Wednesday, 31 July 2024
ଓଁ ନମୋ ନାରାୟଣ
ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ
ପ୍ରଭୁ ହେ ସ୍ମରଣ ମାତ୍ରକେ କେବଳ ଭାଗବତ ବେଦ ପାରାୟଣ
ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ
ପ୍ରଭୁ ହେ ସ୍ମରଣ ମାତ୍ରକେ କର୍ମ ଫଳ ପ୍ରାରବ୍ଧ ହୁଏଟି ଅକାରଣ
ପିତା ମାତା ପାଦ ମୁହିଁ ସେବି ନ ପାରିଲି
ପିତା ମାତା ପାଦ ମୁହିଁ ସେବି ନ ପାରିଲି
ମୁହିଁ ଅଧମ ପାଇଥିଲି କେତେ ପାଖରେ
ସେଇଥି ପାଇଁକି କଥା ନ କହୁ ଗୋବିନ୍ଦ
ବାର ବାର ଆଖି ମିଳାଏ ତୋ ଆଖିରେ
ରାମ ରାମ ରାମ ନାମ ଜପ ଏଡିକି ମଧୁର
ରାମ ରାମ ରାମ ରାମ ନାମ ଜପ ଏଡିକି ମଧୁର
ତାଣ୍ଡବ ଛାଡି ନଟରାଜ ଭଅଁର ପଦ୍ମାସନେ ସ୍ଥିର
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଏଡିକି ଯେ ମଧୁର
ପରୀକ୍ଷିତ ତକ୍ଷକ ଦଂଶନକୁ ମନରୁ କଲେ ଦୂର
ପାଣି ପବନରେ ଜୀବକୁ ଅତି ସୁକ୍ଷ୍ମରେ ବାନ୍ଧି
ପାଣି ପବନରେ ଜୀବକୁ ଅତି ସୁକ୍ଷ୍ମରେ ବାନ୍ଧି
ଭାଇ ଶ୍ୟାମ କୈବଲ୍ୟରେ ବାନ୍ଧିଲା ଭକତି
ତୁହି ଶ୍ୟାମା ଯଦି ହୋଇବୁ ମୁଗୁନି ପାଷାଣ
କଳି ଯୁଗର ମଣିଷ କେମିତି ଲଭିବ ମୁକତି
Tuesday, 30 July 2024
ଅନ୍ତରଠାରୁ ତୁମ୍ଭେ ଆହୁରି ଅନ୍ତରଙ୍ଗ
ଅନ୍ତରଠାରୁ ତୁମ୍ଭେ ଆହୁରି ଅନ୍ତରଙ୍ଗ
ଆଉ କାହିଁ ପାଇଁକି ତୋର ଅଭିମାନ
ତୋ ହାତ ଉପରେ ମୋ ହାତ ତଳେ
ଶୋଭା କି ଦିଶିବ କଲେ ମୁଁ ଅନଶନ
ମଣିମା ଯେଉଁ କୃପାକଲେ ଏହି ମହା ପତିତକୁ
ମଣିମା ଯେଉଁ କୃପାକଲେ ଏହି ମହା ପତିତକୁ
ଆଜ୍ଞା ହେଲେ ଦ୍ୱାରଦେଶରେ ହୁଅନ୍ତି ସେବକ
ବୈଷ୍ଣବ ପାଦ ଧୂଳି ନିତି ଶିରେ ବୋଳି ହୁଅନ୍ତି
ବଂଶୀବଦନକୁ ଚାହିଁ ହୋଇ ଯାଆନ୍ତି ଭାବୁକ
ଜନ୍ମଦାତ୍ରୀ ଗର୍ଭେ ଦଶ ମାସ ଦଶ ଦିନ
ଜନ୍ମଦାତ୍ରୀ ଗର୍ଭେ ଦଶ ମାସ ଦଶ ଦିନ
ଇହ କାଳ ଯାତ୍ରାକୁ ପୁରିଲାଣି ପଚାଶ
ଚାହିଁଛୁ ବୋଲି କୃପା କଟାକ୍ଷେ ମାଆ
ଦୁର୍ଭାଗ୍ୟ ନ କରି ପାରଇ ଉପହାସ
ଚକ୍ଷୁ କର୍ଣ୍ଣ ମନକୁ ଆଣନ୍ତି ଅନେକ ଅସୂୟା
ଚକ୍ଷୁ କର୍ଣ୍ଣ ମନକୁ ଆଣନ୍ତି ଅନେକ ଅସୂୟା
ଚକ୍ଷୁ କର୍ଣ୍ଣ ମନକୁ ଆଣନ୍ତି ଅନେକ ଲୋଭ
ଅସୂୟା ଲୋଭରୁ ମନ ହୋଇଲେ ନିବୃତ
ଆଖି କାନକୁ ସୁଲଭ ହୁଏ ଗୋବିନ୍ଦ ଲାଭ
Monday, 29 July 2024
ଅତି ବ୍ରହ୍ମମୁହୂର୍ତ୍ତରେ ପାଞ୍ଚ ବାଡ଼ିରେ ମୁଁ ପଶିଲି
ଅତି ବ୍ରହ୍ମମୁହୂର୍ତ୍ତରେ ପାଞ୍ଚ ବାଡ଼ିରେ ମୁଁ ପଶିଲି
ବିବିଧ ପ୍ରକାର ଏଗାର ଗୋଟି ତୋଳିଲି ଫୁଲ
ଶ୍ରଦ୍ଧା ପଟୁଆରେ ଭକ୍ତି ଗଣ୍ଠି ଭିଡି ଗୁନ୍ଥିଛି ମାଳ
ସତରେ ଅଧାଗଢା ଦେବେ ଏହା ପ୍ରକୃତ ମୂଲ
ଏଡିକି ସୁନ୍ଦର ଦିଅଁ ଯେ ମର୍ତ୍ତ୍ୟରେ ଥିବ
ଏଡିକି ଅପୂର୍ବ ରୂପ ଯେ ମର୍ତ୍ତ୍ୟରେ ଥିବ
ସଖିରେ ମୁହିଁ ସ୍ୱପ୍ନରେ ବି ନ ଥିଲି ଭାବି
ଛନ୍ଦାପାଦକୁ ଅଧରରେ ମୋହନ ବଂଶୀ
ଦେଖୁଥାଉ ଚକ୍ଷୁ ଭବସାଗର ପାରିହେବି
କଥା ପଦଟିଏ ସିଏ ନ କହନ୍ତୁ ପଛକେ
କଥା ପଦଟିଏ ସିଏ ନ କହନ୍ତୁ ପଛକେ
ସଖିରେ କଳାମୁଖକୁ ଆମେ ଚାହିଁଥିବା
ସପନରେ କେବେ ନ ଆସନ୍ତୁ ପଛକେ
ସଖିରେ ଏ ବଡଭାଗ୍ୟ ତାକୁ ଭାବୁଥିବା
ଯେଉଁ ସଦୟ ହୃଦୟ ସାଇତିଲା ଶ୍ରୀବତ୍ସ ପାଦ
ଯେଉଁ ସଦୟ ହୃଦୟ ସାଇତିଲା ଶ୍ରୀବତ୍ସ ପାଦ
ସେହି ଉଦାର ହୃଦୟ ହେଇଥାଉ ସଦା ସାହା
ଯେଉଁ ନୃସିଂହ ବସାଇଲେ କୋଳେ ପ୍ରହଲ୍ଲାଦ
ସର୍ବଦା ଆଶାରା ଦେଇଥାନ୍ତୁ ତୋଳି ଚଉବାହା
Sunday, 28 July 2024
To enjoy the clean blue sky
To enjoy the clean blue sky
Fly above black cloud like a flight
To enjoy the peace in the heart
Close both eyes, see in the inner light
Live happily
While standing in a bus stop, a thin built person in savy dress and long hair and a lot of stop stuff in a bag in the left hand and a khaini pouch in the right hand , verbally approached for some rupees for a cup of tea.I wished him to offer a few rupees in the exchange of the khaini pouch.He smiled at me.He told - if you want to eat you can buy nearby shop.But I told - I want his pouch .Then he tored the pouch,ate some khain , then tried to handover the rest. I didn't not agree to give money in a broken condition. He smiled and kept the khaini pocket in the bag in the left hand ,walked away happily .
Friday, 26 July 2024
ସୁଭଦ୍ରା କୋଟି ସୂର୍ଯ୍ୟ ପ୍ରଭା ସୁଭଦ୍ରା କୋଟି ଚନ୍ଦ୍ର ଜୋତ୍ସନା
ସୁଭଦ୍ରା କୋଟି ସୂର୍ଯ୍ୟ ପ୍ରଭା ସୁଭଦ୍ରା କୋଟି ଚନ୍ଦ୍ର ଜୋତ୍ସନା
ସୁଭଦ୍ରା ସର୍ବଦା ସର୍ବଶୁଭ ସୁଭଦ୍ରା ସଦା ଅଶେଷ କଲ୍ୟାଣୀ
ସୁଭଦ୍ରା ମହାପରାଶକ୍ତି ସୁଭଦ୍ରା ସୃଷ୍ଟି ସ୍ଥିତି ଲୟର କାରଣ
ସୁଭଦ୍ରା ବଳରାମର ଭଉଣୀ ସୁଭଦ୍ରା ଗୋବିନ୍ଦର ଭଉଣୀ
ଲାଳସା ମୋ ବୁଣେ ଅନେକ ଆଶାରେ ଜାଲ
ଲାଳସା ମୋ ବୁଣେ ଅନେକ ଆଶାରେ ଜାଲ
ଆଶା ବୁଢିଆଣୀ ସ୍ବୟମ୍ଭ ଛନ୍ଦି ହୋଇ ପଡିଛି
ବେଳ ବଢିଲେ ଫାସ ହୁଏ ଦୃଢ଼ରୁ ଦୃଢତ୍ତର
ଅନନ୍ୟ ପାଞ୍ଚାଳୀ ଗୋବିନ୍ଦଙ୍କୁ ହସ୍ତ ଯୋଡୁଛି
Thursday, 25 July 2024
ଗୋବିନ୍ଦ ଦୁଇ ଭୃଲତା ମଧ୍ୟରେ ଚନ୍ଦନ ଟୋପା
ଗୋବିନ୍ଦ ଦୁଇ ଭୃଲତା ମଧ୍ୟରେ ଚନ୍ଦନ ଟୋପା
ସେତେ ବେଶି ସୁନ୍ଦର ଯେତେ ଅଧିକ ଦେଖେ
ଧଳା ଧୋତିକୁ ତୁଳସୀର ମାଳ ଅତି କମନୀୟ
ହୃଦୟ କହେ ରହିଯାନ୍ତେ କିବା ମୋର ପାଖେ
କ୍ଷେତ୍ରରୁ ଆସିଥିଲେ ଜଣେ କଳା ବାମନ
କ୍ଷେତ୍ରରୁ ଆସିଥିଲେ ଜଣେ କଳା ବାମନ
ଧଳା ଧୋତି ଚଦର ଚର୍ଚ୍ଚିତ ଚନ୍ଦନ ତୁଳସୀ
ଅଧୀର ମଧୁର ଚାଲିରେ ପଦ୍ମ ଫୁଟୁଥିଲା
ସଙ୍ଗେ ମା ପଦ୍ମା କାଖରେ ଧାନ କଳସୀ
ଗୋବିନ୍ଦ ଯେ ନ କରେ ପାତର ଅନ୍ତର
ଗୋବିନ୍ଦ ଯେ ନ କରେ ପାତର ଅନ୍ତର
ବେଦ କହେ ବେଦାନ୍ତ ବୈଷ୍ଣବ କହେ
ଏତେ ଡାକୁଛି ଏତେ ପ୍ରକାରେ ଚିନ୍ତୁଛି
ସତେ କିବା ଗୋବିନ୍ଦ ମନକୁ ନ ପାଏ
ନ କହ ନ କହ ସେ ହଟିଆ ଗୋବିନ୍ଦ କଥା
ନ କହ ନ କହ ସେ ହଟିଆ ଗୋବିନ୍ଦ କଥା
ଜାଣିଥା ଝୁରିବା ମନକୁ ସେହି ସାତ ସପନ
କିବା ଦେଲା ସିରିଆ କିବା ପୂଜିଲା ସୁମତୀ
ତାଙ୍କରି ଘରେ ସଦା ବାସ ସଦା ଭୋଜନ
ଅନେକ ଅନେକ ଥର ମୁଁ ଘର ଛାଇଲିଣି
ଅନେକ ଅନେକ ଥର ମୁଁ ଘର ଛାଇଲିଣି
ଅନେକ ଅନେକ ଛିଡି ଗଲାଣି ପିନ୍ଧା ବସ୍ତ୍ର
ଅନେକ ଅନେକ ଗୋବିନ୍ଦଙ୍କୁ ଖୋଜିଲିଣି
ନ ପାଏ ପଢ଼ିଲିଣି ଅନେକ ଅନେକ ଶାସ୍ତ୍ର
ମନ ଦର୍ପଣକୁ ଚାହିଁଲି ଚର୍ମ ଚକ୍ଷୁରେ
ମନ ଦର୍ପଣକୁ ଚାହିଁଲି ଚର୍ମ ଚକ୍ଷୁରେ
କେବଳ ଦିଶିଲା ଦେହ ଅଙ୍ଗ ପ୍ରତ୍ୟଙ୍ଗ
ତାହା ହେଲେ ମୁହିଁ କିଏ ହେ ଗୋବିନ୍ଦ
ତୋ ବିନା ସଭିଙ୍କୁ ଅଜଣା ଏହି ପ୍ରସଙ୍ଗ
Wednesday, 24 July 2024
ଯେଉଁ ଜୀବନ ଅମୃତ ସିଞ୍ଚିଲୁ ପଞ୍ଚ ଭୂତରେ
ଯେଉଁ ଜୀବନ ଅମୃତ ସିଞ୍ଚିଲୁ ପଞ୍ଚ ଭୂତରେ
ତୋର କଟାକ୍ଷରେ ହେଲା ତୁଳସୀ ଦୟଣା
ତୁଳସୀ ଦୟଣା ହୋଇଲା ସେବତୀର ଚୁଳ
ଘୁଙ୍ଗୁରୁ ଚୁଳିଆ ଭାଇ ଶିରେ କଲା ଗହଣା
ସଂସାର ସାରା ପଡ଼ିଅଛି ବିଷ୍ଣୁ ବୈଷ୍ଣବ ପାଦପଦ୍ମ
ସଂସାର ସାରା ପଡ଼ିଅଛି ବିଷ୍ଣୁ ବୈଷ୍ଣବ ପାଦପଦ୍ମ
ଅଶେଷ ଅଶେଷ ବାର ଆସିଅଛନ୍ତି ମର୍ତ୍ତକୁ ଅବତରି
ମଧୁର ଶାନ୍ତକାର ରୂପ ଜୟଦେବ ଆରାଧ୍ୟ ଗୋବିନ୍ଦ
ଅଶେଷ ଅଶେଷ ଉଦାର ପତିତପାବନ ବଂଶିଧାରୀ
ବନ ଉପବନରେ ଯେତେ ଫୁଲ ଫୁଟିଛି
ବନ ଉପବନରେ ଯେତେ ଫୁଲ ଫୁଟିଛି
ମଧୁମକ୍ଷି ପାନ କଲେ ନ ପାରିବ ଶୋଷି
ବିଷ୍ଣୁ ବୈଷ୍ଣବଙ୍କ ଯେତେ ଲୀଳା ଗାଥା
କିଏ ସେହି ମହାଜ୍ଞାନୀ ପାରିବକି ଘୋଷି
ଚନ୍ଦନ କାଠ ଘୋଷେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଚନ୍ଦନ କାଠ ଘୋଷେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ସେଥିଲାଗି ହରି ଚନ୍ଦନ ଏଡ଼େ ଶୀତଳ ସୁଶୀତଳ
ତୁଳସୀ ସେବତୀ ମଣ୍ଡନ କରନ୍ତି ଗୋବିନ୍ଦ କପାଳ
ସେଥିଲାଗି ଟାହିଆର ପାଦ ଆନନ୍ଦରେ ଟଳମଳ
Tuesday, 23 July 2024
ମୁହିଁ ପଘା ଛିଣ୍ଡା ଓଲେଇ ଗାଈଟିଏ
ମୁହିଁ ପଘା ଛିଣ୍ଡା ଓଲେଇ ଗାଈଟିଏ
ହେ ଗୋବିନ୍ଦ ତୁହି ମୋ ଗାଈଆଳ
କାଞ୍ଜିଆ ବୋଦାରେ ବନ୍ଧା ପଡିଲେ
ତୁ ମୋ ଉଦ୍ଧାର ତୁ ମୋ ରଖୁଆଳ
ମାଆ ଯେ ମୋହର ଗୋବିନ୍ଦ କୃପା
ମାଆ ଯେ ମୋହର ଗୋବିନ୍ଦ କୃପା
ମାଆ ମଲା ପରେ ଆଜି ମୁଁ ବୁଝୁଛି
ମାଆ ଅମୀୟ ପରଶ ସର୍ବାଙ୍ଗ ଛୁଏଁ
ମାଆ ମାଆ ସ୍ନେହକାଙ୍ଗାଳ ଝୁରୁଛି
ବଡ଼ଦାଣ୍ଡରେ ଜଗନ୍ନାଥ
ନିରାକର ହୋଇଲେ ଆହାଃ କି ନୟନାଭିରାମ
ନିର୍ଗୁଣ ପୂର୍ଣ୍ଣବ୍ରହ୍ମ ହେଲେ ମନ ବୁଦ୍ଧିକୁ ସତ୍ତ୍ଵ ଗୁଣ
ଅଧା ଗଢା ହେଲେ ଆଜାନୁଲମ୍ବିତ ବାଳ ମୁକୁନ୍ଦ
ସାତ ସପ୍ନ ବାହୁ ଭିଡକୁ ନେଲେ ପତିତ ବ୍ରାହ୍ମଣ
ତୁମ୍ଭେ ବହୁତ ସୁନ୍ଦର ହେ ମୁରଲୀଧାରୀ
ତୁମ୍ଭେ ବହୁତ ସୁନ୍ଦର ହେ ମୁରଲୀଧାରୀ
ତୋର ଭକତ ତୋଠାରୁ ଟିକିଏ ବେଶୀ
ଭକତ ଯେତେବେଳେ ତୋତେ ସଜାଏ
ହେ ଗୋବିନ୍ଦ ତୁମ୍ଭେ ନିଜେ ଯାଅ ଫସି
Monday, 22 July 2024
ଗଗନ ପବନରେ ବିଷ୍ଣୁ ସ୍ୱରୂପା ଗାୟତ୍ରୀ ମନ୍ତ୍ର ଧ୍ୱନି
ଗଗନ ପବନରେ ବିଷ୍ଣୁ ସ୍ୱରୂପା ଗାୟତ୍ରୀ ମନ୍ତ୍ର ଧ୍ୱନି
ମହାବିଘ୍ନ ନାଶକ ଗିରିଜା ସୁତ ଦ୍ୱାର ପାଶରେ ଉଭା
ଉଠ ଉଠ ନିଦ୍ରା ତେଜ ହେ ଅଖିଳ ମଙ୍ଗଳ ଗୋବିନ୍ଦ
ରବି ଶଶୀ ଚକ୍ଷୁ ନୟନା ପତିତପାବନ ଦିବ୍ୟ ପ୍ରଭା
Sunday, 21 July 2024
କମଳ ପୁଷ୍ପରେ କେଶର ପାଖୁଡା
କମଳ ପୁଷ୍ପରେ କେଶର ପାଖୁଡା
ମନ ଭଅଁର ତୁ କେଉଁଥିରେ ରସୁ
ଭେଟିଲୁକି କମଳିନୀର ହୃଦୟକୁ
କି ଭାଗ୍ୟ କେତେ ପାଖରେ ବସୁ
ଯେଉଁ ପାଦ ମାଆ କମଳିନୀ ନିରନ୍ତର
ଯେଉଁ ପାଦ ମାଆ କମଳିନୀ ନିରନ୍ତର ସେବେ
ସେହି ନିର୍ଗୁଣ ପୁରୁଷ ପାଦ ସେବା ମନ ହେଲା
ଯେଉଁ ପାଦ ନିମିତ୍ତ ମାତ୍ର କମଳ ପୁଷ୍ପ ଲଭିଲା
ତ୍ରିଗୁଣରେ ବନ୍ଧା ମନ ଦୁଆରୁ ବାହୁଡ଼ି ଆସିଲା
ଭାଗ୍ୟରେ ଥିଲେ ଦୁର୍ଦଶା ଛତା ଉଡ଼ିଯାଏ
ଭାଗ୍ୟରେ ଥିଲେ ଦୁର୍ଦଶା ଛତା ଉଡ଼ିଯାଏ
ଶ୍ରୀଗୁରୁ ଗୋବିନ୍ଦ କୃପାରେ ଭିଜଇ ଦେହ
ପ୍ରାରବ୍ଧ ଖଣ୍ଡନ ହୁଏ କର୍ମ ଫଳ ସଢ଼ିଯାଏ
ଶ୍ରୀଗୁରୁ ଗୋବିନ୍ଦ କୃପାରେ ତୁଟେ ମୋହ
ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ
ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ
ବ୍ରାହ୍ମଣ ବିଦ୍ୟାପତିକୁ କଲୁ ବିଶ୍ୱାବସୁ ଜୋଇଁ
ନୀଳମାଧବ ରୂପ ତେଜିଣ ଚକାଆଖି ହେଲୁ
କଳିରେ କେବଳ ଦର୍ଶନରେ ତାରିବା ପାଇଁ
ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ
ନ ରୁଚିଲା ବୋଲି ତୋତେ ପୋଡା କନ୍ଦମୂଳ
ବ୍ରାହ୍ମଣ ବିଦ୍ୟାପତିକୁ କଲୁ ବିଶ୍ୱାବସୁ ଜୋଇଁ
ନୀଳମାଧବ ରୂପ ତେଜିଣ ଚକାଆଖି ହେଲୁ
କଳିରେ କେବଳ ଦର୍ଶନରେ ତାରିବା ପାଇଁ
Saturday, 20 July 2024
ଗୁରୁରୁ ଗୁରୁତ୍ତର ହେଲେ ଏହି ସଂସାର ଜଞ୍ଜାଳ
ଗୁରୁରୁ ଗୁରୁତ୍ତର ହେଲେ ଏହି ସଂସାର ଜଞ୍ଜାଳ
ଅଲେଖ ନିରଞ୍ଜନ ଧରନ୍ତି ସାକାର ଶ୍ରୀଗୁରୁ ରୂପ
ଗୁରୁ ପୂର୍ଣ୍ଣିମା ଦୂର କରେ ସକଳ ଅଜ୍ଞାନ ଅନ୍ଧାର
ଦର୍ଶନରେ କେବଳ ଖଣ୍ଡଇ ଗୁରୁ ଗୁରୁତ୍ତର ପାପ
ମନ୍ଦାର ମନ୍ଦାର ମାଳେ ସୁଷମା ତୋହର
ମନ୍ଦାର ମନ୍ଦାର ମାଳେ ସୁଷମା ତୋହର
ମାଆ କଟାକ୍ଷେ କଟାକ୍ଷେ ବର୍ଷେ କରୁଣା
ଦୀପ ଦୀପାବଳୀରେ ଅତି ଅତି ପ୍ରସନ୍ନା
ମାଆ ପାଦେ ପଦ୍ମପାଦେ ଧ୍ୟାନ ଧାରଣା
ଦେହ ମନ ବୁଦ୍ଧି ମିଶି ଗଢ଼ିଛନ୍ତି ପୋଡ଼ ପିଠା
ଦେହ ମନ ବୁଦ୍ଧି ମିଶି ଗଢ଼ିଛନ୍ତି ପୋଡ଼ ପିଠା
ମାଟି ଖିଆ ତୁଣ୍ଡ ଖୋଲି ଭୁଞ୍ଜ ହେ ଗୋବିନ୍ଦ
କିଛି କିଛି ମାଗିବି ନାହିଁ ହେ କମଳା ହୃଦୟ
ନିରନ୍ତରେ ନୟନ ପଥେ ଥିବୁ ମୋ ଆନନ୍ଦ
ପିତା ସଂସାର ଭାର ବୋହିବାକୁ ବାହୁଙ୍ଗି
ପିତା ସଂସାର ଭାର ବୋହିବାକୁ ବାହୁଙ୍ଗି
ବିଲରୁ ବୋହିଯାଉଥିବା ପାଣି ପାଇଁ ବନ୍ଧ
ପିତା ଶ୍ରୀମନ୍ଦିର ଆନନ୍ଦ ବଜାରର ଅବଢ଼ା
ପରିବାର ପାଳନକୁ ମଣିଷ ରୁପି ଗୋବିନ୍ଦ
ସତ୍ୟଯୁଗରେ ପାଦୁକା ବଳି ଦ୍ୱାରରେ
ସତ୍ୟଯୁଗରେ ପାଦୁକା ବଳି ଦ୍ୱାରରେ
ତ୍ରେତୟାରେ ପାଦୁକା ଭରତ ଶିରରେ
ଦ୍ୱାପରରେ ପାଦୁକା ପାଣ୍ଡବ ଶିବିରେ
କଳିଯୁଗରେ ପାଦୁକା ନୀଳକନ୍ଦରରେ
ସଦ୍ୟଜାତର ପ୍ରଥମ ଦର୍ଶନ ମାଆ ଗୋ
ସଦ୍ୟଜାତର ପ୍ରଥମ ଦର୍ଶନ ମାଆ ଗୋ
ତୁହି ମାଆ ଗୋ ମୋର ପ୍ରଥମ ଆଶ୍ରୟ
ବହୁ ଜବା ମାଳାରେ ସୁଶୋଭିତ ମାଆ
ଆଦି ଗୁରୁମା ପଢାଅ ଗୋବିନ୍ଦ ବିଷୟ
ଯୋଗୀର ଜଟାରୁ ଝରିପଡୁ ହୋଇ ଗଙ୍ଗା ଧାର
ଯୋଗୀର ଜଟାରୁ ଝରିପଡୁ ହୋଇ ଗଙ୍ଗା ଧାର
ପୂର୍ଣ୍ଣକରି କମଣ୍ଡଳୁ ପାବନ କରୁ ମାଆ ତ୍ରିଭୁବନ
ଜ୍ଞାନୀ ଲେଖନୀରୁ ଝରିପଡ଼ୁ ହୋଇ ଭାଗବତ
ପୂର୍ଣ୍ଣକରି ବେଦାନ୍ତ ହରୁ ମାଆ ସକଳ ଅଜ୍ଞାନ
ତୁହି ମୋର ଦେହରେ ଚେତନା ମାଆ ଗୋ
ତୁହି ମୋର ଦେହରେ ଚେତନା ମାଆ ଗୋ
ତୁହି ଗୋ ମୋହର ଜନନୀ ଅସ୍ଥି ମଜ୍ଜା ରକ୍ତ
ତ୍ରିନୟନରେ କୃପାକଟାକ୍ଷ ଢାଳ ମାଆ ଗୋ
ଜବା ମାଳା ଶୁଭାଙ୍ଗୀ କର ଗୋବିନ୍ଦେ ଯୁକ୍ତ
Friday, 19 July 2024
ମୋ ବୟସ ହେଲା ମୋହ ନ ତୁଟିଲା
ମୋ ବୟସ ହେଲା ମୋହ ନ ତୁଟିଲା
ଆଖିକୁ ଦିଶୁନି କାନକୁ ଶୁଭେନା ଆଉ
ସେ ମୋହ ତୋତେ ଲାଗୁ ବଂଶୀଧର
ବୁଢାଟା ଉପରେ ସଭିଏଁ ରାଉ ରାଉ
ଆକାଶରେ ଚାଲୁଥାଏ ମେଘ
ଅତିବ ନିର୍ମଳ ଅଚଳ ନୀଳ ଆକାଶ
ଅତି ଚଞ୍ଚଳ ପକ୍ଷୀ ଅତି ଚଞ୍ଚଳ ଘନ
ଅତିବ ଶାନ୍ତ ନିଳାଦ୍ରିନାଥ ଗୋବିନ୍ଦ
ଅତି ଚଞ୍ଚଳ ଆୟୁ ଅତି ଚଞ୍ଚଳ ମନ
ଆଉ କର ନାହିଁ ଶ୍ରୀ ଗୋବିନ୍ଦଙ୍କର ପ୍ରଂଶସା
ଆଉ କର ନାହିଁ ଶ୍ରୀ ଗୋବିନ୍ଦଙ୍କର ପ୍ରଂଶସା
ଆଉ ଥରୁଟେ ଶୁଣାନା ତାଙ୍କ କୌଣସି ନାମ
ଗୋବିନ୍ଦ ଗୋବିନ୍ଦ ନାମରୁ ଗଳୁଛି ମକରନ୍ଦ
ଶୁଣିଲେ ଶୁଣୁଥିବି କିଏ କରିବ ଘରର କାମ
କାହିଁ ଗଲେ ସେ ଭକତ ମନ ରସିଆ
କାହିଁ ଗଲେ ସେ ଭକତ ମନ ରସିଆ
ଅଇଁଠା ଗୋଇଠା ଖାଇ ଯିଏ ହସନ୍ତି
ଦେଖିବାକୁ ସିନା ହାଣ୍ଡିକଳା କାଳିଆ
ଚନ୍ଦନ କସ୍ତୁରୀ ତୁଳସୀ ସଦା ବାସନ୍ତି
ତାହା ଭକତମାନଙ୍କର ଭକତି ଦେଖି
ତାହା ଭକତମାନଙ୍କର ଭକତି ଦେଖି
ସଜନୀ ମୁଁ ଲାଜରେ ସରିଗଲି ଆଜ
କି ଦେଇ ଗୋବିନ୍ଦ ହୃଦୟ କିଣିଲେ
ପାଖେ ନ ଥିଲେ କରିବି ମୁଁ କରଜ
Subscribe to:
Posts (Atom)