ଅଖିଳ ଜନ ହେଲେ ବାଇ
ଗରୁଡ ପଛରୁ ଚାହିଁ ଦେଇ
ଯୋଗୀ ଜନ ହେଲେ ବାଇ
ଛନ୍ଦାପାଦ ହୃଦରେ ଧ୍ୟାୟୀ [1]
ସର୍ବ ଗୋପୀ ହେଲେ ବାଇ
କଦମ୍ବ ବୃକ୍ଷ ଡାଳରେ ପାଇ
ରାଧା ରାଣୀ ହେଲେ ବାଇ
ବଂଶୀ ସ୍ଵନ କର୍ଣ୍ଣରେ ଥୋଇ [2]
ସବୁ ଇନ୍ଦ୍ରିୟ ହେଲେ ନିରବ
ହରି ନାମ ତୁଣ୍ଡରେ ଦେଇ
ନବ ଦ୍ୱାରରେ ମନ ନାଚୁଛି
ବଂଶୀ ବଦନ ପାଖେ ପାଇ [3]
No comments:
Post a Comment