Friday 4 October 2024

ସକଳ ଦେବତାଙ୍କ ମଧ୍ୟରେ ଉଭା ଗୋବିନ୍ଦ ସହୋଦରୀ

ସକଳ ଦେବତାଙ୍କ ମଧ୍ୟରେ ଉଭା ଗୋବିନ୍ଦ ସହୋଦରୀ କୋଟି ଚନ୍ଦ୍ର ପ୍ରଭା ମୁଖ କୋଟି ସୂର୍ଯ୍ୟ ପ୍ରଭା ଅଙ୍ଗ ବସନା ସକଳ ଇନ୍ଦ୍ରିୟଙ୍କ ସହିତ ସ୍ଥିର ହୋଇଗଲା ବୁଦ୍ଧି ମାନସ କୋଟି ପାପ ଦହନ କୋଟି ବାସନା ଅନ୍ତ ମା ପଦ୍ମାସନା

ପୁର୍ଣିମା ଇନ୍ଦୁ ପ୍ରଭା ଅଙ୍ଗ ବଳରାମ ବାମରେ

ପୁର୍ଣିମା ଇନ୍ଦୁ ପ୍ରଭା ଅଙ୍ଗ ବଳରାମ ବାମରେ ଦକ୍ଷିଣରେ ଅତି ତ୍ରିପଣ୍ଡ କଳା ଅଙ୍ଗ ଗୋବିନ୍ଦ ସୂର୍ଯ୍ୟମୁଖି ଅଙ୍ଗ ପ୍ରଭା ସହୋଦରୀ ମଧ୍ୟରେ ଗରୁଡ ପଛରୁ କେବଳଟି ଆନନ୍ଦ ସଦାନନ୍ଦ

ବେଶ ଭୁଷା କାନ୍ତିରୁ ଯାହା ଅନୁମାନ କରେ ଏ ଅଜ୍ଞାନ

ବେଶ ଭୁଷା କାନ୍ତିରୁ ଯାହା ଅନୁମାନ କରେ ଏ ଅଜ୍ଞାନ ତୁହି ମୋ ମା ଦୁର୍ଗତିନାଶିନୀ ମହିଷା ସଂହାରିଣୀ ଦୁର୍ଗା ଆଉ କିଛିକୁ ନାହିଁ ଆଶା ଏହି ମାତା ପିତା ଛେଉଣ୍ଡର ତୋ ପଣତକାନିରେ ଢାଙ୍କିଦେ ମାଆ ଚାରି ଅପବର୍ଗା

Thursday 3 October 2024

ଅତି କ୍ଷୁଦ୍ର କ୍ଷୁଦ୍ରାତି କ୍ଷୁଦ୍ରରେ ଚିତ୍ତ ମୋ ବୁଝିଲା

ଅତି କ୍ଷୁଦ୍ର କ୍ଷୁଦ୍ରାତି କ୍ଷୁଦ୍ରରେ ଚିତ୍ତ ମୋ ବୁଝିଲା ଆହାଃ ଏ ଅଖିଳ ବ୍ରହ୍ମାଣ୍ଡ ଭ୍ରମି ଯାଇଥିଲି ଥକି ଅତି ଆନନ୍ଦ ବ୍ରହ୍ମାନନ୍ଦ ଅପୂର୍ବ ବ୍ରହ୍ମଦାରୁ ଛାୟା ନରଦେହରେ ସବୁ ଲଭିଲି ଯାହା ଥିଲା ବାକି

ଦେବ ଦେବ ମହାଦେବ ଯେଉଁ ରୁପକୁ ନିରତ ଜପନ୍ତି

ଦେବ ଦେବ ମହାଦେବ ଯେଉଁ ରୁପକୁ ନିରତ ଜପନ୍ତି ହେ ବେଣୁଧର ବିଠଲ ତୁମ୍ଭେ ସେହି ମଧୁର ମୋହନ ଆହାଃ ଥରୁଟିଏ ମୋ ବେନି ଡୋଳାରେ ଦେଖନ୍ତି କି ଏ ହୃଦୟପଦ୍ମ ସଂସାର ଜଞ୍ଜାଳ ଅଗ୍ନିରେ ହୁଏ ଦହନ

ଯାହା ମାନସ ଦର୍ପଣଟି ବଡ ସଫା ସୁତୁରା

ଯାହା ମାନସ ଦର୍ପଣଟି ବଡ ସଫା ସୁତୁରା ଚକାଡୋଳା ରୂପ ଗୋଟି ଉଠୁଥିବ ଝଲସି କେଡେ ଶୋଭାଟି ଦିଶୁଥିବେ ବେଣୁ ପାଣି ଭାବି ଦେହର ସବୁ ଲୋମ ଉଠେ ଉଲ୍ଲସି

ଯେଉଁ ଦେବତା ଲାଗି ଲଭିଲି ମୁହିଁ ଶ୍ରୀଗୋବିନ୍ଦଙ୍କ ପାଦ

ଯେଉଁ ଦେବତା ଲାଗି ଲଭିଲି ମୁହିଁ ଶ୍ରୀଗୋବିନ୍ଦଙ୍କ ପାଦ ସେହି ସକଳ ପ୍ରାରବ୍ଧ ଖଣ୍ଡନ ପତିତପାବନ ସ୍ୱାମୀ ସାଇ ଯେଉଁ ଦେବତା ଫୁଟନ୍ତି ସିରିଆ ହୃଦୟ ପୁଷ୍କରିଣୀରେ ସକଳ ସୃଷ୍ଟି କାରଣକୁ ସୁମତି ନିଜ ହସ୍ତେ ଦିଏ ଖୋଇ

ଶ୍ରୀଗୋବିନ୍ଦ ସମ ଉଦାର ହୋଇଥିବ ତୋର ହୃଦୟ

ଶ୍ରୀଗୋବିନ୍ଦ ସମ ଉଦାର ହୋଇଥିବ ତୋର ହୃଦୟ ଭାବି ଭାବି ହୃଦୟ ପଦ୍ମ କେଶରରେ ଚିନ୍ତିଲି ଚରଣ ଶ୍ରୀଗୋବିନ୍ଦ ଭଗିନୀ ଥରୁଟେ ନ ଡାକିଲୁ ନାମ ଧରି ଜରା ବ୍ୟାଧିଗ୍ରସ୍ତ ଏହି ଦେହ ନ ହେବ ମୁକ୍ତି କାରଣ

Wednesday 2 October 2024

ସକଳ ସମ୍ପଦ ସୁଖରେ କୁଆଡେ ଅନ୍ତର ହେଉ

ସକଳ ସମ୍ପଦ ସୁଖରେ କୁଆଡେ ଅନ୍ତର ହେଉ ହେ ଉଦାର ମଧୁର କିମ୍ପା ବିପଦରେ ଜଗି ବସୁ ଏଡିକି ଛନ୍ଦ ତୋ ବିଶାଳ ହୃଦେ ହେ ଛନ୍ଦାପାଦ ହେ ଦୁଃଖୀ ପାଶୋରା ବଂଶୀ ବଦନ ସ୍ମିତ ହସୁ

କେବଳ ଏହି କଥାରେ ମୋହର ମନ ମାଆ ଗୋ

କେବଳ ଏହି କଥାରେ ମୋହର ମନ ମାଆ ଗୋ ମା ଭୁବନେଶ୍ୱରୀ ତୋର ଯଶ କୀର୍ତ୍ତନ ମୋ ଆଶ କେବଳ ତୋ କୃପା ହେଲେ ଲେଖନ୍ତି ମାଆ ଗୋ ଗୋବିନ୍ଦ ସହୋଦରୀ ଭକ୍ତହୃଦରେ ଫୁଟନ୍ତା ହସ

ଦର୍ଶନ ସ୍ପର୍ଶନ ସମ୍ଭାଷଣ ସର୍ବ ଅମୃତ

ଦର୍ଶନ ସ୍ପର୍ଶନ ସମ୍ଭାଷଣ ସର୍ବ ଅମୃତ ଗୋଟିଏ ଏ ପତିତ ଭାଗ୍ୟରେ ନାହିଁ ଚାତକ ପକ୍ଷୀ ସମ ଅନେଇ ରହିଛି ଉଦାର ଗୋବିନ୍ଦ ଥରେ ଦିଅ ଚାହିଁ

ଭକ୍ତଙ୍କ ସହ ଗୋବିନ୍ଦଙ୍କ ସମ୍ପର୍କ ଯେ ଅତି ମଧୁର

ମୋ ଅତି ପାଖ ପଡୋଶୀ କହିଲେ ତୁହିରେ କାଳିଆ

ମୋ ଅତି ପାଖ ପଡୋଶୀ କହିଲେ ତୁହିରେ କାଳିଆ ତୋର ବାଡ଼ିରେ ମଲ୍ଲି ଫୁଟିଲେ ମୋ ନାକକୁ ବାସେ ତୋତେ ଥରୁଟିଏ ନ ଦେଖିଲି ମୋର ଦୁଇ ଆଖିରେ ତୋ ଚିତ୍ତରେ ହେ ଗୋବିନ୍ଦ ଟିକିଏ ଦୟା ନ ଆସେ

ନବଧା ଭକ୍ତିରୁ ମୋତେ ଗୋଟିଏବି ନ ଦେଲ

ନବଧା ଭକ୍ତିରୁ ମୋତେ ଗୋଟିଏବି ନ ଦେଲ ହେ ଗୋବିନ୍ଦ କେମିତି କହିବି ତୁମ୍ଭଙ୍କୁ ଉଦାର ଜ୍ଞାନ ଯୋଗ ସନ୍ୟାସକୁ ମୁଁ ସମ୍ପୂର୍ଣ୍ଣ ଅଯୋଗ୍ୟ ହେ ଗୋବିନ୍ଦ କେମିତି ଭବରୁ ହେବି ଉଦ୍ଧାର

Tuesday 1 October 2024

ଚଞ୍ଚଳ ଅମାନିଆ ମୋ ମନକୁ ବୁଝାଇ ନ ପାରେ

ଚଞ୍ଚଳ ଅମାନିଆ ମୋ ମନକୁ ବୁଝାଇ ନ ପାରେ ମାଆ ଗୋ କଳିରେ ପାଷାଣରେ ହେଲୁ ତୁ ଗଢା ଜରା ବ୍ୟାଧି ଗ୍ରସ୍ତ ଶରୀରରେ କି ସାଧନା କରିବି କ୍ଷୁଦା ତୃଷା ନିଦ୍ରା ମୈଥୁନରେ ନିଇତି ଗଡ଼ାପଡ଼ା