Monday, 30 June 2025

ହୃଦୟ ଭକତି କବାଟକୁ ଧୀରେ ସଧିରେ ଖୋଲିବୁରେ ଭାଵ

ହୃଦୟ ଭକତି କବାଟକୁ ଧୀରେ ସଧିରେ ଖୋଲିବୁରେ ଭାଵ ଶିକା ଛିଡେଇ ଦହି ସର ଖାଉଥିବେ ପୀତବାସ ଚିତ୍ତ ଚୋରା ଶିରରେ ମୟୁର ପକ୍ଷୀ ବେକରେ ବନମାଳା ଅଧରେ ବଂଶୀ ତନୁ ନବଘନ କପାଳ ହରି ଚନ୍ଦନ ସଂସାରେ ସବୁଠୁଁ ତୋରା

ନାଭି କମଳରେ ଯାହାର ଏହି ସୃଷ୍ଟି ସ୍ଥିତି ଲୟ

ନାଭି କମଳରେ ଯାହାର ଏହି ସୃଷ୍ଟି ସ୍ଥିତି ଲୟ ସୁଧା ଅପଲକ ଚକ୍ଷୁରେ ଯାହାର ରବି ସୁଧାକର ଯାହାର ଶ୍ରୀରଙ୍ଗା ଚରଣରୁ ବହେ ଗଙ୍ଗା ଯମୁନା ଗରୁଡ ପଛରୁ ଥରେ ଚାହିଁ ହେଲି ଅଜର ଅମର

ଯୋଗ ଜ୍ଞାନ ଭକ୍ତି ସାଧନରେ ମୁହିଁଟି ଅତିବ ନିଉନ

ଯୋଗ ଜ୍ଞାନ ଭକ୍ତି ସାଧନରେ ମୁହିଁଟି ଅତିବ ନିଉନ ସତ୍ୟ ଧର୍ମ ପଥ ଅତିବି ନିଷ୍ଠୁର ନ ଜାଣଇ ଚାଲି ତୁମ୍ଭ ସ୍ମରଣ ମନନ ଭଜନରେ ମନ ଯୋଗ କରିଲି ମଧୁର ଅତି ମଧୁର ତୁମ୍ଭ ବଂଶୀ ସ୍ଵନ ଶୁଣିବି ବୋଲି

ତୁମ୍ଭେଟି ଅଭିମାନ ଛାଡିଦିଅ ହେ ଗୋପାଳ

ତୁମ୍ଭେଟି ଅଭିମାନ ଛାଡିଦିଅ ହେ ଗୋପାଳ ମୋର ଫେରିଯିବା ମୁହୁର୍ତ୍ତ ହେଲା ଉପସ୍ଥିତ ତୁମ୍ଭେ ଅଶେଷ କରୁଣା ବହ ହେ ଗୋବିନ୍ଦ ତୋ ବିନା ପିଣ୍ଡରେ ପ୍ରାଣ ଲାଗେ ଅନୁପସ୍ଥିତ

ଯୋଗ ଜ୍ଞାନ ଭକ୍ତି ତୋହରି ନନ୍ଦୀଘୋଷ ରଥର ଦଉଡି

ଯୋଗ ଜ୍ଞାନ ଭକ୍ତି ତୋହରି ନନ୍ଦୀଘୋଷ ରଥର ଦଉଡି ହେ କୃଷ୍ଣ ଆହାଃ ମୁହିଁ ମହାମୂର୍ଖ ମହାପାତକୀ ଶୁଦ୍ର କ୍ଷୁଦ୍ର ପାରିବି କିବା ଭିଡି ଭିଡି ପାରିଥିଲେ ହୃଦରେ ପୂଜିଥାନ୍ତି ମୋହନ ବଂଶୀଙ୍କ ଛନ୍ଦାପାଦ ଛନ୍ଦାପାଦରେ ମଥା ରଖି ପ୍ରାଣପକ୍ଷୀ ବ୍ରହ୍ମଦାରୁକୁ ଯାଇଥାନ୍ତା ଉଡି

ଆଗୋ କଳା ତୁଳସୀ

ଆଗୋ କଳା ତୁଳସୀ ଆଗୋ କଳା ତୁଳସୀ ତୋ ମଥାରେ ଢ଼ାଳିଲା ହାତୀ ସୁନା କଳସୀ ବିଷ୍ଣୁଙ୍କୁ କୋଳରେ ପାଇଲୁ ମଥାରେ ରହିଲୁ ଯେଉଁ ବିଷ୍ଣୁଙ୍କର ମୋତେ ଲାଗିଅଛି କାଳିସୀ

Sunday, 29 June 2025

ଯେଉଁଠି ନୂଆ ଧାନର ଜଟ

ଯେଉଁଠି କଇଁ ଫୁଲର ବେଣୀ ସେଇଠି ମାଆ ଖୁଦ ରଂକୁଣୀ ଏଇଠି ଆକୁଳରେ ଡାକୁଛି କେଣେ ରହିଲ ବେଣୁପାଣି [1] ଯେଉଁଠି ନୂଆ ଧାନର ଜଟ ସେଇଠି ବିଷ୍ଣୁଙ୍କ ପାଟରାଣୀ ଏଇଠି ଆକୁଳରେ ଡାକୁଛି କେଣେ ରହିଲ ବେଣୁପାଣି [2] ଯେଉଁଠି ହସେ ପଦ୍ମ ଫୁଲ ସେଇଠି ଗଗନ ଦିନମଣୀ ଏଇଠି ଆକୁଳରେ ଡାକୁଛି କେଣେ ରହିଲ ବେଣୁପାଣି [3]

ଆଖିରେ କାନରେ ଧରି ନ ପାରିଲି ତୋତେ କୃଷ୍ଣ

ଆଖିରେ କାନରେ ଧରି ନ ପାରିଲି ତୋତେ କୃଷ୍ଣ ବୈଷ୍ଣବ ଦ୍ୱାର ଦ୍ୱାରରେ ହେଲି ଭାବରେ ଭିକାରି ଜର ଜରାରେ ଜୀର୍ଣ୍ଣଶିଣ୍ଣ ହୋଇଲା ମର ଶରୀର ଛନ୍ଦା ଚରଣକୁ ଝୁରି ଝୁରି ଝରିଯାଏ ମନ ଚକୋରି

ସାହା ହୋଇଥିଲେ ଏକା ସେହି ଗୋପାଳ ବାଳ ବେଣୁଧର

ସାହା ହୋଇଥିଲେ ଏକା ସେହି ଗୋପାଳ ବାଳ ବେଣୁଧର ଏହି ଦୁର୍ଲଭ ମଣିଷ ଶରୀର ଲାଭ କରଇ ବୈଷ୍ଣବ ମେଳ ସାହା ହୋଇଥିଲେ ଏକା ସେହି ଅମୃତ ଆଖି ଚକାଡୋଳା ଏହି ଦୁର୍ଲଭ ଜୀବନ ଲାଭ କରଇ କୃଷ୍ଣ ଛନ୍ଦା ପାଦ ତଳ

ଆଗୋ ମାଆ ମୋର ଅତି କରୁଣାମୟୀ ଯୋଗମାୟା

ଆଗୋ ମାଆ ମୋର ଅତି କରୁଣାମୟୀ ଯୋଗମାୟା କୃପା କରି ମୋ ନୟନ ପଥରୁ ମାୟାକୁ ନିଅ କାଢିକି ତୋର ପଦ୍ମ ପୟରରେ କରୁଅଛି ବହୁତ ବିନତି ମାଆ ମୁହିଁ ଭେଟି ଯାଉଅଛି ତୋ ସହୋଦର ବେଣୁ ପାଣିକି

ସାହା ହୋଇଲେ ଏକା ସେହି ଗୋପାଳ ବାଳ ବେଣୁଧର

ସାହା ହୋଇଲେ ଏକା ସେହି ଗୋପାଳ ବାଳ ବେଣୁଧର ଏହି ଦୁର୍ଲଭ ମଣିଷ ଜୀବନ ଲାଭ କରେ ବୈଷ୍ଣବ ମେଳ ଆହାଃ ଅପଲକ ଚକାଡୋଳାରେ ଆଖି ଲାଖି ରହିଗଲେ ଓଁ ସାଇରାମ କହନ୍ତି ଜାଣିବୁରେ ନିଷ୍କାମ ସେବାର ଫଳ

ସହାୟ ହୋଇଲେ ନନ୍ଦବାଳ

ସହାୟ ହୋଇଲେ ନନ୍ଦବାଳ ଜୀବ ଲଭଇ ବୈଷ୍ଣବ ମେଳ ଯେଣେ ଚାହିଁଲେ କୃଷ୍ଣ ଦୃଶ୍ୟ କାୟା କରେ ଜଗତ ମଙ୍ଗଳ

ବାଟରେ ଘାଟରେ ଗାଆଁରେ ତୋଟାରେ

ବାଟରେ ଘାଟରେ ଗାଆଁରେ ତୋଟାରେ କେବଳ ତୋହର ନାମରେ ଆନନ୍ଦ ହାଟ ଘଟରେ କଳ୍ପ ବଟରେ ଯମୁନା ତଟରେ କେବଳ ତୋହର ରୂପରେ ନନ୍ଦର ଚାଟ

ଜ୍ଞାନରୁ ଉତ୍ପନ୍ନ ଭକ୍ତି

ଜ୍ଞାନରୁ ଉତ୍ପନ୍ନ ଭକ୍ତି ଭକ୍ତିରୁ ଉତ୍ପନ୍ନ ଜ୍ଞାନ ଜ୍ଞାନ ଭକ୍ତି କୃଷ୍ଣ ରାଧା ଦୃଢ଼ କରି ଭଜ ମନ

ପିମ୍ପୁଡିଏ ଜାଣନ୍ତି ଖୁଦ କଣିକା ମୁଲ

ପିମ୍ପୁଡିଏ ଜାଣନ୍ତି ଖୁଦ କଣିକା ମୁଲ ଶ୍ରଦ୍ଧାରେ ବୋହି ନେଉଥାନ୍ତି ଗାତକୁ ଭକତେ ଜାଣନ୍ତି କାଳିଆ ସାଆନ୍ତକୁ ଅନେଇ ବସିଥାଆନ୍ତି ଗୁଣ୍ଡିଚା ଯାତକୁ

Saturday, 28 June 2025

ଶିରରେ ମୋର କରାଞ୍ଜୁଳି

ଶିରରେ ମୋର କରାଞ୍ଜୁଳି ଚକ୍ଷୁରେ ମୋର ଲୁହ ଅଳି ହୃଦରେ ମୋର ଛନ୍ଦା ପାଦ ଭାବ ମୋ ଚନ୍ଦନ ଅର୍ଗଳୀ

ବାଞ୍ଛାନିଧିଙ୍କ ବାଞ୍ଛାକୁ ମୋର କର୍ମ ଭେଟୁ

ବାଞ୍ଛାନିଧିଙ୍କ ବାଞ୍ଛାକୁ ମୋର କର୍ମ ଭେଟୁ ଶ୍ରୀହରି ନାମ ସୁଧାକୁ ହୃଦୟ ସଦା ରଟୁ ଗୋବିନ୍ଦଙ୍କ ଛନ୍ଦା ଚରଣରେ ମନ ଖଟୁ ବୈଷ୍ଣବ ଚରଣ ସେବାରେ ଦେହ ତୁଟୁ

ମାୟା ସଂସାର ଭୋଗ ଆଶା କରି

ମାୟା ସଂସାର ଭୋଗ ଆଶା କରି ପଞ୍ଚଭୂତ ଶରୀରରେ ଆଶ୍ରା ନେଲି ଅହଙ୍କାର ସୁଦୃଢ଼େ ବାନ୍ଧିଲା ମନକୁ ଆହାଃ ଛନ୍ଦା ଚରଣକୁ ଭୁଲି ଗଲି

ଆହାଃ କିଏ ଦେଲା ନାମ ତୋତେ କୃଷ୍ଣ

ଆହାଃ କିଏ ଦେଲା ନାମ ତୋତେ କୃଷ୍ଣ ନାମ ସଂସାରେ ସବୁଠାରୁ ହେଲା ମଧୁର ବାଳ ବୃଦ୍ଧ ଯୁବା ସବୁ ହେଲେ ମୋହିତ ଗିନି ମୃଦଙ୍ଗ ଝାଞ୍ଜ ଭକ୍ତ ହେଲେ ଅଧିର

ଆହାଃ କିଏ ଦେଲା ମୋହନ ବେଣୁ ଜାଣି ଜାଣିକି

ଆହାଃ କିଏ ଦେଲା ମୋହନ ବେଣୁ ଜାଣି ଜାଣିକି ରାଧା ରାଧା ରାଧା ଡାକରେ ହୃଦୟକୁ ନିଏ କିଣିକି ଆହାଃ ଜାଣିଲେ ଚହଳ ପଡ଼ିବ ଗୋପପୁର ସାରା କୃଷ୍ଣ କୃଷ୍ଣ କୃଷ୍ଣ ସମ୍ପୂର୍ଣ୍ଣ ନିଜର କରି ନିଅନ୍ତୁ ଏଣିକି

ପାପୀଟିଏ ଭାବିଣ ମୋତେ ଅଣଦେଖା ନ କର ହେ କୃଷ୍ଣ

ପାପୀଟିଏ ଭାବିଣ ମୋତେ ଅଣଦେଖା ନ କର ହେ କୃଷ୍ଣ ଆହେ କ୍ଷମାନିଧି ତୋତେ ଛାଡି ମୁହିଁ ଆଉ ଯିବି କେଣିକି ନୀଳଚକ୍ରରେ ପତିତ ପାବନ ବାନା ଉଡୁଅଛି ଫର ଫର ଆଉ କିଏ ଏଡ଼େ ଉଦାର ସମାନ ହୋଇବ ବେଣୁପାଣିକି

ଶୁଣ ଶୁଣ ମୋ ଆକୁଳ ଗୁହାରି ହେ ଚକାଡୋଳା

ଶୁଣ ଶୁଣ ମୋ ଆକୁଳ ଗୁହାରି ହେ ଚକାଡୋଳା ଅଖିଳ ସଚରାଚର ତୋ ଆଖିରେ ଗଲେ ଭଳିକି ଦେଖା ଦେଖା ଦିଅ ଥରୁଟିଏ ହେ ପତିତପାବନ ଭକ୍ତି ଶୁନ ପାମର ଛନ୍ଦାପାଦରେ କରେ ଅଳିକି

Friday, 27 June 2025

କିଏ ସେ ସମର୍ଥ ତୋତେ ଧରିବାକୁ

କିଏ ସେ ସମର୍ଥ ତୋତେ ଧରିବାକୁ ନିଜକୁ ନିଜେ ନ ପକାଇଲେ ଧରା ତୁହି ଅଣାକ୍ଷର ଆଉ ସକଳ ଅକ୍ଷର ଶ୍ରାବଣ ମୁଷଳ ବୃଷ୍ଟି ବୈଶାଖ ଖରା

ତୁମ୍ଭେ ବୈଷ୍ଣବର ଶ୍ରୀପତି ହେ ଚକାଡୋଳା

ତୁମ୍ଭେ ବୈଷ୍ଣବର ଶ୍ରୀପତି ହେ ଚକାଡୋଳା ତୁମ୍ଭେ ଭୈରବର ମହାଦେବ ହେ ଚକାଆଖି ତୁମ୍ଭେ ଯୋଗିନୀ ପାଇଁକି ଯୋଗମାୟା ଦୁର୍ଗା ତୁମ୍ଭେ ଦାରୁବ୍ରହ୍ମ ଅଧାଗଢା ସର୍ବ ଆତ୍ମା ସାକ୍ଷୀ

ପରୋକ୍ଷରେ କହିଗଲେ ଓଁ ଶ୍ରୀ ସାଇରାମ

ପରୋକ୍ଷରେ କହିଗଲେ ଓଁ ଶ୍ରୀ ସାଇରାମ ଅତ୍ୟନ୍ତ ଶ୍ରଦ୍ଧାରେ ସେବାକୁ କରିବାକୁ ବ୍ରତ ସ୍ମରଣରେ କେଡେ ସୁଧା ଓଁ ଶ୍ରୀ ସାଇରାମ ସତେ କି ଏଡ଼େ ଭାଗ୍ୟ ସ୍ବପ୍ନ ହୋଇବ ସତ

ଜାନି କି ଯାତ୍ରାରେ ଛୋଟ ପିଲାଟିଏ ହଜିଗଲେ

ଜାନି କି ଯାତ୍ରାରେ ଛୋଟ ପିଲାଟିଏ ହଜିଗଲେ ଯେସନେ ଆକୁଳରେ ଖୋଜୁଥାଏ ନିଜ ମାଆକୁ ସଂସାର ଜଞ୍ଜାଳକୁ ମନକୁ ମନ ହାତ ଛଡା କରି ତେସନେ ଜୀବ ଆକୁଳରେ ଖୋଜୁଥାଏ ବ୍ରହ୍ମକୁ

ଆପଣାର କହିଲେ କେବଳ ଆପଣ ହିଁ ଚକାଡୋଳା

ଆପଣାର କହିଲେ କେବଳ ଆପଣ ହିଁ ଚକାଡୋଳା ଅଖିଳ ନିଖିଳ ପଞ୍ଚଭୁତ ଆପଣଙ୍କୁ ଗଣ୍ଠି ଧନ ମଣନ୍ତି ଦାରିଦ୍ର୍ୟ ଭଞ୍ଜନୀ କମଳା ଅନୁକ୍ଷଣ ସେବାରେ ରତ ସଚରାଚର ଛନ୍ଦାପାଦକୁ ଆପଣା ହୃଦୟରେ ବହନ୍ତି

Thursday, 26 June 2025

କାଳୀଦଳା ଛନ୍ଦାପାଦ କି ଲୁଚିଲା ଭକ୍ତଙ୍କ ଭାବ ଜଳରେ

କାଳୀଦଳା ଛନ୍ଦାପାଦ କି ଲୁଚିଲା ଭକ୍ତଙ୍କ ଭାବ ଜଳରେ କି ଅବା ନବଧା ଭକ୍ତିରେ ବାନ୍ଧି ରଖିଲେ ତୋହର ଭକତ ପଦ୍ମ ପାଦକୁ କିବା ଲୁଚାଇଲେ ବ୍ରହ୍ମା ରୁଦ୍ର ଗଣେଶ ଲକ୍ଷ୍ମୀ ଅପଲକ ଉଦାରଙ୍କ କୃପା ବିନା କିଏ ଲଭିବ ଅଛି ତାକତ

ହଲି ଦୋହଲି ଦୋହଲି ହଲି ହଲିକି ଦୋହଲି

ହଲି ଦୋହଲି ଦୋହଲି ହଲି ହଲିକି ଦୋହଲି ଚାରମାଳରେ ନନ୍ଦୀଘୋଷକୁ ଚଢ଼ନ୍ତି ଚକାଆକ୍ଷି ଢଳି ଢଳି ଉର୍ଦ୍ଧକୁ ବାହୁ ତୋଳି ନୃତ୍ୟନ୍ତି ଭକତ ବ୍ରହ୍ମାନନ୍ଦଙ୍କୁ ଆଖିରେ ଦେଖି ତରିଯା ପ୍ରାଣପକ୍ଷୀ

ଭକତ ପ୍ରହଲ୍ଲାଦ ଲାଗି ହେଲ ବ୍ରଜ ନଖ ନରସିଂହ

ଭକତ ପ୍ରହଲ୍ଲାଦ ଲାଗି ହେଲ ବ୍ରଜ ନଖ ନରସିଂହ ମାନିନୀ ରାଧିକା ପାଇଁକି ହୋଇଲ ମୋହନ ବଂଶୀ ଭକ୍ତ ତୁଳସୀ ପାଇଁ ହେଲା ନବ ଦୁର୍ବାଦଳ ଶ୍ରୀରାମ ଅହୋ ଭାଗ୍ୟ କଳି ପାଇଁକି ହେଲ ମୁଖ ରବି ଶଶୀ

ରଥଯାତ୍ରା

ଅଧାଗଢା ଚକାଡୋଳା ଯାହାଙ୍କ ଆଖିରେ ଆଖି ମିଳି ଚାରି ହେଲେ ଦେହ ମାନସ ହୃଦୟ ଚିତ୍ତ ଚାରି ଚାରି ଜଣ ହୁଅନ୍ତି ଧ୍ୟାନ ମଗ୍ନ ବକ ପୂର୍ଣ୍ଣବ୍ରହ୍ମ ବ୍ରହ୍ମଦାରୁ ଯାହାଙ୍କ ପାଦ ପଦ୍ମକୁ ନିଷ୍କାମରେ ଚୁମିଦେଲେ ଯୋଗ ଜ୍ଞାନ ଭାବ ଭକତି ଚାରି ଚାରିଜଣ ବ୍ରହ୍ମାନନ୍ଦେ ହୁଅନ୍ତି ମୁକ

ରଥ ଯାତ୍ରା 27-06-2025

ପୁରୀ ରଥ ଯାତ୍ରା 2025 ନୟନ ଖୋଲିଦେଲେ ଜଗନ୍ନାଥ ଚକାଡୋଳା ନୟନ ବୁଜିଦେଲେ ଜଗନ୍ନାଥ ଅନନ୍ତ ଶୟନ କର୍ଣ୍ଣ ଡେରି ଶୁଣିଲେ ଜଗନ୍ନାଥ ମୁରଲୀ ସ୍ଵନ କର୍ଣ୍ଣ ବଧିରକୁ ଜଗନ୍ନାଥ ସୂର୍ଯ୍ୟ ଚନ୍ଦ୍ର ନୟନ [1] ଜିଭରେ ଚାଖିଲେ ଜଗନ୍ନାଥ ନାମ ଅମୃତ ଜିଭ ନ ଲାଗିଲେ ଜଗନ୍ନାଥ ଜପ ଅଜପା ସ୍ପର୍ଶ କଲେ ଜଗନ୍ନାଥ ତ୍ରିବେଣୀ ସଙ୍ଗମ ଅସ୍ପୁଶ୍ୟ ଜାତିକୁ ଜଗନ୍ନାଥ ମାଆ ବାପା [2] ମନନ କଲେ ଜଗନ୍ନାଥ ମୋହନ ବଂଶୀ ମନ ମାରିଦେଲେ ଜଗନ୍ନାଥ ପୂଣ୍ୟ ତୀର୍ଥ ପାଦ ଚଳିଲେ ଜଗନ୍ନାଥ ବାଇଶି ପାହାଚ ଅଚଳ ହୋଇଲେ ଜଗନ୍ନାଥ ହୃଦୟ ରଥ [3] ଭାବରେ ଚିନ୍ତିଲେ ଜଗନ୍ନାଥ କାଳି ଦଳା ଅଭାବରେ ଥିଲେ ଜଗନ୍ନାଥ କାଠ ଗଣ୍ଡି ଦେବତାଙ୍କୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଦୁର୍ଲଭ ନର ଲଭେ ଜଗନ୍ନାଥ କୃପା କଲେ ଚଣ୍ଡୀ [4] ଅଜ୍ଞାନ ଅନ୍ଧାରରେ ଜଗନ୍ନାଥ ସଂସାର ଜ୍ଞାନ ଆଲୋକରେ ଜଗନ୍ନାଥ ପଦ୍ମନାଭ ଯୋଗୀ ଚିତ୍ତରେ ଜଗନ୍ନାଥ ବନମାଳୀ ଅଯୋଗା ଉଦ୍ୟମକୁ ଜଗନ୍ନାଥ ଦୁର୍ଲଭ [5] ଭକ୍ତ ବିଚାରେ ଜଗନ୍ନାଥ ଗୀତଗୋବିନ୍ଦ ନାସ୍ତିକ ବିଚାରଇ ଜଗନ୍ନାଥ ଅଧାଗଢା ଜଟିଳ ବିଚାରେ ଜଗନ୍ନାଥ ଅପଲକ ସରଳ ବିଚାରେ ଜଗନ୍ନାଥ ସେବତୀ ଚୁଡା [6]

ବାପା ଗଲେ ମାଆ ଗଲେ

ବାପା ଗଲେ ମାଆ ଗଲେ ତାହା ଆଗରୁ ଗଲେ ସାଇ ଚକାଡ଼ୋଳାକୁ ଚାହିଁ ଚାହିଁ ଏହି ଜୀଵନ ଧରିଅଛି ମୁହିଁ

ମୋ ଅଭାବ ଯେତେ ଯେତେ ବଢିଯାଏ ହେ ଚକାଡୋଳା

ମୋ ଅଭାବ ଯେତେ ଯେତେ ବଢିଯାଏ ହେ ଚକାଡୋଳା ଶ୍ରୀହରି ଭାବରେ ମୋର ହୃଦୟ ସେତେ ଅଧିକ ବୁଡ଼ିଯାଏ ମୋ ଦୁର୍ବଳତା ଯେତେ ଯେତେ ବଢିଯାଏ ହେ ବନମାଳୀ ଅପଲକ ଉଦାର ଦୁଷ୍ଟିରେ ମୋର ବଳ ସେତେ ବଢିଯାଏ

Wednesday, 25 June 2025

ଦିଅ ଦିଅ ଭିକ୍ଷା ଦିଅ ମାଆ ଗୋ କ୍ଷୀର ସାଗର ତନୟା

ଦିଅ ଦିଅ ଭିକ୍ଷା ଦିଅ ମାଆ ଗୋ କ୍ଷୀର ସାଗର ତନୟା ଝୁଲିରେ ମୋର କମଳା ସେବିତ ପାଦ ଧୂଳି ଝାଡ଼ି ଦିଅ ଡାକ ଡାକ ନାମ ଧରି ଥରେ ମାଆ ଗୋ ଗୋବିନ୍ଦ ହୃଦ କମଳ ହସ୍ତ ବଢ଼ାଇ ପୋଛିଦିଅ ଚକ୍ଷୁରେ ଅସରନ୍ତି ଲୁହ

ଅର୍ଜୁନ ରଥ ସାରଥୀ ଶିଆଳି ଲତାରେ

ଅର୍ଜୁନ ରଥ ସାରଥୀ ଶିଆଳି ଲତାରେ ଶୟନ କଲେ କାଳୀୟ ଗଞ୍ଜନ ବନମାଳୀ ଶେଷକରି ଦ୍ୱାପର ପାଇଟି ବ୍ରହ୍ମରାଶି ହେଲେ ବ୍ରହ୍ମଦାରୁ ନୀଳକନ୍ଦରରେ ଅଧାଗଢା ରବି ସୁଧାକର ନୟନ ଅଖିଳ ଜନ ଜୀବନ ହିତ ପାଇଁଟି

ବ୍ରହ୍ମଋଷି ବ୍ରହ୍ମରାଶି ବ୍ରହ୍ମଦାରୁ ବେଦ

ଶୁବ୍ରହ୍ମଋଷି ବ୍ରହ୍ମରାଶି ବ୍ରହ୍ମଦାରୁ ବେଦ ବ୍ରାହ୍ମଣ ବୈଷ୍ଣବ ବିଶ୍ଵରୂପ ଵିଶ୍ଵାନନ୍ଦ ବାମନ ବଳରାମ ବସୁଦେବ ବାଳକ ବିଷ୍ଣୁପ୍ରିୟା ବନ୍ଦନ ବୃହତ ବ୍ରହ୍ମାନନ୍ଦ

ଆଉ କିବା ମାଗିବି ତୁମ୍ଭଙ୍କୁ ହେ ମହାବାହୁ

ଆଉ କିବା ମାଗିବି ତୁମ୍ଭଙ୍କୁ ହେ ମହାବାହୁ ଚିନ୍ତିଲେ ଚିନ୍ତାମଣିଙ୍କୁ ଛନ୍ଦାପାଦ ଦିଶୁଥାଉ ଧର୍ମ ଅର୍ଥ କାମ ମୋକ୍ଷ ସାଥିରେ ନ ଯିବେ ଦାଣ୍ଡଦ୍ୱାରରେ କାଳଯମ ତର ନାହିଁ ଆଉ

ଉଠ ଉଠ ହେ ଯୋଗୀ ମୁନୀ ଜନ ମନ ହୃଦୟ ଚନ୍ଦନ

ଉଠ ଉଠ ହେ ଯୋଗୀ ମୁନୀ ଜନ ମନ ହୃଦୟ ଚନ୍ଦନ ହେ ନୀଳ ମଣି ପ୍ରଭାତ ହେଲା ନିଦ୍ରା ତେଜି ଉଠ ଉଠ ଅନନ୍ତ ଶୟନଙ୍କୁ କି ସ୍ତବ କରିବି ପଦ୍ମପାଦକୁ କି ଲଭିବି ହେ ନାରାୟଣ ଏହି ମୂଢ଼ ଶୁଦ୍ର ନ ଜାଣଇ ବେଦ ପାଠ

Tuesday, 24 June 2025

କୃଷ୍ଣ ହେଲେ ମହୁଫେଣା

କୃଷ୍ଣ ହେଲେ ମହୁଫେଣା ଏହି ପ୍ରାଣ ଠୋପାଏ ମହୁ ସଂସାରୁ ଉଡି ଆସି ମନଟି ଛନ୍ଦା ପାଦରେ ରସି ଥାଉ

ଆଉ କିଏ ସେ ହୋଇବ ଶ୍ୟାମ ସମ ଏଡ଼େ କମନୀୟ

ଆଉ କିଏ ସେ ହୋଇବ ଶ୍ୟାମ ସମ ଏଡ଼େ କମନୀୟ ଆହାଃ ବାଳ ଗୋପାଳଙ୍କ ବଂଶୀ ଧ୍ୱନିର ଉପମା କାହିଁ ଆଉ କିଏ ସମ ହେବ ପାଣ୍ଡବ ସଖାକୁ ଉଦାର ଆଖିକୁ ତାଙ୍କ କାଳି ଦଳା ଛନ୍ଦା ପାଦକୁ ଅପଲକେ ଅଛି ଚାହିଁ

ହେ କୃଷ୍ଣ ହେ ରଙ୍ଗା

ଶୁଣିଣ ତୁମର ମୋହନ ମଧୁର ବଂଶୀ ମନ ପାଶୋରୁ ସକଳ ସଂସାର ବିଷୟ ହେ କୃଷ୍ଣ ହେ ରଙ୍ଗା ତୋ ଛନ୍ଦା ଚରଣ ହେଉ ମୋର କେବଳ ପରମ ଆଶ୍ରୟ

କାନ ଶୁଣିଦେଲେ କୋଇଲି ମିଠା ମିଠା ରାବ

କାନ ଶୁଣିଦେଲେ କୋଇଲି ମିଠା ମିଠା ରାବ ମୋର ଆଖି ବେନି ଖୋଜୁଥାଏ ବେଣୁ ପାଣିକି ଚକାଆଖିକୁ ଚାହିଁଦେଲେ ମୁହିଁ ଭାବରେ ବୁଡ଼େ ସତେ କି ବଂଶୀବଦନ ପାଶକୁ ନିଅନ୍ତି ଟାଣିକି

ହେ ମହାବାହୁ ଦୟାଵନ୍ତ ଚକାଡୋଳା

ହେ ମହାବାହୁ ଦୟାଵନ୍ତ ଚକାଡୋଳା ମୋତେ ରଖ ତୁମ୍ଭରି ଛନ୍ଦା ପାଦରେ ଜ୍ଞାନ ଭକ୍ତି ଟିକିଏ ନାହିଁ ହୃଦୟରେ ମୁହିଁ କେବଳ ଚିନ୍ତେ ଅତି ଶ୍ରଦ୍ଧାରେ

ସଭିଏଁ ଜଗନ୍ନାଥଙ୍କର ସନ୍ତାନ

ସଭିଏଁ ଜଗନ୍ନାଥଙ୍କର ସନ୍ତାନ ତେଣୁ ସଭିଏଁ ସଂସାରେ ଧନୀ ସବୁଥାଇ ସବୁ ଦାଣ୍ଡ ଭିକାରି ନିଜେ ନିଜକୁ ନ ପାରନ୍ତି ଚିହ୍ନି

Monday, 23 June 2025

କେବଳ କୃଷ୍ଣ ନାମରେ ଗୁନ୍ଥିଲି ମାଳା

କେବଳ କୃଷ୍ଣ ନାମରେ ଗୁନ୍ଥିଲି ମାଳା ଆହାଃ ସତରେ ପିନ୍ଧିବେ କି ନନ୍ଦବଳା କେମିତି ମାନିବ କେଜାଣି ବାସୁଦେବଙ୍କୁ କମଳ ଆଖି ଚକାଡୋଳା ଷୋଳକଳା

ଏହି ମର ଶରୀରରେ ନବ ଗୋଟି ଦ୍ୱାର

ଏହି ମର ଶରୀରରେ ନବ ଗୋଟି ଦ୍ୱାର ସଦା ସର୍ବଦା ବେକାରି ବିକାରଙ୍କର ଭିଡ ଭୋଗ ଲାଗି ଅହଂକାର ଧସେଇ ପଶେ କେବେ ନ ଶୁଣେ ଧରିଲେ ତାର ଗୋଡ

ପଞ୍ଚ ଭୁତ ଯାହା ଯୋଗାଡ

ପଞ୍ଚ ଭୁତ ଯାହା ଯୋଗାଡ ଯାହାର ଯୋଗାଡ ତ୍ରିଗୁଣ ଯାହା ଯୋଗାଡ ଏହି ବିଶ୍ବ ଗଛାମୀ ତା ପାଦେ ଶରଣ

ବୈଷ୍ଣବ ହୃଦୟ ଚନ୍ଦନଠାରୁ

ବୈଷ୍ଣବ ହୃଦୟ ଚନ୍ଦନଠାରୁ ସୁଶୀତଳ ସୁଶୀତଳ ଯେହ୍ନେ ଗଭୀର କୂପର ଜଳ କ୍ରୋଧଟି ଲହ ଲହ ଅଗ୍ନିର ଶିଖା ସଦୃଶ ବୈଷ୍ଣବ ସଂସ୍ପର୍ଶରେ ସମ୍ପୂର୍ଣ ହୁଏ ନିର୍ମୁଳ