Tuesday 30 April 2024

ସଭିଙ୍କ ତୁଣ୍ଡରେ ଦେଲା ରାମ ନାମ ସୁଧା

ସଭିଙ୍କ ତୁଣ୍ଡରେ ଦେଲା ରାମ ନାମ ସୁଧା ସଭିଙ୍କ କର୍ଣ୍ଣରେ ଦେଲା ହରି ନାମ ସୁଧା କୋକେଇରେ ଶୋଇ ଜୀବ ପଳେଇଲା ଏଡି ସକଳ ମାୟା ସଂସାର ବନ୍ଧନ ବାଧା

ଦୟା କର ମାଆ ଗୋ ଶଶ୍ମାନ ବାସିନୀ

ଦୟା କର ମାଆ ଗୋ ଶଶ୍ମାନ ବାସିନୀ ହୃଦୟ ପଦ୍ମରେ କେତେ ଚିନ୍ତଇ ତୋତେ ଦୟା ବହି ମାଆ ଦିଅ ଗୋବିନ୍ଦ ଠିକଣା ନ ପଚାର ମା ସେବା ମୁଁ କରିଛି କେତେ

Who did water the cactus ?

Who did water the cactus ? This summer is terrible hot Everywhere there are buds The sun did not carry water pot !

ପୋତିପକା ପୋଡିପକା ଭସାଇ ଦିଅ ଶବକୁ

ପୋତିପକା ପୋଡିପକା ଭସାଇ ଦିଅ ଶବକୁ ଶବ ସର୍ବ ବ୍ୟାପି ପାଞ୍ଚ ଭୂତଙ୍କ ହୁଏ ଭୋଜନ ଭଜନ ମନନ ଶ୍ରବଣ କଲେ ଶ୍ରୀହରି ନାମକୁ ଜୀବ ପରମାନନ୍ଦ ପରମ ପଦ ହୁଏ ଭାଜନ

Monday 29 April 2024

କାହାର ଅଲିଅଳି କନ୍ୟା ମାଆ କେଉଁ ଗାଁ ଘର

କାହାର ଅଲିଅଳି କନ୍ୟା ମାଆ କେଉଁ ଗାଁ ଘର ବାଳ ତ୍ରିପୁର ସୁନ୍ଦରୀ କହ ଅଶେଷ କରୁଣା ବହି ଏଡିକି ଯତ୍ନେ କିଏ ସଜେଇଛି ହୃଦୟେ ବସାଇ ସେ ଚଣ୍ଡୀ ଦାସର ପାଦ ପଙ୍କଜ ଦେବି ଧୋଇ

ଧୀରେ ଥାପୁଡ଼ୁ ସଧିରେ ଥାପୁଡ଼ୁ ଗୋବିନ୍ଦ ପଦ

ଧୀରେ ଥାପୁଡ଼ୁ ସଧିରେ ଥାପୁଡ଼ୁ ଗୋବିନ୍ଦ ପଦ ବାସୁକୀ ପୃଷ୍ଠରେ ବିଶ୍ରାମ କରିଅଛନ୍ତି ଆଦିକନ୍ଦ ଧୀରେ ଥାପୁଡ଼ୁ ସଧିରେ ଥାପୁଡ଼ୁ କମଳା ସଦୃଶ ଅଖିଳ ସଚରାଚର ପ୍ଲାବିତ କରୁଥାଉ ମକରନ୍ଦ

ଅସହାୟକୁ ସହାୟ

ଅସହାୟକୁ ସହାୟ ଶ୍ରୀଗୋବିନ୍ଦ ସଦୃଶ୍ୟ ଭାବକୁ ଅତି ନିକଟ ଅଭାବକୁ ଅଦୃଶ୍ୟ

ନବ ପଲ୍ଲବିତ ବଟ ବୃକ୍ଷ ତଳ ଛାୟାରୁ ସୁଶୀତଳ

ନବ ପଲ୍ଲବିତ ବଟ ବୃକ୍ଷ ତଳ ଛାୟାରୁ ସୁଶୀତଳ ଗୋବିନ୍ଦ ଜଳ ପବନଠାରୁ ଅଧିକ ବେଶୀ ଘନିଷ୍ଠ ପ୍ରଥମ ପ୍ରେମ ପ୍ରଥମ ଆଲିଙ୍ଗନଠାରୁ ବି ଉଦାର ଗୋବିନ୍ଦ ଧରା ନ ଦିଏ ସହଜରେ ଏଡ଼େ କନିଷ୍ଠ

Sunday 28 April 2024

ତୋ ପାଖକୁ ସବାରୀରେ କି ପାଲିଙ୍କିରେ ଯିବି

ତୋ ପାଖକୁ ସବାରୀରେ କି ପାଲିଙ୍କିରେ ଯିବି ପାଞ୍ଚ ଭୁତ କି ପାଞ୍ଚ ପ୍ରାଣ ନ କହିଲେ ମୋତେ ହେ ଚିନ୍ମୟ ଅପ୍ରମେୟ ପଞ୍ଚାକ୍ଷର ଶ୍ରୀଜଗନ୍ନାଥ ପଞ୍ଚ ମନ ପଞ୍ଚ କୋଷ ଭରସା କଲେ ତୋତେ

Saturday 27 April 2024

ତୁହି ମାଆ ଗୋ ତପ୍ତ କାଞ୍ଚନ ଗୌରାଙ୍ଗୀ

ତୁହି ମାଆ ଗୋ ତପ୍ତ କାଞ୍ଚନ ଗୌରାଙ୍ଗୀ ଅଗ୍ନି ସମ୍ଭୁତ ଅଙ୍ଗରୁ ସରଜିଲୁ ଗଣପତି କରୁଣା ଲୁହରେ କଜଳ କଳା ତୋ ଦେହ ଆହାଃ କେଡେ କରୁଣା ବହୁ ସନ୍ତାନ ପ୍ରତି

ପଦ୍ମନାଭରେ ଫୁଟିଛି ଅତୀବ ରମଣୀୟ କମଳ

ପଦ୍ମନାଭରେ ଫୁଟିଛି ଅତୀବ ରମଣୀୟ କମଳ ମୁନୀ ମାନସ ହଂସର ଅତି ପ୍ରିୟ ତାହାର ନାଡ଼ୀ ବାସନା ଥିଲେ ଚାଖିବାକୁ ଅପୂର୍ବ ତାର ମକରନ୍ଦ ମନ ଭ୍ରମରରେ ବୈଷ୍ଣବଙ୍କ ପାଦରେ ଥାଅ ପଡ଼ି

ଦୁଃଖ ପାଶୋରା ତୁମ୍ଭେ ମୋ ସୁଖ ପଶରା

ଦୁଃଖ ପାଶୋରା ତୁମ୍ଭେ ମୋ ସୁଖ ପଶରା ଭାରି ଖସରା ତୁମ୍ଭେ ମୋ ସକଳ ଆଶରା ସତେ ହୋଇବକି ଏଡ଼େ ଭାଗ୍ୟ ମୋହର ହେ ଗୋବିନ୍ଦ ଆତ୍ମା ଲଭିବ ତୁମ୍ଭ ଇଶାରା

ତୁମ୍ଭେ ହେଲେ ମୋହର ଆତ୍ମା ହେ ଗୋବିନ୍ଦ

ତୁମ୍ଭେ ହେଲେ ମୋହର ଆତ୍ମା ହେ ଗୋବିନ୍ଦ ହେ ଗୋବିନ୍ଦ ତୁମ୍ଭରି ବିଭୁତି ମୋ ପିତା ମାତା ପିତା ମାତା ଲଭିଲେ ପରକାଳ ହେ ଗୋବିନ୍ଦ ଗୋବିନ୍ଦ ହେ ତୁମ୍ଭେ ହିଁ କେବଳ ଆକ୍ଷିର ପତା

ବ୍ରହ୍ମ କମଳଟିଏ ଫୁଟିଥିଲି ଭବ ପାରାବାରେ

ବ୍ରହ୍ମ କମଳଟିଏ ଫୁଟିଥିଲି ଭବ ପାରାବାରେ ଆଶା କରି ଶୋଭା ପାଇବି କମଳା ହସ୍ତରେ କେବେ ଚାଙ୍ଗୁଡିରେ କେବେ ଫୁଲ ମାଳରେ ଆଶା କରି କମଳା ଭେଟନ୍ତି ଚଲା ରାସ୍ତାରେ

Wednesday 24 April 2024

Madhu Malati

Madhu became Malati Just in the touch of sun ray Gobind you're so intimate! Even one word,didn't say !

ତୁମ୍ଭେ ଫୁଲର ମାଳ ହେ ଗୋବିନ୍ଦ

ତୁମ୍ଭେ ଫୁଲର ମାଳ ହେ ଗୋବିନ୍ଦ ତୁମ୍ଭେତ ମୋହର ପୂଜାର ଆଳତି ତୁମ୍ଭେ ଦୁଷ୍ଟର ଗାଳି ହେ ଗୋବିନ୍ଦ ତୁମ୍ଭେତ ମୋହର ସହିବା ଶକତି

ଜନନୀ ପିଟିବାକୁ ତେନ୍ତୁଳି ଛାଟ ଉଠାଇଲେ

ଜନନୀ ପିଟିବାକୁ ତେନ୍ତୁଳି ଛାଟ ଉଠାଇଲେ ଲୁହ ଛଳ ଛଳ ଶିଶୁ କୋଳକୁ ଯାଏ ଆଉଜି କେତେ ପରକ୍ଷିବୁ ଲୋ କରୁଣା ମୁହିଁ ମାଆ ପାଦ ଜାବୁଡିଥିବି ଯେମିତି ପାଦର ପାଉଁଜି

Tuesday 23 April 2024

ଅତି କ୍ଷୀଣ ମୋ ସ୍ମୃତି ଅତି କ୍ଷୀଣ ମୋ ବୁଦ୍ଧି

ଅତି କ୍ଷୀଣ ମୋ ସ୍ମୃତି ଅତି କ୍ଷୀଣ ମୋ ବୁଦ୍ଧି ମନ ପଛେ ପଛେ ସଦା ଚଳେ ମୋର ଦେହ ନିଦ୍ରା କ୍ଷୁଦା ତୃଷା ମୈଥୁନ୍ୟରେ ସଦା ନିବାସ ହେ ଗୋବିନ୍ଦ ସଦା ମୋ ନୟନ ପଥେ ରୁହ

ଯେଉଁ ଗୃହେ ଥାଏ ସ୍ନେହଁ ସହାନୁଭୂତି

ଯେଉଁ ଗୃହେ ଥାଏ ସ୍ନେହଁ ସହାନୁଭୂତି ସେହି ଗୃହ ବୋଲାଏ ଆନନ୍ଦ ସଦନ ଯେଉଁ ସ୍ଥାନେ ହୁଏ ରାମ ନାମ ଜପ ସେହି ସ୍ଥାନେ ନାଚେ ଅଞ୍ଜନା ନନ୍ଦନ

ତୋର ଭକତଙ୍କ ଭକତି ଦେଖିରେ କାଳିଆ

ତୋର ଭକତଙ୍କ ଭକତି ଦେଖିରେ କାଳିଆ କାଳିଆ ମରମରେ ସରମରେ ଗଲିଣି ମରି ଯେତିକି ଆଣିଥିଲି ଭକତି ସେ ଅତି ଅଳପ କାଳିଆ ବାଇଶି ପାହାଚରୁ ଯାଉଛି ଫେରି

Monday 22 April 2024

ଆହାଃ କେଡେ ଉଦାର ସେ ମୁଖ କମଳ

ଆହାଃ କେଡେ ଉଦାର ସେ ମୁଖ କମଳ ଆହାଃ କେଡେ ମଧୁର ସେ କମଳ ଚାଲି ଆହାଃ କେଡେ ଅତି ମହା ବୈଷ୍ଣବ ରୂପ ଆହାଃ କେଡେ ସେହି କୋକିଳ ବୋଲି

ତୋହର ଭକତ ଅଗଣାରେ ଅଳିଆ ହେଲି

ତୋହର ଭକତ ଅଗଣାରେ ଅଳିଆ ହେଲି ତୋର ଅମୃତ ନାମ କର୍ଣ୍ଣକୁ ହେଲା ସୁଲଭ ଆରତୀ ବେଳେ ଦେଖିଲି ମଧୁର ଗୋବିନ୍ଦ ଯାହା ମନ ବୁଦ୍ଧି ଚର୍ମ ଚକ୍ଷୁକୁ ଅତି ଦୁର୍ଲଭ

ମାଆ ଥିଲେ ତୋହର ପଶରା ଭରିଥାନ୍ତା ମା

ମାଆ ଥିଲେ ତୋହର ପଶରା ଭରିଥାନ୍ତା ମା କୁଙ୍କୁମ ଶାଢ଼ୀ ସିନ୍ଦୁର ଦୁଧ ନାଲି ମନ୍ଦାରରେ ବୈତରଣୀ ବାଲିରେ ପୋତିଦେଇ ଆସିଛି ମା ଚଣ୍ଡୀ ଗୋ ରକ୍ଷ ଏହି ଭଵ ଅନ୍ଧାରରେ

ବଡ ମାଆଟି ମୋହର ରାଜ ରାଜେଶ୍ୱରୀ

ବଡ ମାଆଟି ମୋହର ରାଜ ରାଜେଶ୍ୱରୀ ମାଆର ମାଆଟି ମୋର ଅଷ୍ଟ ଚକ୍ରେଶ୍ୱରୀ ମୋ ମାଆର ଭାଇଟି ସ୍ୱୟଂ କୃଷ୍ଣ କେଶବ ଭାବିଲେ ମହାଭାବରେ ଲୁହ ପଡେ ଝରି

ଡାକଟିଏ ଠାରୁ ଆହୁରି ଅତି ନିକଟରେ ତୁହି

ଡାକଟିଏ ଠାରୁ ଆହୁରି ଅତି ନିକଟରେ ତୁହି ଅତି ସ୍ଵଛ କାନ୍ଥ ଆରପାଖରେ ତୋହର ଘର ମା ବାପ ଛେଉଣ୍ଡକୁ ସାହା ହେବୁ ବଡ ମାଆ ମାଆ ଗୋ ଶିରରେ ହାତ ରଖିଥିବୁ ତୋର

Sunday 21 April 2024

ଶୁଆ କହେ ଶ୍ରୀରାଧା ମୋର ମୃଗ ନାଭି କସ୍ତୁରୀ

ଶୁଆ କହେ ଶ୍ରୀରାଧା ମୋର ମୃଗ ନାଭି କସ୍ତୁରୀ ଶାରୀ କହେ ଶ୍ରୀଗୋବିନ୍ଦ ମୋର ଜଗତ ବନ୍ଦନ ଶୁଆ ଶାରୀ ମିଶି କଣ୍ଠରେ କଣ୍ଠରେ ମିଳାଇଲେ ବୈଷ୍ଣବ ହୃଦୟରେ ଲାଗିଲା ଶୀତଳ ହରିଚନ୍ଦନ

ଶୁଆ କହେ ଗୋବିନ୍ଦ ମୋ ମନ ମୋହନ

ଶୁଆ କହେ ଗୋବିନ୍ଦ ମୋ ମନ ମୋହନ ଶାରୀ କହେ ଶ୍ରୀରାଧା ମୋ ହୃଦୟ ଚନ୍ଦନ ଆରେ ଦୁହେଁ ମିଶି ଏକ ସମୟେ କହିବା ରାଧା ମୋହନଙ୍କ ହେବ ଆରତୀ ବନ୍ଦନ

ଡାକଟିଏ ଦୂରରେ ତୁମ୍ଭେ ହେ ଗୋବିନ୍ଦ

ଡାକଟିଏ ଦୂରରେ ତୁମ୍ଭେ ହେ ଗୋବିନ୍ଦ ହେ ଗୋବିନ୍ଦ କାଚ କାନ୍ଥ ଆରପାଖରେ ହୃଦୟ ପଦ୍ମରେ ତୁମ୍ଭେ ମୋହନ ମୂରତି ତୁମ୍ଭର କେଡେ କପଟ ପୁଣ୍ଡରୀକାକ୍ଷରେ

ବୋଉ ଥିଲା କପାଳରେ କଜଳ ଠୋପା

ବୋଉ ଥିଲା କପାଳରେ କଜଳ ଠୋପା ବାପ ଥିଲା ମୋ ଖଳାରେ ଧାନ ଵଦାରୀ କାଳ କରାଳ ଛଡାଇ ଦେଲା ମହାଦୁଖଃ ତ୍ରାହି ତ୍ରାହି ତ୍ରାହି ହେ ଅହଲ୍ୟା ଉଦ୍ଧାରୀ

ନନ୍ଦରାଣୀକୁ ମୁଖ ଗହ୍ୱରରେ ଦେଖାଇଲୁ ବିଶ୍ଵରୂପ

ନନ୍ଦରାଣୀକୁ ମୁଖ ଗହ୍ୱରରେ ଦେଖାଇଲୁ ବିଶ୍ଵରୂପ ସୁଭଦ୍ରା ପତିକୁ ବିଶ୍ଵରୂପ ଦେଖାଇଲୁ କୁରୁକ୍ଷେତ୍ରରେ ହିରଣ୍ୟକଶିପୁ ପୁତ୍ରକୁ ସମ୍ଭରେ ଦେହାଇଲୁ ବିଶ୍ଵରୂପ କଂସ ପିତାକୁ ବିଶ୍ଵରୂପ ଦେଖାଇଲୁ ଉଆଁସ ରାତ୍ରିରେ

ଚାନ୍ଦ ପୂଜା କରି କାନ୍ତକୁ ଲଭିଲି

ଚାନ୍ଦ ପୂଜା କରି କାନ୍ତକୁ ଲଭିଲି ସୂର୍ଯ୍ୟ ପୂଜା କରି ପାଇଲି କାନ୍ତି ରାଧାଷ୍ଟମୀ କରି କୃଷ୍ଣ ପାଇଲି ବଂଶୀ ଧ୍ୱନି ଶୁଣି ହୃଦୟ ଶାନ୍ତି

ସାଧୁ ବୈଷ୍ଣବମାନଙ୍କର କଥାକୁ କର୍ଣ୍ଣ ନୟନ ପାତିଲି

ସାଧୁ ବୈଷ୍ଣବମାନଙ୍କର କଥାକୁ କର୍ଣ୍ଣ ନୟନ ପାତିଲି ହୃଦୟ ପଦ୍ମ କେଶରରେ ଚିନ୍ତାକାଲି ଶ୍ରୀଗୋବିନ୍ଦ ରୂପ ଶ୍ରୀରାଧା ମାଧବ ରୂପ ଦର୍ଶନ ମୋ ଭାଗ୍ୟରେ ନାହିଁ ଦେହ ପଞ୍ଜୁରୀରେ ମନ ଶାରୀ କରି ନାହିଁ ନାମ ଜପ

ତୁମ୍ଭ ମଧୁର ମୋହନ ରୂପ ହେଲା ସାତ ସପନ

ତୁମ୍ଭ ମଧୁର ମୋହନ ରୂପ ହେଲା ସାତ ସପନ ଗୋବିନ୍ଦହେ ତୋର ଭକତ ଅଗଣା ଓଳେଇଲି ତୁମ୍ଭ ମଧୁରାତି ବଂଶୀ ସ୍ଵନ ହେଲା ସାତ ସପନ ଗୋବିନ୍ଦ ହେ ଶ୍ରୀରାଧାଙ୍କ ପାଦରେ ଶରଣ ଗଲି

ପିତା ମାତାଙ୍କୁ ପୁଣ୍ୟତୋୟା ବୈତରଣୀରେ ପୋତିଲି

ପିତା ମାତାଙ୍କୁ ପୁଣ୍ୟତୋୟା ବୈତରଣୀରେ ପୋତିଲି ମାଆ ଗୋ ବିରଜା ମାଆ ରଖିବୁ କୋଳରେ ସାଇତି ମୋ ଲାଗି ଖଣ୍ଡେ ଶେଜ ବିଛେଇଥୁବୁ ମାଆ ବିରଜା ମା ତୋ କୋଳକୁ ଫେରୁଛି ଫେରାଇ ପଟା ପାଉତି

Saturday 20 April 2024

ମାଆ ହୋଇଣ କେମିତି ବାନ୍ଧିଲୁ ଖୁଆ ଦଉଡ଼ିରେ

ମାଆ ହୋଇଣ କେମିତି ବାନ୍ଧିଲୁ ଖୁଆ ଦଉଡ଼ିରେ ମାଆ ଗୋ ସେହି ପରା ମଧୁର ମୋହନ ଗୋବିନ୍ଦ ଏହି ପତିତକୁ ହେଲେ ଦେଇ ଥାଆନ୍ତୁ ମାଆ ଚଣ୍ଡୀ ସୁଧାରି ଥାଆନ୍ତି ଶୁଣାଇ ଶୁଣାଇ ଶ୍ରୀଗୀତଗୋବିନ୍ଦ

ଚନ୍ଦନ ଚର୍ଚ୍ଚିତ କପୋଳ ଭୃଲତା ମଝିରେ ଠିଆ ଚିତ୍ତା

ଚନ୍ଦନ ଚର୍ଚ୍ଚିତ କପୋଳ ଭୃଲତା ମଝିରେ ଠିଆ ଚିତ୍ତା ଏଡ଼େ ବଡ ଠାକୁରଙ୍କ କପାଳକୁ କାହା ହାତ ପାଇଲା ମନକୁ କଲା ଚନ୍ଦନ କାଠ ହୃଦୟକୁ କଲା ଚନ୍ଦନ ପେଡି ସେ ମହା ବୈଷ୍ଣବ ପାଦରେ ଚିତ୍ତ ନିରନ୍ତର ରହିଲା

ଶୁଭ ଜନ୍ମଦିନ

ଜଗନ୍ନାଥଙ୍କୁ ପ୍ରାଥନା କଲି କନ୍ୟା ସନ୍ତାନଟିଏ ବାସନ୍ତୀ ଦୁର୍ଗା ଅଷ୍ଟମୀ ଭୂମିଷ୍ଠ ହେଲେ ଦୁର୍ଗା ଅଳି ଗାଳି ସବୁ ସହେ ମୋର ଭାଗ୍ୟ ଲକ୍ଷ୍ମୀ ମୋ ଲାଗି ଧର୍ମ ଅର୍ଥ କାମ ମୋକ୍ଷ ଅପବର୍ଗା

ଅତିବ ଚିକ୍କଣ ଦେହ କଳା ମୁଗୁନି ପଥର

ଅତିବ ଚିକ୍କଣ ଦେହ କଳା ମୁଗୁନି ପଥର ମୋ କଳା ହୀରା ରବି ପୁଞ୍ଜ ବଳି ତେଜ ସିରିଆ ପଣତରେ କାନିରେ ତୋ ସୁଖ ମୋ ଦରଦୀ ବନ୍ଧୁ ଖବର ପାଇଲି ଆଜ

ବଡ ପଣ୍ଡା ଜଣେ ମୋ ସ୍ୱପ୍ନରେ ଆସିଥିଲେ

ବଡ ପଣ୍ଡା ଜଣେ ମୋ ସ୍ୱପ୍ନରେ ଆସିଥିଲେ ପିନ୍ଧିଥିଲେ ବଗ ଧଳା ଧୋତି ଆଉ ଚାଦର ତାଙ୍କର କପାଳରେ ଚିତ୍ତା କାନ୍ଧରେ ପଇତା କେଡେ ଭାଗ୍ୟ କେଡେ କଲେ ସିଏ ଆଦର

Friday 19 April 2024

ତୁମ୍ଭର ପ୍ରତିଟି ନାମ ହେଲେ କୋସ୍ତଭ ମଣି

ତୁମ୍ଭର ପ୍ରତିଟି ନାମ ହେଲେ କୋସ୍ତଭ ମଣି ହେ ଗୋବିନ୍ଦ ମୋ ଲୋଭୀ ମନ ଏକ ମୁଣି ତୁମ୍ଭର କିଞ୍ଚିତ କୃପା ହେଲେ ହେ କୃପାସିନ୍ଧୁ ହେ ଗୋବିନ୍ଦ ଯତ୍ନେ ଏକ ଏକ ଭରିବି ଗଣି

ଓଁ ଶ୍ରୀଗୋବିନ୍ଦ ଓଁ ଶ୍ରୀଗୋବିନ୍ଦ ଓଁ ଶ୍ରୀଗୋବିନ୍ଦ ଓଁ ଶ୍ରୀଗୋବିନ୍ଦ

ଓଁ ଶ୍ରୀଗୋବିନ୍ଦ ଓଁ ଶ୍ରୀଗୋବିନ୍ଦ ଓଁ ଶ୍ରୀଗୋବିନ୍ଦ ଓଁ ଶ୍ରୀଗୋବିନ୍ଦ ବିଶ୍ୱ ପିତା ହେ ଗ୍ରହଣ କର ଜୀବର ଭକ୍ତି ଛଣା ପୀୟୂଷ ମଣି ଓଁ ରାଧାରାଣୀ ଓଁ ରାଧାରାଣୀ ଓଁ ରାଧାରାଣୀ ଓଁ ରାଧାରାଣୀ ବିଶ୍ୱ ମାତା ଗୋ ଗ୍ରହଣ କର ଜୀବର ଭକ୍ତି ଦୋଷ ସର୍ବ ଛାଣି

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଆଖିରେ ଜିଭରେ କଣ୍ଠରେ ଥୋଇଲି ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ହୃଦୟ ପଦ୍ମରେ ବସ ବୋଲି କହିଲି

ଜନକ ଜନନୀ ଦୁହେଁ ପର ଲୋକ ଗଲେ

ଜନକ ଜନନୀ ଦୁହେଁ ପର ଲୋକ ଗଲେ ଗୋବିନ୍ଦ ହେ ସଂସାରରେ ଅନାଥ ହେଲି ତୁମ୍ଭ ଦର୍ଶନ ହେଲା ମୋତେ ସାତ ସପନ ଗୋବିନ୍ଦ ହେ ତୋ ନାମକୁ ଭରସା କଲି

Thursday 18 April 2024

ବାପାଙ୍କ ଆଶ୍ରିବାଦ ସଦ୍ୟ ପ୍ରସ୍ଫୁଟିତ ପଦ୍ମ

ବାପାଙ୍କ ଆଶ୍ରିବାଦ ସଦ୍ୟ ପ୍ରସ୍ଫୁଟିତ ପଦ୍ମ ବୋଉର ପଣତ କାନିଟି ବ୍ରହ୍ମଦାରୁର ଛାଇ ବାପା ବୋଉ ହୋଇଲେ ପୂଣ୍ୟ ବୈତରଣୀ ମନ କହେ ପହଁରି କୋଳରେ ବସନ୍ତି ଯାଇ

ସକଳ ବେଦରେ ଯାହାର ଯଶକୁ ପୃଷ୍ଠା ନିଅଣ୍ଟ

ସକଳ ବେଦରେ ଯାହାର ଯଶକୁ ପୃଷ୍ଠା ନିଅଣ୍ଟ ବୈଷ୍ଣବ ଭାବରେ ହୃଦୟ ପଦ୍ମରେ ଥୋଇଲେ ସକଳ ବିଭୁତି କେମିତି ଅଧା ଗଢ଼ାରେ ସୀମିତ ମୋହର ଭାବ ଅଣାୟତ ଗୋବିନ୍ଦଙ୍କୁ ଚିନ୍ତିଲେ

ତୁମ୍ଭ ଭକ୍ତଙ୍କ ସଙ୍ଗେ କଥା ହୋଇ ଲଭିଲି ଆନନ୍ଦ

ତୁମ୍ଭ ଭକ୍ତଙ୍କ ସଙ୍ଗେ କଥା ହୋଇ ଲଭିଲି ଆନନ୍ଦ ତୁମ୍ଭ ଲୀଳାମୃତ ପାନ କଲି ମେଣ୍ଟିଲା ସକଳ ତୃଷା ତୁମ୍ଭ ବ୍ରହ୍ମଦାରୁ ଶାଖାରେ ବିଶ୍ରାମ ଅତୀବ ସୁନିଦ୍ରା ତୁମ୍ଭଙ୍କୁ ଥରୁଟିଏ ଏ ଆଖି ଦେଖନ୍ତା ଏତିକି ଆଶା

Wednesday 17 April 2024

ବିଜୟା ଦଶମୀ

ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ମହାଦେବ କୋକିଳ ହେଲେ ଅବଧୂତ ଅବଧୂତ ଜଟାରୁ ଝରିଲା ମହା ପତିତ ପାବନୀ ଗଙ୍ଗା ଝର ଗଙ୍ଗା ଝରରେ ସ୍ନାନ କରି ସଚରାଚର ହେଲେ ମହାପୂତ [୧] ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ଦସ୍ୟୁ ରତ୍ନାକର ହେଲେ ଋଷି ବାଲ୍ମୀକି ଋଷି ବାଲ୍ମୀକି କୋକିଳ ରଚିଲେ ମହା କଥାମୃତ ରାମାୟଣ ରାମାୟଣ ମହାପାରାୟଣ ଦାରୁଣ ସମନ ନ ପାରଇ ଠକି [୨] ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ଆଞ୍ଜେନେୟ ହୋଇଲେ ଦାସ୍ୟ ଭକ୍ତ ଦାସ୍ୟ ଭକ୍ତ ହୃଦୟ ପଦ୍ମରେ ସଦା ବିରାଜ କଲେ ଦାଶରଥି ଦାଶରଥି ଦର୍ଶନ କରି ଅଖିଳ ବିଶ୍ୱ ହେଲେ ଧର୍ମ ପଥ ଯୁକ୍ତ [୩] ଶ୍ରୀରାମ ରାମ ରାମ ରାମେତି ରାମେ ରାମେ ମନୋରମେ ସହସ୍ର ନାମ ତତୁଲ୍ୟମ ରାମ ରାମ ରାମ ନାମ ବରାନନେ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ମାଆ ଗୋ ଦୁର୍ଗା ତୃଷା ବୁଝାଇଲୁ ରାମ ନାମ ସୁଧା ପାନେ [୪]

ଶିବ ଭଜେ ରାମ ନାମ ହେ ହରି ନାମ ସତ୍ୟ ହେ

ଶିବ ଭଜେ ରାମ ନାମ ହେ ହରି ନାମ ସତ୍ୟ ହେ ଶବ ଯାଏ କୋକେଇରେ ଚଢି ପୁଣ୍ୟ ବୈତରଣୀ ସାରା ଜୀବନ ଏକାଠି ରହିଲେ ହରି ହରି ବୋଲ ଆଖି ଆଗରେ ଭାସି ଯାଉଥିଲା ଜୀବନ କାହାଣୀ

ରାମ ନବମୀ

ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ଶିବ କୋକିଳ ହେଲେ ଅବଧୂତ ଅବଧୂତ ଜଟାରୁ ଝରିଲା ମହା ପତିତ ପାବନୀ ଗଙ୍ଗା ଗଙ୍ଗା ଜଳେ ସ୍ନାନରେ ସଚରାଚର ହେଲା ମହାପୂତ [୧] ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ରତ୍ନାକର ହେଲେ ଋଷି ବାଲ୍ମୀକି ଋଷି ବାଲ୍ମୀକି କୋକିଳ ରଚିଲେ କଥାମୃତ ରାମାୟଣ ରାମାୟଣ ଶ୍ରବଣରେ ପାପ ନାଶନ ଯାହା ଥିଲା ବାକି [୨] ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ମାରୁତି ହୋଇଲେ ଦାସ୍ୟ ଭକ୍ତ ଦାସ୍ୟ ଭକ୍ତ ହୃଦୟେ ସଦା ବିରାଜ କଲେ ଦାଶରଥି ଦାଶରଥି ଦର୍ଶନେ ଅଖିଳ ନିଖିଳ ହେଲା ପାପ ମୁକ୍ତ [୩]

Tuesday 16 April 2024

ଯାହା ଲାଗି ଦେଖିଲି ସକାଳ ସୂର୍ଯ୍ୟ

ଯାହା ଲାଗି ଦେଖିଲି ସକାଳ ସୂର୍ଯ୍ୟ ଯାହା ଆଙ୍ଗୁଠିରେ ମୁଁ ଚିହ୍ନିଲି ଜହ୍ନକୁ ସେ ହିଁ ସକଳ ଅବତାରର ଜନନୀ ସେହି ମା ପାଦରେ ରଖିଲି ମନକୁ

ନୟନକୁ ଅଭିରାମ କର୍ଣ୍ଣକୁ ସୁଧା ଆତ୍ମାକୁ ଆତ୍ମାରାମ

ନୟନକୁ ଅଭିରାମ କର୍ଣ୍ଣକୁ ସୁଧା ଆତ୍ମାକୁ ଆତ୍ମାରାମ ରାମ ନାମ ଜପରେ ଶିବ କୋକିଳ ହେଲେ ଅବଧୂତ ଅବଧୂତ ଜଟାରୁ ଝରିଲା ମହା ପାବନୀ ଗଙ୍ଗା ଝର ଗଙ୍ଗା ଝର ପାନ କରି ସଚରାଚର ଲଭିଲା ଅମୃତ