Wednesday, 31 January 2024
ତୋ ମଧୁର ଅଧରେ ଶୋଭା ମୋହନ ମୁରଲୀ
ତୋ ଅଧରରେ ଶୋଭା ମୋହନ ମୁରଲୀ
ମୋ ହୃଦୟରେ ଶୋଭା ମୁରଲୀ ମୋହନ
ତୋ ବକ୍ଷରେ ଶୋଭା ମାଳ ମାଳ ତୁଳସୀ
ମୋ ହୃଦୟରେ ଶୋଭା ଭକ୍ତ ହୃଦ ଚନ୍ଦନ
I could clean my dresses
I could clean my dresses
I failed to clan my mind
Won't you help me mother
Only you who is absolutely kind
Tuesday, 30 January 2024
ହରି ଲୀଳା କୀର୍ତ୍ତନ ମଧୁରାତି ମଧୁର
ହରି ଲୀଳା କୀର୍ତ୍ତନ ମଧୁରାତି ମଧୁର
ମଧୁରାତି ମଧୁର ଶ୍ରୀହରି ନାମ ରୂପ
କୃଷ୍ଣ କୃଷ୍ଣ ଶ୍ରୀକୃଷ୍ଣ ମଧୁରାତି ମଧୁର
ମଧୁରାତି ମଧୁର ହରେ ହରେ ଜପ
ବଢି ଭୋଅରୁ ଅଳା ଝାଡୁ କଲି ମାଆ
ବଢି ଭୋଅରୁ ଅଳା ଝାଡୁ କଲି ମାଆ
ଅତି ଯତନେ ଧୋଇଲି ପିନ୍ଧିବା ବସନ
ନିଜ ଝିଅ ଭାବି ତୋତେ ଭେଷ କରେ
ହୃଦୟେ ବସିବୁ ପକାଇ କମଳ ଆସନ
Monday, 29 January 2024
ତୁମେ ହିଁ ତ ଶ୍ରାବଣର ବାରି ଧାରା
ତୁମେ ହିଁ ତ ଶ୍ରାବଣର ବାରି ଧାରା
ତୁମେ ହିଁ ଶିଶିର ମୁକୁତା ଟୋପା
ତୁମେ ହିଁ ତ ଜୀବର ଆନନ୍ଦ ସଦନ
ତୁମେ ହିଁ କୃଷ୍ଣ କପାଳ ଚନ୍ଦନ ଠିପା
ମାଳିରେ ତୋ ବଗିଚାରେ ମାଘର ପାହାନ୍ତି ଶୀତ
ମାଳିରେ ତୋ ବଗିଚାରେ ମାଘର ପାହାନ୍ତି ଶୀତ
କୋମଳ ସୁକୋମଳ ଫୁଲ ପାଖୁଡା ଯାଆନ୍ତି ଥରି
ମାଳିରେ ତୋ ଚାଙ୍ଗୁଡିରେ ନେଇ ଯା ନୀଳକନ୍ଦର
ସାରା ରାତି ଅନିନ୍ଦ୍ରାରେ କାଳିଆକୁ ମରୁଛନ୍ତି ଝୁରି
Sunday, 28 January 2024
କୋଟିଏ ମଳୟ କୋଟିଏ କୋକିଳ
କୋଟିଏ ବୈଷ୍ଣବ ଜପୁଛନ୍ତି ଓଁ ହରି ହରି ହରି
ବାସନା ରସନା କାଞ୍ଚନକୁ କରିଛନ୍ତି ଉପେକ୍ଷା
ଶୁଭ ସ୍ୱାଗତମ ଶୁଭ ସ୍ୱାଗତମ ଶୁଭ ସୁସ୍ୱାଗତମ
ଏ କୋଟି ମଳୟ କୋଟି କୋକିଳର ଅପେକ୍ଷା
ତୋ ମାୟା ପରଦା ଉଠେଇଦେଲୁ କି କରୁଣାମୟୀ
ମାୟା ପରଦା ଉଠେଇଦେଲୁ କି କରୁଣାମୟୀ ଗୋ
ସହସ୍ର ଦଳ ପଦ୍ମ ପ୍ରତ୍ୟେକ ପାଖୁଡା ଉତ୍ସବ ମୁଖରିତ
ଆଶା ନିରାଶା ଅପେକ୍ଷା ସକଳକୁ ଉପେକ୍ଷା କରିଣ
ଅଣୁ ରେଣୁ ପରମାଣୁ ଦିବ୍ୟ ଆନନ୍ଦରେ ନୃତ୍ୟରତ
ଦ୍ୱନ୍ଦ୍ୱ ମନ ପାଇଁ ଏକ ଦିବ୍ୟ ସନ୍ଦେଶ
ଦ୍ୱନ୍ଦ୍ୱ ମନ ପାଇଁ ଏକ ଦିବ୍ୟ ସନ୍ଦେଶ
ମୁରଲୀ ମନୋହର ହିଁ ମାଆ ସାଇ
ଦର୍ଶନ ସ୍ପର୍ଶନ ସମ୍ଭାଷଣରେ ଅମୃତ
ସାଇର ସ୍ନେହ କାଳିଆ ଭୁଜ ଛାଇ
Saturday, 27 January 2024
ଆର୍ତ୍ତିଟିଏ ତୋତେ ଆତୁରେ ଭଜିଲେ
ଆର୍ତ୍ତିଟିଏ ତୋତେ ଆତୁରେ ଭଜିଲେ
ମନ ବେଗରେ ଚତୁର୍ଭୁଜ ରୂପ ହେଉ
ମୁଁହି ଡାକିଲେ ହେଲୁ ଅପଲକ ଆକ୍ଷି
ଗୋବିନ୍ଦ ହେ ଚାହିଁ ଚାହିଁ ଜୀବ ଯାଉ
ଅମାବାସ୍ୟା ରାତିରେ କି ପୁର୍ଣିମା ଚନ୍ଦ୍ର ଉଦୟ
ଅମାବାସ୍ୟା ରାତିରେ କି ପୁର୍ଣିମା ଚନ୍ଦ୍ର ଉଦୟ
ଏହି କେଉଁ ଶୁଭ ସଙ୍କେତ ହେ ଚକା ଡୋଳା
ପୋଡିଲ କି ଜାତକ ଖଣ୍ଡିଲ କି ମୋ ପାତକ
ଗୋବିନ୍ଦ ହେ କୂଳରେ ଲଗାଇଲ କି ଭେଳା
ପୂର୍ଣ୍ଣିମା ଜହ୍ନରେ ଯେତିକି ଜୋତ୍ସନା
ପୂର୍ଣ୍ଣିମା ଜହ୍ନରେ ଯେତିକି ଜୋତ୍ସନା
ପାହାଡ଼ ଝରରେ ଯେତିକି ମୂର୍ଚ୍ଛନା
ମୋହନ ବଂଶୀରେ ସେତିକି ଛନ୍ଦ
ବୈଷ୍ଣବ ମନରେ ସେତିକି ଅର୍ଚ୍ଚନା
Friday, 26 January 2024
ପ୍ରତିଶୃତିରେ ଯାହାର ପରମ ଅଭୟ
ପ୍ରତିଶୃତିରେ ଯାହାର ପରମ ଅଭୟ
ଆଶ୍ରୟ ପାଇଁ ଯିଏ ବଢାଏ ପଦ୍ମପାଦ
ପଦ୍ମାଳୟାଙ୍କ ସ୍ଵହସ୍ତ ପରଶା ଭୁଞ୍ଜିଣ
ବୈଷ୍ଣବ ଦେହରୁ ଆସେ ପଦ୍ମ ଗନ୍ଧ
ଶକ୍ତି ଫାଳେ ଶିବ ଫାଳେ ଏ ଜୀବ
ଶକ୍ତି ଫାଳେ ଶିବ ଫାଳେ ଏ ଜୀବ
ତେଣୁ ଜୀବନ ଗୋଟିଏ ମହାତୀର୍ଥ
ପୁରୁଷୋତ୍ତମଙ୍କର ନାସାରେ ଗୁଣା
ଦେଖିଲେ ଜୀବ ଲଭଇ ପରମାର୍ଥ
Thursday, 25 January 2024
ମେଘ ତୁ ଯାରେ ଫେରିଯା ଶ୍ୟାମଙ୍କୁ କହିବୁ
ମେଘ ତୁ ଯାରେ ଫେରିଯା ଶ୍ୟାମଙ୍କୁ କହିବୁ
ଆଉ ଲୋଡ଼ା ନାହିଁ ମୋହର ବରଷା ପାଣି
ଖାଲି କଣ ତାଙ୍କ ଜମି ଚଷି ଚଷି ପ୍ରାଣ ଯିବ
ଆଉ ମୁଁ କେବେ ନ ଦେଖିବି ତ୍ରିଭଙ୍ଗ ଠାଣି
Wednesday, 24 January 2024
ପଦ୍ମ ଫୁଲରେ ପାଖୁଡା ଗୁଡିକ ଯେତେ ପାଖକୁ ପାଖ
ପଦ୍ମ ଫୁଲରେ ପାଖୁଡା ଗୁଡିକ ଯେତେ ପାଖକୁ ପାଖ
ଗୋବିନ୍ଦ ହେ ତାହା ଠାରୁ ବି ତୁମେ ଆହୁରି ନିକଟ
ଦର୍ଶନ ଶ୍ରବଣ ମନନ କିର୍ତ୍ତନରେ କି ମନ ଭରୁଅଛି
ଗୋବିନ୍ଦ ହେ ପଦ୍ମ ପାଦ ସେବାକୁ ନ କର ଆକଟ
ଅତରର ତୁଳା କାନରେ ଖୋସି ଯାଉଥିଲେ
ଅତରର ତୁଳା କାନରେ ଖୋସି ଯାଉଥିଲେ
ସାଙ୍ଗରେ ଗଲା ଲୋକଙ୍କୁ ବି ତାହାର ବାସ
ରାଇ ଦାମୋଦରଙ୍କୁ ହୃଦୟରେ ଚିନ୍ତୁଥିଲେ
ଦେହ ମନ ବଚନକୁ ବି ଚନ୍ଦନ ଶୀତଳ ସ୍ପର୍ଶ
କଳ୍ପନା ବୃକ୍ଷରେ ଅନେକ ଆଶାର ଡାଳ
କଳ୍ପନା ବୃକ୍ଷରେ ଅନେକ ଆଶାର ଡାଳ
ଡାଳରେ ବାଇଆ ମନ କରିଅଛି ବସା
ବସା ଦୋହଲିଲେ ପୃଥିବୀ ଦୋହଲେ
ହେ ଜଗନ୍ନାଥ ପଢୁଥିବେ ହୃଦୟ ଭାଷା
Tuesday, 23 January 2024
ପ୍ରାଣ ସଙ୍ଗିନୀରେ ନିଜେ ତୁ ଚାଖିଲେ ଜାଣିବୁ
ପ୍ରାଣ ସଙ୍ଗିନୀରେ ନିଜେ ତୁ ଚାଖିଲେ ଜାଣିବୁ
କେତେ ମିଠା କେତେ ମିଠା ହରି ନାମ ସୁଧା
ପ୍ରାଣ ସଙ୍ଗିନୀରେ ଯିଏ ଚାଖିଲା ଝୁରି ହେଲା
ସେତିକି କେବଳ ସେତିକି କେବଳ ଅସୁବିଧା
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତିର ପଞ୍ଚାମୃତ
ଜଳ ବାୟୁ ଆକାଶ ପୃଥିବୀ ଅଗ୍ନିର ପଞ୍ଚାମୃତ
ହରି ହେ ତୋ ବ୍ରହ୍ମ କମଳରୁ ଯାଉଅଛି ଝରି
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତିର ଅମୃତ ଭାଣ୍ଡ
ହରି ହେ ଭୁଞ୍ଜାଉ ସ୍ୱୟଂ ମୋହିନୀ ରୂପ ଧରି
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ଗଣ୍ଠିଲିରେ ବାନ୍ଧି
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ଗଣ୍ଠିଲିରେ ବାନ୍ଧି
ତୁମେ ଆସିଥିଲ ସଂସାର ହାଟରେ ବାଣ୍ଟିବାକୁ
ବହୁତ ଆଶା ଥିଲା ତୁମର ପାଦପଦ୍ମ ପୂଜିବାକୁ
ହେ ଗୋବିନ୍ଦ ପ୍ରାରବ୍ଧ ବାଧା ହେଲା ଡାକିବାକୁ
Monday, 22 January 2024
ମଧୁ ମକ୍ଷି ପୁଷ୍ପ ତୋଳିବା ପାଇଁ
ମଧୁ ମକ୍ଷି ପୁଷ୍ପ ତୋଳିବାରେ ବ୍ୟସ୍ତ
ଭ୍ରମର ଜପୁଥିଲା ଶ୍ରୀହରି ସ୍ତ୍ରୋତ୍ର
ମୋ ନୟନ କର୍ଣ୍ଣ ପବିତ୍ର ହୋଇଲା
ମନ କରିଥିଲା ନିଷ୍ଠା ଏକାଦଶୀ ବ୍ରତ
ଜୀବ ଆତ୍ମା ଲଭିଲା ବୈକୁଣ୍ଠ ଭୁବନ
ଜୀବ ଆତ୍ମା ଲଭିଲା ବୈକୁଣ୍ଠ ଭୁବନ
କୋକେଇରେ ଶୁଣି ଶୁଣି ରାମ ରାମ
ଏବେଠାରୁ ଯଦି ରାମ ନାମକୁ ଜିପିବି
ବଞ୍ଚିଥିବା ଯାଏ ନ ଛୁଇଁ ପାରିବ ଯମ
Sunday, 21 January 2024
The amount of sweet nectar in his name
The amount of sweet nectar in his name
Would be enough to dilute all the sorrows
The amount of kindness is in his cute form
Would be enough to pay all the borrows
ବଣର ସକଳ କୋଳିକୁ ଚାଖି ଚାଖି
ବଣର ସକଳ କୋଳିକୁ ଚାଖି ଚାଖି
ଶବରୀ ବାଛି ଭୁଞ୍ଜାଇଲା ମିଠା ମିଠା
ବିଷ୍ଣୁଙ୍କ ସବୁ ନାମକୁ ଖୋଜି ଖୋଜି
ଶିବଙ୍କୁ ଲାଗିଲା ରାମ ହିଁ ଅଠା ଅଠା
Saturday, 20 January 2024
The sweet nectar in his name
The sweet nectar in his name
Chant to dilute all the sorrows
Fall in love with his cute form
He would pay all the borrows
The amount of sweet nectar in his name
Would be enough to dilute all the sorrows
The amount of kindness is in his cute form
Would be enough to pay all the borrows
Friday, 19 January 2024
ଆଖି କାନ ନାକ କେତେ ଖୋଜିଲେ
ଆଖି କାନ ନାକ କେତେ ଖୋଜିଲେ
ହେ ଗୋବିନ୍ଦ କାହିଁରେ ନ ଦେଲୁ ଧରା
ରାମ ରାମ ରାମ ରାମ ରାମ ଜପିଲି
ଶୁଭିଲା ମରା ମରା ମରା ମରା ମରା
ରସରାଜ କୃଷ୍ଣ
ଅତି ରୁଚିର ସୁରୁଚିର ନାରିକେଳ ଜଳ
ମାଆ ପିତା ସମ ସୁରକ୍ଷା ଦିଏ ଖୋଳ
ଅତି ରୁଚିର ସୁରୁଚିର କୃଷ୍ଣ କୃଷ୍ଣ କୃଷ୍ଣ
ରାଧା କୃପା କଲେ ଭେଟ ନନ୍ଦ ବାଳ[0୧]
ଅତି ରୁଚିର ସୁରୁଚିର କୋକିଳ କୁହୁ
ଅତି ଘଞ୍ଚ ପଲ୍ଲବ ଗହଳେ ତା ବାସ
ଅତି ରୁଚିର ସୁରୁଚିର ବେଣୁର ଧ୍ୱନି
କୃଷ୍ଣ କୃପା ନିଷ୍କାମରେ ମନ ତୋଷ [0୨]
ଅତି ରୁଚିର ସୁରୁଚିର ଝରଣା ଜଳ
ଅଖିଳ ନିଖିଳ ପାନରେ ଦିନ ବଞ୍ଚେ
ଅତି ରୁଚିର ସୁରୁଚିର ଗୋବିନ୍ଦ ରୂପ
ବୈଷ୍ଣବ ଦର୍ଶନରେ ଦିବାନିଶି ନାଚେ[0୩]
ଅତି ରୁଚିର ସୁରୁଚିର ମାଆର ସ୍ନେହ
ସନ୍ତାନ ଲାଗି ପଣତରେ ଥାଏ ବାନ୍ଧି
ଅତି ରୁଚିର ସୁରୁଚିର ଲୀଳା ଶ୍ରବଣ
ପରିକ୍ଷିତଙ୍କୁ ଭାଗବତ କଲା ବନ୍ଦୀ [0୪]
ଅତି ରୁଚିର ସୁରୁଚିର ଗୀତ ଗୋବିନ୍ଦ
ମୂର୍ଚ୍ଛନାରେ ରାଧାମାଧବ ହେଲେ ବାଇ
ଅତି ରୁଚିର ସୁରୁଚିର ବୈଷ୍ଣବ ଭେଟ
ଜଗାଇ ମାଧାଇ ନାଚେ ଥେଇ ଥେଇ[0୫]
ଅତି ରୁଚିର ସୁରୁଚିର ବିଠଲ ବିଠଲ
ଜନା ବାଇ ପ୍ରେମେ ଭଜେ ରାନ୍ଧୁ ରାନ୍ଧୁ
ଅତି ରୁଚିର ସୁରୁଚିର ଶିଖିପୂଛ ଶିର
ଦିବସ ନିଶି ଝୁରି ମରନ୍ତି ଗୋପ ବଧୂ[0୬]
ଅତି ରୁଚିର ସୁରୁଚିର ଚୌରାଅଷ୍ଟକମ
ବିଲ୍ୱ ମଙ୍ଗଳ ଗୁନ୍ଥିଲା ଭକ୍ତି ମଲ୍ଲି ମାଳ
ଅତି ରୁଚିର ସୁରୁଚିର ଯମୁନାର କୂଳ
କଦମ୍ବ ମୂଳେ ଭେଟ ଦେବକୀ ବାଳ[0୭]
ଅତି ରୁଚିର ସୁରୁଚିର ଶିଶୁର ହୃଦୟ
ନିଷ୍ପାପ ନିର୍ମଳ ମହାନନ୍ଦରେ ଖେଳେ
ଅତି ରୁଚିର ସୁରୁଚିର ହରି ସଂକୀର୍ତ୍ତନ
ଭାଗ୍ୟ ଥିଲେ କୀର୍ତ୍ତିନରେ ମନ ବଳେ[0୮ ]
ଅତି ରୁଚିର ସୁରୁଚିର ପ୍ରାଚୀ ଆକାଶ
ଅତି ଶୋଭା କମଳା ହସ୍ତରେ କମଳ
ଅତି ରୁଚିର ସୁରୁଚିର ଅନନ୍ତ ଶୟନ
ଯୋଗୀ ଜନ ମାନସ ସକଳ ସମ୍ବଳ [୦୯]
ଅତି ରୁଚିର ସୁରୁଚିର ହରି ହରି ହରି
ବ୍ରହ୍ମା ଯାଚିଦେଲେ ମୋହନ ବେଣୁ
ଅତି ରୁଚିର ସୁରୁଚିର ବଂଶୀର ଧ୍ୱନି
କାନ ମନ ହୃଦୟ ପ୍ରାଣ ସର୍ବ କିଣେ [୧୦]
ଅତି ରୁଚିର ସୁରୁଚିର ଚକା ଡୋଳା
କମଳା ହୃଦୟ ମାନସ ଶରଦ ଶଶୀ
ଅତି ରୁଚିର ସୁରୁଚିର ବାହୁଡା ଯାତ
ବିମଳାଙ୍କ ଅଧୀରତା ଦେଖି ମୁଁ ଖୁସି [୧୧]
ଅତି ରୁଚିର ସୁରୁଚିର ଚନ୍ଦ୍ରର ଜୋତ୍ସନା
କେଡେ ମୂଗ୍ଧରେ ଚାହିଁ ରହିଥାଏ କଇଁ
ଅତି ରୁଚିର ସୁରୁଚିର ଜନ୍ମ ଭୂମି ଉତ୍କଳ
ଚକାଆଖିକୁ ବଡ଼ଦାଣ୍ଡରେ ଭେଟ ପାଇଁ [୧୨]
ଅତି ରୁଚିର ସୁରୁଚିର ନୀଳାଚଳ ଧାମ
ଆନନ୍ଦ ପରମାନନ୍ଦଙ୍କୁ ଆଲିଙ୍ଗନ କରେ
ଅତି ରୁଚିର ସୁରୁଚିର ବଡ ଦାଣ୍ଡେ ରଥ
ପୂର୍ଣ୍ଣବ୍ରହ୍ମକୁ ଜୀବ ଆଖିରେ ଦେଖି ତରେ[୧୩]
ଅତି ରୁଚିର ସୁରୁଚିର ବାତ୍ସଲ୍ୟ ମମତା
ଯଶୋଦା ଗୋବିନ୍ଦଙ୍କୁ ଧରିଲେ କୋଳେ
ଅତି ରୁଚିର ସୁରୁଚିର ମାଟି ଖିଆ ମୁଖ
ବିଶ୍ୱରୁପ ଯଶୋଦା ଦେଖିଲେ ଡୋଳେ[୧୪]
ଅତି ରୁଚିର ସୁରୁଚିର ଗୋପାଳ ବାଳ
ଅନ୍ଧ ସୁରଦାସ ପ୍ରେମରେ ଗଲେ ବୁଡି
ଅତି ରୁଚିର ସୁରୁଚିର ଗୋପୀ ଗୋପାଳ
ଭକ୍ତକୁ ବୃନ୍ଦାବନକୁ ନେଲେ ଧରି ବାଡ଼ି [୧୫]
ଅତି ରୁଚିର ସୁରୁଚିର କାଳୀୟ ଦଳନ
କାଳନ୍ଦୀ ଗୋପୀ ଗୋପାଳ ତରିଗଲେ
ଅତି ରୁଚିର ସୁରୁଚିର ଛନ୍ଦା ପଦ୍ମ ପାଦ
ସଂସାର ତେଜିଣ ରସନା ଧରିଗଲେ [୧୬]
ଅତି ରୁଚିର ସୁରୁଚିର କୃଷ୍ଣ ବଳରାମ
ମଥୁରା ଦାଣ୍ଡ ବନ୍ଦନା କଲା ପଦ୍ମପାଦ
ଅତି ରୁଚିର ସୁରୁଚିର ଦିଶିଲା କୁବୁଜା
କଂସାସୁର ଦେଖିଣ ଲଭିଲା ପ୍ରମାଦ[୧୭]
ଅତି ରୁଚିର ସୁରୁଚିର ନବଜାତ କୃଷ୍ଣ
ବାସୁକୀ ଚଉଦ ଚକ୍ଷୁ ଚିହ୍ନିଣ ଢ଼ାଙ୍କିଲା
ଅତି ରୁଚିର ସୁରୁଚିର ଶ୍ରୀବତ୍ସ ଲାଞ୍ଛନ
ବାସୁଦେବ ଶିରେ ଆଖି କିସ ଦେଖିଲା [୧୮]
ଅତି ରୁଚିର ସୁରୁଚିର ଯୁଗଳ ମୂରତି
ପାଦ ନ ଫେରେ ଥରେ ଗଲେ କୁଞ୍ଜ
ଅତି ରୁଚିର ସୁରୁଚିର ଯମୁନାର କୂଳ
ଜହ୍ନିଫୁଲ ଫୁଟିଲାକି ଦେଖି ମୁଁହ ସଞ୍ଜ [୧୯]
ଅତି ରୁଚିର ସୁରୁଚିର ଶିରେ ଟାହିଆ
ଜଗତ ରାଜ୍ୟାଧିରାଜ କରୁଛନ୍ତି ବିଜେ
ଅତି ରୁଚିର ସୁରୁଚିର ଚତୁର୍ଦ୍ଧା ମୂରତି
ସଂସାର ଦେହ ପାଶୋରି ମନ ଭଜେ [୨୦]
ଜୟଦେବଙ୍କ ପାଇଁ ଲେଖନୀ ଧରିଲୁ
ଜୟଦେବଙ୍କ ପାଇଁ ଲେଖନୀ ଧରିଲୁ
ଶିଖିପୂଛ ଶିରେ ଘେନିଲୁ ରାଧା ପାଦ
ଭକତଙ୍କ ପାଇଁ ନନ୍ଦୀଘୋଷ ଚଢ଼ିଲୁ
ଅବଢ଼ାରେ ଭରିଦେଲୁ ଅମୃତ ସ୍ୱାଦ
ଶୁଣିଲି ଗୁଣିଲି ଗାଇଲି ଲେଖିଲି
ଶୁଣିଲି ଗୁଣିଲି ଗାଇଲି ଲେଖିଲି
ମାଆ ଯାହା ଜାଣି ଥିଲି ତୋତେ
ମାଆ ବୋଲି ଡାକିଲେ ଓ କରିବୁ
ମୁଁ ଆଉ କିଛି ମାଗୁନାହିଁ ତୋତେ
Thursday, 18 January 2024
ତୋହାର ଉଦାର ପଣକୁ କିଏ ସରିକି
ତୋହାର ଉଦାର ପଣକୁ କିଏ ସରିକି
ଉପମାକୁ ଉଣା ସକଳ ଜନନୀ ସ୍ନେହ
ପ୍ରହ୍ଲାଦକୁ ବସାଇଲୁ ନିଜ କୋଳରେ
ଦର୍ଶନେ ଦୂର ହୁଏ ସକଳ ଭଵ ଭୟ
ମୁରଲୀ ମୋହନ ରୂପକୁ ଦେଖିଲେ
ମୁରଲୀ ମୋହନ ରୂପକୁ ଦେଖିଲେ
ମୋର ମାଟି ଘଟେ ପଶିଯାଏ ପ୍ରାଣ
ସତେ ଅବା ସେ ମୋ ସବୁଠୁ ନିଜର
ହେ ଅନ୍ତର୍ଯ୍ୟାମୀ ସତଟି ତୁମେ ଜାଣ
ଚିତ୍ତ ଚୋରଙ୍କ ମୁଁହରେ ମନ୍ଦ ମନ୍ଦ ହସ
କାହା ଲାଗି ତୋ ଶ୍ରୀମୁଖରେ ମଧୁର ମନ୍ଦ ମନ୍ଦ ହସ
କାହାକୁ ତୋ ଅଧର ବଂଶୀ ଏତେ ଆତୁରେ ଡାକୁଛି
ହରି ହେ ସତରେ ମୁଁହି କି ସେହି ଅଲୋଡ଼ା ଅଭାଗା
ଯିଏ ନିଜ ଠିକଣା ଭୁଲି ତାର ପ୍ରାଣ ବନ୍ଧୁଙ୍କୁ ଖୋଜୁଛି
Wednesday, 17 January 2024
ଧର୍ମ ଅର୍ଥ କାମ ମୋକ୍ଷରେ ମନକୁ ଥୋଇଲି
ଧର୍ମ ଅର୍ଥ କାମ ମୋକ୍ଷରେ ମନକୁ ଥୋଇଲି
ହରି ହେ ମନ ମୋ ପଳେଇ ଆସିଲା ଖସି
ଏବେ ଠିଆ ହୋଇଛି ତୋ ଗରୁଡ ପଛରେ
ହରି ହେ ଟିକିଏ ହସ ନିଶ୍ଚୟ ରହିବ ବସି
ତାକୁ ଖାଲି ଭାବୁଛି ତାକୁ ଖାଲି ଝୁରୁଛି
ତାକୁ ଖାଲି ଭାବୁଛି ତାକୁ ଖାଲି ଝୁରୁଛି
ଏତିକିରେ କଣ ତାର କି ହେବ ଭେଟ
ନିଷ୍କାମ ଫଳରେ ମାଧବ ସେବି ନାହିଁ
ନାହିଁ ମୋ ଗୁରୁ ନ ଖାଇଛି ଗୁରୁ ଛାଟ
ମାଆ ଗୋ କେମିତି ଲଭିବି ତୋର କୃପା
ମାଆ ଗୋ କେମିତି ଲଭିବି ତୋର କୃପା
ମୁଁହି ଯେ ମାୟା ଭଉଁରୀରେ ପଡି ଘୁରେ
ମାଆ ଗୋ ହୃଦୟ କହୁଛି ନିଶ୍ଚୟ ତରିବି
କୃପା ଯେ ମାଆର ତିନି ଲୋଚନୁ ଝରେ
Tuesday, 16 January 2024
ଦୟା କ୍ଷମା ଆଚରଣେ ଭାଷା ମଧୁର
ଦୟା କ୍ଷମା ଆଚରଣେ ଭାଷା ମଧୁର
ସତ୍ୟ ଧର୍ମ ଆଚରଣେ ଚିତ୍ତ ସୁଧୀର
ଶ୍ରଦ୍ଧା ଜ୍ଞ୍ୟାନ ଆଚରଣେ ବୁଦ୍ଧି ସୁନ୍ଦର
ପ୍ରେମ ଭକ୍ତି ଆଚରଣେ ଜୀବ ଉଦ୍ଧାର
ଏମିତି ଏକ ଲୟ ହୋଇ ଚାହିଁଲା ଲୋ
ଯେମିତି ସିଏ ମୋ ଗୋଟାପଣେ ନିଜର
ସେମିତି ମୋତେ ଏକ ଲୟରେ ଚାହିଁଲା
ଥରୁଟିଏ କେବଳ ତାହାର ମୋର ଭେଟ
ଚକାଆଖି ମୋ ପ୍ରାଣବନ୍ଧୁ ହୋଇ ରହିଲା
ଚଣ୍ଡୀର ଲୀଳା ଖେଳା କାନକୁ କହିଲି
ଚଣ୍ଡୀର ଲୀଳା ଖେଳା କାନକୁ କହିଲି
ଆଖି ଦର୍ଶନ କରିବାକୁ ହେଲା ଅଧୀର
ଭେଟି ଦେବା ପାଇଁ ମନ୍ଦାର ତୋଳିଲି
କରୁଣା ମୁଁହି ହସିଦେଲା ଅତି ମଧୁର
Monday, 15 January 2024
ଏହି ଜୀବ ଗୋଟେ ଝଙ୍କାଳିଆ ବର ଗଛ
ଏହି ଜୀବ ଗୋଟେ ଝଙ୍କାଳିଆ ବର ଗଛ
ହେ ଚକାଆଖି ଓହଳରେ ଝୁଲରେ ଓହଳି
ଆଣିବୁ ତୋ ପରିବାର ତୋ ସବୁ ଭକତ
ଆଜି ବର ତଳେ ଲାଗିବ ଭକତ ଗହଳି
ତୁହିରେ ଭାଣ୍ଡୁଆ ତୁହିରେ ରାଣ୍ଡୁଆ
ତୁହିରେ ଭାଣ୍ଡୁଆ ତୁହିରେ ରାଣ୍ଡୁଆ
ଗଳାମାଳିଆରେ କାହାକୁ କହିବି ମୁଁହି
ଆହାଃ କି ସୁନ୍ଦର ତୋର କଳା ବଦନ
କଳା ବଦନରେ ରହିଥିବି ସିନା ଚାହିଁ
ଗୋଟିଏ ବହିରେ ନାୟକ ତୁହି ହରି
ଗୋଟିଏ ବହିରେ ନାୟକ ତୁହି ହରି
ଆଉ ଗୋଟିଏ ବହିରେ ଖଳ ନାୟକ
ଗୋଟିଏ ମଞ୍ଚରେ ଶ୍ରୋତା ତୁହି ହରି
ଆଉ ଗୋଟିଏ ମଞ୍ଚରେ ତୁହି ଗାୟକ
ହରି ହେ ଜନ୍ମିଲି ମୁଁହି ଶୁଦ୍ର କୁଳେ
ହରି ହେ ଜନ୍ମିଲି ମୁଁହି ଶୁଦ୍ର କୁଳେ
ଜ୍ଞ୍ୟାନ ଭକ୍ତି ପୂଜା ସବୁ ମୋ କ୍ଷୁଦ୍ର
ଆପଣେ ଚାହିଁଲେ ଦର୍ଶନ ଲଭିବି
ଆସ ହେ ହରି ସୁଭଦ୍ରା ବଳଭଦ୍ର
ମାୟାରେ ମୁଁ ପଡି ଯେବେ କାନ୍ଦଇ ଗଡ଼ି
ମାୟାରେ ମୁଁ ପଡି ଯେବେ କାନ୍ଦଇ ଗଡ଼ି
ଚକାଆଖିରୁ ବହିଯାଏ ଧାର ଧାର ଲୁହ
ଭକ୍ତିରେ ନିରେଖ ମୁଁ ଜ୍ଞ୍ୟାନରେ ମୁରୁଖ
କୃପାନିଧି ହେ ତୁହି ମୋହର କିଏ କହ
Sunday, 14 January 2024
Subscribe to:
Posts (Atom)