Wednesday 17 April 2024

ବିଜୟା ଦଶମୀ

ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ମହାଦେବ କୋକିଳ ହେଲେ ଅବଧୂତ ଅବଧୂତ ଜଟାରୁ ଝରିଲା ମହା ପତିତ ପାବନୀ ଗଙ୍ଗା ଝର ଗଙ୍ଗା ଝରରେ ସ୍ନାନ କରି ସଚରାଚର ହେଲେ ମହାପୂତ [୧] ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ଦସ୍ୟୁ ରତ୍ନାକର ହେଲେ ଋଷି ବାଲ୍ମୀକି ଋଷି ବାଲ୍ମୀକି କୋକିଳ ରଚିଲେ ମହା କଥାମୃତ ରାମାୟଣ ରାମାୟଣ ମହାପାରାୟଣ ଦାରୁଣ ସମନ ନ ପାରଇ ଠକି [୨] ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ଯୁଗ ଯୁଗ ଜପି ଜପି ଆଞ୍ଜେନେୟ ହୋଇଲେ ଦାସ୍ୟ ଭକ୍ତ ଦାସ୍ୟ ଭକ୍ତ ହୃଦୟ ପଦ୍ମରେ ସଦା ବିରାଜ କଲେ ଦାଶରଥି ଦାଶରଥି ଦର୍ଶନ କରି ଅଖିଳ ବିଶ୍ୱ ହେଲେ ଧର୍ମ ପଥ ଯୁକ୍ତ [୩] ଶ୍ରୀରାମ ରାମ ରାମ ରାମେତି ରାମେ ରାମେ ମନୋରମେ ସହସ୍ର ନାମ ତତୁଲ୍ୟମ ରାମ ରାମ ରାମ ନାମ ବରାନନେ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ମାଆ ଗୋ ଦୁର୍ଗା ତୃଷା ବୁଝାଇଲୁ ରାମ ନାମ ସୁଧା ପାନେ [୪]

No comments:

Post a Comment