Monday 30 September 2024

ଓଁ ନମୋ ନମସ୍ତେ ନାରାୟଣୀ ନମୋ ନମଃ

ଓଁ ନମୋ ନମସ୍ତେ ନାରାୟଣୀ ନମୋ ନମଃ ଓଁ ନମୋ ନମସ୍ତେ କୃଷ୍ଣ ଭଗ୍ନୀ ଜନ ରଞ୍ଜନୀ ଓଁ ନମୋ ନମସ୍ତେ ଭୁବନେଶ୍ୱରୀ ନମୋ ନମଃ ଓଁ ନମୋ ନମସ୍ତେ ସର୍ବଜନ ବିପଦ ଭଞ୍ଜନୀ

ଓଁ ନମୋ ନମସ୍ତେ ନାରାୟଣଃ ନମୋ ନମଃ

ଓଁ ନମୋ ନମସ୍ତେ ନାରାୟଣଃ ନମୋ ନମଃ ଓଁ ନମୋ ନମସ୍ତେ ବୈଷ୍ଣବ ଜନ ମନ ଚନ୍ଦନ ଓଁ ନମୋ ନମସ୍ତେ ବାସୁଦେବ ନମୋ ନମଃ ଓଁ ନମୋ ନମସ୍ତେ ତ୍ରିଲୋକ ଜନଗଣ ବନ୍ଦନ

ଗୋବିନ୍ଦ ହିଁ ଯୋଡି ବଳଦ ଲଙ୍ଗଳ ଚାଷ

ଗୋବିନ୍ଦ ହିଁ ଯୋଡି ବଳଦ ଲଙ୍ଗଳ କର୍ଷଣ ଗୋବିନ୍ଦ ହିଁ କ୍ଷେତରେ ସୁବର୍ଣ୍ଣ ରଙ୍ଗ ଧାନ ଗୋବିନ୍ଦ ହିଁ ମହାପ୍ରସାଦ ଅବଢ଼ା କୈବଲ୍ୟ ଗୋବିନ୍ଦ ହିଁ କର୍ତ୍ତା କର୍ମ କ୍ରିୟା ନିର୍ମଳ ମନ

କିପରି ଯତ୍ନ କଲେ ମାଆ ଗୋ ଶ୍ରୀଗୋବିନ୍ଦଙ୍କୁ ଭେଟିବି

କିପରି ଯତ୍ନ କଲେ ମାଆ ଗୋ ଶ୍ରୀଗୋବିନ୍ଦଙ୍କୁ ଭେଟିବି ଅକ୍ଷର କି ସଂଖ୍ୟା ନିରୁତ୍ତର ଧର୍ଯ୍ୟ ବଣା ଯାଏ ହୋଇ କିଞ୍ଚିତ ଦୟାବହ ଏହି ସନ୍ତାନଠାରେ ମା ଭୁବନେଶ୍ୱରୀ ଆୟୁଟି ମୋହର ଛିଦ୍ର କଳସିରୁ ଜଳ ଭଳି ଯାଏ ବହି

Sunday 29 September 2024

ଅତି ନୀଳ ନିର୍ମଳ ଗଗନ ଆପଣ ଗୋବିନ୍ଦ

ଅତି ନୀଳ ନିର୍ମଳ ଗଗନ ଆପଣ ଗୋବିନ୍ଦ ରବି ସୁଧାକର ତୁମ୍ଭରି ପତିତପାବନ ଆଖି ସତ୍ୟ ଶାନ୍ତି ଦୟା ଧର୍ମ କ୍ଷମା ଆପଣ କୃଷ୍ଣ ନୀଳାଚଳନାଥ ତୁମ୍ଭଙ୍କୁ ଝୁରେ ପ୍ରାଣ ପକ୍ଷୀ

Saturday 28 September 2024

କେବଳ ଜୀବର କଲ୍ୟାଣ ନିମନ୍ତେ ଅବତାର

କେବଳ ଜୀବର କଲ୍ୟାଣ ନିମନ୍ତେ ଅବତାର ତୁହି ମା କନ୍ୟା ମାତା ଜାୟା ଭଗିନୀ ସୂରୁପା କେବଳ ତୋ ପାଦପଦ୍ମରେ ମନ ମୋ ଥାଉ ଆତ୍ମାଠାରୁ ଘନିଷ୍ଠ ଲୋଡ଼ା ନାହିଁ ସୁନା ରୁପା

ଓଁକାର ଅଲେଖ ବିନ୍ଦୁ ମାତ୍ରା ଅକ୍ଷର ଗୋବିନ୍ଦ

ଓଁକାର ଅଲେଖ ବିନ୍ଦୁ ମାତ୍ରା ଅକ୍ଷର ଗୋବିନ୍ଦ ତତ୍ସତ ପୂର୍ଣ୍ଣବ୍ରହ୍ମ ଜ୍ୟୋତି ଅଚିନ୍ତ୍ୟ ପରା ଶକ୍ତି ଭାଗବତ ଜୟଦେବ ଶ୍ରୀଗୀତଗୋବିନ୍ଦ ସୁଧା ମୁହିଁ ବୈଷ୍ଣବ ନିନ୍ଦୁକ ଅଜ୍ଞାନ ଗୋବିନ୍ଦ ଭକ୍ତି

ଭିକାରିକୁ ଦେଲେ ଅନ୍ନ ବ୍ୟଞ୍ଜନ

ଭିକାରିକୁ ଦେଲେ ଅନ୍ନ ବ୍ୟଞ୍ଜନ ନ ପୁରେ ତାର ପରିବାର ପେଟ ବୃକ୍ଷ ଛାୟାରେ ଶୋଇ ରହିଲେ ନ ସରଇ ପଥିକ ଚଲିବା ବାଟ

Friday 27 September 2024

କଳିଯୁଗ ସହିତ ମୋହର ବୁଦ୍ଧି ପଳେଇଲା

କଳିଯୁଗ ସହିତ ମୋହର ବୁଦ୍ଧି ପଳେଇଲା ମାଆ ନୀଳସରସ୍ବତୀ କିପରି କରିବି ସେବା ଇନ୍ଦ୍ରିୟମାନେ ମାତିଲେ ଭୋଗ ବିଳାସରେ ମାଆ ମୋ ଉଗ୍ରତାରା କିଞ୍ଚିତ ଦୟା ହେବା

ଆପଣ ସମ୍ପୂର୍ଣ୍ଣ ପୂର୍ଣ୍ଣାନନ୍ଦ ବ୍ରହ୍ମାନନ୍ଦ ହେ ଶ୍ରୀଗୋବିନ୍ଦ

ଆପଣ ସମ୍ପୂର୍ଣ୍ଣ ପୂର୍ଣ୍ଣାନନ୍ଦ ବ୍ରହ୍ମାନନ୍ଦ ହେ ଶ୍ରୀଗୋବିନ୍ଦ କୀଟରୁ ବେଶୀ କ୍ଷୁଦ୍ର ମୁହିଁ କାମନାଯୁକ୍ତ ଏକ ସେବକ ଆପଣ ନିକଟରେ ଥିଲେ ମନ ପିନ୍ଧଇ ତୁଳସୀ ମାଳ ସୁଧାନିଧି ହେ ବନମାଳୀ ଦୂରେ ଗଲେ ମନ ଭାବୁକ

Thursday 26 September 2024

କାହିଁକି ତୁହି ଏକା ଆସିଅଛୁ ବସନ୍ତରେ

କାହିଁକି ତୁହି ଏକା ଆସିଅଛୁ ବସନ୍ତରେ କାହିଁଗଲେ ସେହି ବୃନ୍ଦାବନ ଗିରିଟେକା ମନ କୋକିଳ ମୋ ରସିଛି ରୁଷିଛି ତାକୁ ଆହାଃ ସତରେ ଭୁଲିଲେକି ନନ୍ଦଟୋକା

ମୋତେ ଯେମିତି ଲାଗୁଛି ପ୍ରାଣ ସଖିରେ

ମୋତେ ଯେମିତି ଲାଗୁଛି ପ୍ରାଣ ସଖିରେ ଘନଶ୍ୟାମ ବିକିଦେଇଛି ପରାଣ ତାହାର ମୋର ମନ ବନ୍ଧା ରଖିବାକୁ ଚାହିଁ ବସିଛି ପ୍ରାଣ ସଖିରେ ମୂର୍ତ୍ତିରୁ ନ ଆସେ ବାହାର

ପାଷାଣୀ ଚଣ୍ଡୀର ପଥର ପାଦରେ

ପାଷାଣୀ ଚଣ୍ଡୀର ପଥର ପାଦରେ ମୋହର ଆଖି ଲୁହ ଶୁଖାଇଦେଲି ପାଷାଣୀ ମାଆ ବୁଝିବକି ମନ କଥା ମନ୍ଦାର ତୋଳି ତୋଳି ବୁଢା ହେଲି

Wednesday 25 September 2024

ଶ୍ରୀଗୋବିନ୍ଦଙ୍କୁ ଘେରି ମହା ଆନନ୍ଦରେ ନାଚୁଥାନ୍ତି ବଞ୍ଚୁଥାନ୍ତି

ଶ୍ରୀଗୋବିନ୍ଦଙ୍କୁ ଘେରି ମହାଆନନ୍ଦରେ ନାଚୁଥାନ୍ତି ଦିନ ବଞ୍ଚୁଥାନ୍ତି ଶ୍ରୀଗୋବିନ୍ଦଙ୍କୁ କେହିବି ଜଣେ ଗୋପାଳ ବାଳ ନ ପାରନ୍ତି ଜାଣି ଶ୍ରୀଗୋବିନ୍ଦକୁ ଦେଖାଇ ମା ବାସୁଳି ବୋଲେ ଦେଖ ଚଣ୍ଡୀଦାସ ଶ୍ରୀଗୋବିନ୍ଦଟି ମେଘଶ୍ୟାମ ପୀତବସନ ବନମାଳୀ ବେଣୁପାଣି

ଗୋଟିଏ କେବଳ ମନ ମୋହର

ଗୋଟିଏ କେବଳ ମନ ମୋହର କାମରେ ଦେଲେ ନାମରେ ନାହିଁ ଭୁଜତଳେ ମୋତେ ରଖ ମଣିମା ଚକାଡ଼ୋଳାକୁ ମୁହିଁ ରହିଲି ଚାହିଁ

Tuesday 24 September 2024

ଡେମ୍ଫରୁ ଫୁଲକୁ ଛିଡ଼େଇ

ଡେମ୍ଫରୁ ଫୁଲକୁ ଛିଡ଼େଇ ଦେଲି ମୁହିଁ ପାଷାଣ ଦିଅଁକୁ ସଞ୍ଜ ହେଲା ଫୁଲ ଶୁଖିଲା ଭଅଁର ନ ଚାହିଁଲା ମୁହଁକୁ

ବୈଷ୍ଣବ ପିଣ୍ଢାରେ ମୁଁ ହେଂସଟିଏ ପାରିଲି

ବୈଷ୍ଣବ ପିଣ୍ଢାରେ ମୁଁ ହେଂସଟିଏ ପାରିଲି କେଡେ ଅପୂର୍ବ ମଧୁର ଶ୍ରୀଗୋବିନ୍ଦ ନାମ ଜାଗ୍ରତ ସୁଷୁପ୍ତି ନିଦ୍ରାରେ ପାନ କଲି ସୁଧା ସଖିରେ ଛାଡି ଚାଲିଗଲେ ଲୋଭ କାମ

ଆତ୍ମା ହିଁ ଗୋବିନ୍ଦ

ପାଷାଣ ଦେବତା କିଛି ହିଁ ସ୍ପର୍ଶ ନ କଲେ ଅର୍ପଣକୁ ପ୍ରସାଦ ସକଳ କଲି ମୁହିଁ ଗ୍ରାସ ବଧିର ଦେବତା କିଛି ହିଁ ଶୁଣିଲେ ନାହିଁ ସଙ୍ଗୀତକୁ ନିଜେ ଶୁଣି ହେଲି ହସ ହସ

Monday 23 September 2024

ଶ୍ରୀଗୋବିନ୍ଦ ପଦ ପାଦରେ ସେ ଯେଉଁ ଆନନ୍ଦ

ଶ୍ରୀଗୋବିନ୍ଦ ପଦ ପାଦରେ ସେ ଯେଉଁ ଆନନ୍ଦ ସଖିରେ ସଂସାରରେ ଆଉ କେଉଁଥିରେ ନାହିଁ ଦର୍ଶନ ସ୍ପର୍ଶ ସମ୍ଭାଷଣ ଏ ମହାପତିତକୁ ଦୁଲର୍ଭ ସୁଧାନିଧି ଚନ୍ଦନଚର୍ଚ୍ଚିତ କପୋଳକୁ ଅଛି ଚାହିଁ

ତୋତେ କିଏ କହିଲା କଳା କାଳୀ ମାଆ ଗୋ

ତୋତେ କିଏ କହିଲା କଳା କାଳୀ ମାଆ ଗୋ କିଏ କହିଲା ତୁହି ଚଣ୍ଡୀ ତୋହର ଲମ୍ବା ଜିଭ ସୁମତି କହେ ମାଆ ମୋର ସ୍ୱୟଂ ପଦ୍ମାଳୟା ମା କୃପା ନ କଲେ କେ ଲଭିବ କାଳୀ ଭାବ ତୋତେ କିଏ ସେ କହିଲା କଳା କାଳୀ ମାଆ ଗୋ କେ କହିଲା ମାଆ ତୁହି ଚଣ୍ଡୀ ତୋହର ଲମ୍ବା ଜିଭ ଚଣ୍ଡୀଦାସ ବୋଲେ ମାଆ ମୋର ସ୍ୱୟଂ ପଦ୍ମାଳୟା କେବଳ କାଳୀ କୃପାକଲେ ସିନା କାଳୀ ପାଦ ଲାଭ

ମାଆ ହେଲା ମୋହର ପଥର ପାଷାଣୀ

ମାଆ ହେଲା ମୋହର ପଥର ପାଷାଣୀ ତା କୋଳରେ ଶୋଇବା ଭାଗ୍ୟରେ ନାହିଁ ମନ୍ଦାର ଫୁଲଟିଏ ତା ପାଦରେ ଥୋଇଲି ଭେଟିବାକୁ ମନ ନିତି କାନ୍ଦେ କଇଁ କଇଁ

Love is always sweat

Love is always sweat Whether take or give Sacrifice is always great Whether die or live

Sunday 22 September 2024

ଜୀବନର ମୁଖ୍ୟ ଲକ୍ଷ ଶ୍ରୀଗୋବିନ୍ଦଙ୍କୁ ଭେଟିବା

ଜୀବନର ମୁଖ୍ୟ ଲକ୍ଷ ଶ୍ରୀଗୋବିନ୍ଦଙ୍କୁ ଭେଟିବା ଅନାସକ୍ତି ଅନୁରାଗ ପୁଟୁଳି ଅଣ୍ଟାରେ ଖୋସିଥା ପଦ୍ମାବତୀ ଆରତି ଶ୍ରୀଗୋବିନ୍ଦ ଘରକୁ ଆସିବେ କମଳ ପୁଷ୍ପ ସମ ଶିରେ କର ଆଞ୍ଜୁଳି ଥୋଇଥା

ପିତାଙ୍କ ପୂଣ୍ୟରୁ ଶୁଣିଲି ବୈକୁଣ୍ଠରୁ ଶୁଭ ଶଙ୍ଖ

ପିତାଙ୍କ ପୂଣ୍ୟରୁ ଶୁଣିଲି ବୈକୁଣ୍ଠରୁ ଶୁଭ ଶଙ୍ଖ ଭଉଣୀ ପୂଣ୍ୟରୁ କୃଷ୍ଣଙ୍କୁ ଜଣେଇ ମନ କଥା ଭାଇଙ୍କ ପୂଣ୍ୟରୁ ପିତାମାତା ପାଦ ସେବିଲି ନିଜ ସ୍ୱାର୍ଥ ଲାଗି ମୁଁ ବଞ୍ଚିଛି ଚିନ୍ତି ମନ ବ୍ୟଥା

ଜୀବନର ମୁଖ୍ୟ ଲକ୍ଷ କୃଷ୍ଣଙ୍କୁ ଭେଟିବା

ଜୀବନର ମୁଖ୍ୟ ଲକ୍ଷ କୃଷ୍ଣଙ୍କୁ ଭେଟିବା ଅଣ୍ଟାରେ ଖୋସିଥା ନିରାସକ୍ତର ପୁଟୁଳି କୃଷ୍ଣ ସ୍ୱୟଂ ହାତ ବଢେଇବେ ଖାଇବାକୁ ପଦ୍ମ ପୁଷ୍ପ ସମ ଶିରେ ଦେଇଥା ଆଞ୍ଜୁଳି

ଅତି ପ୍ରବଳ ବେଗରେ ଝଡ ବତାଶ ମାଡି ଆସୁଥିଲା

ଅତି ପ୍ରବଳ ବେଗରେ ଝଡ ବତାଶ ମାଡି ଆସୁଥିଲା ସପରିବାର ଘରେ ପଶି କବାଟ ଝରକା ଦେଲୁ କିଳି ଘର ନ ଥିବା ପ୍ରାଣୀମାନଙ୍କର କୁଁ କାଁ କିଛି ଶୁଭୁନାହିଁ ଅନାଥକୁ ଭୁଜତଳେ ଅଭୟ ଦେଲେ କି ବନମାଳୀ

Saturday 21 September 2024

ମୂଳାଧାରରୁ ସହସ୍ରଧାର ସବୁଠି ତୋ ନିବାସ

ମୂଳାଧାରରୁ ସହସ୍ରଧାର ସବୁଠି ତୋ ନିବାସ ଶୀତଳ ଶଶୀ ବଦନା ଶ୍ୱେତ କମଳ ହସ ହସ ମନ ବୁଦ୍ଧି ଇନ୍ଦ୍ରିୟ ଯାହା ଦେଲୁ ଜନମ କାଳେ ବିପଥକୁ ନେଲେ ସନ୍ତାନକୁ ମାଆ ଆସ ଆସ

ଆସ ଆସ ପରମ ହଂସରେ ଆସ ଆସ ଉଡି ଉଡି

ଆସ ଆସ ପରମ ହଂସରେ ଆସ ଆସ ଉଡି ଉଡି ପୁର୍ଣିମା ଇନ୍ଦୁ ସମପ୍ରଭା ବେନି ଡେଣାକୁ ଝାଡ଼ି ଝାଡ଼ି ବସ ବସ ପଞ୍ଚ ପ୍ରାଣରେ ନୟନପଥରେ ବସ ବସ ଅନ୍ଧ ସମ ବିପଥ ପୀତବସନ ଧରି ଯିବି ଉଡି ଉଡି

ମୋ ଚଞ୍ଚଳ ମନ ଥିଲା ଅତି ତୁଷାର୍ତ୍ତ ଭଅଁରଟିଏ

ମୋ ଚଞ୍ଚଳ ମନ ଥିଲା ଅତି ତୁଷାର୍ତ୍ତ ଭଅଁରଟିଏ ଗୋବିନ୍ଦଙ୍କର ପାଦକୁ କମଳ ଭାବି ଚୁମି ଦେଲା ଏ ମରଶରୀରରେ ଖେଳିଗଲା ଯେଉଁ ଶିହରଣ ତା ଲଭିବାକୁ ମନ ମୋର ବାରବାର ଝୁରି ମଲା

I would offer you the first flower

I would offer you the first flower When it would bloom with your glories O my beloved Gobind, so cute you are Only virtues and innumerable peaceful stories

Friday 20 September 2024

ଅଜର ଅମର ଅଖିଳ ସଂସାର ଗୋସେଇଁ ଆପଣେ

ଅଜର ଅମର ଅଖିଳ ସଂସାର ଗୋସେଇଁ ଆପଣେ ମୁହିଁ ଜରଜରା ପ୍ରପୀଡ଼ିତ ଗୋଟିଏ ମାଟିର କଣ୍ଢେଇ କଳିରେ ଜୀବ ଉଦ୍ଧାର ନିମନ୍ତେ ପୂର୍ଣ୍ଣବ୍ରହ୍ମ ଅଧାଗଢା ମୋ ଏତିକି କାମନା ହେ ମଣିମା ବୁଲୁଥିବି ମୁଣ୍ଡେଇ

Thursday 19 September 2024

ବୈଷ୍ଣବଙ୍କର ପିଣ୍ଢାରେ ଏ ପତିତ ବିଛଣା ପାରିଲା

ବୈଷ୍ଣବଙ୍କର ପିଣ୍ଢାରେ ଏ ପତିତ ବିଛଣା ପାରିଲା ହୃଦୟ ପଦ୍ମକେଶରରେ ବିଛେଇଲା ତାହାର ଭାବ ଏ ପତିତ ପାଖରେ ମନ ହୃଦୟ ଯାହାଥିଲା ଦେଲା ଏ ନୟନ ପଥରେ କେବେ ଦେଖିବି ହେ ପଦ୍ମନାଭ

ଜନ୍ମଦାତ୍ରୀ ରୂପରେ ସାଲବେଗକୁ ଚିହ୍ନାଇଲୁ ଗୋବିନ୍ଦ

ଜନ୍ମଦାତ୍ରୀ ରୂପରେ ସାଲବେଗକୁ ଚିହ୍ନାଇଲୁ ଗୋବିନ୍ଦ ମାଆ ବାସୁଳି ରୂପେ ଚଣ୍ଡୀଦାସକୁ ଚିହ୍ନାଇଲୁ ଗୋବିନ୍ଦ ଜନ୍ମଦାତ୍ରୀ ହୋଇ ମୋର ଝିଅ ହେବାକୁ କଥାଦେଲୁ କରୁଣାମୟୀ ମୋ ଆଶ୍ରୟ ହେଲା ତୋ ପଦାରବିନ୍ଦ

I am being part of your body

I am being part of your body Mother, I am deeply related Day and night,I'm in your search The most kind mother deleted

Wednesday 18 September 2024

ହେ ମଧୁର ବଂଶୀବଦନ ଦଣ୍ଡେ ରୁହ ନୟନ ପଥରେ

ହେ ମଧୁର ବଂଶୀବଦନ ଦଣ୍ଡେ ରୁହ ନୟନ ପଥରେ ତୋ ଭାବସାଗରେ ବୁଡି ମୋ ମନକଥା ଲେଖିଦେବି ହେ ଉଦାର ବନମାଳୀ ହସ୍ତ ବଢ଼ାଇ ନ ନେବାଯାଏ ତୋ ହୃଦୟ ଜିଣିବାକୁ ମୁହିଁ ଛନ୍ଦା ପାଦରେ ପଡ଼ିଥିବି

ସ୍ୱାମୀ ତୁମେ ମୋ ନୟନ ପଥରେ ସଦା ଥାଅ

ସ୍ୱାମୀ ତୁମେ ମୋ ନୟନ ପଥରେ ସଦା ଥାଅ ସ୍ୱାମୀ ମୋ ହୃଦୟ ପଦ୍ମ କେଶରେ ବସି ଥାଅ ସ୍ୱାମୀ ତୁମକୁ ଅନେଇ ଅନେଇ ଯା ଲେଖିବି ସ୍ୱାମୀ ମୋ ଭାବକୁ ହରି ଚନ୍ଦନ ପରି ପାଅ

ଥରୁଟିଏ ଲଭିଲେଟି କିଏ ଭୁଲିପାରେ ଆଉ

ଥରୁଟିଏ ଲଭିଲେଟି କିଏ ଭୁଲିପାରେ ଆଉ ଗୋବିନ୍ଦ ଅଙ୍ଗ ପରଶ ରୋମାଞ୍ଚ ନାହିଁ ଆଉ ଦୀନ ହୀନ ରାମ କହେ ସିରିଆ ସୁମତିରେ ଗୋବିନ୍ଦ ଛନ୍ଦା ଚରଣରେ ଶିର ଲାଗିଥାଉ

ମହାପୁଣ୍ୟ ଫଳେ ଅତି ଦୁର୍ଲଭ ନର କଳେବର

ମହାପୁଣ୍ୟ ଫଳେ ଅତି ଦୁର୍ଲଭ ନର କଳେବର ତଥାପି ଇହ ଲୋକରେ ନ ଭେଟିଲି ଗୋବିନ୍ଦ ମହାପାପ ପଙ୍କରେ ବୁଡି ଇନ୍ଦ୍ରିୟଙ୍କୁ ତୋଷିଲି ପରଲୋକ ମହାଶଶ୍ମାନ ଲଭିବିକି ମୁଁ ମୁକୁନ୍ଦ

ନଖ ଖୋଲିଲେ ବାଡ଼ି କଞ୍ଚା କମଳା ଚୋପା

ନଖ ଖୋଲିଲେ ବାଡ଼ି କଞ୍ଚା କମଳା ଚୋପା ବାସ୍ନାରେ ଅସମ୍ଭାଳ ହୁଅନ୍ତି ଝିଭ ପାଟି ଲାଳ ଦଳା ଚକଟାରେ ମରନ୍ତି ଲଙ୍କା ଲୁଣ ରସୁଣ ଝୋଳ ହାମ୍ପୁଡିବାକୁ ଭାଇ ଭଉଣୀ ଅସମ୍ଭାଳ

Tuesday 17 September 2024

You are my mother

You are my mother I am your child You are full of values I am stubborn wild

ପିତା ପିତା ମୋହର ଦୁହେଁ ମଲେଣି

ପିତା ପିତା ମୋହର ଦୁହେଁ ମଲେଣି ଜେଜେମା କୋଳରେ ପଡ଼ିବି ଶୋଇ ନାତି କହେ ଶୁଣ ଶୁଣ ସକଳ ପଡିଶା ଅନାଥର ଡାକ ତୁମ୍ଭଙ୍କୁ ଶୁଭିବ ନାହିଁ

ନୟନପଥରେ ରଖି ସ୍ୱାମୀ ତୁମ୍ଭ ପଦ୍ମପାଦ ଦୁଇ

ନୟନପଥରେ ରଖି ସ୍ୱାମୀ ତୁମ୍ଭ ପଦ୍ମପାଦ ଦୁଇ ପ୍ରଭୁ ହେ ସକାଳରୁ ସକାଳ ସବୁ କରମ କରେ ଜୀବନ ପଥରେ ଟିକିଏ କେଉଁଠି ଝୁଣ୍ଟି ପଡିଲେ ହୃଦୟରେ ସାଇରାମ ସାଇରମ ସ୍ମରଣ କରେ

ମୋ ବୃଦ୍ଧ ରୋଗୀ ପିତା ମାତା ସେବିଣ

ମୋ ବୃଦ୍ଧ ରୋଗୀ ପିତା ମାତା ସେବିଣ ବାବୁଲି ସୁରୁ ଅରଜିଲେ ଅଶେଷ ପୁଣ୍ୟ ଦୁଇଆଖି ଲୁହଧାର ଗାଲରେ ଶୁଖିଲା କିଛି ଦେଲେ ହୋଇଯାଆନ୍ତି ମୁଁ ଧନ୍ୟ

ଆଜି ମୋର ଦେହରେ ବଳ ବପୁ ଅଛି ବୋଲି

ଆଜି ମୋର ଦେହରେ ବଳ ବପୁ ଅଛି ବୋଲି କଳାକାଇଁଚରେ ବଢିଭୋରୁ କରେ ତୋ ପୂଜା ଜାଣ ଅଜାଣତରେ ମୁହିଁ କେତେ ପାପ କରେ କଳାକାଇଁଚରେ ବୁଢାବେଳେ କି ଦେବୁ ସଜା

ଅଧା ଗଢ଼ା କରି କିଏ ସେ ଗଢିଲା

ଅଧା ଗଢ଼ା କରି କିଏ ସେ ଗଢିଲା ସଖିରେ ଆଖି ମୋ ରହିଲା ଲାଖି ଚକାଆଖି ଦିଟାରେ ଏଡ଼େ କୁହୁକ ହୃଦୟରେ ତାର ନାଁ ଦେଲି ଲେଖି

if you want to buy my mind

f you want to buy my mind You have to give a small thing That small thing is your blessings I want to be a good human being

My inside is very deep dark

My inside is very deep dark Exactly like your skin colour There are lot of similarities May be you're my great grand mother

Monday 16 September 2024

ବୈଷ୍ଣବ ଦୀନକୃଷ୍ଣ ଦାସ ଲାଗି ଗଢ଼ିଲୁ ଶରଣ ଶ୍ରୀକ୍ଷେତ୍ର

ବୈଷ୍ଣବ ଦୀନକୃଷ୍ଣ ଦାସ ଲାଗି ଗଢ଼ିଲୁ ଶରଣ ଶ୍ରୀକ୍ଷେତ୍ର ସଦା ସଦା ଭକ୍ତ ହୃଦୟ ପଦ୍ମ ପାଖୁଡ଼ାରେ ପଡ଼ିଲୁ ବନ୍ଧା ବ୍ରାହ୍ମଣୀ କୂଳେ ଏକ ଘରକିଆରେ କାହିଁ ଷାଠିଏ ପଉଟି ଦୀନ ଘରେ କୃଷ୍ଣ ଲାଗି ଭାବରେ କନ୍ଦମୂଳ ହୁଏ ରନ୍ଧା

ମୁହିଁ ମାଆ ଗୋ କାଳିଦାସଙ୍କଠାରୁ ଆହୁରି ମହା ଗଣ୍ଡ ମୂର୍ଖ

ମୁହିଁ ମାଆ ଗୋ କାଳିଦାସଙ୍କଠାରୁ ଆହୁରି ମହା ଗଣ୍ଡ ମୂର୍ଖ ମାଆ ମୋର ତନ୍ତ୍ର ମନ୍ତ୍ର ପୂଜା ଭକ୍ତିରେ କିଛି ହିଁ ନାହିଁ ଜ୍ଞାନ କେବଳ ତୋର ଯଶ ଲୀଳା ଶୁଣି ମା ଦର୍ଶନକୁ ବାଞ୍ଛା କଲି ମାଆ ମୋର ଏତିକି ମାଗୁଣି ପାଦ ସେବାରେ ଥାଉ ମନ

ସକଳ ଦେବ ଦେବୀ ପ୍ରାଥନା ଅଗ୍ନିରୁ ସମ୍ଭୁତା ମାଆ ଗୋ

ସକଳ ଦେବ ଦେବୀ ପ୍ରାଥନା ଅଗ୍ନିରୁ ସମ୍ଭୁତା ମାଆ ଗୋ ଯଶୋଦା ଗର୍ଭ ସମ୍ଭୁତା କୋଟି ବାଳ ଅରୁଣ ଦେହ କାନ୍ତି ସାଧକ ହୃଦୟ କମଳ କେଶରରେ ଦେବୀ ମହା ବୈଷ୍ଣବୀ ଭାତୃଦ୍ଵୟଙ୍କ ମଧ୍ୟରେ ଦର୍ଶନ କରି ମା ଲଭିଲି ପରମ ଶାନ୍ତି

ତୋ ତୁଣ୍ଡରେ ଭଉଣୀରେ ଗୋବିନ୍ଦ ଲୀଳା ସୁଧା

ତୋ ତୁଣ୍ଡରେ ଭଉଣୀରେ ଗୋବିନ୍ଦ ଲୀଳା ସୁଧା ସେହି ସ୍ବପ୍ନ ନୁହେଁ କଥା ନୁହେଁ ସେତ ପ୍ରାଣ ବାୟୁ ତାକୁ କର୍ଣ୍ଣେ ଶୁଣି ବୁଦ୍ଧିରେ ଗୁଣି ହୃଦରେ ଧଇଲି ଆହାଃ ଏହି ମହାପତିତର କିଛି ବଢିଗଲା ଆୟୁ

Biswakarma Pooja

ତୁମ୍ଭେ ସବୁ କିଛି କରି ପାରୁଛ ବୋଲି ଏହି ସଂସାର କହେ ତୁମ୍ଭେ ବିଶ୍ୱକର୍ମା ତୁମ୍ଭ ଉପରେ ମୁଁ ସମ୍ପୂର୍ଣ୍ଣ ନିର୍ଭରଶୀଳ ମୋର ପ୍ରତି ମାସ ଦରକାର ଦରମା

Maa Bhuvaneswari

ମୋ ମନ ନନ୍ଦନକାନନରୁ ଶ୍ରଦ୍ଧା ଚାଙ୍ଗୁଡ଼ିରେ ମାଆ ଗୋ ତୋଳିଅଛି ଭକ୍ତିର ମନ୍ଦାର ଫୁଲ ହୃଦୟ ଅଗଣାରେ ତୁହି ମୋ ଅଲିଅଳି ଝିଅ ପଦ୍ମ ପାଦ ବଢ଼ା ତୁହି ମା ମୋ ମାଆ ଗେଲ