Monday, 8 January 2024
--------ଦୟାମୟୀ ମାଆ ଗୋ--------
ନମସ୍ତେ ନମସ୍ତେ ନମସ୍ତେ ହେ ଗିରିଜା ସୁତ
ପତିତକୁ କିଛି ହିଁ ଦୟା ନ କଲେ ତୁମ୍ଭ ମାଆ
ଗାମୁଛା ପତେଇ ମନ୍ଦିର ଦୁଆରେ ମୁଁ ପଡିଛି
ଦୟାକରି ମାକୁ କହିବେ ଅଳ୍ପ କରିବେ ମାୟା [୧]
ନମସ୍ତେ ସରସ୍ବତୀ କମଳା କାଳୀ ମାଆ ଗୋ
କାନ୍ଧ ଗାମୁଛା ବିଛେଇ ପଡିଛି ତୋ ଦୁଆରେ
ଜ୍ଞ୍ୟାନ ଧନ ସୁରକ୍ଷା ଯାହା ହାତ ଟେକି ଦେବୁ
କୃପାମୟୀ ସବୁ ବହି ଯାଉ ଭକ୍ତିର ଲୁହରେ [2]
ସମସ୍ତ ମାଆଙ୍କ ମନକୁ ସ୍ନେହଁରେ ଖୁନ୍ଦି ଦେଇ
ଦୟାମୟୀ ଗୋ ଟିକେ ହୋଇଲୁ ଆନ ମନା
ତେନାଲି ରାମର ତଥାପି ଉଦାର ନ ପୁରିଲା
ବରଦାନ ଦେଲୁ ଜ୍ଞ୍ୟାନ ଧନର ଅସରା ଗିନା [3]
ଅଖିଳ ସଂସାର ଜୀବକୁ ବାଡ଼ି ବୃତ୍ତି ଖଞ୍ଜି ମା
ଦୟାମୟୀ ଗଳେ ଲମ୍ବାଇଲୁ ମନ୍ଦାରର ଧାଡି
ଶ୍ୟାମା ପ୍ରସାଦ ପରିବାର ଭୋକେ ସଢୁଥିଲା
ଛଦ୍ମ ବେଶରେ ମାଆ ବୋହିଲୁ ସଉଦା ଝୁଡି [4]
ଅଖିଳ ସଂସାରକୁ ଦେଇ ସୂର୍ଯ୍ୟ ଚନ୍ଦ୍ର ଆଲୋକ
ଦୟାମୟୀ ଗୋ ନିଜେ ହେଲୁ ଦୟାମୟୀ ତାରା
ସାଧକ ବାମା ଖେପା ତିନି ଦିନ ଉପବାସ ଥିଲା
କାଶୀ ଅନ୍ନ ପୂର୍ଣା ଝୁଡିରେ ଫଳ ବୋହିଲୁ ପରା [୫]
ଅଖିଳ ସଂସାର ପାପୀ ନିପାତ କରିଥିଲୁ ମା ଗୋ
ପାଶାଣ୍ଡ ମିଶି ଶ୍ୟାମା ପ୍ରସାଦକୁ ପକାଉଥିଲେ ବଳି
ସନ୍ତାନ ଆଖିରେ ଲୁହ ସହି ନ ପାରି କରୁଣାମୟୀ
ଯୁପ ଖୁଣ୍ଟିରେ ନିଜ ବେକ ପୁରାଇଲୁ ରଖିଣ ଅଳି [୬]
ଦାରୁକାସୁର ମହିଷାସୁର ଅସଂଖ୍ୟ ବଧିଲୁ ଅସୁର
ତଥାପି ଦର୍ପରେ ଦଶାନନ କଲା ସୀତାଙ୍କୁ ହରଣ
ରାଜୀବ ଲୋଚନକୁ ଦେଲୁ ଅଭୟ ହସ୍ତ କମଳ
ତେଜିଲୁ ମା ତୋ ମାନସ ପୁତ୍ର ଲଙ୍କାର ରାବଣ [୭]
ଅଖିଳ ଜୀବ ମଧ୍ୟେ ଜୀବନ ରୂପେ ସ୍ଥିତ ମା
ରାମକୃଷ୍ଣ ଲାଗି ହେଲୁ ଜିଅନ୍ତା ଦକ୍ଷିଣ କାଳୀ
ନରେନ୍ଦ୍ର ନାଥ ସନ୍ଦେହ କଲା ତୁହି ପଥର
ମୂର୍ତ୍ତି ହସ୍ତରେ ଖେଳିଲୁ ରକ୍ତ ଲହଡି ଭଳି [୮]
ଧର୍ମ ସଂସ୍ଥାପନ ନିମନ୍ତେ ବସ୍ତ୍ର ତେଜିଥିଲୁ
ସୁବ୍ରମନୀୟ ପାଇଁ ତେଜିଲୁ କର୍ଣ୍ଣ କୁଣ୍ଡଳ
ସେହି କୁଣ୍ଡଳ ହୋଇଲା ପୁଣ୍ୟ ପୂର୍ଣ୍ଣ ଚନ୍ଦ୍ର
ଉଦ୍ଭାସିତ ଜୋତ୍ସନାରେ ଆକାଶ ମଣ୍ଡଳ [୯]
ଅଖିଳ ପଡି ଦାତ୍ରୀ ମାଆ ଗୋ ଅନ୍ନପୂର୍ଣା
ବାର ବର୍ଷ କାଳ ଅଭୁକ୍ତ ଥିଲେ ଜଗନ୍ନାଥ
ଚଣ୍ଡାଳୁଣୀ ବେଶରେ ରାନ୍ଧି ଭୁଞ୍ଜାଇଲୁ ମା
ପୂର୍ଣ୍ଣ ହେଲା ଦେଢ଼ଶୁରଙ୍କର ମନୋରଥ [୧୦]
ଧର୍ମ ସଂସ୍ଥାପନ ମା ତେଜିଲୁ କୁଣ୍ଡଳ ବସ୍ତ୍ର
ବାକି ରହି ଯାଇଥିଲା ପାଶେ ତୋ ପ୍ରାଣ
ତେତ୍ରୟା ଯୁଗରେ ପାତାଳ ଗାମୀ ହେଲୁ
ଦୟାମୟୀ ମାଆ ତୋଷିବାକୁ ସାଧାରଣ [୧୧]
ଏ ଅଖିଳ ନିଖିଳରେ ମୁଁହି ଅତି ନିରେଖ
ମାଆ ଗୋ ମା ଡାକି ନ ଜଣାଇ ତୋତେ
ତୋ ଭକ୍ତଙ୍କ ଚଲା ପଥକୁ ଆଶ୍ରା କରିଛି
ପାଷାଣୀ ଲୋ ପଣତେ ଘୋଡା ମୋତେ [୧୨]
Subscribe to:
Post Comments (Atom)
No comments:
Post a Comment