Friday 19 January 2024

ରସରାଜ କୃଷ୍ଣ

ଅତି ରୁଚିର ସୁରୁଚିର ନାରିକେଳ ଜଳ ମାଆ ପିତା ସମ ସୁରକ୍ଷା ଦିଏ ଖୋଳ ଅତି ରୁଚିର ସୁରୁଚିର କୃଷ୍ଣ କୃଷ୍ଣ କୃଷ୍ଣ ରାଧା କୃପା କଲେ ଭେଟ ନନ୍ଦ ବାଳ[0୧] ଅତି ରୁଚିର ସୁରୁଚିର କୋକିଳ କୁହୁ ଅତି ଘଞ୍ଚ ପଲ୍ଲବ ଗହଳେ ତା ବାସ ଅତି ରୁଚିର ସୁରୁଚିର ବେଣୁର ଧ୍ୱନି କୃଷ୍ଣ କୃପା ନିଷ୍କାମରେ ମନ ତୋଷ [0୨] ଅତି ରୁଚିର ସୁରୁଚିର ଝରଣା ଜଳ ଅଖିଳ ନିଖିଳ ପାନରେ ଦିନ ବଞ୍ଚେ ଅତି ରୁଚିର ସୁରୁଚିର ଗୋବିନ୍ଦ ରୂପ ବୈଷ୍ଣବ ଦର୍ଶନରେ ଦିବାନିଶି ନାଚେ[0୩] ଅତି ରୁଚିର ସୁରୁଚିର ମାଆର ସ୍ନେହ ସନ୍ତାନ ଲାଗି ପଣତରେ ଥାଏ ବାନ୍ଧି ଅତି ରୁଚିର ସୁରୁଚିର ଲୀଳା ଶ୍ରବଣ ପରିକ୍ଷିତଙ୍କୁ ଭାଗବତ କଲା ବନ୍ଦୀ [0୪] ଅତି ରୁଚିର ସୁରୁଚିର ଗୀତ ଗୋବିନ୍ଦ ମୂର୍ଚ୍ଛନାରେ ରାଧାମାଧବ ହେଲେ ବାଇ ଅତି ରୁଚିର ସୁରୁଚିର ବୈଷ୍ଣବ ଭେଟ ଜଗାଇ ମାଧାଇ ନାଚେ ଥେଇ ଥେଇ[0୫] ଅତି ରୁଚିର ସୁରୁଚିର ବିଠଲ ବିଠଲ ଜନା ବାଇ ପ୍ରେମେ ଭଜେ ରାନ୍ଧୁ ରାନ୍ଧୁ ଅତି ରୁଚିର ସୁରୁଚିର ଶିଖିପୂଛ ଶିର ଦିବସ ନିଶି ଝୁରି ମରନ୍ତି ଗୋପ ବଧୂ[0୬] ଅତି ରୁଚିର ସୁରୁଚିର ଚୌରାଅଷ୍ଟକମ ବିଲ୍ୱ ମଙ୍ଗଳ ଗୁନ୍ଥିଲା ଭକ୍ତି ମଲ୍ଲି ମାଳ ଅତି ରୁଚିର ସୁରୁଚିର ଯମୁନାର କୂଳ କଦମ୍ବ ମୂଳେ ଭେଟ ଦେବକୀ ବାଳ[0୭] ଅତି ରୁଚିର ସୁରୁଚିର ଶିଶୁର ହୃଦୟ ନିଷ୍ପାପ ନିର୍ମଳ ମହାନନ୍ଦରେ ଖେଳେ ଅତି ରୁଚିର ସୁରୁଚିର ହରି ସଂକୀର୍ତ୍ତନ ଭାଗ୍ୟ ଥିଲେ କୀର୍ତ୍ତିନରେ ମନ ବଳେ[0୮ ] ଅତି ରୁଚିର ସୁରୁଚିର ପ୍ରାଚୀ ଆକାଶ ଅତି ଶୋଭା କମଳା ହସ୍ତରେ କମଳ ଅତି ରୁଚିର ସୁରୁଚିର ଅନନ୍ତ ଶୟନ ଯୋଗୀ ଜନ ମାନସ ସକଳ ସମ୍ବଳ [୦୯] ଅତି ରୁଚିର ସୁରୁଚିର ହରି ହରି ହରି ବ୍ରହ୍ମା ଯାଚିଦେଲେ ମୋହନ ବେଣୁ ଅତି ରୁଚିର ସୁରୁଚିର ବଂଶୀର ଧ୍ୱନି କାନ ମନ ହୃଦୟ ପ୍ରାଣ ସର୍ବ କିଣେ [୧୦] ଅତି ରୁଚିର ସୁରୁଚିର ଚକା ଡୋଳା କମଳା ହୃଦୟ ମାନସ ଶରଦ ଶଶୀ ଅତି ରୁଚିର ସୁରୁଚିର ବାହୁଡା ଯାତ ବିମଳାଙ୍କ ଅଧୀରତା ଦେଖି ମୁଁ ଖୁସି [୧୧] ଅତି ରୁଚିର ସୁରୁଚିର ଚନ୍ଦ୍ରର ଜୋତ୍ସନା କେଡେ ମୂଗ୍ଧରେ ଚାହିଁ ରହିଥାଏ କଇଁ ଅତି ରୁଚିର ସୁରୁଚିର ଜନ୍ମ ଭୂମି ଉତ୍କଳ ଚକାଆଖିକୁ ବଡ଼ଦାଣ୍ଡରେ ଭେଟ ପାଇଁ [୧୨] ଅତି ରୁଚିର ସୁରୁଚିର ନୀଳାଚଳ ଧାମ ଆନନ୍ଦ ପରମାନନ୍ଦଙ୍କୁ ଆଲିଙ୍ଗନ କରେ ଅତି ରୁଚିର ସୁରୁଚିର ବଡ ଦାଣ୍ଡେ ରଥ ପୂର୍ଣ୍ଣବ୍ରହ୍ମକୁ ଜୀବ ଆଖିରେ ଦେଖି ତରେ[୧୩] ଅତି ରୁଚିର ସୁରୁଚିର ବାତ୍ସଲ୍ୟ ମମତା ଯଶୋଦା ଗୋବିନ୍ଦଙ୍କୁ ଧରିଲେ କୋଳେ ଅତି ରୁଚିର ସୁରୁଚିର ମାଟି ଖିଆ ମୁଖ ବିଶ୍ୱରୁପ ଯଶୋଦା ଦେଖିଲେ ଡୋଳେ[୧୪] ଅତି ରୁଚିର ସୁରୁଚିର ଗୋପାଳ ବାଳ ଅନ୍ଧ ସୁରଦାସ ପ୍ରେମରେ ଗଲେ ବୁଡି ଅତି ରୁଚିର ସୁରୁଚିର ଗୋପୀ ଗୋପାଳ ଭକ୍ତକୁ ବୃନ୍ଦାବନକୁ ନେଲେ ଧରି ବାଡ଼ି [୧୫] ଅତି ରୁଚିର ସୁରୁଚିର କାଳୀୟ ଦଳନ କାଳନ୍ଦୀ ଗୋପୀ ଗୋପାଳ ତରିଗଲେ ଅତି ରୁଚିର ସୁରୁଚିର ଛନ୍ଦା ପଦ୍ମ ପାଦ ସଂସାର ତେଜିଣ ରସନା ଧରିଗଲେ [୧୬] ଅତି ରୁଚିର ସୁରୁଚିର କୃଷ୍ଣ ବଳରାମ ମଥୁରା ଦାଣ୍ଡ ବନ୍ଦନା କଲା ପଦ୍ମପାଦ ଅତି ରୁଚିର ସୁରୁଚିର ଦିଶିଲା କୁବୁଜା କଂସାସୁର ଦେଖିଣ ଲଭିଲା ପ୍ରମାଦ[୧୭] ଅତି ରୁଚିର ସୁରୁଚିର ନବଜାତ କୃଷ୍ଣ ବାସୁକୀ ଚଉଦ ଚକ୍ଷୁ ଚିହ୍ନିଣ ଢ଼ାଙ୍କିଲା ଅତି ରୁଚିର ସୁରୁଚିର ଶ୍ରୀବତ୍ସ ଲାଞ୍ଛନ ବାସୁଦେବ ଶିରେ ଆଖି କିସ ଦେଖିଲା [୧୮] ଅତି ରୁଚିର ସୁରୁଚିର ଯୁଗଳ ମୂରତି ପାଦ ନ ଫେରେ ଥରେ ଗଲେ କୁଞ୍ଜ ଅତି ରୁଚିର ସୁରୁଚିର ଯମୁନାର କୂଳ ଜହ୍ନିଫୁଲ ଫୁଟିଲାକି ଦେଖି ମୁଁହ ସଞ୍ଜ [୧୯] ଅତି ରୁଚିର ସୁରୁଚିର ଶିରେ ଟାହିଆ ଜଗତ ରାଜ୍ୟାଧିରାଜ କରୁଛନ୍ତି ବିଜେ ଅତି ରୁଚିର ସୁରୁଚିର ଚତୁର୍ଦ୍ଧା ମୂରତି ସଂସାର ଦେହ ପାଶୋରି ମନ ଭଜେ [୨୦]

No comments:

Post a Comment