକ୍ଷୁ ବୁଜିଲେ ଦେଖିବାକୁ ଆତ୍ମା ରାମ

ଅଖିଳ ଜୀବଙ୍କର ବାପା ଶ୍ରୀଜଗନ୍ନାଥ

ଅଖିଳ ଜୀବଙ୍କର ବାପା ଶ୍ରୀଜଗନ୍ନାଥ ଶ୍ରୀ ମହାଲକ୍ଷ୍ମୀ ଅଖିଳ ଜୀବର ମାଆ ମଥାରେ ପଦ୍ମ କର ପ୍ରାରବ୍ଧ ଖଣ୍ଡିବେ ଆତ୍ମା ଉଚ୍ଚାରୁଥିବ ନମଃ ସ୍ଵଧା ସ୍ୱାହା

ଜୀବର ସବୁ ଅପରାଧ ଯିଏ କ୍ଷମା କରି ଦିଅନ୍ତି

ଜୀବର ସବୁ ଅପରାଧ ଯିଏ କ୍ଷମା କରି ଦିଅନ୍ତି ସେହି ସର୍ବମଂ ସହା କୃଷ୍ଣ ବାସୁଦେବ ନାରାୟଣ ଜୀବର ପିତା ମାତା ବନ୍ଧୁ ସଖା ଆତ୍ମା ଗୋବିନ୍ଦ ଯାହାଙ୍କର ନାମ ସ୍ମରଣ ଚାରି ବେଦ ପାରାୟଣ

ସକାମ କର୍ମ ବନ୍ଧନେ ପକାନ୍ତି

ସକାମ କର୍ମ ବନ୍ଧନେ ପକାନ୍ତି ଶ୍ରୀରାମ ଶ୍ରୀକୃଷ୍ଣ କରନ୍ତି ମୁକ୍ତି ସୀତା ରାଧା ପଣତେ ପୋଛନ୍ତି ଏହି ଆତ୍ମା ତାଙ୍କ ପୁତ୍ର ନାତି

ଶରୀରରେ ମୋ

ଶରୀରରେ ମୋ ଏଗାର ଇନ୍ଦ୍ରିୟ ଆଖି ଥାଉଁ ସେମାନେ ସବୁ ଅନ୍ଧ ପାଖରେ ଆତ୍ମାକୁ ଦେଖି ନ ପାରନ୍ତି ତମ ରଜ ଗୁଣ କର୍ମ ସଂସାର ବନ୍ଧ

ମୋହର ଜ୍ଞାନ ପୋଥି

ମୋହର ଜ୍ଞାନ ପୋଥି ବାଇଗଣ ମୋତେ ଉଦ୍ଧାର ହେ ନାରାୟଣ ମୁହିଁ ଅଜ୍ଞାନୀ ଭକ୍ତି ନିଷ୍କାମ ହୀନ ଲୋଭରେ ଚିନ୍ତଇ ଛନ୍ଦା ଚରଣ

ଲଭିଣ ଓଁ ସାଇରାମ ବିଭୁତି

ଲଭିଣ ଓଁ ସାଇରାମ ବିଭୁତି ମହା ପବିତ୍ର କଲି ସର୍ବ ଅଙ୍ଗ ଲଭିଣ ଗୋବିନ୍ଦ ପଦ୍ମ ଚରଣ ତେଜିଲି ମାୟା ସଂସାର ସଙ୍ଗ

ବିପଦ ଘନେଇ ଆସିଲେ ବଢା଼ଉ ପାଦ

ବିପଦ ଘନେଇ ଆସିଲେ ବଢା଼ଉ ପାଦ ଛୁଇଁଦେଲେ ବ୍ରହ୍ମାନନ୍ଦ ରୋମାଞ୍ଚ ସ୍ୱାଦ ଓଁ ଶ୍ରୀ ସାଇରାମ ଭୁବନ ମୋହନ କୃଷ୍ଣ ଯୋଗ ଭକ୍ତି ଜ୍ଞାନ ନାହିଁ ଓଁକାର ନାଦ

ଜୀବଙ୍କର କଳା ଅଳ୍ପ ଅଳ୍ପ

ଜୀବଙ୍କର କଳା ଅଳ୍ପ ଅଳ୍ପ ଚକାଡୋଳା ସମ୍ପୂର୍ଣ୍ଣ କଳା ରାଧା ତପ୍ତ କାଞ୍ଚନ ଗୌର ମେଘଶ୍ୟାମ ନନ୍ଦର ବଳା

ପିତା ମାତା ମୋ ପଞ୍ଚ ଭୁତ ପିତୁଳା

ପିତା ମାତା ମୋ ପଞ୍ଚ ଭୁତ ପିତୁଳା ମାଟିର କଣ୍ଢେଇ ଭଳି ଭାଙ୍ଗି ଗଲେ ଚତୁର୍ଦ୍ଧା ମୂର୍ତ୍ତି ସଦା ନବ କଳେବର ଚନ୍ଦନ ଅର୍ଗଳୀରେ ଆଶ୍ରା ଦେଲେ

Friday, 28 November 2025

ହୃଦ ପଦ୍ମ ଲଭୁ ଛନ୍ଦା ଚରଣ

ହୃଦ ପଦ୍ମ ଲଭୁ ଛନ୍ଦା ଚରଣ ଶିର ଲଭୁ ବଂଶୀ ପାଣି କର ଚାରିଧାଡିରେ ଲେଖିବି ଭାବ ଦୃଷ୍ଟି ପଥେ ରୁହ ରାଧା ବର

ରୁକ୍ମଣୀ ବଲ୍ଲଭଙ୍କର ପାଦରେ ଆତ୍ମା ଲାଖିଗଲା

ରୁକ୍ମଣୀ ବଲ୍ଲଭଙ୍କର ପାଦରେ ଆତ୍ମା ଲାଖିଗଲା ନଜର ଉତ୍ତାରୁ ଉତ୍ତାରୁ ହୋଇଲା ଏଡ଼େ ବିଳମ୍ବ ଆହାଃ କି ସୁନ୍ଦର ସେହି ମୋହନ ମଧୁର ବଂଶୀ କର୍ଣ୍ଣ ପୂରି ସୁଧା ହୃଦୟକୁ କରିଲା ଶାଖା କଦମ୍ବ

ଯାହାର ନାମ କୀର୍ତ୍ତନ ଆଖୁ ରସ

ଯାହାର ନାମ କୀର୍ତ୍ତନ ଆଖୁ ରସ ଯାହାର ଲୀଳା ଯଶ କୀର୍ତ୍ତନ ମହୁ ଯାହା ବକ୍ଷରେ ଭକ୍ତର ପାଦ ଚିହ୍ନ ତାହା ଛନ୍ଦା ଚରଣରେ ମନ ରହୁ

ମାଆ

ମାଆ ହସ୍ତରେ ଦେଖି ପିତାଙ୍କ କମଳ ଚରଣ ଛୁଇଁବାକୁ ଅଧମ ସନ୍ତାନର ବଢିଗଲା ଶୋଷ କରୁଣା ସିନ୍ଧୁ ନାରାୟଣ ତୋହରି ହୃଦୟରେ ଟିକେ ଛୁଇଁବାକୁ ଦିଅ ମା ଯାତ୍ରା ହୁଏ ଶେଷ

ଏହି ଛେଉଣ୍ଡର ସମ୍ବଳ ଦାରୁବ୍ରହ୍ମ ଅଧାଗଢ଼ା

ଏହି ଛେଉଣ୍ଡର ସମ୍ବଳ ଦାରୁବ୍ରହ୍ମ ଅଧାଗଢ଼ା ଜନନୀ ଗୋ କମଳା ତୋର ଶରୀର ସମ୍ପୂର୍ଣ୍ଣ ଛନ୍ଦା ଚରଣରେ ଲୋଟିବା ପାଇଁକି ବ୍ୟାକୁଳ ଗୋବିନ୍ଦ ହୃଦୟା ବାଞ୍ଛାକୁ କରିବୁ ପରିପୂର୍ଣ୍ଣ

ଗୋଟିଏ ଥିଲୁ ମନ ମାନିଲାନି

ଗୋଟିଏ ଥିଲୁ ମନ ମାନିଲାନି ରତ୍ନ ବେଦିରେ ହେଲୁ ଚତୁର୍ଦ୍ଧା ଛନ୍ଦା ଚରଣକୁ ଝୁରି ଝୁରି ମଲି ହେ ଓଁକାର କାହିଁ ହେଲୁ ଅଧା

ଜଗତ ଜୀବନ ଅନ୍ନ ମୁଠାରେ

ଜଗତ ଜୀବନ ଅନ୍ନ ମୁଠାରେ ମୁକ୍ତି ସ୍ନାନ ମା ଗଙ୍ଗା ତୁଠରେ ଭକତି ଭାବ ଟସର ମଠାରେ ମୁକ୍ତିର ଦାତା ବଂଶୀ ଓଠରେ

Thursday, 27 November 2025

ଚେତନା ହିଁ ଚୈତନ୍ୟ ମହାପ୍ରଭୁ

ଚେତନା ହିଁ ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ହିଁ ଗୌରାଙ୍ଗ ଗୌରାଙ୍ଗ ମହାପ୍ରଭୁ ଚକାଡୋଳା ଆତ୍ମା ସଦା ଝୁରେ ଲଭିବାକୁ ଅଙ୍ଗ

ସାରା ସଂସାର ହାଟ ବାଟ କଡ଼ରେ

ସାରା ସଂସାର ହାଟ ବାଟ କଡ଼ରେ ଜଗନ୍ନାଥ ପ୍ରେମିକ ହରିଦାସ ଘର ସଦା ସର୍ବଦା ହରି ନାମ ସଂକୀର୍ତ୍ତନ କର୍ଣ୍ଣ ଡେର ହେବ ଭଵ ଭୟ ଦୂର

ତୁହି

ତୁହି ମୀରାର ଗିରିଧର ନାଗର କୃଷ୍ଣ ତୁହି ଶବରୀର ନବ ଦୁର୍ବାଦଳ ରାମ ଯିଏ ତୋ ପ୍ରେମରେ ପଡିଗଲା ବାୟା ନିର୍ଜଳା ଉପବାସ ନାହିଁ କାମ ଦାମ

ତୁହି ଦୁଷ୍ଟ ହିରଣ୍ୟକଶିପୁ ରାଜ ଦରଦାର

ତୁହି ଦୁଷ୍ଟ ହିରଣ୍ୟକଶିପୁ ରାଜ ଦରଦାର ସିଂହାସନ ଛତ୍ର ଖମ୍ଭ ତୁହି କମଳା ନୃସିଂହ ଆଗମ ନିଗମ ଯା ଠାବ କରି ନ ପାରିଲେ ଭକତ ପ୍ରହଲ୍ଲାଦକୁ ଦେଲୁ ବାତ୍ସଲ୍ୟ ସ୍ନେହଁ

ଦୀପ ଆଲୋକରେ ସେହିଟି ଦାରୁବ୍ରହ୍ମ ଚକାଡୋଳା

ଦୀପ ଆଲୋକରେ ସେହିଟି ଦାରୁବ୍ରହ୍ମ ଚକାଡୋଳା କଂସ ବନ୍ଦୀ ଘରେ ଦେବକୀ କୋଳରେ ଚକ୍ଷୁ ପଙ୍କଜ ଆଖି ପତା ଖୋଲିଲେ ଅଖିଳ ବିଷ୍ଣୁ ମୋହିନୀ ମାୟା ଯୋଗ ସମାଧିରେ ଶଙ୍ଖ ଚକ୍ର ଗଦା ପଦ୍ମ ଚାରି ଭୁଜ

ଶ୍ରୀରାମ ପ୍ରଭୁଙ୍କର ପାଦ ଦେଖିଲି ନାହିଁ

ଶ୍ରୀରାମ ପ୍ରଭୁଙ୍କର ପାଦ ଦେଖିଲି ନାହିଁ ଦେଖିଲି ନାହିଁ ଶ୍ରୀଗୋବିନ୍ଦ ପଦ୍ମ ପାଦ ଶ୍ରୀଜଗନ୍ନାଥ ପ୍ରଭୁ ପାଦ ଦେଖିଲି ନାହିଁ ଜନ୍ମ ବ୍ୟର୍ଥ ନ ଚାଖିଲି ହରି ନାମ ସ୍ୱାଦ

ଦେହକୁ ମଣିଥିଲି ମୁହିଁ ସର୍ବସ୍ବ

ଦେହକୁ ମଣିଥିଲି ମୁହିଁ ସର୍ବସ୍ବ ମୋତେ ସମ୍ପୂଣ୍ଣ ତେଜିଣ ଗଲା କୃଷ୍ଣଙ୍କୁ ଭାବିଥିଲି ମୁହିଁ ପଥର ମୋର ପ୍ରାଣଠାରୁ ନିଜର କଲା

ଲକ୍ଷ୍ମୀଙ୍କ ପାଦ ଅଳତା ବୋଳା

ଲକ୍ଷ୍ମୀଙ୍କ ପାଦ ଅଳତା ବୋଳା ଚକାଡୋଳାଙ୍କ ପାଦ ସରୋଜ ବାପ ମାଆର ସେବା କରିଣ କେହି ସୁଝି ନ ପାରେ କରଜ

Wednesday, 26 November 2025

ନମସ୍ତେ ନମସ୍ତେ ନମସ୍ତେ ଜନନୀ ଗୋ କମଳା

ନମସ୍ତେ ନମସ୍ତେ ନମସ୍ତେ ଜନନୀ ଗୋ କମଳା ବିଷ୍ଣୁଙ୍କ ହୃଦୟ ସମାନ କୋମଳ ତୁମ୍ଭରି ହୃଦୟ ମୋ ସର୍ବାଙ୍ଗରେ ବୋଳିଦିଅ ଶ୍ରୀପତି ପାଦ ରଜ ହରି ଦେହ ପ୍ରପଞ୍ଚ ସେବା ଭାଗ୍ୟ ହେଉ ଉଦୟ

ନବଧା ଭକ୍ତିରେ ବାନ୍ଧିଛୁ ଅଖିଳ ଜୀବ

ନବଧା ଭକ୍ତିରେ ବାନ୍ଧିଛୁ ଅଖିଳ ଜୀବ ଗୀତଗୋବିନ୍ଦରେ ବାନ୍ଧିଛୁ କୃଷ୍ଣ ରାଧା ଶ୍ରୀମଦ ଭାଗବତରେ ବାନ୍ଧିଅଛୁ ବ୍ରହ୍ମ ଅଖିଳ ବାନ୍ଧିଅଛୁ ବ୍ରହ୍ମଦାରୁ ଗଢା ଅଧା

ଅଧାଗଢା କପାଳରେ ଦେଲେ ଶ୍ୱେତ ଚନ୍ଦନର ଠୋପା

ଅଧାଗଢା କପାଳରେ ଦେଲେ ଶ୍ୱେତ ଚନ୍ଦନର ଠୋପା ଜୀବ କପାଳରେ ଲାଗିଯାଏ ବିଷ୍ଣୁଙ୍କୁ ଦର୍ଶନ ସୌଭାଗ୍ୟ ବ୍ରହ୍ମଦାରୁଙ୍କ ବକ୍ଷରେ ଲମ୍ବାଇଲେ କୃଷ୍ଣ ତୁଳସୀର ମାଳା ଜୀବର ଶରୀର ମୁକ୍ତି ଲାଭକରେ ପ୍ରାରବ୍ଧ ଦୂରାରୋଗ୍ୟ

ଚକାଡୋଳା ହିଁ ଆତ୍ମ ବ୍ରହ୍ମ

ଚକାଡୋଳା ହିଁ ଆତ୍ମ ବ୍ରହ୍ମ ବଂଶୀଧର ଶ୍ୟାମ ସୁନ୍ଦର ନିଷ୍କାମ କର୍ମ ହିଁ ଅର୍ଚ୍ଚନା ବୈକୁଣ୍ଠ ହୃଦୟ ମନ୍ଦିର

କିଏ ସେ ପୂଜଇ ସ୍ଥାପି ପଥର ବିଗ୍ରହ

କିଏ ସେ ପୂଜଇ ସ୍ଥାପି ପଥର ବିଗ୍ରହ ଆଉ କିଏ ପୂଜଇ ଚିତ୍ର ପ୍ରତିମା କାଠ ଚକାଡୋଳା ଅପଲକ ଜୀବର ଆତ୍ମା ଚିନ୍ତି ମୁଠେ ଦେଲେ ଚାରିବେଦ ପାଠ