Wednesday, 20 May 2026

ରୁକ୍ମଣୀ ହୃଦୟ ବାସୁଦେବ ବ୍ରାହ୍ମଣ ବ୍ରହ୍ମଦାରୁ

ରୁକ୍ମଣୀ ହୃଦୟ ବାସୁଦେବ ବ୍ରାହ୍ମଣ ବ୍ରହ୍ମଦାରୁ ଅପଲକ ଚକାଡୋଳା ମହାବାହୁ ମହାମେରୁ ନନ୍ଦୀଘୋଷ ଚକ ଘୋର ଘର୍ଘର ବଂଶୀ ଧ୍ବନି ଏହି ପାତକୀ ଶୁଦ୍ର କର୍ଣ୍ଣ ଗହ୍ବରେ ପଶି ତାରୁ

ହାତ ନାହିଁ କି ପାଦ ନାହିଁ

ହାତ ନାହିଁ କି ପାଦ ନାହିଁ କେବଳ ଦିଇଟି ଚକାଆଖି ସମସ୍ତଙ୍କୁ ଗୋଟିଏ ନଜର ସର୍ବ ଭୂତରେ ପ୍ରାଣ ପକ୍ଷି

ଆଜି ପରା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତରା

ଆଜି ପରା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତରା ଉଦାସୀ ଆତ୍ମା ମୋର ହରି ନାମ ସଙ୍କୀର୍ତ୍ତନ ଆତୁରା ଭକତ ଗହଳିରେ ଚିହ୍ନି କୁଣ୍ଡାଇବେ ବେଣୁ ମାଧବ ପହଣ୍ଡି ବିଜୟ ବେଶରେ କେଡେ ଦିଶୁଥିବେ ତୋରା

ବ୍ରହ୍ମଦାରୁ ଲୁଚାଇଲେ ଛନ୍ଦା ଚରଣ

ବ୍ରହ୍ମଦାରୁ ଲୁଚାଇଲେ ଛନ୍ଦା ଚରଣ ମାଆ କମଳା ନ ଫିଟାଇଲେ କବାଟ ଅମୁଁହା ଦେଉଳ ଦୁଆରେ ଦିନ ଗଲା ଆହାଃ ନିଜ ସନ୍ତାନକୁ କେଡେ କପଟ

ମାଆ ଗୋ ତୋ କମଳ କରରେ ଶ୍ରୀଗୋବିନ୍ଦ ଚରଣ

ମାଆ ଗୋ ତୋ କମଳ କରରେ ଶ୍ରୀଗୋବିନ୍ଦ ଚରଣ ବଡେ ଲୋଭ ମାଆ ମହାଲକ୍ଷ୍ମୀ ଥରେ ଛୁଆଁଇ ଦିଅନ୍ତୁ ନିତି ବିଲ୍ୱ ବୃକ୍ଷ ମୂଳ ଝାଡୁକରି ସୁଶୀତଳ ଜଳ ଢାଳିବି ମା ତ୍ରିନେତ୍ରା ବାତ୍ସଲ୍ୟ ଭରା ଚାହାଁଣିରେ ଥରେ ଚାହଁନ୍ତୁ

ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ

ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ ଭାବ ତୁମେ ନାଵ ତୁମେ ଛନ୍ଦା ଚରଣରେ ଲୋଟିବଇଁ ବାସନା ବଡ଼ ଉଦାସୀ ହୋଇ ଭବେ ଭ୍ରମେ

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ବ୍ରହ୍ମଦାରୁ ଛନ୍ଦାପାଦ ଛୁଇଁବ କି ଦୁଇ ହସ୍ତ