Friday 31 May 2024

ଓଁ ନମୋ ନାରାୟଣ

ଯାହାର ରବି ସୁଧାକର ଦୃଷ୍ଟି ପଡିଲେ ପୁଷ୍କରିଣୀ କଇଁ କମଳରେ ଭରେ ମୋହର ମନ ଭ୍ରମର ତା କମଳା ସେବିତ ପାଦ ଅନୁସରଣକୁ ଝୁରି ମଲା ଯାହାର ନୀଳଚକ୍ରରେ ପତିତପାବନ ଦେଖି ମହୋଦଧିରେ ସଦା ଜୁଆର ପ୍ରାଣ ସଖିରେ ସେହି ମହାଜନଙ୍କର ବଂଶୀ ଧ୍ୱନିରେ ଚିତ୍ତ ଅଥୟ ହେଲା

ଯାହାର ଦୃଷ୍ଟି ପଡିଲେ ପୁଷ୍କରିଣୀ କମଳରେ ଭରେ

ଯାହାର ଦୃଷ୍ଟି ପଡିଲେ ପୁଷ୍କରିଣୀ କମଳରେ ଭରେ ମନ ଭ୍ରମରର ତା ପଦାଙ୍କ ଅନୁସରଣକୁ ଝୁରି ମଲା ଯାହା ନାମ ଶୁଣିଲେ ମହୋଦଧିରେ ସଦା ଜୁଆର ମହାଜନଙ୍କର ବଂଶୀ ଧ୍ୱନିରେ ଚିତ୍ତ ଅଥୟ ହେଲା

ଶଙ୍ଖ ଘଣ୍ଟା ମୁରଲୀ ବୀଣା ମୃଦଙ୍ଗ ତାଳ ରାଗ

ଶଙ୍ଖ ଘଣ୍ଟା ମୁରଲୀ ବୀଣା ମୃଦଙ୍ଗ ତାଳ ରାଗ ଶୃତି ପଥରେ ଥୋଇ କର୍ଣ୍ଣ ପରଦା କଲା ବନ୍ଦ ଭୃଣ ଚେର ଗଣ୍ଡି ଡାଳ ଶାଖା ପତ୍ର ପୁଷ୍ପ ସୁଗନ୍ଧ ମଞ୍ଜି ଅନ୍ଧାରରେ ସଞ୍ଚି ଚୋପା ସିଏ କଲା ମୁଦ

କୃଷ୍ଣ ରୂପ ନାମ ଲୀଳା ଚାଲି ବୋଲି ଏଡ଼େ ମଧୁର

କୃଷ୍ଣ ରୂପ ନାମ ଲୀଳା ଚାଲି ବୋଲି ଏଡ଼େ ମଧୁର ବଉଳ ଲୋ ହୃଦୟରେ ରଖିବୁ ଦେଇଣ ଜଉମୁଦ କେବେ ତୁହି ନ ଭୁଲି ପାରିବୁ ମୋର ବଉଳ ଲୋ କେବଳ ଥରୁଟିଏ ଲଭିଲେ ବଂଶୀଧର ଛନ୍ଦାପାଦ

କି କି ଉପାୟ କଲେ ମୁଁ ବୈଷ୍ଣବ ଭେଟିବି

କି କି ଉପାୟ କଲେ ମୁଁ ବୈଷ୍ଣବ ଭେଟିବି ମୋତେ କେବଳ ସେହି ଉପାୟଟି କହିବୁ କି କି ଭାବରେ ତାଙ୍କ ପାଦ ସେବା କରିବି କେବଳ ସେହି କଥା କହି ମନ ମୋହିବୁ

ଆପଣ କେଉଁ ବାଟରେ ଭକ୍ତଙ୍କ ଘର ଯାଆନ୍ତି

ଆପଣ କେଉଁ ବାଟରେ ଭକ୍ତଙ୍କ ଘର ଯାଆନ୍ତି ଦୟାନିଧି ହେ ମୋ କେବେ ପଡୁ ନାହଁ ଭେଟ ଆପଣ କେତେ ପତିତ ତାରିଛନ୍ତି ସବୁ ଶୁଣିଛି ଦୟାନିଧି ହେ ମୋ ସହ କରୁଛ ଏଡ଼େ କପଟ

ଗୋଟିଏ ପାତ୍ରରେ ଅନ୍ନ ଦୁଇ ମୁଠା

ଗୋଟିଏ ପାତ୍ରରେ ଅନ୍ନ ଦୁଇ ମୁଠା ଅନ୍ୟ ଏକ ପାତ୍ରରେ ଭରିଲି ପାଣି ଖିଆ ପିଆ କରି ଅତିବେଶି ଆନନ୍ଦ କଳା କାଉ ଘୁଁକାଳିକା ପାରା ବଣି

Thursday 30 May 2024

ତୋ ଅବଶ ପାଦ ସେବିବା ଆଗରୁ ମାଆ ଗୋ

ତୋ ଅବଶ ପାଦ ସେବିବା ଆଗରୁ ମାଆ ଗୋ ପାପୀ ମୁଁ କୋକେଇରେ ବାନ୍ଧିଦେଲି ଭିଡି କରି ତୋ ଅଗାଧ ସ୍ନେହଁ ମାପିବା ଆଗରୁ ମାଆ ଗୋ ମହାପାତକି ମୁହିଁ ପୋତିଦେଲି ମାଟି ଗାତ କରି

ଉଦ୍ୟମ ବଳରେ ଅର୍ଥ କାମ ପାଇଲି

ଉଦ୍ୟମ ବଳରେ ଅର୍ଥ କାମ ପାଇଲି ଅଧାଗଢା ଦିଅଙ୍କ ନ ପାଇଲି ଭେଟ ପିତାମାତା ପାଦ ସେବା ପୁଣ୍ୟ ନାହିଁ ଶ୍ୟାମ ସହୋଦରୀ ନ ଛାଡେ ବାଟ

ଶ୍ରୀଲକ୍ଷ୍ମୀନୃସିଂହ ସତନ୍ତ ବସନ୍ତି କମଳ ହୃଦୟରେ

ଶ୍ରୀଲକ୍ଷ୍ମୀନୃସିଂହ ସତନ୍ତ ବସନ୍ତି କମଳ ହୃଦୟରେ ଅତିବ ନିର୍ମଳ ପୁଷ୍କରିଣୀ ଅତିବ ନିର୍ମଳ ନୀଳ ଜଳ ଶ୍ରୀଲକ୍ଷ୍ମୀନୃସିଂହ ସତନ୍ତ ଘେନନ୍ତି ଶ୍ରୀହସ୍ତ ବଢ଼େଇ ନିର୍ମଳ ଚିତ୍ତରେ ଅର୍ପଣ କଲେ ନିଷ୍କାମ କର୍ମ ଫଳ

ଉଦ୍ୟମ ବଳେ ସିନା ସକଳ ସିଦ୍ଧି

ଉଦ୍ୟମ ବଳେ ସିନା ସକଳ ସିଦ୍ଧି କେବଳ ଶ୍ରୀଗୋବିନ୍ଦ ଭେଟ ଛାଡି ଇଚ୍ଛାନିଧି ଇଛାରେ ବନ୍ଧା ପଡନ୍ତି ବୃଦ୍ଧ ହେଲି ଘୋରି ଚନ୍ଦନ ପେଡି

ଏ ମଣିଷ ଜନମ ଅତୀବ ଦୁର୍ଲଭ ଟିଙ୍କୁ

ଏ ମଣିଷ ଜନମ ଅତୀବ ଦୁର୍ଲଭ ଟିଙ୍କୁ ଅତି ସୌଭାଗ୍ୟରେ ଜଣକୁ ମିଳିଥାଏ ସେ ମହାଜନକୁ କିଛି ନୁହେଁ ଅପ୍ରାପ୍ୟ ଯିଏ ସହୃଦୟରେ ଉଦ୍ୟମ କରୁଥାଏ

Wednesday 29 May 2024

ହରି ନାରାୟଣ ହରି ନାରାୟଣ ହରି ନାରାୟଣ ନାରାୟଣ

ହରି ନାରାୟଣ ହରି ନାରାୟଣ ହରି ନାରାୟଣ ନାରାୟଣ ହେ ଉଦାର ମୁହିଁ ତୋ ପାଦପଦ୍ମରେ ବାନ୍ଧିଲି ଅଳିଆ ବସା ହରି ନାରାୟଣ ହରି ନାରାୟଣ ହରି ନାରାୟଣ ନାରାୟଣ ହେ ପତିତପାବନ ପରମ ଆଶ୍ରୟ ବୁଝି ପାରୁଥିବ ମନ ଭାଷା

A dream by Siria

ଭାଇ! କାଲି ମୁଁ ଦେଖିଲି ବାପା ବୋଉ ତମ ପାଖକୁ ଯାଇଛନ୍ତି। ତମେ ଠିଆ ହେଇଛ ବାପା ତମ ପାଖରେ ଠିଆ ହେଇଛନ୍ତି। ବୋଉ ତଳେ ବସିକି ପାନ ଭାଗୁଁଛି। ମୁଁ ତମକୁ ଖାଇବା ପାଇଁ ଦୋଉଛି। ତମେ ମନ ଦୁଃଖ ରେ କହୁଛ ବୋଉ ଥିଲେ ମୋତେ ଆଉ କଣ ଖାଇବା ପାଇଁ ଦେଇଥାନ୍ତା। ବୋଉ ବସିକି ହସୁଛି।

ବାପା ବୋଉକୁ ପୋତିଲି ବୈତରଣୀରେ

ବାପା ବୋଉକୁ ପୋତିଲି ବୈତରଣୀରେ କିଏ ଝୁରିବ କିଏ କରିବ ମଙ୍ଗଳ କାମନା ଆଉ ଯାହାକୁ ମୁଁ କରିଥିଲି ବଡ ଭରଷା ସିରିଆ ଘରେ ଗଲା ଭୁଲି ମନ ଯମୁନା

ମୋର କେବଳ ସରଳ ପ୍ରଶ୍ନଟିଏ ଥିଲା ମୁଁ କିଏ

ମୋର କେବଳ ସରଳ ପ୍ରଶ୍ନଟିଏ ଥିଲା ମୁଁ କିଏ ଅନେକ ଜଟିଳ ଉତ୍ତରରେ ବୁଦ୍ଧି ହେଲା ବଣା ଅର୍ଜୁନଙ୍କୁ ବିଶ୍ଵରୂପ ଦେଖାଇଲେ ଯେଉଁ କୃଷ୍ଣ ଭେଟ ହେଲେ ପଚାରିବି ଅବଶ୍ୟ ଥିବ ଜଣା

Tuesday 28 May 2024

ଭଉଣୀ ସ୍ଵରୂପରେ ମାଆ ପୂଜ୍ୟନିୟା

ଭଉଣୀ ସ୍ଵରୂପରେ ମାଆ ପୂଜ୍ୟନିୟା ମାଆ ଗୋ ସୁଭଦ୍ରା ମାଆ ଗୋ ଦୁର୍ଗା ଜନନୀ ସ୍ୱରୂପରେ ମାଆ ପୂଜ୍ୟନିୟା ମାଆ ଗୋ ଶରଣ ପାଦେ ଅପବର୍ଗା

ହେ ଲକ୍ଷ୍ମୀପତି ମହୀରେ ଅତି ନିପୁଣ ଚଢ଼େଇଆ

ହେ ଲକ୍ଷ୍ମୀପତି ମହୀରେ ଅତି ନିପୁଣ ଚଢ଼େଇଆ ଜୀବ ପ୍ରାଣ ପକ୍ଷୀକୁ ରଖୁ ବ୍ରହ୍ମଦାରୁ କୋଡରରେ ହେ ଲକ୍ଷ୍ମୀ ପତି ଅଧାଗଢା ସ୍ଥପତି ଦକ୍ଷ ବଢ଼େଇ ସ୍ମୃତି ଚିନ୍ତାମଣି ଢାଙ୍କି ରଖିଲୁ ତାଳ ବରଡ଼ାରେ

ମୋହର ରଞ୍ଚେ ବି ନ ଥିଲା ସଞ୍ଚିତ ସେବା ପୁଣ୍ୟ

ମୋହର ରଞ୍ଚେ ବି ନ ଥିଲା ସଞ୍ଚିତ ସେବା ପୁଣ୍ୟ ଆରତ୍ତ ନାଶନ ହେ ପଦ୍ମ ପାଦରେ ଦେଲ ଜାଗା ପିତାମାତାଙ୍କ ଆକୁଳ ପ୍ରାଥନା ତୋତେ ଶୁଭିଥିବ ମୋର ଜନ୍ମଦାତ୍ରୀ ସଦା କହେ ମୁଁ ବଡ ଅଭାଗା

ଆହାଃ କେଡେ ଯତ୍ନେ ସାଇତି ଥିଲି

ଆହାଃ କେଡେ ଯତ୍ନେ ସାଇତି ଥିଲି ଗୋବିନ୍ଦ କିମ୍ପା ଗଲେ ତୋ ଘରେ ଟିକେ ଭାବରେ ପଚାରିବୁ ଭଗିନୀ ଗୋବିନ୍ଦ ଲାଗି ମନ ଭାରି ଝୁରେ

ବଣମଲ୍ଲି ଫୁଟିଲେ ବାଡ଼ି ଅଗଣାରେ

ବଣମଲ୍ଲି ଫୁଟିଲେ ବାଡ଼ି ଅଗଣାରେ ଅବିକଳ ଚନ୍ଦନ ତୁଳସୀ ପରି ବାସେ ମୁହଁ ସଞ୍ଜରେ ଅତି ପାଖରୁ ଚାହିଁଲେ ଅବିକଳ ଗୋବିନ୍ଦ ମୁହଁ ପରି ଦିଶେ "ଏତେ ମହକ ତୋତେ କିଏ ସେ ଦେଲା ଜାଣିଛି କାହାର ଲାଗିଛି ପାଲା ମୋ ମନେ ବିଶ୍ୱାସ ଭରି ସେ ଦେଲା ଜିଇଁବାକୁ ନୂଆ ରାସ୍ତା ଦିଶିଲା ଗୋବିନ୍ଦ ତୋହର କେତେ ନାଟକ ବଣ ମଲ୍ଲୀ ଟାର ପୁଣି କେତେ ମହକ" ।🙏🏻 by sumati on 28/05/2024

Monday 27 May 2024

ଇନ୍ଦ୍ରିୟମାନଙ୍କ ସଙ୍ଗେ ରହଣି ମହାନ କୋଳାହଳ

ଇନ୍ଦ୍ରିୟମାନଙ୍କ ସଙ୍ଗେ ରହଣି ମହାନ କୋଳାହଳ ଅତିବ ରୋମାଞ୍ଚକ ବ୍ରହ୍ମାନନ୍ଦ ହେଲେ ନୀରବତା ଅନନ୍ତ ବାସୁକୀ ଫଣା ପଥ କଢାଏ ନୀଳକନ୍ଦରକୁ ଆହାଃ କି ମଧୁର ଅପଲକର ହଲିଲେ ଆଖିପତା

ତୋହରି ଏ ମାୟା ସଂସାର ପଥରେ ଚାଲୁ ଚାଲୁ

ତୋହରି ଏ ମାୟା ସଂସାର ପଥରେ ଚାଲୁ ଚାଲୁ ହେ ଘନଶ୍ୟାମ ନୀଳ ଗଗନରେ ଥକିଯାଉ ପାଦ ତୋହରି କୃପା ମେଘରେ ମୋ ଆତ୍ମା ଭିଜିଯାଉ ଆହାଃ ଘନଶ୍ୟାମ ବିନା କାହାର ଏଡିକି ଦରଦ

ସଂସାର ଏକ ମହା କୋଳାହଳ

ସଂସାର ଏକ ମହାନ କୋଳାହଳ ଶେଷ ସମୟଟି ସମ୍ପୂର୍ଣ ନୀରବତା ନୀରବତାରେ ଅଶେଷ ବାସୁକୀ ବାସୁକୀ ଜାଣେ ବାସୁଦେବ ପତା

ଗୋଟିଏ ଗୋଟିଏ ଖୁଣ୍ଟି ଥଣ୍ଟରେ ଶସ୍ୟ ଭରି

ଗୋଟିଏ ଗୋଟିଏ ଖୁଣ୍ଟି ଥଣ୍ଟରେ ଶସ୍ୟ ଭରି ଭୋକ ତୃଷା ଆତୁର ବସାକୁ ଉଡ଼ିଯାଏ କୁଆ ନବଧା ଭକ୍ତିରୁ କୈବଲ୍ୟଟି ବାତ୍ସଲ୍ୟ ମମତା ନମୋ ନମଃ କୃଷ୍ଣ ସହୋଦରୀ କେଡେ ଦୟା

ଦିନଟିଏ ଚବିଶ ଘଣ୍ଟା ଆଠଟି ପ୍ରହର

ଦିନଟିଏ ଚବିଶ ଘଣ୍ଟା ଆଠଟି ପ୍ରହର ଚକାଡୋଳାରେ ନ ପଡେ ଆଖି ପତା ଆହାଃ ଦେଖିଲି ନାହିଁ ଏଡିକି ଉଦାର ଚକାଡୋଳାରେ ତୁହି କି ପିତା ମାତା

ତୁମେ ଗୋବିନ୍ଦ ମୋର ପିତା

ତୁମେ ଗୋବିନ୍ଦ ମୋର ପିତା ତୁହି ମହାଲକ୍ଷ୍ମୀ ମୋର ମାତା ଏ ଦେହ କେବଳ ପାଞ୍ଚ ଭୁତ ତୁମେ ଗୋବିନ୍ଦ ମୋ ଚେତା

ଆପଣ ହିଁ ମୋହର ପରମ ହିତୈଷୀ

ଆପଣ ହିଁ ମୋହର ପରମ ହିତୈଷୀ ହେ ଗୋବିନ୍ଦ ଆପଣ ମୋ ଚେତନା ଆପଣ ହିଁ ଯଶୋଦା ବାଳ ଗୋବିନ୍ଦ ହେ ଗୋବିନ୍ଦ ମୋ ମନ ହିଁ ପୁତନା

Sunday 26 May 2024

ଆଦି ପୂଜ୍ୟ ବିଘ୍ନ ବିନାଶନଙ୍କୁ ପ୍ରଣିପାତ କରି

ଆଦି ପୂଜ୍ୟ ବିଘ୍ନ ବିନାଶନଙ୍କୁ ପ୍ରଣିପାତ କରି କରୁଣାମୟୀ ଭୁବନେଶ୍ୱରୀଙ୍କୁ ଅନାଇଦେଲି ଚାରି ହସ୍ତରେ ଅଭୟ ବର ଖଡ୍ଗ ଛିନ୍ନ ମସ୍ତକ ମାଆର ସ୍ମୃତି ସ୍ନେହ ସାଗରରେ ବୁଡ଼ିଗଲି

ଆନନ୍ଦ ବରୁଣାଗାର ସେହି ହରେ କୃଷ୍ଣ ହରେ ରାମ

ଆନନ୍ଦ ବରୁଣାଗାର ସେହି ହରେ କୃଷ୍ଣ ହରେ ରାମ ମୋର ପଥର କଠିନ ମନରେ ଲେଖି ଭସାଇଦେଲି ମୃଦଙ୍ଗ ବୀଣା ବଂଶୀ ଝାଞ୍ଜ ଗିନି ମିଶିକି ଭିଡିନେଲେ ମନର ବିରହେ ଦେହକୁ ସଂକୀର୍ତ୍ତନରେ ଝାସଦେଲି

ହରେ କୃଷ୍ଣ ନାମ ଆନନ୍ଦ ସାଗରରେ ମୁହିଁ ଭାସିଗଲି

ହରେ କୃଷ୍ଣ ନାମ ଆନନ୍ଦ ସାଗରରେ ମୁହିଁ ଭାସିଗଲି କୃପା ଜୁଆରରେ ଭାସିଗଲା ମୋ ମୃଦଙ୍ଗ ଗିନି ଝାଞ୍ଜ ମହୋଦଧି କୂଳେ ଶ୍ରୀମନ୍ଦିର ଗରୁଡ ପଛରେ ଲାଗିଲି ବିମଳା ଜଗନ୍ନାଥ ଆରତୀ ବେଳା ହୋଇଥିଲା ସଞ୍ଜ

ସାକାର କଳେବର ମୋହନ ମୁରଲୀ

ସାକାର କଳେବର ମୋହନ ମୁରଲୀ ନିରାକାର କଳେବର ମଳୟ ପବନ ହୃଦୟ କଳେବର ବାଡ଼ି ସୁଗନ୍ଧରାଜ ନବ କଳେବର ସ୍ୱୟଂ ପତିତପାବନ

ମୁହିଁ ଏକ ଅତି ତୃଷିତ ଚାତକ ପକ୍ଷୀଟିଏ

ମୁହିଁ ଏକ ଅତି ତୃଷିତ ଚାତକ ପକ୍ଷୀଟିଏ ହେ ଗୋବିନ୍ଦ ତୁହିହିଁ ମୋର ପ୍ରେମ ଗୁରୁ ଖଣ୍ଡିବ ମୋର ପ୍ରାରବ୍ଧ ସିଞ୍ଚିବ ଭକ୍ତି ବାରି ମୋର ତୃଷାରେ ପ୍ରାଣ ଯାଉଛି ବ୍ରହ୍ମଦାରୁ

Saturday 25 May 2024

ମୋହର ଅପୂର୍ଣ୍ଣ କର୍ମ ପାଇଁ ସମ୍ପୂର୍ଣ ମୂଲ

ମୋହର ଅପୂର୍ଣ୍ଣ କର୍ମ ପାଇଁ ସମ୍ପୂର୍ଣ ମୂଲ ମାଲିକ ଦେବାକୁ ସିଧା ସିଧା ମନା କଲା ଘଣ୍ଟା ଘଣ୍ଟା ଧରି ମୁଁ ପୂଜା ପାଠ କରିଥିଲି ପ୍ରାଣ ସହିରେ ସବୁ ସବୁ ବେକାର ଗଲା

ମଲ୍ଲୀ ଫୁଲିଆ ତନୁ ଦେବୀ ସରସ୍ବତୀ

ମଲ୍ଲୀ ଫୁଲିଆ ତନୁ ଦେବୀ ସରସ୍ବତୀ କନକ ଚମ୍ପା ଗୋରୀ ତନୁ ମାଆ ଦୁର୍ଗା ପଦ୍ମ ଫୁଲିଆ ତନୁ ଦେବୀ ମହାଲକ୍ଷ୍ମୀ ଦଶ ମହାବିଦ୍ୟା ଦଶ ରଙ୍ଗ ଅପବର୍ଗା

ଦିବ୍ୟ ଅଙ୍ଗ ଦୁଇ ଭାଇ ଗୋଟିଏ ଭଉଣୀ

ଦିବ୍ୟ ଅଙ୍ଗ ଦୁଇ ଭାଇ ଗୋଟିଏ ଭଉଣୀ ଦେବୀ ଅନ୍ନପୂର୍ଣ୍ଣାଙ୍କର ଗଠଣ ଅତି ସୁନ୍ଦର ନୀଳଚକ୍ରରେ ଉଡେ ପତିତ ପବନ ବାନା ମହୋଦଧି କୂଳେ ନିବାସ ନାମ ଶ୍ରୀମନ୍ଦିର

ଅନ୍ୟର ମହାନ ସୌଭାଗ୍ୟ ଦେଖି

ଅନ୍ୟର ମହାନ ସୌଭାଗ୍ୟ ଦେଖି ମୋହର ହୃଦୟରେ ଜନ୍ମିଲା ଇର୍ଷା ସୌଭାଗ୍ୟ ଦାତ୍ରୀ ସାଇଙ୍କୁ କହିଲି ମୋ ଉପରେ ବି କର କୃପା ବର୍ଷା

ଅନ୍ନପୂର୍ଣ୍ଣା ଅପର୍ଣ୍ଣା ସଂପୂର୍ଣ୍ଣା

ଅନ୍ନପୂର୍ଣ୍ଣା ଅପର୍ଣ୍ଣା ସଂପୂର୍ଣ୍ଣା କୁମାରୀ ବୃଦ୍ଧା ଜୀର୍ଣ୍ଣାସିନା କୃପାରେ ଅନା କାଳିବର୍ଣ୍ଣା କମଳ ବର୍ଣ୍ଣା କରୁଣାପୂର୍ଣ୍ଣା

ସବୁଠୁଁ ମିଠା ରାମ ନାମ ହୃଦୟେ ଲୁଚା

ମଶାଣି ଗାତରେ ଆମେ କି କରିବା ମନ ମାଟିରେ ପଚିସଢ଼ି ଯିବ ଏ ସୁନ୍ଦର ତନୁ ସବୁଠୁଁ ମିଠା ରାମ ନାମ ହୃଦୟେ ଲୁଚା ଜୀବ ଗଲାବେଳେ ପାଷୋରିଯିବୁ ମନୁ

କର୍ଣ୍ଣ ଶୁଆ ହଜିଗଲା ରାମ ନାମରେ

କର୍ଣ୍ଣ ଶୁଆ ହଜିଗଲା ରାମ ନାମରେ କୃଷ୍ଣ ନାମରେ ହଜିଗଲା ମନ ଶାରୀ ରାମ କୃଷ୍ଣ ନାମ ସୁଧା ପିଣ୍ଡରେ ପ୍ରାଣ କେବଳ ମାତ୍ର ଶ୍ରବଣ କରି ଗଲି ତରି

Friday 24 May 2024

ସଂକୀର୍ତ୍ତନ ଦଳ ହେଲେ ନାମରେ ବେହୋସ

ସଂକୀର୍ତ୍ତନ ଦଳ ହେଲେ ନାମରେ ବେହୋସ ମୃଦଙ୍ଗ ଝାଞ୍ଜ ଗିନି ଆପେ ଭଜିଲେ କୃଷ୍ଣ ରାମ ବାଳ ଗୋପାଳ ସଙ୍ଗେ ରାଧା ନର୍ତ୍ତକୀ ନାଚନ୍ତି କାଳ ଫାସକୁ ଘେନି ବାହୁଡ଼ିଗଲେ କାଳ ଯମ

ମହାଶୂନ୍ୟରେ ମୁହିଁ ବାୟା ବସା ବାନ୍ଧିଲି ମାଆ

ମହାଶୂନ୍ୟରେ ମୁହିଁ ବାୟା ବସା ବାନ୍ଧିଲି ମାଆ ତୋତେ ମହାମାୟା ଗୋ ଯାଚିଲି ଶ୍ରେଷ୍ଠ ଆଶା କୋଳକୁ ଆଉଜି ନେଇ ପଣତେ ଢାଙ୍କି ଦେବୁ ସତେ କରୁଣା ମୁହିଁ ପଢି ପାରିବୁ ମନର ଭାଷା

ଓଁ ନମୋ ତପ୍ତ କାଞ୍ଚନ ଗୌରାଙ୍ଗି ମାଆ ଦୁର୍ଗା

ଓଁ ନମୋ ତପ୍ତ କାଞ୍ଚନ ଗୌରାଙ୍ଗି ମାଆ ଦୁର୍ଗା ଓଁ ନମୋ ଚନ୍ଦ୍ର ଶୀତଳ ଅଭିମାନିନୀ ମା ରାଧା ଓଁ ନମୋ ବ୍ରହ୍ମକମଳ ଶୋଭା ମାଆ ସରସ୍ୱତୀ ତ୍ୱମେବ ପଦ୍ମ ଗନ୍ଧା ଶ୍ରୀଲକ୍ଷ୍ମୀ ହର ଭଵବାଧା

ଚାଙ୍ଗୁଡିରେ ଅତ୍ୟନ୍ତ ଉଲ୍ଲସିତ ମଲ୍ଲି ଫୁଲ

ଚାଙ୍ଗୁଡିରେ ଅତ୍ୟନ୍ତ ଉଲ୍ଲସିତ ମଲ୍ଲି ଫୁଲ ସତେ କଣ ଗୋବିନ୍ଦ ମନ ପାରିବି ମୋହି ମାଆ ବିମଳା ଗୁଞ୍ଜିବେ ନିଜ ଖୋସାରେ ଏ ପାଞ୍ଚଭୁତ ଲଭିବେ ବ୍ରହ୍ମାନନ୍ଦ ଦେହୀ

ଓଁ ନମୋ ନାରାୟଣ ଶ୍ରୀଜୟଦେବ ଗୀତ ଗୋବିନ୍ଦ

ଓଁ ନମୋ ନାରାୟଣ ଶ୍ରୀଜୟଦେବ ଗୀତ ଗୋବିନ୍ଦ ଓଁ ନମୋ ନାରାୟଣ ଗୁଡ଼ାକେଶ ସାରଥୀ ସୁଧାର ଓଁ ନମୋ ନାରାୟଣ ପ୍ରହଲ୍ଲାଦ ସ୍ତମ୍ବରେ ନୃସିଂହ ଓଁ ନମୋ ନାରାୟଣ ଶ୍ରୀବତ୍ସ ଲାଞ୍ଛନ ବକ୍ଷ ଉଦାର

ଅଫେରାନ୍ତା ପଥରେ ଏକୁଟିଆ ପଥିକଟିଏ

ଅଫେରାନ୍ତା ପଥରେ ଏକୁଟିଆ ପଥିକଟିଏ ମୋତେତ ସମ୍ପୂର୍ଣ ଅଜଣା ମୋହର ରାହା କେବଳ ଜଞ୍ଜାଳ ଭରା ଜୀବନ ଯାତ୍ରା ମୋ ସମ୍ପଦ ବିପଦରେ ସାଙ୍ଗେ ଥିବ ଚଉବାହା

Thursday 23 May 2024

ଶୂନ୍ୟକୁ କରିଲି ଆଶା

ମହାଶୂନ୍ୟରେ ଭସାଇ ଦୃଶ୍ୟ ଅଦୃଶ୍ୟ ଅଲେଖ ହୋଇଲେ ସ୍ମୃତି ଚିନ୍ତାମଣି ଜୟଦେବ ଲଭିଲେ ରାସ ନିକୁଞ୍ଜରେ ମୁନୀ ମାନସ ଚିତ୍ତ ଚୋରା ବେଣୁପାଣି

ଶୈବ ଶାକ୍ତ ବୈଷ୍ଣବ ଜନନୀ

ବାଦକ ସଙ୍ଗୀତଜ୍ଞ କବି ସିଦ୍ଧ ଯୋଗୀ ଜ୍ଞାନୀ ଅଖିଳ ଜନନୀ ତୁହି ଗୋ ଜନନୀର ଜନନୀ ମୁହିଁ କେତେ ଝୁରେ କେଡେ ଖୋଜେ ମାଆ ଥରେ ଦର୍ଶନ ନ ଦେଉ ଏଡ଼େ ଅଭିମାନିନୀ

ଅରୂପା ସ୍ୱରୂପା ଅପରୂପା

ଅରୂପା ସ୍ୱରୂପା ଅପରୂପା ହୀରା ଲୀଳା ସୁନା ରୂପା ରାଧା ଲକ୍ଷ୍ମୀ ଦୁର୍ଗା ସୀତା ହୃଦୟ ସୁଖ ଜପା ଅଜପା

ଗୋଲାପଟିଏ ତୋଳିବାକୁ ହାତ ବଢ଼େଇଲି

ଗୋଲାପଟିଏ ତୋଳିବାକୁ ହାତ ବଢ଼େଇଲି ଆଙ୍ଗୁଠିରେ ପଶିଗଲା ଗୋଲାପର କଣ୍ଟା ଜଗନ୍ନାଥଙ୍କୁ କୁଣ୍ଢେଇବାକୁ ବାହୁ ପ୍ରସାରିଲି ବଡଦାଣ୍ଡ ମହାବାହୁ କେଡେ ବ୍ୟାସ ଅଣ୍ଟା

ବୁଦ୍ଧ ପୂର୍ଣ୍ଣିମା

ଅତି ନିରୋଳକୁ ଭଲପାଇ ବସିଲେ ବୁଦ୍ଧ ଚଣ୍ଡ ଅଶୋକ ଛାଡିଦେଲେ କରିବା ଯୁଦ୍ଧ ଆହାଃ କେଡେ ଉଦାର ସେହି ଗୋବିନ୍ଦ ସୁରଦାସ ବେନି ଚକ୍ଷୁରେ ହେଲେ ଅନ୍ଧ