ସଂସାରୀଟିଏ ସଜାଉଥାଏ ତୋ ସଂସାର ମା ଗୋ
ଶାକ୍ତଟିଏ ସଜାଉଥାଏ ତୋର ଅତି କାରୁଣ୍ୟ ରୂପ
ତ୍ରିଗୁଣରେ ବନ୍ଧାଟି ମାଆ ମୋର ଗୋଦାରା ପାଦ
ପୁଣ୍ୟ ତାଢ଼ଇ ଅତି ଅଳ୍ପ ମାଡ଼ଇ ଅଧିକ ପାପ [୧]
ସଂସାରୀଟିଏ ସଜାଉଥାଏ ତୋ ସଂସାର ହରି ହେ
ବୈଷ୍ଣବଟିଏ ସଜାଉଥାଏ ମୋହନ ମୁରଲୀ ରୂପ
ତ୍ରିଗୁଣରେ ବନ୍ଧା ହରି ହେ ମୋର ଗୋଦାରା ପାଦ
ପୁଣ୍ୟ ତାଢ଼ଇ ଅତି ଅଳ୍ପ ମାଡ଼ଇ ଅଧିକ ପାପ [୨]
ସଂସାରୀଟିଏ ସଜାଉଥାଏ ତୋ ସଂସାର ଶିବ ହେ
ଶୈବଟିଏ ସଜାଉଥାଏ ଦିବ୍ୟ ଜ୍ୟୋତି ଲିଙ୍ଗ ରୂପ
ତ୍ରିଗୁଣରେ ବନ୍ଧା ଶିବ ହେ ମୋର ଗୋଦାରା ପାଦ
ପୁଣ୍ୟ ତାଢ଼ଇ ଅତି ଅଳ୍ପ ମାଡ଼ଇ ଅଧିକ ପାପ[୩]
No comments:
Post a Comment