Saturday, 31 August 2024
It can be made more simple
It can be made more simple
Everything came from one thing
Life is blessed with innovation to sustain
Especially super talent human being
ସମୁଦ୍ରରେ ବୁଡି ଦେଖିଲି ଜଳ ଜୀବ ମୋତି
ସମୁଦ୍ରରେ ବୁଡି ଦେଖିଲି ଜଳ ଜୀବ ମୋତି
ସୁନୀଳ ଅନ୍ତରୀକ୍ଷ ଦେଖିଲି ଗଗନରେ ଉଡି
ଭୂମିରେ ଗର୍ତ୍ତ କରି ଭେଟିଲି ଖଣିରେ ମଣି
ପତିତପାବନ ବାନା ଦୃଷ୍ଟିରୁ ନପାରେ ଏଡି
ଯେତିକି ଉଦାର ସେହି ଯଶୋଦାର ନନ୍ଦନ
ଯେତିକି ଉଦାର ସେହି ଯଶୋଦାର ନନ୍ଦନ
ସେତିକି ଅପୂର୍ବ ବ୍ରହ୍ମା ଦତ୍ତ ମୋହନ ବଂଶୀ
ସର୍ବଦା ସନ୍ତରଣ କରୁଥିବା ଯମୁନା ଜଳରେ
ରାଧା ରାଧା ଶୁଣି ତରିଯିବା ମାନସ ହଂସୀ
Mother of the all the creatures
Mother of the all the creatures
Mother stretch your lotus feet
Mother I have plucked some flowers
Mother I am your child not devotee
I saw love in your eyes
I saw love in your eyes
Mother,I could not carry
I'm always busy selfish act
I spoiled given life in worry
କେବଳ ବାସି ଭାତରୁ ମୁଠେ ମୁଠେ ମୁଖରେ ଦେଇଣ
କେବଳ ବାସି ଭାତରୁ ମୁଠେ ମୁଠେ ମୁଖରେ ଦେଇଣ
ନିଜର ପିତା ମାତାକୁ ଛାତିଏ ଗାତରେ ଦେଲି ପୋତି
ବହୁ ଇଛା ନର ଦେହେ ସେ ଲକ୍ଷ୍ମୀ ନାରାୟଣ ଦର୍ଶନ
ନ ଜାଣେ ମୁହିଁ ମନ୍ତ୍ର ତନ୍ତ୍ର ପୂଜା ବିଧି ବିକଳ ହୁଏ ଅତି
ବସନ୍ତ ଆଉ କୋକିଳ କି କଥା ହୁଅନ୍ତି
ବସନ୍ତ ଆଉ କୋକିଳ କିବା ବାର୍ତ୍ତାଳାପ କରନ୍ତି
କି ବାର୍ତ୍ତାଳାପ କରନ୍ତି ଫୁଲ କେଶର ମଧୁମକ୍ଷି
ବୈଷ୍ଣବ ଚକାଡୋଳା କିବା ବାର୍ତ୍ତାଳାପ କରନ୍ତି
ଗରୁଡ ପଛରେ ଯେବେ ଭକତ ମିଳାଏ ଆକ୍ଷି
ବାମନ ହୋଇ ଚନ୍ଦ୍ର ସୂର୍ଯ୍ୟ ବଦନକୁ ଭାବ ଲଗେଇଲି
ବାମନ ହୋଇ ଚନ୍ଦ୍ର ସୂର୍ଯ୍ୟ ବଦନକୁ ଭାବ ଲଗେଇଲି
ନଦୀଟେ ହୋଇ ମହୋଦଧି ମହାମିଳନକୁ କଲି ଇଛା
ମୋ ଭାବର ଲୁହ ମୋ ଆଖିପତା ବନ୍ଧନକୁ ମାନେନା
ହେ ଉଦାର ହୃଦୟ ତୋ ବଳିଆର ଭୁଜ ତଳେ ଲୁଚା
କାହାର ହୃଦୟ କମଳ କେଶରରେ ଇଷ୍ଟଦେବୀ ମାଆ
କାହାର ହୃଦୟ କମଳ କେଶରରେ ଇଷ୍ଟଦେବୀ ମାଆ
ସୁଭଦ୍ରା ଗୋ ତୋ ପାଦ ପଙ୍କଜରେ ମନ ପଡିଲା ବନ୍ଧା
କେଉଁ ମହାଜନକୁ କଲୁ ଏଡିକି ବଡ କୃପା ମାଆ ଗୋ
ସୁଲକ୍ଷଣୀ ମା ବଡ ତୃଷା ତୋତେ ଭୁଞ୍ଜାନ୍ତି ଘର ରନ୍ଧା
ପୂଜାଘର ଓଲେଇ ଦେଇଛି ବାସନ ମାଜି ଦେଇଛି
ପୂଜାଘର ଓଲେଇ ଦେଇଛି ବାସନ ମାଜି ଦେଇଛି
ତୋଳିକି ମଲ୍ଲି ତୁଳସୀ ଘୋରି ଦେଇଛି ବାସ ଚନ୍ଦନ
ଶ୍ରୀଜୟଦେବଙ୍କ ମଙ୍ଗଳଗୀତମ ଗାଆରେ ମୋ ସହି
ଦେଖିବାକୁ ଭାରି ଇଚ୍ଛା ବନମାଳୀ ମୁରଲୀ ମୋହନ
ମୁହିଁ ଅତି ଦୀନ ହୀନ ଦୁଃଖି ଛାର ଗାଈଆଳଟିଏ
ମୁହିଁ ଅତି ଦୀନ ହୀନ ଦୁଃଖି ଛାର ଗାଈଆଳଟିଏ
କାହୁଁ ତୁମ୍ଭରି ସମକକ୍ଷ ହେବି ହେ ଯଶୋଦା ବାଳ
ମନକୁ ମିଶାଇ ଏଗାରଟି ବଡ ଓଲେଇ ପଲରେ
ଦିନ ରାତି ଦୌଡେ ବୁଦ୍ଧିବଣା ହଟିଲା ଆୟୁ ବଳ
Friday, 30 August 2024
ପ୍ରଥମ ଅକ୍ଷର ପ୍ରଣବ ଓଁକାର ଓଁକାର ଓଁକାର ଓଁକାର
ପ୍ରଥମ ଅକ୍ଷର ପ୍ରଣବ ଓଁକାର ଓଁକାର ଓଁକାର ଓଁକାର
ଚନ୍ଦନ କାଠରେ ଜପି ଜପି ହୋଇଯାଉଥାଏ ଘୋରି
ଗୋବିନ୍ଦ ପ୍ରେମ ଚନ୍ଦନଠାରୁ ଆହୁରି ଶୀତଳ ସୁଗନ୍ଧ
ଲଭିବୁ ମାନସ ହଂସରେ ବ୍ରହ୍ମଦାରୁରେ ବାନ୍ଧଡୋରି
ରବି ସୁଧାକର ନୀଳ ଆକାଶରେ ଦୀପ ହେଲେ
ରବି ସୁଧାକର ନୀଳ ଆକାଶରେ ଦୀପ ହେଲେ
ସୁଷୁମ୍ନା ଇଡା ପିଙ୍ଗଳା ଅଷ୍ଟଚକ୍ରରେ କଲେ ଧ୍ୟାନ
ଶ୍ରୀ ଶ୍ରୀ ଚୈତନ୍ୟ ଶ୍ରୀ ଜୟଦେବ ଶ୍ରୀ ସାଲବେଗ
ଥରୁଟେ ଦେଇ ଆଉ ଫେରି ନ ପାଇଲେ ମନ
ଜନକ ଜନନୀ ମୋ ପରଲୋକ ଗଲେ
ଜନକ ଜନନୀ ମୋ ପରଲୋକ ଗଲେ
ମା ଭୁବନେଶ୍ୱରୀ ଶରଣ ଗଲି ଚରଣେ
ଏ ଛେଣ୍ଡଟାକୁ ପଣତରେ ଢାଙ୍କି ଦେ ମା
ମା ପ୍ରାଣଯାଉ ତୋ ନାମ ଜପ କରଣେ
ବିତାଇଲି ମୋ ଆୟୁଷ ବୈଷ୍ଣବ କୁଡିଆରେ
ବିତାଇଲି ମୋ ଆୟୁଷ ବୈଷ୍ଣବ କୁଡିଆରେ
ମୋ ଉଦର ପୁରାଇଲି ଅବଢ଼ା କୁଡୁଆରେ
କୃଷ୍ଣ କୃଷ୍ଣ କୃଷ୍ଣ ନିତି ମୁଁ ଲେଖେ ଓଡ଼ିଆରେ
ଚକାଆଖି ଚାହିଁଦେଲେ ଲାଗେ ବଢିଆରେ
Thursday, 29 August 2024
ବିମଳ ନିର୍ମଳ ଦିବ୍ୟ ସୁପ୍ରଭାତ ବେଳା
ବିମଳ ନିର୍ମଳ ଦିବ୍ୟ ସୁପ୍ରଭାତ ବେଳା
ଉତିଷ୍ଟ ଉତିଷ୍ଟ ଉତିଷ୍ଟ ହେ ଗୋବିନ୍ଦ
ପାଦ ଦୁଇ ସଦ୍ୟ ପ୍ରସ୍ଫୁଟିତ କମଳ
ବେଣୁଧର ଚିନ୍ତା କୋଟିନିଧି ଆନନ୍ଦ
କୋଇଲି ଭାଷାରେ ତୋର ନାମ କୁହୁ କୁହୁ କୁହୁ
କୋଇଲି ବାହୁନେ ତୋତେ କୁହୁ କୁହୁ କୁହୁ କରି
କାଉ ଭାଷାରେ ତୋର ନାମ କାଆ କାଆ କାଆ
ମୁହିଁ ହୀନପାମର ଅତି ବିକଳେ ଡାକୁଛି ତୋତେ
ହେ ପାଷାଣୀ ରାମ ଚଣ୍ଡୀ ମାଆ ମାଆ ମାଆ ମା
ନିଜେ ଦେଇଥିବା ବଚନ ଅଛିକି ତୁମ ମନରେ
ନିଜେ ଦେଇଥିବା ବଚନ ଅଛିକି ତୁମ ମନରେ
ଦୁଃଖହାରୀ ହେ ଭକ୍ତ ଗହଳରେ ଗଲକି ଭୁଲି
ଅନନ୍ୟ ଉପାୟ ତୁମକୁ ହୃଦୟରେ ଚିନ୍ତା କଲି
ସୁଖ ଦେଖିବାକୁ ଥରୁଟିଏ ନ ଆସନ୍ତ କି ବୁଲି
ହେ ଅପଲକ ତୁମ ଅଦୃଶ୍ୟ ପାଦ ବେନି ବଢ଼ାଇଦିଅ
ହେ ଅପଲକ ତୁମ ଅଦୃଶ୍ୟ ପାଦ ବେନି ବଢ଼ାଇଦିଅ
ମୋର କୋଳରେ ଥୋଇ ଧୀରେ ଧୀରେ ଚିପିଦେବି
ହେ ଅପଲକ କେଉଁ କଥା ପାଇଁକି ତୁମ୍ଭେ ଉଜାଗର
ପ୍ରାଣ ପ୍ରତିମା ନିଦ୍ରା ଯାଅ ମୁହିଁ କ୍ଷେତ ବାଡ଼ି ବୁଝୁଥିବି
Wednesday, 28 August 2024
ନମୋ ନମୋ ନମୋ ହେ କାର୍ତ୍ତିକେୟ ବଡ ଭାଇ
ନମୋ ନମୋ ନମୋ ହେ କାର୍ତ୍ତିକେୟ ବଡ ଭାଇ
ଦୂର କର ସର୍ବ ବିଘ୍ନ ମୋ ଶ୍ରୀକ୍ଷେତ୍ର ଯାତ୍ରା ପଥରୁ
ଯାଉଅଛି ତୁମ୍ଭରି ମାଆ ମାମୁଙ୍କୁ ଦର୍ଶନ ଆଶାରେ
ସତେ କଣ ପତିତ ପାଇଁ ଓହ୍ଲାଇ ଆସିବେ ରଥରୁ
ପାହାଡ ଜଙ୍ଗଲ କୋମଳ ବନ୍ଧୁର ପଥରେ ଭ୍ରମି ଭ୍ରମି
ପାହାଡ ଜଙ୍ଗଲ କୋମଳ ବନ୍ଧୁର ପଥରେ ଭ୍ରମି ଭ୍ରମି
ଓଁ ନମୋ ନାରାୟଣ ନୀଳ ସମୁଦ୍ରରେ ଦେଲି ଯୋଗ
ଆଞ୍ଜୁଳାଏ ଜଳରେ ମୋହର ସବୁ ଶୋଷ ମେଣ୍ଟିଲା
ଏ ସଂସାର ଭୋଗରେ କେତେ ଭୋଗୁଥିଲି ରୋଗ
ତାଙ୍କୁ ତାଙ୍କୁ ସଭିଏଁ ହୁଅନ୍ତି ଝୁରନ୍ତି
ତାଙ୍କୁ ତାଙ୍କୁ ସଭିଏଁ ହୁଅନ୍ତି ଝୁରନ୍ତି
ସେହି ମାର୍ଗଶିର ମାଣବସା କ୍ଷୀରି
ତାକୁ ନରଦେହ କିଏ ସେ ଧରିବ
ନିଜେ ହସ୍ତେ ନ ବାନ୍ଧିଲେ ଡୋରି
ମୋର ଘର ବାହୁଡା ପଥରେ କେତେ ଆଖି ଦେଖିଲି
ମୋର ଘର ବାହୁଡା ପଥରେ କେତେ ଆଖି ଦେଖିଲି
ଚକାଆଖି ହେ ତୋ ରବି ଶଶୀ ଆଖି ସବୁଠୁଁ ନିଆରା
କାଳ ଦଉଡିରେ ଯମ ଭିଡି ନେଉଥିଲା ମୋର ପ୍ରାଣ
ତୋ ଚକାଡୋଳାରେ ଆଖିଥୋଇ ହୋଇଲି କୁଆଁରା
Tuesday, 27 August 2024
ଶୁଆ ବୋଲେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ
ଶୁଆ ବୋଲେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ
ଶାରୀ ବୋଲେ ରାମ ରାମ ରାମ ରାମ
ଧନ୍ୟ ହେଲି ବୋଲି ସଂସାରି ବୋଲେ
ନାମ କର୍ଣ୍ଣ ହୃଦୟକୁ କି ମଧୁର ଆରାମ
ଭୂମିପୁତ୍ରୀ ସୁପୁତ୍ରୀ ଗାୟତ୍ରୀ ତୁହି ମାଆ ଗୋ
ଭୂମିପୁତ୍ରୀ ସୁପୁତ୍ରୀ ଗାୟତ୍ରୀ ତୁହି ମାଆ ଗୋ
ଦଶ ମହାବିଦ୍ୟା ଜ୍ଞାନ ବିଜ୍ଞାନ ସକଳ ବିଦ୍ୟା
ସୁଭଦ୍ରା ସୁଲଗ୍ନା କଲ୍ୟାଣୀ କୃଷ୍ଣ ସହୋଦରୀ
ବିନ୍ଧୁ ଅର୍ଦ୍ଧମାତ୍ରା ଅକ୍ଷର ସର୍ବ ସଜନୀ ଆଦ୍ୟା
ହେ ଚିନ୍ମୟ ଆକାର ନିରାକାର ସକଳ ଆକାର
ହେ ଚିନ୍ମୟ ଆକାର ନିରାକାର ସକଳ ଆକାର
ଦ୍ୱାରେ ଅବିଭାର୍ବ ହେଲୁ ହୋଇ ବୃହତ ଵାସୁଆ
ବାହାରେ ବାହାରେ ଶୁଭ ବାର୍ତ୍ତା ଦେଇଣ ଗଲୁ
ଇଏକି ଛଳନା ମୁହିଁ ଅରକ୍ଷିତ ପାପୀ କାଶୁଆ
ବିଜୁଳି ଘଡ ଘଡି ମାରିଲେ ହେ ଗୋବିନ୍ଦ
ବିଜୁଳି ଘଡ ଘଡି ମାରିଲେ ହେ ଗୋବିନ୍ଦ
ଯୁପ କାଷ୍ଠରେ ଛାଗଳ ସମ ଥରେ ଛାତି
ସନ୍ୟାସ ଯୋଗ କାହୁଁ ସାଧିବି ଗୋବିନ୍ଦ
ବୈଷ୍ଣବ ପିଣ୍ଢାରେ ବିତାଇଲି ସବୁରାତି
ସ୍ମୃତି ଚିନ୍ତାମଣି ଭଣିଲେ ଭୀମ କନ୍ଧ ଓଡ଼ିଆରେ
ସ୍ମୃତି ଚିନ୍ତାମଣି ଭଣିଲେ ଭୀମ କନ୍ଧ ଓଡ଼ିଆରେ
ପଢି ପାରିଲେ ଭେଦି ନ ପାରେ ମୁହିଁ ଏତେ ପଢି
ଶ୍ରୀଗୋବିନ୍ଦଙ୍କର ଘର ଠିକଣା କେଉଁଠୁ ପାଇବି
ଆଉ ଦିନ କେତୁଟା ଏହି ଦେହ ଯିବ ପଚି ସଢ଼ି
ଗଙ୍ଗା ଝରିଆସେ ମହାଦେବଙ୍କ ଜଟାରୁ
ଗଙ୍ଗା ଝରିଆସେ ମହାଦେବଙ୍କ ଜଟାରୁ
ଅରୁଣ ସୁଧାକର ଉଦୟ ଅନ୍ତରୀକ୍ଷରେ
କାହୁଁ ଆସି କାହୁଁ ଯାଏ ଜୀବ ଚେତନା
କେବଳ ଜାଣୁ ଏକା ପୁଣ୍ଡରୀକାକ୍ଷରେ
Monday, 26 August 2024
ଗୋବିନ୍ଦଙ୍କ ଭେଟ ପାଇବାର ଥିଲେ
ଗୋବିନ୍ଦ ଭେଟକୁ କେବଳ ତୃଷା ଜନମିଲେ
ମନ ଶିବଙ୍କ ବେଢାରେ ଯାଇକରି ଶୋଇବୁ
ଦୟାମୟୀ ଶିବାନୀ ନିଶ୍ଚୟ ଶିବଙ୍କୁ କହିବେ
ବୈଷ୍ଣବ ଶ୍ରେଷ୍ଠ ଶିବଙ୍କ ଇଷ୍ଟ ଦିଅଁଙ୍କୁ ଲଭିବୁ
ପିତା ଶୟନ ଶେଷନାଗ ଫଣା ଛାୟାରେ
ପିତା ଶୟନ ଶେଷନାଗ ଫଣା ଛାୟାରେ
ମାତା ମୋର ସେବୁଥିଲେ କମଳ ଚରଣ
ସେ ଅପୂର୍ବ ଦର୍ଶନରେ ଚିତ୍ତ ସ୍ଥିର ହେଲା
ଦେହ ଭୁଲିଗଲା କେବେ ଛୁଇଁଲା ମରଣ
ଯୋଗୀ ଲଭେ ଯୋଗର ଉପଯୁକ୍ତ ପାଉଣା
ଯୋଗୀ ଲଭେ ଯୋଗର ଉପଯୁକ୍ତ ପାଉଣା
ବିମଳା ବର ଉଦାର ବିମଳ ଆନନ୍ଦ ସଦନ
ଯୋଗ ଯୋଗେଶ୍ୱର ମସ୍ତକରେ ବାଳ ଜଟା
ଏଡିକି ମଧୁର ସେ ମୋହନ ବଂଶୀ ବଦନ
ଶ୍ରୀଜଗନ୍ନାଥଙ୍କ ନୀଳଚକ୍ରରେ ଉଡୁଥାଉ ପତିତପାବନ
ଶ୍ରୀଜଗନ୍ନାଥଙ୍କ ନୀଳଚକ୍ରରେ ଉଡୁଥାଉ ପତିତପାବନ
ପତିତପାବନଙ୍କଠାରେ ଲାଖି ରହିଥାଉ ବେନି ନୟନ
ବଳିୟାର ବେନି ଭୁଜତଳ ହେଇଥାଉ ପ୍ରଶାନ୍ତି ନିଳୟ
ଶ୍ରୀମଦଭାଗବତରେ ଉଲ୍ଲାସିତ ହେଉଥାଉ ଜନ ମନ
ବୋଲ ମୋର ମନରେ କୃଷ୍ଣ କୃଷ୍ଣ କୃଷ୍ଣ
ବୋଲ ମୋର ମନରେ କୃଷ୍ଣ କୃଷ୍ଣ କୃଷ୍ଣ
ରାମ ରାମ ରାମ ବୋଲ ମୋ ମନରେ
ବାଟ ଚାଲୁଥିବୁ ନାମ ଜପୁଥିବୁ ନାମକୁ
ଏ ନର ଜନମ ହରି ଭେଟକୁ ଧନରେ
ତୁହି ରାମ ରାମ ବୋଲିଲେ ମୁହିଁ କୃଷ୍ଣ କୃଷ୍ଣ ବୋଲୁଥିବି
ତୁହି ରାମ ରାମ ବୋଲିଲେ ମୁହିଁ କୃଷ୍ଣ କୃଷ୍ଣ ବୋଲୁଥିବି
ତୁହି କୃଷ୍ଣ କୃଷ୍ଣ ବୋଲିଲେ ମୁଁ ବୋଲୁଥିବି ରାଧା ରାଧା
ରାମ ରାମ କୃଷ୍ଣ କୃଷ୍ଣ ଜପରୁ ଅମୀୟ ରସ ଝରିପଡେ
ଚୈତନ୍ୟ ବୋଲଇ ମନରେ ବାଣ୍ଟି ନେବା ଅଧା ଅଧା
ଯୋଗ ଯୋଗେଶ୍ୱର ଦେବ ମହାଦେବ ଅତି ଶାନ୍ତକାର
ଯୋଗ ଯୋଗେଶ୍ୱର ଦେବ ମହାଦେବ ଅତି ଶାନ୍ତକାର
ହୃଦୟ କମଳ କେଶରରେ ଲଭି ଦେବକୀ ନନ୍ଦନ କୃଷ୍ଣ
କାଳିଦଳି ଶ୍ରୀଅଙ୍ଗରେ ଶ୍ରମଝାଳ ଟୋପା ଟୋପା ଦେଖି
ଯୋଗେଶ୍ୱର ଏଡିକି ଉଲ୍ଲସିତ ନ ଜାଣିଲେ ଶୀତ ଉଷ୍ମ
କେଉଁ ସାଧକର ହୃଦୟର ମମତାମୟୀ ମାଆ
କେଉଁ ସାଧକର ହୃଦୟର ମମତାମୟୀ ମାଆ
ଏହି ପିତା ମାତା ଛେଉଣ୍ଡକୁ କର ଧରମ ପୁଅ
ଜବା ଗଛମୂଳରେ ନିତି ପାଣି ଢାଲୁଥିବି ମାଆ
ଏହି ଛେଉଣ୍ଡକୁ ଦେଖାଅ ତୋ ଅଳାରେ କୂଅ
Sunday, 25 August 2024
ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ତୁମ୍ଭଙ୍କୁ
ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ତୁମ୍ଭଙ୍କୁ
ଏକ ଶତ କମଳ ପାଖୁଡା ମୋହର ହୃଦୟ କରେ ଅପେକ୍ଷା
ଏ ଯୋନି ସେ ଯୋନି ପାପ ପୁଣ୍ୟରେ ବୁଡି ପ୍ରାଣ ବ୍ୟାକୁଳ
କେଡେ ସୌଭାଗ୍ୟ ନର କଳେବର ଆଉ ନକର ଉପେକ୍ଷା
ସିରିଆ ପୂଜା ବେଦୀରୁ ଟିକେ ଆସ
ସିରିଆ ପୂଜା ବେଦୀରୁ ଟିକେ ଆସ
ମୋ ପାଖକୁ ଗରୁଡ ପୃଷ୍ଠରେ ଆସ
ସୁମତି ପୂଜା ବେଦୀରୁ ଟିକେ ଆସ
ମୋ ପାଖରେ ବଂଶି ହସ୍ତରେ ହସ
ତୁହି କେବେ ରହିଲୁ ଦେବକୀ ଉଦରରେ
ତୁହି କେବେ ରହିଲୁ ଦେବକୀ ଉଦରରେ
ଆଉ କେବେ ତୁ ରହିଲୁ ଭକ୍ତ ମେଳରେ
ସର୍ବଦା ବ୍ୟସ୍ତ ରହିଲୁ ଧର୍ମ ସଂସ୍ଥାପନରେ
ତେଣୁ ମନକୁ ଥୋଇଲି ଚକାଡ଼ୋଳାରେ
ଶ୍ରୀକୃଷ୍ନ ଜନ୍ମାଷ୍ଟମୀ
କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ
ଭକ୍ତି ନବଧା କେଉଁ ଗୋଟିକ ହେ କୃଷ୍ଣ ଉତ୍ତମ
ନ କହିବା ଯାଏ ଜପୁଥିବି କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ
କେବଳ ତୋତେଟି ଲଭିବା ବାକି ପ୍ରାଣ ପ୍ରତିମ
ତିନି ନୟନରୁ ତୋର ମଙ୍ଗଳ ବିଛୁରିତ ହୁଏ
ତିନି ନୟନରୁ ତୋର ମଙ୍ଗଳ ବିଛୁରିତ ହୁଏ
ତେଣୁ ମା ବିଶ୍ୱକଲ୍ୟାଣୀ ମଙ୍ଗଳା ତୋ ନାମ
ମନ ବୁଦ୍ଧି ଇନ୍ଦ୍ରିୟ ହରିଲେ ମୋର ବିବେକ
ତ୍ରାହି ତ୍ରାହି ମା ଗୋବିନ୍ଦା ଆତୁର ଶିଶୁ ରାମ
ସ୍ଥଳ ଜଳ ତେଜିଣ ପଶିଲି ଆକାଶରେ
ସ୍ଥଳ ଜଳ ତେଜିଣ ପଶିଲି ଆକାଶରେ
ଆକାଶରେ ମାଳ ମାଳ ଭସା ନବଘନ
ନବଘନ ନିବାସ ନୀଳ ଶୁଦ୍ଧ ଅନ୍ତରୀକ୍ଷ
ଅନ୍ତରୀକ୍ଷରେ ଯୋଗେଶ୍ୱର କୃଷ୍ଣ ଧ୍ୟାନ
ମଙ୍ଗଳା ତୋହର
ମଙ୍ଗଳା ତୋହର ଭଉଣୀ ହେ ଗୋବିନ୍ଦ
ମୋହର ଭଉଣୀ ଅତି ଦୁଃଖି ହିନୀମାନୀ
ନୀଳକନ୍ଦରରେ ତୋ କିଛି ଅଭାବ ନାହିଁ
ତୋର ଭଉଣୀ ବଢ଼ାନ୍ତାନି ପଣତକାନି
କେବଳ ଆଉ ଥରୁଟିଏ କେବଳ ଆଉ ଥରୁଟିଏ
କେବଳ ଆଉ ଥରୁଟିଏ କେବଳ ଆଉ ଥରୁଟିଏ
ଦୟାନିଧି ସ୍ୱାମୀ ହେ ପଦ୍ମପାଦରେ ଯିବକି ଚାଲି
ଆଖି ହୃଦୟ ମୋ ହୁଅନ୍ତି ବଡ଼ ଆକୁଳ ବ୍ୟାକୁଳ
ପ୍ରଭୁ ହେ ତୁମ୍ଭ ଅତି ମଧୁର ରୁପ ଯାଉଛି ଭୁଲି
ହୃଦୟ କମଳ କେଶରରେ ତୁମ୍ଭକୁ ମୁଁ ନିରତେ ଚିନ୍ତେ
ହୃଦୟ କମଳ କେଶରରେ ତୁମ୍ଭକୁ ମୁଁ ନିରତେ ଚିନ୍ତେ
ସୁଧାନିଧି ଗୋବିନ୍ଦ ହେ ସଦାଥାଅ ଏ ନୟନ ପଥରେ
ଡୋଳା ଦର୍ଶନ କରୁଥାଉ ତୁମ୍ଭ ମୃଦ୍ୟୁ ମୃଦ୍ୟୁ ପଦ୍ମ ଚାଲି
ହେ ଆର୍ତ୍ତି ଆର୍ତ୍ତହରା ତୁମ୍ଭେ କେଡେ ଉଦାର ସତରେ
କିଏ ସେ ହୋଇବ କି ତୁମ୍ଭ ସମକକ୍ଷ
କିଏ ସେ ହୋଇବ କି ତୁମ୍ଭ ସମକକ୍ଷ ଉଦାର ପଣରେ
ଯାହାର ଅନନ୍ତ ଶୟନ ଆର୍ତ୍ତିଟିଏ ଲୁହରେ ଯାଏ ଭିଜି
ରଘୁ ଅରକ୍ଷିତ ସାଲବେଗ ଦାସିଆ ଜୟଦେବ ଉଦ୍ଧାର
ଏହି ମହାପତିତ ସ୍ମରଣ କରି ବ୍ରହ୍ମାନନ୍ଦରେ ଯାଏ ହଜି
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ସାଧୁ ସନ୍ଥଟିଏ ଆସିଲେ ମାନବ ଶରୀରରେ
ସନ୍ତାପିତ ହୃଦୟରେ ଲାଗେ ଚନ୍ଦନ ଟୋପା
ଉଦାର ମୁରଲୀ ମୋହନଙ୍କ ଖୁସି କିଏ କହୁ
ଅଖିଳ କୋଟି ଜୀବ ଜନ୍ତୁଙ୍କର ମାଆ ବାପା
Saturday, 24 August 2024
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ମାଆ ଗୋ ଭୁବନେଶ୍ୱରୀ
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ମାଆ ଗୋ ଭୁବନେଶ୍ୱରୀ
ପଦ୍ମ ଆଖି ଅମୃତ ମୁଖି ରବି ଶଶୀ ନାକରେ ଗୁଣା
ସାଧକ ହୃଦୟ ପଦ୍ମରେ ସଦା ବରା ଅଭୟ ହସ୍ତା
ସ୍ମିତଅଧରା ମାଆ ଶୁଭ ଦର୍ଶନ ପାଇଁ ହେଲି ବଣା
Subscribe to:
Posts (Atom)