Wednesday 8 May 2024

ପଞ୍ଚାମୃତ

ଆପଣଙ୍କ ସ୍ୱରୂପ ନବ ହରି ଚନ୍ଦନ ନବ ଆଷାଢ଼ ଘନ ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ହୃଦ ସ୍ପନ୍ଦନ[୧] ନବ ପ୍ରସ୍ଫୁଟିତ ପଦ୍ମ ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ନିର୍ମଳ ପୁଷ୍କରିଣୀ ନବ ପ୍ରଭାତର ଭ୍ରମର ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ଘୁଙ୍ଗୁର କିଣି କିଣି [୨] ନବ ଜାତ ମୁଖ କମଳ ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ବାତ୍ସଲ୍ୟ ମମତା ନବ ଶୁଭ ପଞ୍ଚଜନ୍ୟ ଧ୍ୱନି ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ପଦବୀ କ୍ଷମତା [୩] ନବ ସ୍ନାନ ପବିତ୍ରତା ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ରୁଦ୍ରାକ୍ଷ ମାଳା ନବ ଯୌବନ ବେଶ ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ନିର୍ମିତ୍ତ ଅଳା[୪] ନବ ବସନ୍ତ ପଲ୍ଲବ ସ୍ୱରୂପ ଆପଣ ଆପଣଙ୍କ ସ୍ୱରୂପ ନବ ଘଞ୍ଚ ଛାୟା ନବ ସ୍ୱର ସ୍ୱରୂପ କୋକିଳ ଆପଣ ଆପଣଙ୍କ ସ୍ୱରୂପ ନବ ସକଳ ମାୟା [୫]

No comments:

Post a Comment