Sunday 31 March 2024

ମୋହର ଦେହ ମନ ବାକ୍ୟ ଏ ତିନି ମିଶି

ମୋହର ଦେହ ମନ ବାକ୍ୟ ଏ ତିନି ମିଶି ଗୋବିନ୍ଦ ହେ ତୋତେ ନ ପାରିଲେ ବାନ୍ଧି ଯଶୋଦାଙ୍କୁ ବର ମାଗିବି ଖୁଆର ଦଉଡି ଗୋବିନ୍ଦ ହେ ତୋତେ ମୁହିଁ ପାରିବି ଛନ୍ଦି

ଉତ୍କଳ ଦିବସ

ହେ ପରମାନନ୍ଦ ସଦନ ହେ ଉତ୍କଳ ବନ୍ଦନ ସପରିବାରଙ୍କୁ ଉତ୍କଳ ଜନ୍ମଦିନର ନିମନ୍ତ୍ରଣ ଚର୍ତ୍ତୁଦ୍ଧା ଦେଖିବି ପ୍ରଭୁ ହେ ଗରୁଡ ପୃଷ୍ଠରେ ଅପେକ୍ଷାରେ ଦେହ ମନ ବାକ୍ୟ ନିୟନ୍ତ୍ରଣ

ଅଶେଷ ଆନନ୍ଦ ଧାମ ତୁମେ ହେ ଗୋବିନ୍ଦ

ଅଶେଷ ଆନନ୍ଦ ଧାମ ତୁମେ ହେ ଗୋବିନ୍ଦ ମୋର ମନୋରଥ ବାହୁଡା ଯାତ୍ରାକୁ କୁଣ୍ଠିତ ଅଶେଷ ବାସନା ମନ ରହିତ ହେ ଗୋବିନ୍ଦ ମୋହର ମନୋରଥ ପାଦ ପଦ୍ମରେ ଲୁଣ୍ଠିତ

ଚନ୍ଦନ ଶୀତଳ ନାମ

ଚନ୍ଦନ ଶୀତଳ ନାମ ଶରଣ ପଞ୍ଜର ରୂପ ହୃଦୟ କମଳ ଧାମ ଅଜପା ମନ୍ତର ଜପ

ମାଆ ଚଣ୍ଡୀ ନୁହଇଁ ପାଷାଣୀ

ମାଆ ଚଣ୍ଡୀ ନୁହଇଁ ପାଷାଣୀ ମା କାନକୁ ପାରିଥାଏ ଡାକକୁ ଆକୁଳ ବ୍ୟାକୁଳ ହିଁ ଅନୁକୂଳ ମାଆ ଆଉଜି ନିଏ କୋଳକୁ

ରାମ ରାମ ଭଜ ଭଜ କୃଷ୍ଣ କୃଷ୍ଣ ଭଜ

ରାମ ରାମ ଭଜ ଭଜ କୃଷ୍ଣ କୃଷ୍ଣ ଭଜ ବାଇ ମନରେ ନାମରେ ସମ୍ପୂର୍ଣ ମଜ ପାପ ଆଖିକୁ ସେହି ସିନା ଅଧା ଗଢା ହୃଦୟ କମଳରେ ଗୋବିନ୍ଦ ଚର୍ତ୍ତୁଭୂଜ

ଦେହୀକୁ ଭେଟିଲେ ମୋର ମନରେ

ଦେହୀକୁ ଭେଟିଲେ ମୋର ମନରେ ମନ ସମ୍ପୂର୍ଣ୍ଣ ପାଷୋରିବୁ ଏହି ଦେହ ଦେହ ପାଷୋରିଲେ ମୋର ମନରେ ମନ ସମ୍ପୂର୍ଣ ପାଷୋରିବୁ ଭଵ ମୋହ

ମୋ ଝିଅ

ସେ ଘର ଅଗଣାର ମଧୁ ମାଳତୀ ସେ ବଗିଚାର ପୋଦିନା ଦୟାଣା ସେ ପୂଜା ଘରର ଶୁଭ ଶଙ୍ଖ ଶବ୍ଦ ସେ ନୀରବତାର ଶୀତଳ ଝରଣା

Saturday 30 March 2024

ଥରୁଟିଏ ଜନନୀର ଡାକ କର୍ଣ୍ଣରେ ପଡିଲେ

ଥରୁଟିଏ ଜନନୀର ଡାକ କର୍ଣ୍ଣରେ ପଡିଲେ ସକଳ ଖେଳ ଛାଡି ବାଳକ ବାହୁଡେ ଗୃହେ ଥରୁଟିଏ ଗୋବିନ୍ଦର ପାଦ କପାଳ ଛୁଇଁଲେ ସକଳ କର୍ମ ଛାଡି ଜୀବ ଆତ୍ମା ହିତେ ରହେ

ଚଣ୍ଡୀ ବୋଲଇ ରାମ ଏ ବାଟେ ଗଲା

ଚଣ୍ଡୀ ବୋଲଇ ରାମ ଏ ବାଟେ ଗଲା ତାହା ମନରେ ନ ପଡିଲା ମାଆ କଥା ଶୁଣ ଲୋ ଝିଅ କହିବୁ ମୋର ରାମକୁ ମା ରାମଚଣ୍ଡୀ ପ୍ରକାଶିଲା ମନର ବଥା

ମୋହର ମନକୁ ନ ମାରି ସମର୍ପିଲି ଶ୍ରୀଗୋବିନ୍ଦଙ୍କୁ

ମୋହର ମନକୁ ନ ମାରି ସମର୍ପିଲି ଶ୍ରୀଗୋବିନ୍ଦଙ୍କୁ ଭକତ ଭୋଳିଆ ଆନନ୍ଦ ସାଗରେ ହଜାଇ ଦେଲେ ମୋହର ହୃଦୟକୁ ନ ଭାଙ୍ଗି ଦେଲି ଶ୍ରୀଗୋବିନ୍ଦଙ୍କୁ ସକଳ ଆତ୍ମାର ବନ୍ଧୁ ଏ ଅଧମକୁ ଆପଣାର କଲେ

Friday 29 March 2024

ଏହି କ୍ଷୁଦ୍ର ହୃଦୟରେ ବଡ ମାନସିକ ମାଆ ଗୋ

ଏହି କ୍ଷୁଦ୍ର ହୃଦୟରେ ବଡ ମାନସିକ ମାଆ ଗୋ ମନ ମୋର ସଦା ବୁଲୁଥାଏ ତୋର ବେଢାରେ ଆରତୀ ବେଳେ ତୋର ଭକତଙ୍କ ବଡ ଗହଳି ମାଆ ଗୋ କାଳେ ଚାହିଁଦେବୁ ଆଖି ଆଡରେ

ମହାଶୂନ୍ୟରୁ ଆସିଲି ମହାଶୁନ୍ୟରେ ଭାସିଲି

ମହାଶୂନ୍ୟରୁ ଆସିଲି ମହାଶୁନ୍ୟରେ ଭାସିଲି ଶ୍ରୀକ୍ଷେତ୍ରକୁ ଆସିଲି ଚକା ଡୋଳାକୁ ଦେଖିଲି ବଡ ଦାଣ୍ଡ ବଡ ଦେଉଳ ବଡ ଦିଅଁ ବଡ ରଥ ଅଜଣା ଅଶୁଣା ଅଚିନ୍ତ୍ୟ ବ୍ରହ୍ମଦାରୁରେ ରସିଲି

ରାମ କେଣେ ଗଲା ଗଲି ବୋଲି ଚଣ୍ଡୀ

ରାମ କେଣେ ଗଲା ଗଲି ବୋଲି ମାଆ ଚଣ୍ଡୀ ନିଜ ମାଆ ପରିକା ତା ତିନି ନୟନରେ ଚାହେଁ ସୁମତିକୁ ସପନରେ କହିଲା ମାଆ ମନ କଥା ମାଆ ରାମ ଚଣ୍ଡୀ ରାମକୁ କେତେ ଭଲ ପାଏ[୧] ଛୋଟ ମୁହେଁ ବହୁତ ବଡ କଥା ମାଆ ଚଣ୍ଡୀ ଅରକ୍ଷିତ ରାମ ମା ଗୋ ଅନେକ ଭଲ ପାଏ କେବେ କୃପା କରି ଦର୍ଶନ ଦିଅ ମାଆ ଚଣ୍ଡୀ ଅରକ୍ଷିତ ରାମ ତୋ ପାଦ ସଦା ଚିନ୍ତୁ ଥାଏ [୨]

Thursday 28 March 2024

ନିଜେ ଅଳପ ରଖି ମୋତେ ବେଶୀ ଦେଲୁ

ନିଜେ ଅଳପ ରଖି ମୋତେ ବେଶୀ ଦେଲୁ ନବଧା ଭକ୍ତିରେ ତୁ ବାନ୍ଧିଦେଲୁ ମୋ ମନ କେଉଁଟି କରିବି ନୈବେଦ୍ୟ ହେ ଗୋବିନ୍ଦ ମୁଁ ଅଧମ ନାହିଁ ପ୍ରାରବ୍ଧ ନାହିଁ ମୋ ଜ୍ଞ୍ୟାନ

ମୁଖ ଶଶୀ ତୋର ମାଆ ଗୋ ପ୍ରଶାନ୍ତି ନିଳୟ

ମୁଖ ଶଶୀ ତୋର ମାଆ ଗୋ ପ୍ରଶାନ୍ତି ନିଳୟ ମାଆ ଗୋ ପ୍ରଶାନ୍ତି ନିଳୟ ତୋ ଅଭୟ କୋଳ ପଣତ କାନି ତୋର ମାଆ ଗୋ ପ୍ରଶାନ୍ତି ନିଳୟ ମାଆ ଗୋ ପ୍ରଶାନ୍ତି ନିଳୟ ତୋର ପାଦ ତଳ

ସଦୟା ଗୋ ଯାହାକୁ ଡାକିଲୁ ତୋ କୋଳକୁ

ସଦୟା ଗୋ ଯାହାକୁ ଡାକିଲୁ ତୋ କୋଳକୁ ମାଆ ଗୋ ତୋ ଅଭୟ ଦଶ ଭୁଜକୁ ପ୍ରସାରି ଏହି ପତିତକୁ ମାଆ ଗୋ ଧନ୍ୟ କରି ଦେଲୁ ହୃଦୟ ବାସିନୀ ଗୋ ସେ ମୋ ସହୋଦରୀ

ଅତି ଅଙ୍କା ବଙ୍କା ଅଙ୍କା ବଙ୍କା ଜୀବନ ଚଲା ପଥ

ଅତି ଅଙ୍କା ବଙ୍କା ଅଙ୍କା ବଙ୍କା ଏହି ଜୀବନ ଚଲା ପଥ ଚଲା ପଥ ଶେଷ ହେଉ ବାଙ୍କ ବିହାରୀ ତୋ ପିଣ୍ଢାରେ ଅତି ଚାରୁ ଅତି ଚାରୁ ସେହି ପିଣ୍ଢା କମଳା ଝୋଟିରେ ଅପୂର୍ବ ସେହି ଗୋବିନ୍ଦ ଅଭ୍ୟର୍ଥନା କେଡେ ଥଣ୍ଡାରେ

Wednesday 27 March 2024

ବ୍ରହ୍ମଦାରୁ ପ୍ରଶସ୍ତ ଛାୟା ଅଟେ ଚନ୍ଦନ ଶୀତଳ

ବ୍ରହ୍ମଦାରୁ ପ୍ରଶସ୍ତ ଛାୟା ଅଟେ ଚନ୍ଦନ ଶୀତଳ ସଦା ବସନ୍ତ ପବନ ଧୀର ଧୀର ଧୀର ବହେ ଅବଢ଼ା ସୁଆଦ ଅଟେ ମାଆର ହାତ ପରଶା ସଦା ମନ କୋକିଳଟି ହରି ହରି ହରି ଗାଏ

ହରେ କୃଷ୍ଣ ହରେ ରାମ

ହରେ କୃଷ୍ଣ ହରେ ରାମ ବିମଳ ଆନନ୍ଦ ପଦ୍ମ ମୁଖ ହରେ କୃଷ୍ଣ ହରେ ରାମ ସ୍ମରଣ ଚିନ୍ତନ ମହାସୁଖ

Tuesday 26 March 2024

ମୋତେ ମା ପରମ ସୁଖ ଓ ମା ଓ ମା ଓ ମା

ମୋତେ ମାଆ ପରମ ଦୁଃଖ ଓ ମା ଓ ମା ଓ ମା ମାଆ ଗୋ କିମ୍ପା ମନ୍ଦାର ଲମ୍ବିବ ତୋ ଗଳାରେ ମୋତେ ମାଆ ପରମ ସୁଖ ଓ ମା ଓ ମା ଓ ମା ମାଆ ଗୋ ମୁଁ ଥରେ ବସିଥାନ୍ତି ତୋ କୋଳରେ

ତୁହି ହିଁ ଜାନକୀ ଜୀବନ ରାମ

ତୁହି ହିଁ ଜାନକୀ ଜୀବନ ରାମ ତୁହି ହିଁ ରାଧିକା ଜୀବନ ହରି କଳିରେ ହେ ହେଲୁ ବ୍ରହ୍ମଦାରୁ ହେ ଅପଲକ ଦିଅ ଆଖିଠାରି

ଥାଅ ମୋର ଦୁଃଖରେ ହେ ଗୋବିନ୍ଦ

ଥାଅ ମୋର ଦୁଃଖରେ ହେ ଗୋବିନ୍ଦ ହେ ଗୋବିନ୍ଦ ଥାଅ ମୋର ସୁଖରେ ସୁଖ ଦୁଃଖ ନେଇ କିସ ମୁହିଁ କରିବି ହେ ଗୋବିନ୍ଦ ଥାଅ ମୋ ପାଖରେ

ନିରାକାର ହେଲା ଆକାର

ନିରାକାର ହେଲା ଆକାର ଆକାର ହୋଇଲା ସାକାର ସାକାର ହେଲା ବଂଶୀଧର ବଂଶୀଧର କଲା ସ୍ୱୀକାର

କିଏ ସେ ଚିନ୍ତେ ତୋତେ ସୁଖରେ

କିଏ ସେ ଚିନ୍ତେ ତୋତେ ସୁଖରେ କିଏ ସେ ଚିନ୍ତେ ତୋତେ ଦୁଃଖରେ ସୁଖ ଦୁଖରେ ଯିଏ ଚିନ୍ତା କରୁଥାଏ ହରି ହେ ସଦା ଥାଉ ତା ପାଖରେ

ଆଖି ଯେଣେ ଗଲେ ଯାଉ

ଆଖି ଯେଣେ ଗଲେ ଯାଉ ମନ ଗୋବିନ୍ଦ ପଦେ ଥାଉ ଜିଭ ଉଷୁନା ଅରୁଆ ଖାଉ କଣ୍ଠ ଗୋବିନ୍ଦ ନାମ ଗାଉ

ତୋତେ ଥରେ ଚାହିଁଦେଲେ ମାଆ ଗୋ

ତୋତେ ଥରେ ଚାହିଁଦେଲେ ମାଆ ଗୋ ଲାଗେ ଯେମିତି କୋଟି ଜନମର ବନ୍ଧନ ତୋତେ ଥରେ ମା ବୋଲି ଡାକିଦେଲେ ମାଆ ଗୋ ହୃଦୟେ ଲାଗେ ହରି ଚନ୍ଦନ

Monday 25 March 2024

ସକଳ ସୃଷ୍ଟି କରି ତୁହି ଦେବୀ ବୋଲାଉଛୁ

ସକଳ ସୃଷ୍ଟି କରି ତୁହି ଦେବୀ ବୋଲାଉଛୁ ପାଷାଣୀ ଲୋ ଏବେ କାହିଁକି ଏଡ଼େ ନିରବ ସକଳ ପୂଜା ଉପାସ ତୀର୍ଥ ବ୍ରତ ମୋ ଲାଗି ପାଷାଣୀ ଲୋ ମୁଁହି ସିନା ତୋହର ସରବ

ପର କାଳରେ ତୁହି ସକଳର ପରମ ଆଶ୍ରୟ

ପର କାଳରେ ତୁହି ସକଳର ପରମ ଆଶ୍ରୟ ଇହ କାଳରେ ମନକୁ ପାଦ ପଙ୍କଜରେ ରଖ ତୁମ ମୋହନ ରୂପରେ ମୋର ପ୍ରାଣ ଶୀତଳ ଆହାଃ କେଡେ ଉଦାର ତୋର ବଂଶୀ ମୁଖ

ମାଆ ହୋଇ ମୋର ତୁହି ଦେବୀ ବୋଲାଉଛୁ

ମାଆ ହୋଇ ମୋର ତୁହି ଦେବୀ ବୋଲାଉଛୁ ପାଷାଣୀ ଲୋ କଥା କହ କାହିଁକି ଏଡ଼େ ନିରବ ମାଆ ଗୋ ଜାଣେ ମୁହିଁ ସଭିଏଁ ତୋର ସନ୍ତାନ ହେଲେ ତୁହି ମା ଏହି ବାପ ଚେଉଣ୍ଡର ସରବ

ଆଜି ସିନା ତୋ ଚକା ଆଖିରେ ପତା ପଡ଼େନା

ଆଜି ସିନା ତୋ ଚକା ଆଖିରେ ପତା ପଡ଼େନା ଅପଲକରେ ମୋ ବିନା କେମିତି ପାରିବୁ ରହି କାନ୍ଧ ଅଦଳ ବଦଳେ କୋକେଇ ଯିବ ମଶାଣି ବ୍ରହ୍ମଦାରୁ ଡାଳରେ ବସି ମୋତେ ଝୁରିବୁ ତୁହି

ଚନ୍ଦନ କାଠଟି ସେତେ ଅଧିକ ବାସେ

ଚନ୍ଦନ କାଠଟି ସେତେ ଅଧିକ ବାସେ ଯେତେ ଅଧିକରୁ ଅଧିକ ହୁଏ ଘୋରି ଚକା ଡୋଳା ସେତେ ଆସନ୍ତି ପାଖକୁ ମନ ତାଙ୍କୁ ଯେତେ ବେଶି ହୁଏ ଝୁରି

Sunday 24 March 2024

ସଦ୍ୟ ପ୍ରସ୍ଫୁଟିତ ସରୋଜ ଶ୍ରୀରାଧା ପାଦ

ସଦ୍ୟ ପ୍ରସ୍ଫୁଟିତ ସରୋଜ ତୋ ପାଦ ମା ଉଷା ଆକାଶ ବାଳୁତ ଅରୁଣ ଅଳତା ଧାର ସଦ୍ୟ ପ୍ରସ୍ଫୁଟିତ ଚମ୍ପା ପାଦର ନଖ ପନ୍ତି ଫଗୁ ଘେନ ପୂର୍ଣ୍ଣ ଇନ୍ଦୁ ପାଉଁଜିରେ ତୋର

ଯାହାର ନାମଟି କେବଳ ଏଡିକି ଏଡିକି ସୁମଧୁର

ଯାହାର ନାମଟି କେବଳ ଏଡିକି ଏଡିକି ସୁମଧୁର ଆହାଃ କେଡେ ମଧୁର ହୋଇଥିବ ତାହାର ରୂପ ଜୀବନ ଚଲା ପଥରେ ଭେଟ ହେଲେ କି ଦେବି ଆୟୁଷ କ୍ଷୟ କରି କେବଳ ଅରଜିଲି ମହାପାପ

ନବ ନୀରଦ କାନ୍ତି ରବି ସୁଧାକର ବେନି ଚକ୍ଷୁ

ନବ ନୀରଦ କାନ୍ତି ରବି ସୁଧାକର ବେନି ଚକ୍ଷୁ ଅଧରେ ମୋହନ ବଂଶୀ ଶିରେ ମୟୁର ପକ୍ଷୀ ଗଳାରେ ବନ ମାଳ ପ୍ରୀୟା ହୀରା ତନୁ ରାଧା ପଦ୍ମ କମଳରେ ଫଗୁ ଘେନ ହେ ଆତ୍ମା ସାକ୍ଷୀ

ଏକଇ ପୁଷ୍ପରେ ଦୁଇଟି କେଶର

ଏକଇ ପୁଷ୍ପରେ ଦୁଇଟି କେଶର ଏକଇ ମୁଦ୍ରାରେ ଦୁଇ ଦୁଇ ମୁଖ ଚାରି ଚକ୍ଷୁରୁ ଏତେ କୃପା ଝରେ ଏକଇ ଭଳି ବୋଧ ସୁଖ ଦୁଃଖ

ଯାହା ମୁହିଁ ଭେଟିଲି ଜୀବନ ଚଲା ପଥରେ

ଯାହା ମୁହିଁ ଭେଟିଲି ଜୀବନ ଚଲା ପଥରେ ହେ ରାଧା ଲୋଳା ସକଳ ତୋହର ବିଭୁତି ବ୍ରହ୍ମଦାରୁରୁ ଯେଉଁ ଯେଉଁ କୃପା ପୁଷ୍ପ ଝଡ଼େ ଭାବରେ ଗୁନ୍ଥି ତୋର ପାଇଁ କରେ ଆବୃତି

ନାହିଁ ମୋର ଗୁରୁ ପାଦ ପଙ୍କଜ ସେବା ପୁଣ୍ୟ

ନାହିଁ ମୋର ଗୁରୁ ପାଦ ପଙ୍କଜ ସେବା ପୁଣ୍ୟ ନାହିଁ ମୋ ଜନକ ଜନନୀ ପାଦ ସେବା ପୁଣ୍ୟ ହେ ଗୋବିନ୍ଦ କେବଳ ତୋର କରୁଣା ସମ୍ବଳ ତୋ ଛନ୍ଦାପାଦରେ ଶରଣ ଦେଇ କଲୁ ଧନ୍ୟ

ନୀଳକନ୍ଦରରେ ଅଛନ୍ତି ଜଣେ ଉତ୍ତମ ଦରଜି

ଶ୍ରୀକ୍ଷେତ୍ରରେ ଅଛନ୍ତି ଜଣେ ଉତ୍ତମ ଦରଜି ତାଙ୍କର ସିଇଁବା ପଣକୁ କେହି ନୁହେଁ ସରି ସାଲବେଗ ହେଲା ଯୁଦ୍ଧରେ କ୍ଷତ ବୀକ୍ଷତ ଦେହ ଜଗନ୍ନାଥଙ୍କୁ ଅର୍ପଣ କରି ଗଲା ତରି

ମୋ ହାତରେ ଦେଲୁ ମାଆ ଗୋ ଛୁଞ୍ଚି ସୁତା

ମୋ ହାତରେ ଦେଲୁ ମାଆ ଗୋ ଛୁଞ୍ଚି ସୁତା ମାଆ ଗୋ ଚଣ୍ଡୀ ମୋର ନାହିଁ ଜ୍ଞ୍ୟାନ ଆଖି ମୁଁ ମହା ଅଧମ ଦିନ କଣା ଅନ୍ଧାର କଣା ମା ଫଟା କଣା ପିନ୍ଧି ଦିନ ବଞ୍ଚଇ ହୋଇ ଦୁଃଖୀ

Saturday 23 March 2024

ହୃଦୟରେ ସାଇତିଛୁ ମାଆ ଗୋ ହରେ କୃଷ୍ଣ

ହୃଦୟରେ ସାଇତିଛୁ ମାଆ ଗୋ ହରେ କୃଷ୍ଣ ସର୍ବାଙ୍ଗରେ ସାଇତୁଛି ମା ଗୋ ହରେ ରାମ କଟାକ୍ଷରେ ସାଇତିଛୁ ମାଆ ଗୋ ରାମ କୃଷ୍ଣ ମାଆ ଗୋ ଜଣକୁ ଦେଲେ ଲଭିବି ବ୍ରହ୍ମାନନ୍ଦ

ହସ୍ତରେ ଧରିଛୁ ମାଆ ଗୋ ସିନା ତୀକ୍ଷଣ ତ୍ରିଶୁଳ

ହସ୍ତରେ ଧରିଛୁ ମାଆ ଗୋ ସିନା ତୀକ୍ଷଣ ତ୍ରିଶୁଳ ମା ହୃଦୟରେ ଭରିଛୁ ସକଳ ଜୀବ ପାଇଁ ସ୍ନେହଁ ଅବତାର ଧରିଛୁ ମାଆ ଗୋ ଧର୍ମ କ୍ଷୟ ଗଲେ ପାଷାଣ ମୂର୍ତ୍ତିରେ ସାଇତିଛୁ କରୁଣା ଭରା ମୁହଁ

କମଳ ପାଖୁଡାରୁ କୋମଳ ତୋହର ହୃଦୟ

କମଳ ପାଖୁଡାରୁ କୋମଳ ତୋହର ହୃଦୟ ତେଣୁ ନିରତେ ମାଆ କମଳିନୀ କରେ ବାସ ପଞ୍ଚାମୃତରୁ ମଧୁର ତୋ ନାମ ହେ ଗୋବିନ୍ଦ ତେଣୁ ନିରତେ ଭଜିଲେ ନ ମେଣ୍ଟେ ଶୋଷ

ସିରିଆ ଭାବରେ ବନ୍ଧା ପଡ଼ିଲ ହେ ଗୋବିନ୍ଦ

ସିରିଆ ଭାବରେ ବନ୍ଧା ପଡ଼ିଲ ହେ ଗୋବିନ୍ଦ ହେ ଗୋବିନ୍ଦ ବନ୍ଧା ପଡ଼ିଲ ସୁମତି ଭାବରେ କୃପାକରି ନିଜେ ଦର୍ଶନ ଦେବ ଏ ଅଧମକୁ ହେ ଗୋବିନ୍ଦ ଝୁରେ ମୁଁ ଭାବ ଅଭାବରେ

ଅସ୍ତ ହେଲେ ଦିନମଣୀ

ଅସ୍ତ ହେଲେ ଦିନମଣୀ ବସା ବାହୁଡ଼ିଲେ ପକ୍ଷୀ ସଞ୍ଜ ଦୀପ ଖୁସିହେଲା ଦର୍ଶନ ଲଭି ଚକାଆଖି

Friday 22 March 2024

ଚନ୍ଦନରେ ବୋଳା ଦେହ ତା କସ୍ତୁରୀରେ ବୋଳା

ଚନ୍ଦନରେ ବୋଳା ଦେହ ତା କସ୍ତୁରୀରେ ବୋଳା ସେବତୀ ଦୟଣାର ଟାହିଆ ଅତି ମହ ମହ ବାସ ମଧୁର ଅଧରରେ ବଂଶୀ ଗଳାରେ ତୁଳସୀ ମାଳ ନବ ନୀରଦ କମନୀୟ ଗାତ୍ର ଚିତ୍ତ ଚୋରା ବେଶ

ରାଧେ କୃଷ୍ଣ ଜୟ ରାଧେ କୃଷ୍ଣ

ରାଧେ କୃଷ୍ଣ ଜୟ ରାଧେ କୃଷ୍ଣ କୃଷ୍ଣ ରାଧେ ଜୟ କୃଷ୍ଣ ରାଧେ ମାନସ ସାଉଁଟି ରଖ ଝୁଲାରେ ତୋହର ଅଧେ ମୋର ଅଧେ

ଯୁଝିବା ପଣରେ ତୁହି ଦୁର୍ଗା ମାଆ ଗୋ

ଯୁଝିବା ପଣରେ ତୁହି ଦୁର୍ଗା ମାଆ ଗୋ ମାଆ ଗୋ ସହିବା ପଣରେ ତୁହି ସୀତା ବାଦକ ଗଣରେ ତୁହି ମା ଗୋ ସାରଦା ମାଆ ଗୋ କ୍ଷମା ଗୁଣରେ ବସୁଧା ମାତା

ମୋର ଜୀବନ ଦୀପ ଲିଭିଯିବା ଆଗରୁ

ମୋର ଜୀବନ ଦୀପ ଲିଭିଯିବା ଆଗରୁ ହେ ଗୋବିନ୍ଦ କହ ଆଉ ଗୋଟିଏ ଗପ ରାଧା କି ତୋ ମଥାରେ ପାଦ ରଖିଲେ ତୋ ମୁଖୁ ଶୁଣି ଦେହଛାଡି ଯାଉ ପାପ

Thursday 21 March 2024

ତୋତେ ତୋ ଭକତ ବାନ୍ଧଇ ହୃଦୟରେ

ତୋତେ ତୋର ଭକତ ବାନ୍ଧେ ହୃଦୟରେ ତୁହି ଭକତକୁ ବାନ୍ଧୁ ତୋ ଭାବ ଡୋରିରେ ତୋତେ ତୋ ଭକତ ଜପେ ଶୁଆ ହୋଇ ତୁହି ଭକତକୁ କିଳୁ ବ୍ରହ୍ମାନନ୍ଦ ପଞ୍ଜୁରୀରେ