Sunday 12 May 2024

ନାରୀଠାରୁ ମୁହିଁ ଜନ୍ମ ହେଲି ମାଆ ଗୋ

ନାରୀଠାରୁ ମୁହିଁ ଜନ୍ମ ହେଲି ମାଆ ଗୋ କେମିତି ହୋଇଲା ନର ମୋହର ଦେହ ପଞ୍ଚଭୂତରେ ଗଢା ମୋ ସମ୍ପୂର୍ଣ ଶରୀର କିଏ ମୋ ଚେତନା କିଏ ଆଣେ ମୋହ [୧] ତୁହି ମାଆ ଗୋ ଶ୍ରୀଗୋବିନ୍ଦଙ୍କ ଜନନୀ ତୁହି ମାଆ ଗୋ ଅଖିଳ ନିଖିଳର ମାଆ ତୁହି ମାଆ ଗୋ ପ୍ରଶ୍ନ ଉତ୍ତର ଦେବୁ ଗୋ ତୋର ବିନା ଜନନୀ କେହି ନାହିଁ ସାହା [୨] ତୁହି କାୟା ଗଢ଼ିଲୁ ନବ ମାସ ଦଶ ଦିନ ବେନି ନୟନରେ ଦେଲୁ ମାୟା କଜଳ ବର୍ତ୍ତମାନରେ ବଞ୍ଚେ ଭବିଷ୍ୟତ ଅଜଣା ମା ହୋଇ ମାଆ ଗୋ ନ ଦେଖୁ ବିକଳ[୩]

No comments:

Post a Comment