Saturday 29 June 2024

ସହସ୍ର ଦଳ ବ୍ରହ୍ମ କମଳ କେଶରକୁ ଚୁମରେ ମୋର ମନ

ସହସ୍ର ଦଳ ବ୍ରହ୍ମ କମଳ କେଶରକୁ ଚୁମରେ ମୋର ମନ ତୋତେରେ ଆଉ ନ ଲାଗିବ ଏ ସଂସାର ଚାଲିବା ଥକା ବେନି ବାହୁ ଉର୍ଦ୍ଧକୁ ତୋଳିଣ ଗରୁଡ ପଛରେ ଠିଆ ହୁଅ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଆଖି ଦୁଇ ଚକା ଚକା

ପୁଷ୍କର ନାଡୀରେ ଯୋଗ ପଥରେ ଶ୍ରମି

ପୁଷ୍କର ନାଡୀରେ ଯୋଗ ପଥରେ ଶ୍ରମି ଭେଟ କମଳା ସେବିତ ପଦ୍ମନାଭ ପାଦ ଅତି ଶାନ୍ତକାର ଅବର୍ଣ୍ଣିୟ ଆନନ୍ଦ ଧାମ କମଳା ବର ପ୍ରସାଦର କି ଅପୂର୍ବ ସ୍ୱାଦ

ଶ୍ରୀଗୋବିନ୍ଦ ଅଟନ୍ତି ମହାବୈଷ୍ଣବ ମହାଯୋଗୀ

ଶ୍ରୀଗୋବିନ୍ଦ ଅଟନ୍ତି ମହାବୈଷ୍ଣବ ମହାଯୋଗୀ ଜୀବର ଯଜ୍ଞ କର୍ମ ଫଳରେ ନୁହେଁ ଅନୁରାଗୀ ନିଷ୍କାମ ଭକତ କେହି ବୈକୁଣ୍ଠେ ଦେଲେ ପାଦ ତା ଉଚ୍ଚିଷ୍ଟକୁ ଲକ୍ଷ୍ମୀ ଗୋବିନ୍ଦ ଭୁଞ୍ଜିଥାନ୍ତି ମାଗି

ନାସା ରନ୍ଧ୍ରରେ ପଶିଣ ବାୟୁ

ନାସା ରନ୍ଧ୍ରରେ ପଶିଣ ବାୟୁ ଖେଳଇ ହୋଇ ଜୀବ ଆୟୁ ନିରନ୍ତର ଭଜେ ରାଧା କୃଷ୍ଣ ହଂସ ଭଜନେ ଭେଟ ହେଉ

Friday 28 June 2024

ମନକୁ ମିଶାଇ ମୋତେ ଏଗାର ଇନ୍ଦ୍ରିୟ ଅଛନ୍ତି ଘେରିଣ

ମନକୁ ମିଶାଇ ମୋତେ ଏଗାର ଇନ୍ଦ୍ରିୟ ଅଛନ୍ତି ଘେରିଣ ଲୀଳାନିଧି ହେ ଆହାଃ ମୁହିଁ ଲାଜେ ହୋଇଲି ଅତି ସରି ଶୈଶବ ବାଲ୍ୟ କୈଶୋର ଯୁବା ବାର୍ଦ୍ଧକ୍ୟ ପୁରା ଉଲଗ୍ନ ପାଞ୍ଚାଳୀ ମାନ ଉଦ୍ଧାରଣଙ୍କୁ ରସି ହୀନିମାନ ହେଲି ଭାରି

ଅଣୁ ପରିମାଣୁର ଟିକେ ଆଗକୁ ଚାହାଁରେ ଚେତନା

ଅଣୁ ପରିମାଣୁର ଟିକେ ଆଗକୁ ଚାହାଁରେ ଚେତନା ବିନା ରବି ସୁଧାକରରେ ଉଲ୍ଲସିତ ଉଦ୍ଭାସିତ ପୂର ପଞ୍ଚଭୁତ ପଞ୍ଚତତ୍ୱର ଟିକେ ଆଗକୁ ଚାହାଁ ଚେତନା ବିନା କାମନା ବାସନାରେ ଉଲ୍ଲସିତ ଉଦ୍ଭାସିତ ହର

ଗୋବିନ୍ଦ ଭକତଙ୍କ ଦୁଆରେ ଅଧିଆ ପଢ଼ିଲି

ଗୋବିନ୍ଦ ଭକତଙ୍କ ଦୁଆରେ ଅଧିଆ ପଢ଼ିଲି ମୋ ଭଳି ପତିତକୁ ତିଳେ ନାହିଁ ତାଙ୍କ ଘୃଣା ତାଙ୍କ ଗୋବିନ୍ଦଙ୍କୁ ଥରୁଟିଏ ଦର୍ଶନ କରାନ୍ତେ ଖୋଜୁଛି ସଂସାରରେ ବାଟ ନ ପଡେ ଜଣା

ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ

ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ନୀଳକନ୍ଦର ନିଳୟ ନିବାସାୟ ଅତି ସୋମ୍ୟ ଶାନ୍ତ ମଧୁର ମୁଖ ସୁଖ ହରି ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ ଓଁ ନମୋ ନାରାୟଣାୟ କେବଳ ଓଁ ନାରାୟଣ ଓଁ ନାରାୟଣ ଓଁ ନାରାୟଣ ଉଚ୍ଚାରଣେ ଭଵ ତରି

କଳା ଭଅଁର ଡୋଳାକୁ ବେଡ଼ିଛି ବଗ ଧଳା ଡୋଳା

କଳା ଭଅଁର ଡୋଳାକୁ ବେଡ଼ିଛି ବଗ ଧଳା ଡୋଳା ଦିଗବଳୟରେ ଯେସନେଟି ଅଭିନ୍ନ ଦିବସ ରଜନୀ ଶ୍ରୀଜଗନ୍ନାଥର ସଂକ୍ଷେପ ସଜ୍ଞା ଚକା ଚକା ଡୋଳା ମୁରଲୀ ମୋହନ ଦୁଃଖ ପାଶୋରା ଚାହାଁ ସଜନୀ

Thursday 27 June 2024

ଡମଣଗାଡ଼ିଆ ଯିବା ବାଟେ ମାଆ ଭଟ୍ଟାରିକା ପୀଠ

ଡମଣଗାଡ଼ିଆ ଯିବା ବାଟେ ମାଆ ଭଟ୍ଟାରିକା ପୀଠ ମାଆକୁ କହିବୁ ଅଧମ ରାମ କହିଛି ବହୁତ ବହୁତ ମୋର ସବୁ ଅପରାଧ କ୍ଷମା କରିବାକୁ ଜଣେଇବୁ ମାଆକୁ ଜଣା ରାମ ନିର୍ଦୋଷ ତା ମାୟାର ଆୟତ

ମୋ ନିଜ ଘରକୁ ବାଟ ଭୁଲିଗଲି ମାଆ ଗୋ

ମୋ ନିଜ ଘରକୁ ବାଟ ଭୁଲିଗଲି ମାଆ ଗୋ ଲୋଭରେ ବେଶି ପିଇଦେଲି ମାୟାର ପଣା ମାଆ ବାସୁଳି ବୋଲଇ ଶୁଣୁରେ ଚଣ୍ଡୀଦାସ ଫେରିବା ପଥ କେବଳ ଶ୍ରୀଗୋବିନ୍ଦଙ୍କୁ ଜଣା

ଅନ୍ନ ଭିତରେ ଅନ୍ନପୂର୍ଣ୍ଣା

ଅନ୍ନ ଭିତରେ ଅନ୍ନପୂର୍ଣ୍ଣା ପୁଷ୍ପାଞ୍ଜଳି ଭିତରେ ଭକ୍ତି ସେବା ଭିତରେ ନିଷ୍କାମ ବପୁବଳ ଭିତରେ ଶକ୍ତି

ସୁସ୍ୱାଦୁ ଫଳ ସୁଗନ୍ଧ ପୁଷ୍ପର ଡେମ୍ଫ ସମାନ

ସୁସ୍ୱାଦୁ ଫଳ ସୁଗନ୍ଧ ପୁଷ୍ପର ଡେମ୍ଫ ସମାନ ହେ ଗୋବିନ୍ଦ ଅତିବ କ୍ଷୀଣ ମନ ସଞ୍ଜମତା ଇନ୍ଦ୍ରିଗଣ ଚଳିଲେ ମନ ବୁଦ୍ଧି ହୃଦୟ ଚଳନ୍ତି ହେ ଗୋବିନ୍ଦ ତୋର ବିନୁ କିଏ ଉଦ୍ଧାରନ୍ତା

ନୟନ ପଥଗାମୀ ଭଵ ତୁମେ

----------ନୟନ ପଥଗାମୀ ଭଵ ତୁମେ-------- ଅଳ୍ପ ଜ୍ଞାନ କୁବୁଦ୍ଧି ଅଂସଞ୍ଜତ ମନ ଏଣେ ତେଣେ ଜ୍ଞାନ ଇନ୍ଦ୍ରିୟମାନେ ସବୁ ଅଳିଆ ଆଣନ୍ତି ଦେହକୁ କର୍ମ ଇନ୍ଦ୍ରିୟମାନେ ମୁକ ଅନ୍ଧ ବଧିର କ୍ରୀତଦାସ ହେ ଉଦାର ଗୋବିନ୍ଦ ଅପହର ତୋର ମାୟାକୁ

ଅଭାବୀ ଘରେ ମୋର ଭାବ ଲଗେଇଲୁ ହେ ଗୋବିନ୍ଦ

ଅଭାବୀ ଘରେ ମୋର ଭାବ ଲଗେଇଲୁ ହେ ଗୋବିନ୍ଦ ଅଭାବକୁ ଛାଡିକି ଆଉ ମୋର ପାଖରେ କିଛି ବି ନାହିଁ ହୃଦୟ ମନକୁ ସମ୍ପୂର୍ଣ ମୋ ଛୋଟ ସଂସାରକୁ ଦେଇଛି ଆଖି ଲୁହରେ ପଦ୍ମ ପାଦ ଦୁଇଟିକୁ ଦେଉଥିବି ଧୋଇ

ସ୍ନାନ ପୁର୍ଣିମାରେ ଗାଧେଇ

ସ୍ନାନ ପୁର୍ଣିମାରେ ଗାଧେଇ ଭାଇମାନଙ୍କୁ ହେଲା ଜର ଭଉଣିର ସଜବାଜ ଦେଖ ଦେଖିଯାଏ ଭାଇଙ୍କୁ ତାର

Wednesday 26 June 2024

ମାଆ ଭୁବନେଶ୍ୱରୀ

ବର ଅଭୟ ପାଶ ଅଙ୍କୁଶ ତୋ ଚାରି ଭୁଜେ ମାଆ ଭୁବନେଶ୍ୱରୀ ଥାଉ ହେବି କି ଅନାଥ ଦୁର୍ଗତି ନାଶିନୀ ସର୍ବସଂହା ମା କଟକ ଚଣ୍ଡୀ ପାଦେ ଶରଣ ଆଉ କିଛି ନାହିଁ ମନୋରଥ

ଜଗନ୍ନାଥ ତୁମ୍ଭେ ପରମ ବ୍ରହ୍ମ

ଏଡିକି ବିଶାଳ ସମାନ୍ତରାଳ ଭୁଜ ପ୍ରସାରିଛ ହେ ମହାବାହୁ ନାସା ରନ୍ଧ୍ରର କ୍ଷୀଣ ସୁଧୀର ସମୀରରେ ବାନ୍ଧିଲ ମୋତେ ରବିକୁ କମଳ ଆଉ ଶଶୀକୁ କୁମୁଦ ଯେତେ ପ୍ରେମ କରେ ହେ କମଳାଙ୍କ ପ୍ରାଣ ସତରେ ସେତେ ଭଲ ପାଏ ତୋତେ

ଜଗତ ଆନନ୍ଦ କାରକ ପତିତ ଉଦ୍ଧାରଣ

ଜଗତ ଆନନ୍ଦ କାରକ ପତିତ ଉଦ୍ଧାରଣ ରାଧାର ଗୋବିନ୍ଦ ପାଞ୍ଚ ଭୁତ ପାଞ୍ଚ ତତ୍ତ୍ୱ ଦେହ ମନ ବୁଦ୍ଧି ଇନ୍ଦ୍ରି ଆୟ ଖର୍ଚ୍ଚ ସଞ୍ଚୟ ପ୍ରାଣୀ ଚେତନା ଗୋବିନ୍ଦ ତମ ରଜ ସତ୍ତ୍ଵ

ନାରିକେଳ ବୃକ୍ଷଟିଏ ମୋତେ କର ହେ ମହାବାହୁ

ନାରିକେଳ ବୃକ୍ଷଟିଏ ମୋତେ କର ହେ ମହାବାହୁ ମୋହର ସକଳ କର୍ମ ଫଳ ଗୁଡିକ ଶ୍ରୀଫଳ ହେବ ନିର୍ମଳ ଗଗନରେ ଶୋଭା ନୀଳଚକ୍ର ପତିତପାବନ ତୋ ଚକାଡୋଳାରୁ ରବି ଚନ୍ଦ୍ର କୃପା ଝରି ପଡୁଥିବ

ବିନା ବନ୍ଧନରେ ଏଡ଼େ ଜୋରସେ ଭିଡିକି ବାନ୍ଧିଛୁ

ବିନା ବନ୍ଧନରେ ଏଡ଼େ ଜୋରସେ ଭିଡିକି ବାନ୍ଧିଛୁ ସତରେ କେଡେ ଚଗଲା ତୁରେ ମୋ ଚକାନୟନ ମଣିଷ ନ କରି ଯଦି ମୋତେ ପଶୁଟିଏ କରିଥାନ୍ତୁ କହିଲୁ କିଏ ଲେଖୁଥାଆନ୍ତା ଚାରିଧାଡିରେ ଭଜନ

ଅଳପ ବଳ ସ୍ୱଳ୍ପ ବୁଦ୍ଧି ଯାହାର ଦୁଃସହ ଜୀବନ

ଅଳପ ବଳ ସ୍ୱଳ୍ପ ବୁଦ୍ଧି ଯାହାର ଦୁଃସହ ଜୀବନ ଟିକେ ନିଜର ଭଳି ଦେଖୁଥିବ ହେ ଚକା ନୟନ ଭାବ ଅଭାବରେ ତାହାର ପାଖେ ପାଖେ ଥିବେ ନୀଳଚକ୍ରରେ ଚିରକାଳ ଉଡୁଥିବ ପତିତପାବନ

ସ୍ନାନ ଯାତ୍ରା ଦିନଟିଏ କେବଳ ଗାଧୋଇ

ସ୍ନାନ ଯାତ୍ରା ଦିନଟିଏ କେବଳ ଗାଧୋଇ ଗୋବିନ୍ଦ ହେ ପନ୍ଦରଦିନ ତୋତେ ଜର ଭବ ସାଗରେ ସବୁଦିନ ସ୍ନାନ କରୁଛନ୍ତି ମନ ମୋ କି ଭରଷା କରିବ ତୋହର

Tuesday 25 June 2024

ଶ୍ୟାମ ଭଉଣୀକୁ କିଏ ସେ ନ ଜାଣେ

ଶ୍ୟାମ ଭଉଣୀକୁ କିଏ ସେ ନ ଜାଣେ ଭାଇ ଭଳିଆ ଦେହ ତା ତ୍ରିପଣ୍ଡ କଳା କୋକିଳ କଣ୍ଠି ମୋ ହୃଦୟେ ବସିଲା ମନ ମୋର ମନ ନ ଛାଡେ ତା ଅଳା

ଶ୍ରୀକ୍ଷେତ୍ର ବାସାୟଃ ବିଦମହେ

ଚାହାଁ ଚାହାଁ ଚାହାଁ ଚାହାଁ ମୋର ପ୍ରାଣ ସଙ୍ଗିନୀରେ କଦମ୍ବ ଡାଳରେ କିବା ଶୋଭା ଦିଶନ୍ତି ବେଣୁ ପାଣି ଏ ଭବ ଜଳରେ କେତେ କାଳ ବୁଡି ଲାଜ ରଖିବା ଅପଲକକୁ ସମର୍ପି ତରିବା ଅନ୍ତର୍ଯ୍ୟାମୀ ଚିନ୍ତାମଣି

ଏହି ଦେହ ମୁଣାରେ ମୋ ମନ ବୁଦ୍ଧି ଜ୍ଞାନକୁ ଭରି

ଏହି ଦେହ ମୁଣାରେ ମୋ ମନ ବୁଦ୍ଧି ଜ୍ଞାନକୁ ଭରି ଗୋବିନ୍ଦ ହେ ଆପଣଙ୍କ ପାଦ କମଳରେ ରଖିବି ହେ ଚିନ୍ତାମଣି ଆପଣ ଚିନ୍ତା କରି ଯାହା ଦେବେ ଗୋବିନ୍ଦ ହେ ମହାପ୍ରସାଦ ମଣି ଗର୍ଭକୁ କ୍ଷେପିବି

ଯେଉଁ ବୃକ୍ଷ ପୂର୍ଣ୍ଣବ୍ରହ୍ମ ଶଙ୍ଖକ୍ଷେତ୍ର ବ୍ରହ୍ମଦାରୁ

ଯେଉଁ ବୃକ୍ଷ ପୂର୍ଣ୍ଣବ୍ରହ୍ମ ଶଙ୍ଖକ୍ଷେତ୍ର ବ୍ରହ୍ମଦାରୁ ଆର୍ତ୍ତି ଅର୍ଥାର୍ଥି ଜିଜ୍ଞାସୁ ଜ୍ଞାନୀଙ୍କର କଳ୍ପବୃକ୍ଷ ସେହି ବୃକ୍ଷ ମୂଳରେ ଶୈବ ଶାକ୍ତ ବୈଷ୍ଣବ ସମାଧିସ୍ଥ ହୋଇ ସିଦ୍ଧି ଲଭନ୍ତି ନିଜ ଲକ୍ଷ୍ୟ

କୃଷ୍ଣ ଭକ୍ତି ରସରେ ଥରୁଟିଏ ସ୍ନାନରେ

କୃଷ୍ଣ ଭକ୍ତି ରସରେ ଥରୁଟିଏ ସ୍ନାନରେ ହୃଦୟ ପଦ୍ମ ପାଖୁଡା ସବୁ ହେଲା ଓଦା ତିନି ତାପରୁ ରକ୍ଷା କରି ମର ଶରୀର କମଳ ଚରଣରେ ବୃତ୍ତି ଦେଲେ ସଦା

ପୁଷ୍ପ କେଶରରେ ମଧୁ ଲଭିଲେ ଭ୍ରମର

ପୁଷ୍ପ କେଶରରେ ମଧୁ ଲଭିଲେ ଭ୍ରମର ଅତି ନିଶ୍ଚଳେ ସନ୍ତୋଷେ ମକରନ୍ଦ ପିଏ ସମାଧିସ୍ଥ ହେଲେ ଯୋଗୀ ସୁକ୍ଷ୍ମ ଦେହ ବଂଶୀଧର ପଦ୍ମପାଦରେ ବିଶ୍ରାମ ନିଏ

ଲୀଳା ଶ୍ରବଣରେ ମୋ ଚିତ୍ତ ନୁହେଁ ସ୍ଥିର

ଲୀଳା ଶ୍ରବଣରେ ମୋ ଚିତ୍ତ ନୁହେଁ ସ୍ଥିର ହେ ଗୋବିନ୍ଦ କୃପାନିଧି କୃପା କର ବୃଷ୍ଟି ସଂସାର ତୃଷ୍ଣା ଯାଇ ଭକ୍ତି କୁସୁମ ଫୁଟୁ ମୋ ହୃଦୟ ମରୁରେ ମଳୟ କର ସୃଷ୍ଟି

ଚୋର ଘର ଶୁଆ ବୋଲେ ଲୁଚିଯା ଲୁଚିଯା

ଚୋର ଘର ଶୁଆ ବୋଲେ ଲୁଚିଯା ଲୁଚିଯା ସାଧୁ ଘରେ ଶୁଆ ହରେ କୃଷ୍ଣ ହରେ ରାମ ପଞ୍ଜୁରୀରେ ଶୁଆ ଏକ ଦେଖିବାକୁ ସମାନ ସଙ୍ଗ ଦୋଷରେ ତଫାତ ଶୁଆ ଧର୍ମ କର୍ମ

ତୋହରି ଭିତରେ ମୁହିଁରେ କାଳିଆ

ତୋହରି ଭିତରେ ମୁହିଁରେ କାଳିଆ ଆଉ ମୋରି ଭିତରେ କେବଳ ତୁହି କୋଇଲି ଭଳି ତୋତେ ବାହୁନୁଥିବି ସଦା ସର୍ବଦା ହୃଦୟରେ ଥିବୁ ରହି

Monday 24 June 2024

ଲୁଚିଛୁ ଲୁଚିଛୁ ତୁ ମୁରୁକି ହସୁଛୁ

ଲୁଚିଛୁ ଲୁଚିଛୁ ତୁ ମୁରୁକି ହସୁଛୁ ମାଆ ମୋ ତୁହି କି ପାରିବୁ ସହି କେବେ ଅଭୟ କେବେ ଖର୍ପର ସୃଷ୍ଟିକୁ ଧର୍ମ ପଥେ ନେଉ ବହି

ଖାଦ୍ୟ ଚବ୍ରଣେ ପାଚନେ ରକ୍ତ ମେଦ ମାଂସ

ଖାଦ୍ୟ ଚବ୍ରଣେ ପାଚନେ ରକ୍ତ ମେଦ ମାଂସ ସୁକ୍ଷ୍ମ ଚିନ୍ତନେ ନିଷ୍କାମ ସେବାରେ ଶୁଦ୍ଧ ଗାତ୍ର ସାଧୁ ସଙ୍ଗେ ଜିଇଁବାର ଆଶା ନିଶା ହେଲେ ଅପଲକ ପତା ପକାନ୍ତି ଉଦାର ପଦ୍ମ ନେତ୍ର

ହେ ଅଲେଖ ନିରାକାର ହେ ଆଦି ଅକ୍ଷର ଓଁକାର

ହେ ଅଲେଖ ନିରାକାର ହେ ଆଦି ଅକ୍ଷର ଓଁକାର ହେ ଅତସୀ କୁସୁମ ଦେହ କାନ୍ତି ହେ ପୀତବସନା ହେ ସର୍ବ ଜୀବ ଚେତନା ଜନନୀ ବାତ୍ସଲ୍ୟ ମମତା ହେ ବଦନ ସୁଧାନିଧି ହେ ଅପଲକ ଅନନ୍ତ ଶୟନା

ସମୁଦ୍ର ଜଳେ ଯେସନେ ମୀନ ଭ୍ରମଇ

ସମୁଦ୍ର ଜଳେ ଯେସନେ ମୀନ ଭ୍ରମଇ ଏହି ସଂସାରେ ତେମନ୍ତ ମନୁଷ୍ୟ ମୁକ୍ତ ତିନି ଗୁଣ ରଜୁରେ ନିଜକୁ ନିଜେ ଛନ୍ଦି ପତିତପାବନ ନିନ୍ଦିଣ ହୁଏ ପାପ ଯୁକ୍ତ

ପୀତବସନ ବନମାଳୀ ଆଭା

ପୀତବସନ ବନମାଳୀ ଆଭା ଯେ ଲକ୍ଷିଛି ସେ ଅବା ବର୍ଣ୍ଣିବା ନବ ଘନରେ ଅବା କି ବିଜୁଳି ଭକ୍ତମାନଙ୍କର ଶୁଣିବା ଗୁଣିବା

Sunday 23 June 2024

ଦେହଜୀବୀ ଭଳି ଦେହ ମୁଁ ସଜାଏ

ଦେହଜୀବୀ ଭଳି ଦେହ ମୁଁ ସଜାଏ ମହାଯୋଗୀ ଭଳି ସଜାଏ ଏ ମନ ଦେହ ମନ ବୁଦ୍ଧି ନେଇ ସଂସାର ଜ୍ଞାନ ଇନ୍ଦ୍ରିୟ କରେ ତୋର ଧ୍ୟାନ

ସଦ୍ୟ ପ୍ରସ୍ଫୁଟିତ ପଦ୍ମଟିଏ ସମାନ ଅପେକ୍ଷା

ସଦ୍ୟ ପ୍ରସ୍ଫୁଟିତ ପଦ୍ମଟିଏ ସମାନ ଅପେକ୍ଷା ତୁମ୍ଭ ପଦ୍ମପାଦରେ ଲୋଟିଯିବି ହେ ଗୋବିନ୍ଦ ଶ୍ରୀଗୀତଗୋବିନ୍ଦ ଧାଡି ଭଳି ମୋ ଅପେକ୍ଷା ତୁମ୍ଭ କମଳ କର ସ୍ପର୍ଶ କରି ଲଭିବି ଆନନ୍ଦ

ସ୍ନାନ ପୁର୍ଣିମା

ସାଧନ ମୋର କେବଳ ଦେହ ମନ ବୁଦ୍ଧି ଦେହରେ ପାଞ୍ଚ ତତ୍ତ୍ୱ ସାଧାନା ଅସମ୍ଭବ ସେବି ନାହିଁ ପିତା ମାତା ଦୁଃଖି ଗୁରୁ ପାଦ ବ୍ୟର୍ଥ ଗଲା ମନୁଷ୍ୟ ଜନ୍ମ ଅତିବ ଦୁର୍ଲଭ [୧] ଆକାରକୁ କଲି ମୁହିଁ କେତେ ଯେ ଯତ୍ନ ସେହି କାହୁଁ ତତ୍ତ୍ୱ ମୋତେ ଆଣି ଦେବ ତତ୍ତ୍ୱ ଜାଣିଲେ ତୁଟିଯାଏ ସକଳ ଭ୍ରାନ୍ତି କେବଳ ହିଁ ଗୋବିନ୍ଦ କୃପାରେ ସୁଲଭ [୨] ହନୁମାନ ଚାଳିଶା ଶହେ ଜପି ଥିଲେ ଲଭିଥାନ୍ତି ପ୍ରଭୁ ଶ୍ରୀରାମଙ୍କର ଭେଟ ପଚାରିଥାନ୍ତି ମୋର ନିଜର ଠିକଣା ଜୀବନର ଜଞ୍ଜାଳ ଓଗାଳିଲା ବାଟ[୩] ଆକାର ମଡ଼େଇ ମଡ଼େଇ ମଡ଼େଇ ଜ୍ଞାନ ଇନ୍ଦ୍ରିୟଗଣ ମନ ବୁଦ୍ଧିଟି ଥକା ବ୍ରହ୍ମଦାରୁରେ ନିରାକାର ଅପଲକ ମୁଁ ଜାଣେ ନାହିଁ କେମିତି ହୁଏ ଡକା [4] ଛିଟିକି ପଡ଼ିଥିଲେ ସ୍ନାନ ଜଳ ବିନ୍ଦୁଟିଏ ପାପ ପୁଣ୍ୟ ସକଳ ମୋ ଧୋଇଥାନ୍ତି ନିର୍ମଳ ଦେହେ ଅମଳ ବିମଳ ଭେଟି ମୋ ସକଳ ପ୍ରଶ୍ନ ଉତ୍ତର ଭୁଲିଥାନ୍ତି [୫]

ସାଧନ କହିଲେ ଦେହ ମନ ବୁଦ୍ଧି

ସାଧନ କହିଲେ ଦେହ ମନ ବୁଦ୍ଧି କେବଳ ଆକାର ସାଧନା ସମ୍ଭବ ନିରାକାରଙ୍କ ଠାରେ ମନ ବଳିଛି ନିଗମ କହେ ସେତ ବଡ଼ ଦୁର୍ଲଭ

Saturday 22 June 2024

ଅଣସର ଘରେ ତୁମ୍ଭର ଭାଇ ଜରରେ ପଡିଛନ୍ତି

ଅଣସର ଘରେ ତୁମ୍ଭର ଭାଇ ଜରରେ ପଡିଛନ୍ତି ମା ଶ୍ୟାମା ଆଉ ଘରେ ନ ଲାଗଇ ମୋର ମନ ଅଭୟ ହସ୍ତରେ ଯାହା ଦେବୁ ମା ଭାଇକୁ ଦେବି ମାଆ ଗୋ ଶୀଘ୍ରକର ମୋ ମନ ହୁଏ ଛନ ଛନ

ଅଣସର ଘରେ ବ୍ରହ୍ମାଣ୍ଡ ଗୋସାଇଁ ଅସୁସ୍ଥ ଥିବେ

ଅଣସର ଘରେ ବ୍ରହ୍ମାଣ୍ଡ ଗୋସାଇଁ ଅସୁସ୍ଥ ଥିବେ ମନ ପାରା ଲୋ ଅତି ଧୀରେ ପାଖକୁ ଯିବୁ ଉଡି ପଦ୍ମ କୋମଳ ପାଦସେବାର ଅନୁମତି ଲୋଡ଼ିବୁ ପଲକରେ ଇଙ୍ଗିତ କରିବେ ପାଦରେ ଥିବୁପଡି

ଓଁ ବୀଜରୁ ଅଙ୍କୁରିତ ସକଳ ଆଶ୍ରୟ ବ୍ରହ୍ମଦାରୁ

ଓଁ ବୀଜରୁ ଅଙ୍କୁରିତ ସକଳ ଆଶ୍ରୟ ବ୍ରହ୍ମଦାରୁ ଅଖିଳ ବ୍ରହ୍ମାଣ୍ଡକୁ ପ୍ରସାରିତ କଲା ତାର ଶାଖା ଅଶେଷ ଶାଖାରେ ଅଶେଷ ନବ ପତ୍ର ଗହଳି ମୋର ମନ କୋକିଳ ଖୋଜେ ପାଣ୍ଡଵ ସଖା

ଆପଣା ଆଖିରେ ଆପେ ତୁହି ଦେଖ

ଆପଣା ଆଖିରେ ଆପେ ତୁହି ଦେଖ ଗୋବିନ୍ଦର ସଙ୍ଗ ଲାଭ କେଡେ ସୁଖ ଯେହ୍ନେ ଲଭିଲା ଅଷ୍ଟ ସିଦ୍ଧି ନବ ନିଧି ଭକତ ପାଷୋରିଲା ଭବ ଭୟ ଦୁଃଖ

ବୃକ୍ଷଟିଏ ମାଟିକୁ ଫୁଲ ଫଳ କରେ

ବୃକ୍ଷଟିଏ ମାଟିକୁ ଫୁଲ ଫଳ କରେ ମନୁଷ୍ୟଟିଏ କେବଳ ତୋଳି ଜାଣେ ବୃକ୍ଷ ମଞ୍ଜିରୁ ସଂସାର ସେବା କରେ ମନୁଷ୍ୟଟିଏ ଡାଳ ନଇଁ କରି ହାଣେ

Friday 21 June 2024

ତୁହି ଦେଲେ ହେ ଗୋବିନ୍ଦ ମୁଁ ବାଢି ଦେବି

ତୁହି ଦେଲେ ହେ ଗୋବିନ୍ଦ ମୁଁ ବାଢି ଦେବି ଅନ୍ତର୍ଯ୍ୟାମୀ ହେ ଆସିଥିଲି ସମ୍ପୂର୍ଣ୍ଣ ଲଙ୍ଗଳା ଏହି ଅଖିଳ ତୋର ଖେତ ତୁହି ବଡ ଚାଷୀ ଅନ୍ତର୍ଯ୍ୟାମୀ ହେ ଭୁଲିଲୁ ପକାଇ ବେଙ୍ଗଳା

ଭାଇର ସ୍ନାନ ପୁର୍ଣିମା ଦେଖିବାକୁ ମାଆ

ଭାଇର ସ୍ନାନ ପୁର୍ଣିମା ଦେଖିବାକୁ ମାଆ ଗୋ ହୋଇଅଛୁ ସଜବାଜ ତୋ କୃପାରୁ ତୋ ଦର୍ଶନ ଲଭିଲି ମୁହିଁ ମହା ପତିତ ମହାମୂର୍ଖ ଗଜ

ଭକ୍ତ ସନ୍ତୋଷେ ଗୋବିନ୍ଦ ସନ୍ତୁଷ୍ଠ

ଭକ୍ତ ସନ୍ତୋଷେ ଗୋବିନ୍ଦ ସନ୍ତୁଷ୍ଠ ସୁମତି ଚିନ୍ତିଲେ ହୋଇବଟି ଜ୍ୱର ଯଦି ଆଶା ନ ରଖିଣ ଚିପିଦେବୁ ଚଗଲା ବଢ଼ାଇବ ପଦ୍ମ ପୟର

ବଡଦାଣ୍ଡ ଶୋଭା

ଅଶେଷ ଭକ୍ତଙ୍କର ଅଶେଷ ଭକ୍ତି ଭାବ ନୃତ୍ୟନ୍ତି ଢଳି ଢଳି ଢଳି ବିବିଧ ରଙ୍ଗେ ଦେଖ ସଜନୀ ତୁ ଚକାଡୋଳା ଲୀଳା ଯେମନ୍ତେ ଗୋପୀଏ ପୁଲକିତ ଅଙ୍ଗେ

ବାଡ଼ି ବୃତ୍ତି ଦିଏ ଅନ୍ନ ବସନ ବାସଗୃହ

ବାଡ଼ି ବୃତ୍ତି ଦିଏ ଅନ୍ନ ବସନ ବାସଗୃହ ନିଷ୍କାମ କର୍ମ ଦିଏ ଅତିବ ନିର୍ମଳ ଭକ୍ତି ଅସହାୟକୁ ଆହାଃ ଗୋବିନ୍ଦକୁ ପ୍ରେମ ଗୋଟିଏ ଜନ୍ମରେ ଦିଏ ସାଜୁଯ୍ୟ ମୁକ୍ତି

ସଜନୀରେ କି କୁହୁକ କାଳିଆର ଚାହାଁଣୀରେ

ସଜନୀରେ କି କୁହୁକ କାଳିଆର ଚାହାଁଣୀରେ ଥରେ ଯେ ଚାହିଁଲା ସଂସାର ଥକା ଭୁଲିଗଲା ଜାଣିଶୁଣି ସେ ଚତୁର ବିନ୍ଧାଣି ଅଧାଗଢା କଲା ଭକତି କଉଡିରେ ପରାଣ ବିକା କିଣା ହେଲା

ଏ ଗାଆଁରୁ ସେ ଗାଆଁ ଗଳିକୁ ଗଳି

ଏ ଗାଆଁରୁ ସେ ଗାଆଁ ଗଳିକୁ ଗଳି ମୁହିଁ ନିତିଦିନ ବୁଲଇ ପାଦେ ଚଳି କାଳେ କିଏ ଗାଉଥିବ କୃଷ୍ଣ ଯଶଃ ଅତି ଆନନ୍ଦେ ପକାଇବି ହୁଳହୁଳି