ତୋହର ମାଆ ମୋହର ମାଆ ତାହାର ମାଆ
ଆହାଃ ସକଳ ମାଆମାନେ କେଡେ କି ସୁନ୍ଦର
ଜନମ ବେଳେ ସବୁ ସଦ୍ୟଜାତ ପଦ୍ମ କଢିଟିଏ
ମାଆଟିଏ ହେଲେ ହେଉ ମଣିଷ କି ବାନ୍ଦର [୧]
ମୋ କରମ ମାଆ ମୋତେ ଅସୁନ୍ଦର କଲା
କରୁଣାକ୍ଷି ଚାହିଁଦେଲେ ହେବି ମୁହିଁ ସୁନ୍ଦର
ତୋର ଆକ୍ଷି ଦୁଇ ମାଆ ଗୋ ଚନ୍ଦ୍ର ସୂର୍ଯ୍ୟ
ଚାହିଁଦେ ମାଆ ଚଲାପଥରୁ ଯାଉ ଅନ୍ଧାର [୨]
No comments:
Post a Comment