Tuesday, 31 March 2026
ଅଧାଗଢାଙ୍କୁ କୁଣ୍ଡାଇଲେ ହୋଇବି ପୂର୍ଣ୍ଣ
ଅଧାଗଢାଙ୍କୁ କୁଣ୍ଡାଇଲେ ହୋଇବି ପୂର୍ଣ୍ଣ
ଚୁର୍ଣ୍ଣ ହୋଇବ ଅହଂ ଧ୍ବଂସ ହେବ ବିକାର
ରୁକ୍ମଣୀ ବ୍ରହ୍ମଦାରୁ ଛନ୍ଦା ଚରଣରେ ଚିତ୍ତ
ସମର୍ପିଲେ ସୁସ୍ଥିର ଆତ୍ମା ଓଁ ଅ ଉ ମକାର
ବ୍ରହ୍ମଦାରୁ ଆସିଛୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରୁ
ବ୍ରହ୍ମଦାରୁ ଆସିଛୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରୁ
ବଳଭଦ୍ର ଜଗନ୍ନାଥ ସୁଭଦ୍ରା ଆଧାର କମଳା
ଅଣାକ୍ଷର ଅଜପା ବିନ୍ଦୁ ନବ ଭକ୍ତିରେ ଛନ୍ଦା
ଶିବ ସେବାରେ ସନ୍ତୁଷ୍ଟ ବୈଷ୍ଣବ ହୃଦ ଅଳା
କୋଟିଏ ସାଗର ଗଭୀର ପ୍ରଶାନ୍ତ
କୋଟିଏ ସାଗର ଗଭୀର ପ୍ରଶାନ୍ତ
ବ୍ରହ୍ମଦାରୁ ବ୍ରହ୍ମାନନ୍ଦ କଳା ଶ୍ରୀମୁଖ
ଉମା ଶଙ୍କର ସଦାନନ୍ଦ ଜପମାଳା
ଅଧାଗଢା ହେ ଛନ୍ଦା ପାଦେ ରଖ
ମୂଳାଧାର ସ୍ୱାଧିଷ୍ଠାନ ଚକ୍ରରେ ଘୁରି ମରୁଛି
ମୂଳାଧାର ସ୍ୱାଧିଷ୍ଠାନ ଚକ୍ରରେ ଘୁରି ମରୁଛି
ହେ ଗରୁଡ଼ ସହସ୍ର ଦଳ ପଦ୍ମ ପାଖକୁ ନିଅ
ବହୁ କୁଟୁମ୍ବି ଅଶେଷ ଜଞ୍ଜାଳ ହେ ବାସୁକୀ
ଅଧାଗଢାଙ୍କର ପାଦକୁ ଥରେ ଛୁଆଁଇ ଦିଅ
କଳି ଯୁଗରେ ଧର୍ମ କେବଳ ଗୋଟିଏ ପାଦ
କଳି ଯୁଗରେ ଧର୍ମ କେବଳ ଗୋତିଏ ପାଦ
ଦିଅଁ ଚତୃର୍ଦ୍ଧା ରାମ ଭଦ୍ରା ବଳଭଦ୍ର ସୁଦର୍ଶନ
ଷଢ଼ ରିପୁଙ୍କର ଆକ୍ରମଣ ଆଉ ସହି ହେଉନି
ଯାଉଛି ମହାବାହୁ ଛାୟାରେ କରିବି ଶୟନ
କୃଷ୍ଣ ବ୍ରହ୍ମଦାରୁ ଅଧାଗଢାଙ୍କର କି ନାମ ଅଭାବ
କୃଷ୍ଣ ବ୍ରହ୍ମଦାରୁ ଅଧାଗଢାଙ୍କର କି ନାମ ଅଭାବ
ଭକ୍ତ ଦାସ ହେ ଭାବଗ୍ରାହୀ ନାମ ଲିଭାଇ ଦିଅ
ଚକାଡୋଳାରେ ମିଳାଇ ଆଖି ଥରେ ଦେଖନ୍ତି
ଚିତ୍ତଚୋର ହେ ଏ ଦୀନଠାରେ ମାୟା ନ ବହ
ବାଇଶିଟି ପାହାଚ ଚଢି ଗରୁଡ ପଛରୁ
ବାଇଶିଟି ପାହାଚ ଚଢି ଗରୁଡ ପଛରୁ
କଳା କୃଷ୍ଣ କମଳ ଆଖିକୁ ଚାହିଁ ଦେଲି
ଆକୁଳ ବ୍ୟାକୁଳେ କେତେ ଖୋଜୁଥିଲି
ଛନ୍ଦା ପାଦକୁ ଛୁଇଁ ଆତ୍ମାକୁ ପାଇଗଲି
ଏତେ ପାଖରେ ଥାଇକି ଛୁଇଁ ପାରିଲିନି
ଏତେ ପାଖରେ ଥାଇକି ଛୁଇଁ ପାରିଲିନି
ଏହି ଭାବ ଅଭାବୀକୁ ବଡ଼ କପଟ କଲ
ପତିତପାବନ ବାନା ମୋତେ ଡାକିଥିଲା
କାମକି ଅଭାବ ରାମ ଆସିଥାଆନ୍ତି ଭଲା
ସାଧୁ ସଙ୍ଗ ପବିତ୍ର ଗଙ୍ଗା କୁଳ
ସାଧୁ ସଙ୍ଗ ପବିତ୍ର ଗଙ୍ଗା କୁଳ
ହରି କୀର୍ତ୍ତନ ଭାଗବତ ପାଠ
ଶିବାଳୟ ବିଷ୍ଣୁଙ୍କର ବୈକୁଣ୍ଠ
ବ୍ରହ୍ମଦାରୁ ବ୍ରହ୍ମାନନ୍ଦଙ୍କର ମଠ
ଯାହା ଉପରେ ପଡେ ବ୍ରହ୍ମଦାରୁ ଅପଲକ ଦୃଷ୍ଟି
ଯାହା ଉପରେ ପଡେ ବ୍ରହ୍ମଦାରୁ ଅପଲକ ଦୃଷ୍ଟି
ସେ ଭାଗ୍ୟବାନର କର୍ମ ଧ୍ବଂସ ଯାଇ ହୁଏ ବ୍ରାହ୍ମଣ
ଯାହାକୁ ଜନନୀ କମଳା ପଣତରେ ପୋଛିଦିଏ
ଧନ୍ୟ ତାର ଜନ୍ମ ନର ତନୁ ଲଭେ ଛନ୍ଦା ଚରଣ
Monday, 30 March 2026
ସଂସାରକୁ ଆସିଥିଲି ପରିଚୟ ପାଇଁ
ସଂସାରକୁ ଆସିଥିଲି ପରିଚୟ ପାଇଁ
ବେକରେ ଲମ୍ବାଇଲେ ଆଧାର ପତ୍ର
ଭେଟ ନ ହେଲେ ଛନ୍ଦା ଚରଣ କୃଷ୍ଣ
ରମ୍ଭା ବୃକ୍ଷ ସମ ଥରୁଛି ସକଳ ଗାତ୍ର
ସଦା ମଙ୍ଗଳ ଓଁ ନମୋ ନାରାୟଣ ଉଚ୍ଚାରଣ
ସଦା ମଙ୍ଗଳ ଓଁ ନମୋ ନାରାୟଣ ଉଚ୍ଚାରଣ
ସର୍ବ ମଙ୍ଗଳ ଉଚ୍ଚାରଣ ବୈଦେହୀ ପତି ରାମ
ସଦା ମଙ୍ଗଳ ସର୍ବ ମଙ୍ଗଳ ଗୋବିନ୍ଦ ଉଚ୍ଚାରଣ
ବ୍ରହ୍ମଦାରୁ ଅଧାଗଢା ଉଚ୍ଚାରଣ ନିର୍ମଳ ପ୍ରେମ
କୋଟି କୋଟି ପ୍ରଣାମ ଅଭୟ ଚରଣରେ
କୋଟି କୋଟି ପ୍ରଣାମ ଅଭୟ ଚରଣରେ
ଓଁ ଶ୍ରୀ ସାଇରାମ ପ୍ରାରବ୍ଧ ଵିଧ୍ଵଂସୀ ଶ୍ରୀହରି
ଶବକୁ ସାଇରାମ ଧନ୍ଵନ୍ତରୀର ସଞ୍ଜିବନୀ
ପ୍ରାଣ ସୁରକ୍ଷିତ ସାଇରାମ ଉଚ୍ଚାରଣ କରି
ଦେବ ଦେବ ମହାଦେବ ଶଙ୍କର ହୃଦୟରେ ରାମ
ଦେବ ଦେବ ମହାଦେବ ଶଙ୍କର ହୃଦୟରେ ରାମ
ଲୋକ ଜନନୀ ପାର୍ବତୀ ଶ୍ରୀଗୋବିନ୍ଦ ସହୋଦରୀ
ବିଷ୍ଣୁ ଦଶାବତାର ଲୀଳା ଶିବାଳୟର ସଂକୀର୍ତ୍ତନ
ଲକ୍ଷ୍ମୀ ବିଲ୍ୱ ବୃକ୍ଷ ସର୍ବ ଦେବତା ରୁଷି ସ୍ଟୁବନ୍ତି ଘେରି
କୃଷ୍ଣ ତୋ ଅଗାଧ ଅକୂଳ ଲୀଳାନିଧିରେ ବୁଡି ଯାଉଛି
କୃଷ୍ଣ ତୋ ଅଗାଧ ଅକୂଳ ଲୀଳାନିଧିରେ ବୁଡି ଯାଉଛି
ହେ ବ୍ରହ୍ମଦାରୁ ଅଧାଗଢା ଉଦ୍ଧର ବଢ଼ାଇ ଦୀର୍ଘ ଚରଣ
ଏଡ଼େ ମୃଦ୍ୟୁ ମଧୁର ବାଜନା ମୁରଲୀ ରାମ ନାମ ଧରି
ହେ ପଦ୍ମନାଭ କମଳା ସେବିତ ପାଦରେ ଗଲି ଶରଣ
ପୁରୁଷୋତ୍ତମରେ ପହଞ୍ଚିବା ବେଳକୁ
ପୁରୁଷୋତ୍ତମରେ ପହଞ୍ଚିବା ବେଳକୁ
ଶ୍ରୀମନ୍ଦିର ଦ୍ୱାରରେ ପଡିଥିଲା ପହଡ଼
ବେଢ଼ାରୁ ଛଡା ତୁଳସୀ ପାଇ ଫେରିଲି
ଆତ୍ମା କୁଟୁମ୍ବ ସମ ସମ୍ବୋଧିଲା ଗରୁଡ
ଚିନ୍ତା ଖଣି ରୋଗ ମୁଣି ଏହି ଶରୀର
ଚିନ୍ତା ଖଣି ରୋଗ ମୁଣି ଏହି ଶରୀର
ଏଗାର ଇନ୍ଦ୍ରିୟ ଷଢ଼ ରିପୁ କାରବାର
ବ୍ରହ୍ମଦାରୁ ଅଧାଗଢା ଗୋବିନ୍ଦ ଆତ୍ମା
ପାଞ୍ଚ ମନ ପଚିଶ ପ୍ରକୃତି ପରିବାର
ଅଲେଖକୁ କିଏ ଦେଲା ଏଡ଼େ ସୁନ୍ଦର ତୁମ୍ଭ ତନୁ
ଅଲେଖକୁ କିଏ ଦେଲା ଏଡ଼େ ସୁନ୍ଦର ତୁମ୍ଭ ତନୁ
କିଏ ଦେଲା ଅଧରରେ ମୋହନ ମଧୁର ବଂଶୀ
ସୁଗନ୍ଧ ରାଜ ମାଳା କିଏ ଲମ୍ବାଇଲା ଗଳାରେ
ଛନ୍ଦା ଚରଣକୁ ସଦା ଝୁରି ମରଇ ମନ ହଂସୀ
ମୋତେ ଘେରିଛନ୍ତି ଏଗାର ଇନ୍ଦ୍ରିୟ ଷଢ଼ ରିପୁ
ମୋତେ ଘେରିଛନ୍ତି ଏଗାର ଇନ୍ଦ୍ରିୟ ଷଢ଼ ରିପୁ
ତୁମ୍ଭଙ୍କୁ ଛାଡ଼ି ଶ୍ରୀଧର ଯଦି ଯିବି ଯିବି କୁଆଡ଼େ
ଅଧାଗଢାଙ୍କର ଛନ୍ଦା ଚରଣରେ ପଶି ଯାଆନ୍ତି
କମଳ ଆଖି ହେ ଥରେ ଚାହିଁଲନି ମୋ ଆଡେ
ତୁମ୍ଭଙ୍କୁ ଯିଏ ଯେତେ ବେଶୀ ଝୁରେ ହେ କୃଷ୍ଣ
ତୁମ୍ଭଙ୍କୁ ଯିଏ ଯେତେ ବେଶୀ ଝୁରେ ହେ କୃଷ୍ଣ
ତାହା ନୟନରୁ ସେତେ ବେଶୀ ଝରାଅ ଲୁହ
ତୁମ୍ଭଙ୍କୁ କେତେ ଯେ ଝୁରି ଝୁରି ମଲା ଶ୍ରୀରାଧା
ହେ କାଳିଦଳା ହୃଦୟ ବୋଲି କିଛି ଅଛି କୁହ
ଜଗନ୍ନାଥ ହେ ତୁମର ହୃଦୟ ବୋଲି କିଛି ନାହିଁ
ଜଗନ୍ନାଥ ହେ ତୁମର ହୃଦୟ ବୋଲି କିଛି ନାହିଁ
ନ ହେଲେ କି ନ ବୁଝନ୍ତ ଏହି ଦୁଃଖି ମନ କଥା
ଅନ୍ତର ବେଦନା କେଡେ ଯତନେ ମୁହିଁ ବାଢେ
ଗୋଟିଏ ନ ଘେନି କେଡେ ଦେଲ ମୁଣ୍ଡ ବଥା
Sunday, 29 March 2026
ବ୍ରହ୍ମଦାରୁ ଶ୍ରୀରାଧା କୃଷ୍ଣ ମିଳିତ ତନୁ
ବ୍ରହ୍ମଦାରୁ ଶ୍ରୀରାଧା କୃଷ୍ଣ ମିଳିତ ତନୁ
ଶୁଦ୍ଧ ବ୍ରହ୍ମ ପାବନ ପୟୋନିଧି ବ୍ରହ୍ମାଣ୍ଡ
କେମିତି ଛୁଇଁବି ଲକ୍ଷ୍ମୀ ସେବିତ ପାଦ
ମୁହିଁ ମହା ଅଜ୍ଞାନୀ ଦୁର୍ଗନ୍ଧ ପାପ କୁଣ୍ଡ
ସଦା ଶିବ ଶଙ୍କର ପରମ ବୈଷ୍ଣବ
ସଦା ଶିବ ଶଙ୍କର ପରମ ବୈଷ୍ଣବ
ବୈଷ୍ଣବ ଦେବୀ ଜନନୀ ପାର୍ବତୀ
ନିରନ୍ତର ଶ୍ରୀହରି ଲୀଳା କୀର୍ତ୍ତନ
ଶିବାଳୟ ବୈକୁଣ୍ଠ ଶ୍ରୀରାମ ଗୀତି
ହିରଣ୍ୟକଶିପୁ ମୁକ୍ତି ଦାୟକ ନାରାୟଣ
ହିରଣ୍ୟକଶିପୁ ମୁକ୍ତି ଦାୟକ ନାରାୟଣ
ଅହଲ୍ୟା କାମିନୀ ଉଦ୍ଧାରକ ସୀତାରାମ
ପୂତନା କଂସ କୁବୁଜା ମୁକ୍ତି ଦାୟକ କୃଷ୍ଣ
ତୁମ ଛନ୍ଦାପାଦରେ ସମର୍ପିଲି ଚିତ୍ତ କର୍ମ
ପ୍ରଭାତେ ସ୍ମରାମି କ୍ଷମାନିଧି ଲୀଳାନିଧି
ପ୍ରଭାତେ ସ୍ମରାମି କ୍ଷମାନିଧି ଲୀଳାନିଧି
ଶ୍ରୀବାସୁଦେବ ପାବନ ବିଧି ପୟୋନିଧି
ଯଶୋଦା ନୟନ ପିତୁଳା ଶ୍ରୀରାଧା ନିଧି
ମନ ଭ୍ରମର ଚୁମ ଛନ୍ଦା ଚରଣ ନିରବଧି
ନୀଳଚକ୍ରରେ ଉଡଇ ପତିତପାବନ ବାନା ଫର ଫର
ନୀଳଚକ୍ରରେ ଉଡଇ ପତିତପାବନ ବାନା ଫର ଫର
ନିରନ୍ତର ଗାଉଥାଏ ବିଶ୍ୱ ଆତ୍ମା ଶ୍ରୀହରି ଲୀଳା ଗାଥା
ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ଅହିଂସା ପ୍ରେମରେ ପୂର୍ଣ୍ଣ
ଭାଗବତ ଗୀତଗୋବିନ୍ଦ ଲକ୍ଷ୍ମୀ ପୁରାଣ ପୂଣ୍ୟ କଥା
ଶରଣ ଶରଣ ଶରଣ ଅଜୁର୍ନ ଜୀବନ
ଶରଣ ଶରଣ ଶରଣ ଅଜୁର୍ନ ଜୀବନ
ବ୍ରହ୍ମଦାରୁ ଅଧାଗଢ଼ା ଛନ୍ଦା ଚରଣ ହେ
ଶରଣ ଶରଣ ଶରଣ ରୁକ୍ମଣୀ ହୃଦୟ
ଅଧାଗଢା ଅପଲକ କରୁଣା ଦୃଷ୍ଟି ହେ
ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ଭେଟ କିବା ହୋଇବ
ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ଭେଟ କିବା ହୋଇବ
ଶ୍ରୀଗୋବିନ୍ଦ ଛନ୍ଦା ଚରଣ ମୋତେ ସାତ ସପନ
ମୋର ଅଳ୍ପ ବୁଦ୍ଧି ଅଳ୍ପ ଜ୍ଞାନ ବହୁତ ଚେଷ୍ଟା କଲି
ହେ ବ୍ରହ୍ମଦାରୁ ଇନ୍ଦ୍ରିୟକୁ ବୈକୁଣ୍ଠ ପଥ ଗୋପନ
ଇନ୍ଦ୍ରିୟମାନଙ୍କ ସାଥିରେ ଯାତ୍ରା କରିକି
ଇନ୍ଦ୍ରିୟମାନଙ୍କ ସାଥିରେ ଯାତ୍ରା କରିକି
ମୂଢ଼ ରାମ କି ବାଇଶି ପାହାଚ ଚଢ଼ିବ
ଷଢ଼ ରିପୁ ବେଢି ଅଛନ୍ତି ଚାରି ପାଖରୁ
ମୂଢ଼ ରାମ କି ଛନ୍ଦାପାଦ ଛୁଇଁ ପାରିବ
Saturday, 28 March 2026
ଇନ୍ଦ୍ରିୟ ବୁଲୁଥାଏ ଅଖିଳ ବ୍ରହ୍ମାଣ୍ଡ ସାରା
ଇନ୍ଦ୍ରିୟ ବୁଲୁଥାଏ ଅଖିଳ ବ୍ରହ୍ମାଣ୍ଡ ସାରା
ଆତ୍ମା ଚୁମୁଥାଏ କମଳା ସେବିତ ପାଦ
ଇନ୍ଦ୍ରିୟ ମୁଖିଆ ମନର ସାଥି ଷଢ଼ ରିପୁ
ଆତ୍ମା ବିଭୋର ପିଇ ଭାଗବତ ଶ୍ରୀମଦ
ନାରାୟଣ ହୋଇଥିଲେ ବାମନ ଅବତାର
ନାରାୟଣ ହୋଇଥିଲେ ବାମନ ଅବତାର
ବଳୀର ବଳକା ଦର୍ପକୁ ଦଳିଦେବା ପାଇଁ
ନାରାୟଣ ହୋଇଛନ୍ତି ବ୍ରହ୍ମଦାରୁ ଚତୃର୍ଦ୍ଧା
ଗରୁଡ ପଛୁ ଚାହିଁଲେ ଚକ୍ଷୁ ଫେରେ ନାହିଁ
ଆପଣା ମନ ମନ୍ଦିରରେ ଜ୍ଞାନ ଦୀପ ଜଳାଅ
ଆପଣା ମନ ମନ୍ଦିରରେ ଜ୍ଞାନ ଦୀପ ଜଳାଅ
ଦେହ ପିଞ୍ଜରାରୁ ଅଜ୍ଞାନ ଅନ୍ଧାର ହେଉ ଦୂର
ନିରନ୍ତର ଚିନ୍ତ ଏକା ବ୍ରହ୍ମଦାରୁ ସର୍ବ ଜୀବାତ୍ମା
ନୟନ ପଥେ ଭେଟ ପାଇବ ବଂଶୀ ଅଧର
ତୁମ୍ଭ ଚକାଡୋଳା ଅଖିଳ ବ୍ରହ୍ମାଣ୍ଡ ଉଛୁଳି ସୁଧା
ତୁମ୍ଭ ଚକାଡୋଳା ଅଖିଳ ବ୍ରହ୍ମାଣ୍ଡ ଉଛୁଳି ସୁଧା
ମୁହିଁ ଏକ ଅତି ତୃଷାର୍ତ୍ତ ଅତି କ୍ଷୁଦ୍ରାତି ମଧୁମକ୍ଷି
ତୁମ୍ଭ ପତିତ ପାବନ ବାନା ହିଁ କେବଳ ଭରସା
ତୁମ୍ଭ ଛନ୍ଦା ପାଦକୁ ଭରସିଛି ହେ କମଳ ଆକ୍ଷି
ପଙ୍କରେ ସୁସ୍ଥିର ସୁନ୍ଦର ସୁଗନ୍ଧ
ପଙ୍କରେ ସୁସ୍ଥିର ସୁନ୍ଦର ସୁଗନ୍ଧ ପଦ୍ମ
ପଦ୍ମ କେଶରରେ ସୁସ୍ଥିର ଛନ୍ଦା ପାଦ
ଛନ୍ଦା ପାଦରେ ଚିର ଉଲ୍ଲାସିତ ଲକ୍ଷ୍ମୀ
ଲକ୍ଷ୍ମୀ ପାଦ ପାଉଁଜିରେ ବୈଷ୍ଣବ ହୃଦ
ଧନ୍ୟ ହେଲା ଧନ୍ୟ ହେଲା ମୋ ଏହି ନର ଜନମ
ଧନ୍ୟ ହେଲା ଧନ୍ୟ ହେଲା ମୋ ଏହି ନର ଜନମ
ହୃଦୟ ପଦ୍ମରେ ଶ୍ରୀକୃଷ୍ଣ ସୁଭଦ୍ରା ବଳରାମ ଆରାଧ୍ୟ
ଧନ୍ୟ ହେଲା ଧନ୍ୟ ହେଲା ଅତି ଦୁର୍ଲଭ ନର ଜନ୍ମ
କର ସ୍ପର୍ଶ କଲା ଜଳଧି ତନୟା ସେବିତ ପଦ୍ମ ପାଦ
ବିଶ୍ଵାବଶୁ ପରମ ଆରାଧ୍ୟ ନୀଳମାଧବ ହରି
ବିଶ୍ଵାବଶୁ ପରମ ଆରାଧ୍ୟ ନୀଳମାଧବ ହରି
ବିଦ୍ୟାପତି ବଂଶ ପୂଜ୍ୟ କୃଷ୍ଣ ପୁରୁଷୋତ୍ତମ
ଇନ୍ଦ୍ରଦ୍ୟୁମ୍ନ ପରମ ଜୀବନ ବ୍ରହ୍ମଦାରୁ ଚତୃର୍ଦ୍ଧା
ଶ୍ରୀକ୍ଷେତ୍ର ଇଷ୍ଟ ଦିଅଁ କୃଷ୍ଣ ସୁଭଦ୍ରା ବଳରାମ
ବ୍ରହ୍ମଦାରୁ ଜଗନ୍ନାଥ ନାରାୟଣ ବସୁଧା ନାଥ
ବ୍ରହ୍ମଦାରୁ ଜଗନ୍ନାଥ ନାରାୟଣ ବସୁଧା ନାଥ
ରାମଚନ୍ଦ୍ର କୃଷ୍ଣଚନ୍ଦ୍ର କୋଟି କରୁଣା ସମୁଦ୍ର
ଆତ୍ମା ଶାରୀ ଦେହ ପଞ୍ଜୁରୀରେ ସଦା ଜପ
ହରେ କୃଷ୍ଣ ହରେ ରାମ ଜୀବ ଭକ୍ତି ଦରିଦ୍ର
ବ୍ରହ୍ମଦାରୁଙ୍କର ଚରଣ ଛୁଇଁବାକୁ ବାଞ୍ଛା ଜନ୍ମିଲେ
ବ୍ରହ୍ମଦାରୁଙ୍କର ଚରଣ ଛୁଇଁବାକୁ ବାଞ୍ଛା ଜନ୍ମିଲେ
ଯୋନି ଯୋନିରେ ଭ୍ରମିବା ହୋଇଥାଏ ସଫଳ
ଅତି ଦୟାଳୁ ରୁକ୍ମଣୀ ହ୍ରୁଦୟ ଜଗନ୍ନାଥ ବ୍ରାହ୍ମଣ
ଅଧାଗଢା ସିଞ୍ଚନ୍ତି ଚଲା ପଥେ ଅଶେଷ ମଙ୍ଗଳ
Subscribe to:
Comments (Atom)

















































