Thursday, 31 July 2025
କଳା ଭଅଁର କାଳନ୍ଦୀ ହ୍ରଦ ଜଳ ଅସ୍ଥିର
କଳା ଭଅଁର କାଳନ୍ଦୀ ହ୍ରଦ ଜଳ ଅସ୍ଥିର
ଅସ୍ଥିର କାଳୀୟ ଶିରରେ ଛନ୍ଦା ଚରଣ
ଛନ୍ଦା ଚରଣରେ ମନ ଛନ୍ଦିବାକୁ ଅସ୍ଥିର
ଅସ୍ଥିର ପରାଣ ହଂସ ଗୋବିନ୍ଦ ଶରଣ
କାଳନ୍ଦୀ ହ୍ରଦ କାଳୀୟ ଶିରରେ ଗୋପାଳ ବାଳ ବନମାଳୀ
କାଳନ୍ଦୀ ହ୍ରଦ କାଳୀୟ ଶିରରେ ଗୋପାଳ ବାଳ ବନମାଳୀ
ଉଆଁସ ରାତିରେ ଉଇଁଛିକି ସତେ ଅବା କୋଟି ପୁର୍ଣିମା ଜହ୍ନ
ମେଘ ଶ୍ୟାମ ଛନ୍ଦା ପାଦ ପିତ ବସନ କମଳ ମଧୁର ଅଧର
ଘର୍ମ ପୂରିତ ଚନ୍ଦନ ଚର୍ଚ୍ଚିତ କପୋଳ ମୋହନ ବଂଶୀ ସ୍ଵନ
ହୃଦୟ ଚୋରି କରି ଦେବକୀ ଆନନ୍ଦ କନ୍ଦ
ହୃଦୟ ଚୋରି କରି ଦେବକୀ ଆନନ୍ଦ କନ୍ଦ
ନେଇ ଲୁଚାଇଲେ ବ୍ରହ୍ମଦାରୁ କୋରଡରେ
ଇହ କାଳ ଯାତ୍ରା ସରିଲା ଚିନ୍ତି ଛନ୍ଦା ପାଦ
ଦେଖିବ ଆଖି ଲକ୍ଷ୍ମୀ ନାରାୟଣ ଗରୁଡ଼ରେ
ନବଧା ଭକ୍ତିରୁ ଗୋଟିକରେ ବାନ୍ଧିଲେ
ନବଧା ଭକ୍ତିରୁ ଗୋଟିକରେ ବାନ୍ଧିଲେ
ହେ କୃଷ୍ଣ ତୋତେ ମୁହିଁ ପାରନ୍ତି ଭେଟି
କାମ କ୍ରୋଧ ଲୋଭ ମୋହ ମଦ ଅହଂ
ଦୁର୍ଲଭ ମନୁଷ୍ୟ ଜନ୍ମକୁ କରିଲେ ମାଟି
Wednesday, 30 July 2025
ମହାବିଷ୍ଣୁ ପାଟରାଣୀ ଅଖିଳ ଦାରିଦ୍ର୍ୟ ଭଞ୍ଜନୀ
ମହାବିଷ୍ଣୁ ପାଟରାଣୀ ଅଖିଳ ଦାରିଦ୍ର୍ୟ ଭଞ୍ଜନୀ
ଜନନୀର ଜନନୀ ପଣତ କାନିରେ ଢାଙ୍କି ଦିଅ
ମହାବିଷ୍ଣୁ ହୃଦୟ କୋଟି କୋଟି ବାତ୍ସଲ୍ୟ ସିନ୍ଧୁ
ଅଜ୍ଞାନ ଅନ୍ଧାରେ କମ୍ପଇ ଗାତ୍ର କୋଳକୁ ନିଅ
ବ୍ରହ୍ମନାଦ ବ୍ରହ୍ମାନନ୍ଦ ବିନ୍ଦୁ ବ୍ରହ୍ମଦାରୁ
ବ୍ରହ୍ମନାଦ ବ୍ରହ୍ମାନନ୍ଦ ବିନ୍ଦୁ ବ୍ରହ୍ମଦାରୁ
ବ୍ରାହ୍ମଣ ତ୍ରିଶାଖା ବିଲ୍ୱ ପତ୍ର ଓଁକାର
ମାତ୍ରା ଅଣଚାଶ ଅକ୍ଷର ଚାରି ବେଦ
ଲକ୍ଷ୍ମୀ ନୃସିଂହ ଅଧାଗଢା ଶାନ୍ତାକାର
ଓଁ ସାଇରାମ ଓଁ ସାଇରାମ ଓଁ ସାଇରାମ
ଓଁ ସାଇରାମ ଓଁ ସାଇରାମ ଓଁ ସାଇରାମ
ମହା ମୃତୁଞ୍ଜୟ ମନ୍ତ୍ର ମହା ବିପଦ ନାଶନ
ଓଁ ସାଇରାମ ଓଁ ସାଇରାମ ଓଁ ସାଇରାମ
ଓଁ ଶ୍ରୀ ନାରାୟଣ ସୁଦର୍ଶନ ଚକ୍ର ସମାନ
Tuesday, 29 July 2025
ମେଘଶ୍ୟାମ କାନ୍ତି ଶାନ୍ତକାର କମଳ ଆଖି
ମେଘଶ୍ୟାମ କାନ୍ତି ଶାନ୍ତକାର କମଳ ଆଖି
ଚର୍ତ୍ତୁଭୁଜ ଗଦା ପଦ୍ମ କମ୍ଭୁ ଗରୁଡ ପୃଷ୍ଠରେ
ସହିତ କ୍ଷୀରାବ୍ଧି କନକ୍ୟା ବେଦ ମୁଖ ବ୍ରହ୍ମା
ଓଁ ନମୋ ନାରୟଣ ସ୍ମରେ ଅତି ହୃଷ୍ଟରେ
ସକଳ ଜୀବ ଆଉ ତାଙ୍କ ସର୍ବସ୍ବ
ସମସ୍ତଙ୍କ ଦେହରେ କିଛି ଭଲ ଗୁଣ ଅଛି
ମୁହିଁ ଅତି ଅଧମ ତେଣୁ ଦେଖାଯାଏ ନାହିଁ
ହେ ଚକାଡୋଳା ତୁମ୍ଭେ ସତ୍ତ୍ୱ ଗୁଣ ବ୍ରାହ୍ମଣ
ତେଣୁ ତୁମ୍ଭଙ୍କୁ ସୁବୁଠୁଁ ବେଶୀ ମାନଇ ମୁହିଁ
ଏହି ସଂସାରରେ ଥିଲା ନୀଳକନ୍ଦର ଚନ୍ଦନ ଅର୍ଗଳୀ
ଏହି ସଂସାରରେ ଥିଲା ନୀଳକନ୍ଦର ଚନ୍ଦନ ଅର୍ଗଳୀ
ମୋର ଆଖି କାନ ଠେଲିଦେଲେ ସଂସାର କୂପରେ
ମରୁ ମରୁ ବଞ୍ଚିଗଲି ମୋ ନିଜ ମନର ଏଡ଼େ କପଟ
ଅକର୍ମା ଦାନୀ ଅପଲକ ସାଇକୃଷ୍ଣ ଏଡ଼େ କୃପାରେ
Monday, 28 July 2025
ହରି ଅନନ୍ତ ହରି ତା ଲୀଳା ଅନନ୍ତ
ହରି ଅନନ୍ତ ହରି ତା ଲୀଳା ଅନନ୍ତ
ଗୁ ରେ ଗୁପତସେ ରୁ ରେ ରୁପବନ୍ତ
ହରି କୃପାରେ ତା ଛନ୍ଦାପାଦ ଲାଭ
ବ୍ରହ୍ମଦାରୁ ମହାବାହୁ ତା ଛାଇ ଅନନ୍ତ
ତୁହି ଆଦିକନ୍ଦ ତୁହି ଚିଦାନନ୍ଦ
ତୁହି ଆଦିକନ୍ଦ ତୁହି ଚିଦାନନ୍ଦ
ତୁହି ପଞ୍ଚ ପ୍ରାଣ ତୁହି ପଞ୍ଚ ଭୁତ
ତୁହି ଓଁକାର ତୁହି ସର୍ବ ଆକାର
ତୁହି ଜଗନ୍ନାଥ ତୁହି ବେଣୁ ହସ୍ତ
ତୁହି କଳା ତୁହି ନିଦେର୍ଶକ ହେ ମୋହନ ବଂଶୀ
ତୁହି କଳା ତୁହି ନିଦେର୍ଶକ ହେ ମୋହନ ବଂଶୀ
ଆହାଃ ଯେମିତି ବଜାଉ ସେମିତି ମୁହିଁ ନାଚଇ
ତୋର ଅପଲକ ଚକାଆଖି ଠାରକୁ ସଦା ନିଘା
ଆହାଃ ଧନ୍ୟ ହେଲି ସଦା ଛନ୍ଦାପାଦକୁ ଚିନ୍ତଇ
ଅପେକ୍ଷା କରି କରି ଆଖି ଲାଗିଗଲା
ଅପେକ୍ଷା କରି କରି ଆଖି ଲାଗିଗଲା
ବୈଷ୍ଣବ ପିଣ୍ଢାରେ ରାତି ଗଲା ପାହି
ଉପେକ୍ଷା କରିବା ଉଚିତ୍ତ ନୋହିଲା
ସୁଖି ହୋଇଥାନ୍ତି ଛନ୍ଦାପାଦକୁ ଛୁଇଁ
Sunday, 27 July 2025
ଦାରୁବ୍ରହ୍ମ ମୂଳରେ ଦେଖିଲି ଦେବକୀ ଆନନ୍ଦ କନ୍ଦ
ଦାରୁବ୍ରହ୍ମ ମୂଳରେ ଦେଖିଲି ଦେବକୀ ଆନନ୍ଦ କନ୍ଦ
ମୋହନ ବଂଶୀ ବଜାଇ ମୋ ହୃଦୟକୁ ଦହିଲା ଲୋ
ଆତ୍ମାକୁ ହଜାଇ ଆସିଲି ତାଙ୍କ ଭାବ ଚକାଡ଼ୋଳାରେ
ସଜନୀ ସଂସାର ଧରମ ମୋ ଦେଇ ନୋହିଲା ଲୋ
ଓଁ ସାଇ କୃଷ୍ଣ
ଓଁ ସାଇ କୃଷ୍ଣ ଓଁ ସାଇ କୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ
ତମସା ତାମସା ପୂର୍ଣ୍ଣ ଜୀବନ ଜଞ୍ଜାଳକୁ ସଙ୍କଟ ମୋଚନ ମହା ମନ୍ତ୍ର
ଓଁ ସାଇ କୃଷ୍ଣ ଓଁ ସାଇ କୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ
କୋଟିଏ ସିନ୍ଧୁ ଗଭୀର ଅପଲକ କୃପା ଯନ୍ତ୍ରୀ ଜୀବ ମାତ୍ର ଏକ ଯନ୍ତ୍ର
If you don't want to finish food
If you don't want to finish food
Don't throw it into dustbin
Many species are fasting
Nearby,you have not seen
The oath that keeps intact the structure of an atom
The oath that keeps intact the structure of an atom
That is truth that is self that is love itself is complete
Tiny obstacle in the creation maintenance and repair
Basudev wakes up eyes blinks the incarnation repeats
ଆପଦ ବାନ୍ଧବ ଓଁ ଶ୍ରୀ ସାଇରାମ
ଆପଦ ବାନ୍ଧବ ଓଁ ଶ୍ରୀ ସାଇରାମ ପ୍ରାରବ୍ଧ ଖଣ୍ଡନ ଓଁ ଶ୍ରୀ ସାଇରାମ
ସନ୍ଦେହ ମୋଚନ ଓଁ ଶ୍ରୀ ସାଇରାମ ଅକର୍ମା ଦାନୀ ଓଁ ଶ୍ରୀ ସାଇରାମ
ପିତା ମାତା ଭ୍ରାତା ଭଗ୍ନୀ ସଖା ପଡୋଶୀ ଆରତ୍ତ ନାଶନ ଜଗନ୍ନାଥ
ସତ୍ୟ ଧର୍ମ ଦୟା ପ୍ରେମ ମାର୍ଗ ପ୍ରଦର୍ଶକ ରୁଦ୍ର କୃଷ୍ଣ ଓଁ ଶ୍ରୀ ସାଇରାମ
ଦୁଇ ନିଆଁ ମଧ୍ୟରେ ସଂସାର ତୁହି
ଦୁଇ ନିଆଁ ମଧ୍ୟରେ ସଂସାର ତୁହି
ସଂସାର ଆଦି ଅନ୍ତରେ ତୁହି ନିଆଁ
ବିବାହ ବେଦୀରେ ହାତଗଣ୍ଠି ତୁହି
ଜଗନ୍ନାଥ ବର ମହାଲକ୍ଷ୍ମୀ କନିଆଁ
Saturday, 26 July 2025
ନିରନ୍ତର ଚିନ୍ତଇ ଅତି କାରୁଣ୍ୟ କାଣ୍ଡ କୋଦଣ୍ଡ ଶ୍ରୀରାମ
ନିରନ୍ତର ଚିନ୍ତଇ ଅତି କାରୁଣ୍ୟ କାଣ୍ଡ କୋଦଣ୍ଡ ଶ୍ରୀରାମ
ନିରନ୍ତର ଚିନ୍ତଇ କାଳୀୟ ଦଳନ ବନମାଳୀ କଞ୍ଜ ପାଦ
ନିରନ୍ତର ଚିନ୍ତଇ ମାଆ କମଳିନୀ ସେବିତ କମଳ ପାଦ
ନିରନ୍ତର କର୍ଣ୍ଣ ପାରିଥାଏ କେବେ ଶୁଭିବ ମୁରଲୀ ନାଦ
କମଳ ଆଉ ଭାନୁର କଥୋପକଥନ ତୁହି ଅପଲକ
କମଳ ଆଉ ଭାନୁର କଥୋପକଥନ ତୁହି ଅପଲକ
ତୁହି ଅପଲକ ଚନ୍ଦ୍ରମା ଆଉ କୁମୁଦର ଅମର ପ୍ରେମ
କୃଷ୍ଣ ଆଉ ମୋ ଅତି ଅନ୍ତରଙ୍ଗ ବନ୍ଧନ ତୁହି ଅପଲକ
ତୁହି ଅପଲକ ସ୍ମୁକ୍ଷ୍ମକୁ ଭାବରେ ଛନ୍ଦି କରୁ ମନୋରମ
ଅନନ୍ତ କୋଟି ବ୍ରହ୍ମାଣ୍ଡ ସକଳ ଶୁର
ଅନନ୍ତ କୋଟି ବ୍ରହ୍ମାଣ୍ଡ ସକଳ ଶୁର
ବ୍ରହ୍ମଦାରୁ ମହାବାହୁ ଶାଖା ପତର
ଅଶେଷ ଆକାର ଯେତେକ ପୁଷ୍ପ
ଗୋବିନ୍ଦ ପାଖୁଡା କମଳା ଅତର
ଛନ୍ଦା ଚରଣଙ୍କୁ ହୃଦୟ ପଦ୍ମରେ ଥୋଇ
ଛନ୍ଦା ଚରଣଙ୍କୁ ହୃଦୟ ପଦ୍ମରେ ଥୋଇ
ବାସୁଦେବଙ୍କୁ ଖୋଜି ବୁଲେ ଦୁଇ ଆଖି
ଜୀବନ ଦୀପ ଲିଭି ଯିବା ବହୁ ଆଗରୁ
ଥରୁଟିଏ ଦର୍ଶନ ଦେବ ହେ ପ୍ରାଣପକ୍ଷୀ
ପାପ ପଙ୍କରୁ ଉଦ୍ଧରି ସାହାରା ହେଇଛ
ପାପ ପଙ୍କରୁ ଉଦ୍ଧରି ସାହାରା ହେଇଛ
ସୁଖରେ ଦୁଃଖରେ ପାଣ୍ଡଵ ସଖା ସମ
ଝୁଣ୍ଟି ପଡିଲେ ତୁମେ ହାତ ଧରି ପକା
ମୃଦ୍ୟୁ କମଳ ପାଦ ଓଁ ଶ୍ରୀ ସାଇରାମ
ସର୍ବାଙ୍ଗରେ ତୋହର ଅମାବାସ୍ୟାର ଅନ୍ଧାର
ସର୍ବାଙ୍ଗରେ ତୋହର ଅମାବାସ୍ୟାର ଅନ୍ଧାର
ମୁଖ ମଣ୍ଡଳ ଗୋଟିକ କୋଟି ପୁର୍ଣ୍ଣିମା ଶଶୀ
ବିଶାଳ ବକ୍ଷ ତୋହର ପୂର୍ଣ୍ଣ ନବଧା ଭକ୍ତିରେ
ଅଧାଗଢା ଶରୀର ବ୍ରହ୍ମଦାରୁ ମନ ଗଲା ରସି
ମୋ ଆପଣା ବାଡ଼ିରେ କଷି କାକୁଡି କେତେ ନା କେତେ
ମୋ ଆପଣା ବାଡ଼ିରେ କଷି କାକୁଡି କେତେ ନା କେତେ
ମୋ ମନ ମାଙ୍କଡ ପର ବାଡ଼ିରୁ ବାର ବାର କରେ ଚୋରି
ଷଡ ବିକାର ହସ୍ତପଦ ବନ୍ଧନ କରି ନିର୍ମମ ପ୍ରହାର କଲେ
କାରୁଣ୍ୟ ମୂର୍ତ୍ତି ଗୋବିନ୍ଦଙ୍କୁ ଚିନ୍ତି ଆଖୁଁରୁ ବୁହାଏ ଲୁହ ବାରି
Friday, 25 July 2025
ତୁମ୍ଭେ ସିନା ବଧିର ନୁହେଁ ହେଲେ ମୁହିଁ ଅଧିର
ତୁମ୍ଭେ ସିନା ବଧିର ନୁହେଁ ହେଲେ ମୁହିଁ ଅଧିର
କେବଳ ଥରେ ଛନ୍ଦାଚରଣରେ ଲୋଟି ଯିବାକୁ
ତୁମ୍ଭେ ଉଷା ଆକାଶ ଅରୁଣ ମୁହିଁ ପଙ୍କ କମଳ
କେବଳ ଥରୁଟିଏ ଛୁଇଁ ସୁଗନ୍ଧ ବିତ୍ତରି ଯିବାକୁ
ଚନ୍ଦନ କାଠ ସମାନ ମୁହିଁ ଘୋରି ହୋଇ ସରି ଯାଉଥିବି
ଚନ୍ଦନ କାଠ ସମାନ ମୁହିଁ ଘୋରି ହୋଇ ସରି ଯାଉଥିବି
ମୋ ସକଳ ସୁଗନ୍ଧ କେବଳ ସ୍ପର୍ଶ କରି ଚନ୍ଦନ ପେଡିକି
ହରେ କୃଷ୍ଣ ହରେ ରାମ ଗାଇ ଉନ୍ମତ ହୋଇ ନାଚୁଥିବି
ମୋ କେବଳ କାମନା ଗୋବିନ୍ଦ ଛନ୍ଦା ଚରଣ ଆଡିକି
ବେଗେ ବେଗେ ପାହୁଣ୍ଡ ପକାରେ ମୋର ପ୍ରାଣ ସଖିରେ
ବେଗେ ବେଗେ ପାହୁଣ୍ଡ ପକାରେ ମୋର ପ୍ରାଣ ସଖୀ
ଆମେ ନୀଳାଦ୍ରୀନାଥଙ୍କୁ ଦେଖିବା ନନ୍ଦୀଘୋଷ ଉପରେ
ଝର ଝର ଆଖି ଲୁହକୁ ପିନ୍ଧା ପଣତ କାନିରେ ପୋଛିକି
ଲକ୍ଷ୍ମୀ ଚାହାନ୍ତି କଣେଇ କଣେଇ ପାଦ ସେବା ଆଶାରେ
ଶ୍ରବଣ ସ୍ମରଣ କୀର୍ତ୍ତନ କର ତୁହି କୃଷ୍ଣ
ଶ୍ରବଣ ସ୍ମରଣ କୀର୍ତ୍ତନ କର ତୁହି କୃଷ୍ଣ
ଏକଇ ଜନ୍ମରେ ଲଭ ତୁହି ନନ୍ଦନନ୍ଦନ
କୃଷ୍ଣ ଚରଣରେ ଲଗାଇଲେ ତୁହି ମତି
ଭକ୍ତି ବଢିବ ଯେସନେ ପ୍ରତିପଦା ଜହ୍ନ
ପକ୍ଷୀ ଶାବକକୁ ଘୋଡ଼ାଇଲ ତୁ
ପକ୍ଷୀ ଶାବକକୁ ଘୋଡ଼ାଇଲ ତୁମ୍ଭେଟି ପରରେ
ହସ୍ତ ପାଦ ଶୁନ୍ୟ ମୀନକୁ ଢାଙ୍କିଦେଲ କାତିରେ
ଉଦ୍ଧାର ଉଦ୍ଧାର ହେ କୃଷ୍ଣ ଏହି ମହା ପତିତକୁ
ମୋର ଦେହ ମନ ବଚନ ସଦା ମନ୍ଦ ଗତିରେ
Thursday, 24 July 2025
ଶରଣ ଶରଣ ଶରଣ ତୋ ଛନ୍ଦା ପାଦରେ
ଶରଣ ଶରଣ ଶରଣ ତୋ ଛନ୍ଦା ପାଦରେ
ଖୋଜି ଖୋଜି ନ ପାଇଲି ମୁହିଁ ତୋର ଅନ୍ତ
ତୋ କୃପାରେ ସିନା ତରିବି ହେ ଲକ୍ଷ୍ମୀକାନ୍ତ
ଶୁଦ୍ର କୁଳ ଜନ୍ମ ନାହିଁ ପୁର୍ଣ୍ୟ ନୁହଁ ଭାଗ୍ୟବନ୍ତ
ମୋ ଜୀବନ ଚଲା ପଥରେ ହେ ଗୋବିନ୍ଦ
ମୋ ଜୀବନ ଚଲା ପଥରେ ହେ ଗୋବିନ୍ଦ
ହେ ବାସୁଦେବ ଥାଉ ଏକ ବୈଷ୍ଣବ ଘର
ହୃଦୟରେ ସାଇତିଛି କୃଷ୍ଣ ଛନ୍ଦା ଚରଣ
ସମ୍ପୂର୍ଣ୍ଣ ସୁରକ୍ଷା ହେବ ହେ ରାଧିକା ବର
କମଳ ଫୁଲ ଫୁଟେ ଗୋଟି ଗୋଟି
କମଳ ଫୁଲ ଫୁଟେ ଗୋଟି ଗୋଟି
ହେନା ଫୁଲ ଫୁଟେ ପେନ୍ଥା ପେନ୍ଥା
ଅଛିଦ୍ରେ ପୂରିଅଛୁ ଅନ୍ତର ବାହାରେ
ବୈଷ୍ଣବ ପିଣ୍ଢାରେ ପାରିଲି ମୁଁ କନ୍ଥା
ବିଠଲା ବିଠଲା ବିଠଲା ବିଠଲା ବିଠଲା
ବିଠଲା ବିଠଲା ବିଠଲା ବିଠଲା ବିଠଲା
ତୁଣ୍ଡରେ ଉଚାରନ୍ତେ ହୃଦୟ ମିଠା ହେଲା
ବିଠଲା ବିଠଲା ବିଠଲା ବିଠଲା ବିଠଲା
କର୍ଣ୍ଣରେ ଶୁଣନ୍ତେ ପାଦ ଆଉ ନ ଚଳିଲା
ନାରାୟଣ ନାରାୟଣ ନାରାୟଣ ନାରାୟଣ
ନାରାୟଣ ନାରାୟଣ ନାରାୟଣ ନାରାୟଣ
ନିରନ୍ତର ଉଚ୍ଚାରଣ ପାଞ୍ଚ ବେଦ ପାରାୟଣ
ନାରାୟଣ ନାରାୟଣ ନାରାୟଣ ନାରାୟଣ
ସର୍ବ ସନ୍ତାପ ନାଶନ ଭବସାଗର ତାରଣାୟ
ହରେ ରାମ ହରେ ରାମ ରାମ ରାମ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ
ଏକାକ୍ଷରକୁ ଅସମର୍ଥ ଦୁଇ ଅକ୍ଷରକୁ କଲା ଆଶ୍ରା
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ସଂସାର ଅନଳରେ ଜଳୁଛି କରୁଣା କର ବର୍ଷା
Subscribe to:
Comments (Atom)

















































