Wednesday, 30 April 2025
ଶ୍ରୀଗୋବିନ୍ଦ ସଦା ବ୍ରହ୍ମାନନ୍ଦ
ଶ୍ରୀଗୋବିନ୍ଦ ଛନ୍ଦାପାଦ ବ୍ରହ୍ମାନନ୍ଦ ସଦନ
ଶ୍ରୀଗୋବିନ୍ଦ ଦାସ ସଙ୍ଗ ସଦାନନ୍ଦମୟୀ
ଲଭିବାକୁ ଉପୁଜିଲେ ମନରେକବାସନା
ନିରନ୍ତର ଚିନ୍ତ ଶ୍ୟାମା ପାଦ ମହାମାୟୀ
ଅଶୁଣା ଅଦେଖା ଅତି ଅପରିଚିତ
ଅଶୁଣା ଅଦେଖା ଅତି ଅପରିଚିତ
ସେବାରେ ଥୋଇଲି ମୋର ମନ
ଭେଟିବି କିବା କୃଷ୍ଣ କରୁଣା ସିନ୍ଧୁ
ଅଧାଗଢା ନାହିଁ ପାଦ ପାଦ ଚିହ୍ନ
ନମସ୍ତେ ନମସ୍ତେ ନମସ୍ତେ ଅଖିଳ ଜନନୀ କମଳା
ନମସ୍ତେ ନମସ୍ତେ ନମସ୍ତେ ଅଖିଳ ଜନନୀ କମଳା
କମଳ ବାସିନୀ ଶାନ୍ତି ରୁପା ବିଷ୍ଣୁ ଶରୀର ସୁରକ୍ଷଣୀ
ନମସ୍ତେ ନମସ୍ତେ ନମସ୍ତେ ଅଖିଳ ଦାରିଦ୍ର୍ୟ ଭଞ୍ଜନୀ
ଛନ୍ଦାପାଦ ଖୋଜୁ ଖୋଜୁ ତୋ ଅଳାରେ ମା ତାରିଣୀ
ସାମର୍ଥ ମୋର କେବଳ ଚର୍ମ ଆଖି କାନ ଦୁଇ
ସାମର୍ଥ ମୋର କେବଳ ଚର୍ମ ଆଖି କାନ ଦୁଇ
ଅନ୍ୟ ଉପାୟ ନାହିଁ ବଡ ଅଜ୍ଞାନୀ କ୍ଷୀଣ ବୁଦ୍ଧି
ହେ ଅଧାଗଢା ତୋ ଭେଟ ହେଲା ଦିବା ସ୍ବପ୍ନ
ହେ ବ୍ରହ୍ମଦାରୁ ତ୍ରାହି ତ୍ରାହି ଚିତ୍ତରେ ନାହିଁ ଶୁଦ୍ଧି
ସାମର୍ଥ ମୋର କେବଳ ଚର୍ମ ଆଖି କାନ ଦୁଇ
ସାମର୍ଥ ମୋର କେବଳ ଚର୍ମ ଆଖି କାନ ଦୁଇ
ଅନ୍ୟ ଉପାୟ ନାହିଁ ବଡ ଅଜ୍ଞାନୀ କ୍ଷୀଣ ବୁଦ୍ଧି
ହେ ଅଧାଗଢା ତୋ ଭେଟ ହେଲା ଦିବା ସ୍ବପ୍ନ
ହେ ବ୍ରହ୍ମଦାରୁ ତ୍ରାହି ତ୍ରାହି ଚିତ୍ତରେ ନାହିଁ ଶୁଦ୍ଧି
ପାଞ୍ଚ ମହାସାଗର କରୁଣା ସାଇକୃଷ୍ଣ
ପାଞ୍ଚ ମହାସାଗର କରୁଣା ସାଇକୃଷ୍ଣ
ଶରଣାଗତ ନିମନ୍ତେ ବ୍ରହ୍ମଦାରୁ ଛାଇ
ବାଟ କଢ଼େଇ ନିଅନ୍ତି ବୈକୁଣ୍ଠ ପୁରକୁ
ସଂସାର ହାଟରେ ଯେବେ ହଜି ଯାଇ
ବିଷ୍ଣୁ କୃପା କଲେ ବୈଷ୍ଣବଙ୍କର ଭେଟ
ବିଷ୍ଣୁ କୃପା କଲେ ବୈଷ୍ଣବ ଭେଟ
ବୈଷ୍ଣବ ଭେଟରେ ରୋମାଞ୍ଚିତ ତନୁ
ସେହି ଅନୁଭବ ଅତି ସୁଧାନିଧି ସାଧୁ
ଆତ୍ମା ପରତ୍ମାଙ୍କୁ ନ ପାଶୋରେ ମନୁ
ଅନ୍ଧକୁ ଯେସନେ ହସ୍ତୀର ପାଦ ସ୍ତମ୍ଭ ଶରୀର କାନ୍ଥ
ଅନ୍ଧକୁ ଯେସନେ ହସ୍ତୀର ପାଦ ସ୍ତମ୍ଭ ଶରୀର କାନ୍ଥ
ତେସନେ ଅଜ୍ଞାନୀ ଅନୁମାନରେ ଏହି ସଂସାର ମାୟା
ବ୍ରହ୍ମଜ୍ଞାନୀକୁ ଏହି ଅଖିଳ ସଂସାର ବିଷ୍ଣୁଙ୍କ ଚଳନ୍ତି ରୂପ
କମଳାଙ୍କ କୃପାରେ ବ୍ରହ୍ମଦାରୁ ହୁଏ ଏ ସଂସାର କାୟା
ଛାଇ ନିଦରେ ଶୋଇଥିବା ମଣିଷଟିଏ
ଛାଇ ନିଦରେ ଶୋଇଥିବା ମଣିଷଟିଏ
ଯେମିତି ଉଠେ ଥରୁଟିଏ ଡାକିଦେଲେ
ତେମନ୍ତେ ଉପସ୍ଥିତ ହୁଅ ମୋ ଆଗରେ
ହେ ପ୍ରାଣନାଥ ତୋତେ ସ୍ମରଣ କଲେ
କେଉଁ ଉପାୟରେ ଭେଟିବି ହେ ଗୋବିନ୍ଦ
କେଉଁ ଉପାୟରେ ଭେଟିବି ହେ ଗୋବିନ୍ଦ
ଆଖି କାନ ଭାବ ଭକ୍ତି ଜ୍ଞାନ କି ଯୋଗରେ
ବିକାର କରେଇ ନ ଦେଲେ ନିଷ୍କାମ କର୍ମ
ସତେ ତୁମ୍ଭ ଭେଟ ନାହିଁ ମୋ ଭାଗ୍ୟରେ
Tuesday, 29 April 2025
ହେ କରୁଣା ସିନ୍ଧୁ ଦୀନ ବନ୍ଧୁ ସାଇ
ହେ କରୁଣା ସିନ୍ଧୁ ଦୀନ ବନ୍ଧୁ ସାଇ
ନିରନ୍ତର ନିରନ୍ତର ଥିବଟି ପାଖରେ
ଏତିକି କାମନା କେବଳ ପତିତର
ପୂର୍ଣ୍ଣ ସମ୍ପୂର୍ଣ୍ଣ କର ପୁଣ୍ଡରୀକାକ୍ଷରେ
ନମସ୍ତେ ନମସ୍ତେ ନମସ୍ତେ କମଳା ମାଆ ଗୋ
ନମସ୍ତେ ନମସ୍ତେ ନମସ୍ତେ କମଳା ମାଆ ଗୋ
ପିଣ୍ଡେ ପ୍ରାଣ ଥିବାଯାଏ ଥିବୁ ହୃଦୟ କମଳରେ
ଛନ୍ଦା ପାଦରେ ସ୍ମିତ ହସୁଥିବେ ମୁରଲୀ ବଦନ
ମାଆ ସେ ଛଇକୁ ଚିନ୍ତୁଥିବି ବେଳ ଅବେଳରେ
ହେ କୃଷ୍ଣ ସୁନ୍ଦର କୃଷ୍ଣ ମଧୁର କୃଷ୍ଣ ଉଦାର
ହେ କୃଷ୍ଣ ସୁନ୍ଦର କୃଷ୍ଣ ମଧୁର କୃଷ୍ଣ ଉଦାର
ହେ ଅଖିଳ କୋଟି ବ୍ରହ୍ମାଣ୍ଡ ଜୀବନ ସୁଧାର
ଭାବରେ ଅର୍ଚ୍ଚନା ନିମନ୍ତେ ହେଲ ଅଧାଗଢା
ହେ ଗୋବିନ୍ଦ ଲକ୍ଷ୍ମୀ ପ୍ରାଣ ଉଦ୍ଧାର ଉଦ୍ଧାର
ଏହି ଯେଉଁ ସକଳ ଦୃଶ୍ୟ ଅଦୃଶ୍ୟ ସଚରାଚର
ଏହି ଯେଉଁ ସକଳ ଦୃଶ୍ୟ ଅଦୃଶ୍ୟ ସଚରାଚର
କେବଳ ତୁହି ଏକାକ୍ଷର ଏକଇ ବ୍ରହ୍ମ ନିରାଧାର
ସକଳ ଦେବାଦେବୀ ବ୍ରହ୍ମଦାରୁରେ ବ୍ରହ୍ମ କମଳ
ସୁମତି ବୋଲେ ତୁହି ରାମ ସାଇରାମ ହରିହର
ମୁଠାଏ ଦେଇଥିଲେ ସତ ପାତ୍ରରେ
ମୁଠାଏ ଦେଇଥିଲେ ସତ ପାତ୍ରରେ
ସୁଦାମା ସଖା ଅନେକ କରି ଦିଅନ୍ତି
ନିଷ୍କାମ ଫଳକୁ ଭକ୍ତିରେ ବାଢିଲେ
ଲକ୍ଷ୍ମୀପତି ହରି ହସ୍ତ ପ୍ରସାରି ନିଅନ୍ତି
ଯେତେ ଜଟିଳ ହେଉ ପରିସ୍ଥତି ପଛକେ
ଯେତେ ଜଟିଳ ହେଉ ପରିସ୍ଥତି ପଛକେ
ତୁହି ହେ ଅପଲକ ଚାହିଁଦେଲେ ଲାଘବ
ଯାହା ପଦ ଧୂଳି ଲାଗି ଅହଲ୍ୟା ତରିଲା
ଆହେ କରୁଣାମୟ ତୁହି ସେହି ରାଘବ
ଭାଇ ଭଉଣୀଙ୍କର ଯଶ କୀର୍ତ୍ତି ଶୁଣି
ଭାଇ ଭଉଣୀଙ୍କର ଯଶ କୀର୍ତ୍ତି ଶୁଣି
ସଖିରେ କରିବାକୁ ଲାଗିଲି ଆରତୀ
ହାତ ନାହିଁ ପାଦ ନାହିଁ ଭାବ ଦେଲି
ହୃଦୟ ହୋଇଲା ପ୍ରେମରେ ଭରତି
ଚାକର ଵାକର ଯଦି ଘର ନିଘା ରଖୁଥାନ୍ତେ
ଚାକର ଵାକର ଯଦି ଘର ନିଘା ରଖୁଥାନ୍ତେ
ଘର ମାଲିକଙ୍କୁ ଘର କାହିଁକି ଅବା ଖୋଜନ୍ତା
ଅହଂ ବିକାର ଯଦି ମୁକ୍ତି ପ୍ରଦାନ କରୁଥାନ୍ତେ
ସତ୍ୟ ଧର୍ମ ପଥେ ଆଉ କିଏ ଅବା ଚାଲନ୍ତା
ମାଆକୁ ଛାଡ଼ି ଆଉ କିଏ
ମାଆକୁ ଛାଡ଼ି ଆଉ କିଏ ବୁଝିବ ପାଦର ବ୍ୟଥା
କୋଳରେ ଥୋଇ ନିଦ ଆସିବା ଯାଏ ଘସୁଥିବ
ମାଆକୁ ଛାଡି ମନ ଜାଣି ବାଢିଦେବ ଭୋଜନ
ଫେରିବା ବାଟକୁ ଆସି ଆଖି ବିଛେଇ ବସିଥିବ
Monday, 28 April 2025
ଅଧାଗଢା ଅପଲକ ହୋଇ ନିଶ୍ଚିତ ହୋଇଲ କିବା
ଅଧାଗଢା ଅପଲକ ହୋଇ ନିଶ୍ଚିତ ହୋଇଲ କିବା
ହରି ନାରାୟଣ ବାସୁଦେବ ବାକି ଅନେକ ସଂକଳ୍ପ
ଆସ ଅବତରି ହସ୍ତ ପାଦ ଧରି ହେ କୃଷ୍ଣ କେଶବ
ଦୁଃଖ କାହାକୁ କହିବି ତୁହି ମୋର ସମ୍ବଳ ବିକଳ୍ପ
ଝର ଝର ହୋଇ ଗଙ୍ଗା ଝରେ ମହାଦେବଙ୍କ
ଝର ଝର ହୋଇ ଗଙ୍ଗା ଝରେ ମହାଦେବଙ୍କ ଜଟାରୁ
ଫର ଫର ଉଡେ ନୀଳଚକ୍ରରେ ପତିତପାବନ ବାନା
ଏହି ଶରୀର କେବଳ ଅଖିଳ ନିଖିଳ ସେବା ନିମନ୍ତେ
ସ୍ୱୟଂ ଜଗନ୍ନାଥ ଆସନ୍ତି ପହଣ୍ଡି ବିଜୟରେ ଅନା ଅନା
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ପାଞ୍ଚ ଗୋଟି କମଳ କରି
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ପାଞ୍ଚ ଗୋଟି କମଳ କରି
ଅତି ବାତ୍ସଲ୍ୟ ସ୍ନେହଁରେ ସୁମତି ହସ୍ତେ ଦେଲେ କମଳା
ହୃଦୟରେ ସାଇତିବୁ ଝିଅ କଲ୍ୟାଣରେ ସମ୍ବୋଧିଲେ ମା
ଅହି ସୁଲକ୍ଷଣୀ ହୁଅ ଗୋବିନ୍ଦ ପଦେ ଲଭ ଭକ୍ତି ଅଚଳା
ବଚନତ ଅନେକ ଅନେକ ଦିଅନ୍ତି
ବଚନତ ଅନେକ ଅନେକ ଦିଅନ୍ତି
ମୁଣ୍ଡ ଟୁଙ୍ଗାରନ୍ତି ଅନେକ ଅନେକ
ହସ୍ତ ଧରି ଜଗନ୍ନାଥ ସ୍ୱାମୀ ଚାଲନ୍ତି
ଜଗନ୍ନାଥ ସ୍ୱାମୀ ଉଦାର ଅପଲକ
ମାଆ ଉଦରରୁ ସନ୍ତାନ ଫଳ ମଞ୍ଜିରୁ ଅଙ୍କୁରଟି
ମାଆ ଉଦରରୁ ସନ୍ତାନ ଫଳ ମଞ୍ଜିରୁ ଅଙ୍କୁରଟି
ଉଭୟ ଭୂମିରେ ସ୍ଥାପନ୍ତି କ୍ଷୁଦ୍ର କ୍ଷୁଦ୍ର ପାଦ ହାତ
ଶିଶୁକୁ କୋଳେଇ ନେଉ ହୋଇ ମାଆ ମମତା
ଚାରାକୁ କୋଳେଇ ନେଉ ହୋଇ ଓଦା ମାଟିତ
ରୋଦ୍ର ତାପରେ ପୁଷ୍କରିଣୀ ଶ
ରୋଦ୍ର ତାପରେ ପୁଷ୍କରିଣୀ ଶୁଖିଗଲେ
ଯିଏଟି ହୃଦୟରେ ସାଇତି ରଖେ ମୀନ
ତୁମେତ ସେହି ଅପଲକ ଉଦାର କୃଷ୍ଣ
ତୋତେ କେତେ ଝୁରୁଛିରେ କଳାଜହ୍ନ
ମୁହିଁ ତୋତେ ଦେଇଦେଲେ ମନ
ମୁହିଁ ତୋତେ ଦେଇଦେଲେ ମନ
କହ ପ୍ରଭୁ କିଏ ଅର୍ଜନ କରିବ ଧନ
ତୁହି ସିନା ହେବୁ ଭାବରେ ସନ୍ତୁଷ୍ଠ
ଅନ୍ନ ବିନା ଉଡିଯିବ ମୋର ପ୍ରାଣ
Sunday, 27 April 2025
ତୁମ୍ଭେ ନୀଳ ନିର୍ମଳ
ତୁମ୍ଭେ ନୀଳ ନିର୍ମଳ ଗଗନରେ ରବି ଚନ୍ଦ୍ର ନକ୍ଷତ୍ର
ତୁମ୍ଭେ ଧରା କୋଳରେ ଉତ୍କଳ ଦେଶେ ଶ୍ରୀକ୍ଷେତ୍ର
ତୁମ୍ଭେ ଆଦି ଅନାଦି ଧର୍ମ ସଂସ୍ଥାପନେ ଚକାଡୋଳା
ପହଣ୍ଡି ବିଜୟ କାଳେ ପତିତପାବନ କମଳ ନେତ୍ର
ହେ ଅବର୍ଣ୍ଣିନୀୟ ଅଖଣ୍ଡ ଆନନ୍ଦ ବ୍ରହ୍ମାନନ୍ଦ
ହେ ଅବର୍ଣ୍ଣିନୀୟ ଅଖଣ୍ଡ ଆନନ୍ଦ ବ୍ରହ୍ମାନନ୍ଦ ଅର୍ଦ୍ଧନାରୀଶ୍ୱର ରୂପ
ହେ ଅଧାଗଢା ବ୍ରହ୍ମଦାରୁ ଚଉଠେ ବିଶ୍ୱମାତ ଚଉଠେ ବିଶ୍ୱ ବାପ
ହେ ଗୋଲକ ନାଥ ଲକ୍ଷ୍ମୀ ନାଥ ଅଣୁ ରେଣୁ ପୂର୍ଣ୍ଣବ୍ରହ୍ମ ଲୀଳାନିଧି
ବାଇଶିପାହାଚ ଚଢ଼ୁ ଚଢ଼ୁ ପତିତ ଦେହରୁ ଝରି ପଡେ ସବୁ ପାପ
ତୁ ମୋତେ ଭଲଭାବରେ ଜାଣିଥିବୁ
ତୁ ମୋତେ ଭଲଭାବରେ ଜାଣିଥିବୁ ହେ ଗୋବିନ୍ଦ
ତୁମ ଅପଲକ ଚକାଡ଼ୋଳାରୁ କିଏ ଅବା ଖସିଯିବ
ଏହି ସଂସାରକୁ ଯିଏ ବି ଦେହ ଧରି କରି ଆସିଅଛି
ଅବଢ଼ା ଚାଖିଥିବ ପତିତପାବନ ବାନା ଦେଖିଥିବ
ଏହି ମନ
ଏହି ମନ ନିତି ଚଢ଼େ ତୋର ବାଇଶି ପାବଛ
କାନ୍ଧରେ ଝୁଲି ଆଉ ଝୁଲିରେ ନିଜ ବାଡି ମଲ୍ଲି
ଏହି ହ୍ରୁଦୟ ନିରନ୍ତର ଚିନ୍ତେ ତୋ କୃପା ଲୀଳା
ଅନ୍ତରରରେ ସେବା ସେବାରେ ଶ୍ରଦ୍ଧାର ବାଲି
ଆରେ ହସିଲେ ହସିବି ତୋ କୃପାରେ
ଆରେ ହସିଲେ ହସିବି ତୋ କୃପାରେ
ଆଉ କାନ୍ଦିଲେ କାନ୍ଦିବି ତୋ ପାଖରେ
ତୋତେ ଛାଡି ମୋର କିଏ ଆଉ ଅଛି
କହରେ ଜୀବ ଜୀବନ ଚକାଆଖିରେ
Saturday, 26 April 2025
ଅଧା ଗଢା ହୋଇଵି ଚିତ୍ତକୁ ଏଡିକି ମୋହୁଛି
ଅଧା ଗଢା ହୋଇଵି ଚିତ୍ତକୁ ଏଡିକି ମୋହୁଛି
ସମ୍ପୂର୍ଣ୍ଣ ହୋଇଥିଲେ ହୋଇ ଯାଆନ୍ତାଣି ପ୍ରେମ
ମୋର ସଂସାରୀ ମନକୁ କି କିମିଆ କଲା ଲୋ
ସଦା ନିରନ୍ତର ଜପେ ହରେ କୃଷ୍ଣ ହରେ ରାମ
ଅନା ଲୋ ମିତ ଚାହାଁ ସେ ଅଧା ଗଢା କଳା ଜହ୍ନକୁ
ଅନା ଲୋ ମିତ ଚାହାଁ ସେ ଅଧା ଗଢା କଳା ଜହ୍ନକୁ
ଯାହା ବନମାଳୀ ବେଶ ହୃଦରୁ ନ ପାରେ ପାଶୋରି
ଗରୁଡ ଆଗରେ ଥରୁଟେ କଣେଇ କଣେଇ ଚାହିଁଲି
ଆଖିରେ ଆଖି ଥୋଇ ଶାନ୍ତ ହୋଇଲା ମନ ଅଶୂରୀ
ହେ କୃଷ୍ଣ କରୁଣା ସିନ୍ଧୁ ଅଖିଳ ଜୀବର ପରମ ଗତି
ହେ କୃଷ୍ଣ କରୁଣା ସିନ୍ଧୁ ଅଖିଳ ଜୀବର ପରମ ଗତି
ତୁମ୍ଭେ ଅତି କାରୁଣ୍ୟ ରୂପ ଶ୍ରୀରାମ ସନ୍ଥ ଜନ ଗତି
ହେ କୃଷ୍ଣ ପତିତପାବନ ଭକ୍ତ ହୃଦ ଶୀତଳ ଚନ୍ଦନ
ତୁମ୍ଭେ ଶାନ୍ତାକାର ଅନନ୍ତ ଶୟନ ମୋର ସଦା ମତି
କୃପାକରି ଶଙ୍କରୀ ଉମା ମାହେଶ୍ୱରୀ ଅଖିଳ ଜନନୀ
କୃପାକରି ଶଙ୍କରୀ ଉମା ମାହେଶ୍ୱରୀ ଅଖିଳ ଜନନୀ
ମଙ୍ଗଳା ଥାନପତି ରାମଚଣ୍ଡୀ ଭଟାରିକା ଦୁର୍ଗା ମାଆ
ଜରାଜୀର୍ଣ୍ଣ ବ୍ୟାଧିଗ୍ରସ୍ଥ ପିତା ମାତା ପାଦ ସେବି ନାହିଁ
ଅନୁତାପ ଲୁହରେ ଭିଜେ ମୁହିଁ ପାଖକୁ ଡାକେ ଆଆ
ପରମ କରୁଣାମୟୀ ମାଆ ଗୋ ସୁଭଦ୍ରା
ପରମ କରୁଣାମୟୀ ମାଆ ଗୋ ସୁଭଦ୍ରା
ପୁରୁଷୋତ୍ତମ ଗୋବିନ୍ଦଙ୍କର ସହୋଦରୀ
ତୋ ପଣତ ଛାଇରେ ଢାଙ୍କିଦେ ମା ଗୋ
ବିକାର ଗ୍ରସ୍ତ ବୋଲି ମହାକାଳ ନିଏ ଧରି
ଚାଖିଲେ ଜାଣିବୁ ଅଲଣା ଲୁଣିଆ
ଚାଖିଲେ ଜାଣିବୁ ଅଲଣା ଲୁଣିଆ
ଆଚାରଣରୁ ଚିହ୍ନିବୁ କିଏ ବୈଷ୍ଣବ
ସ୍ୱପ୍ନରେ ଲଭିଲେ ଶ୍ରୀଜଗନ୍ନାଥଙ୍କୁ
ହୃଦୟ ପଦ୍ମରେ ବ୍ରହ୍ମାନନ୍ଦ ପୁରିବ
ଅତି ଘୋର ମାୟା ଭୟରେ ଇନ୍ଦ୍ରିୟଙ୍କୁ ଭିଡିଣ
ଅତି ଘୋର ମାୟା ଭୟରେ ଇନ୍ଦ୍ରିୟଙ୍କୁ ଭିଡିଣ
କଚ୍ଛପ ସମାନ ମୋ ଦେହ ଭିତରେ ଲୁଚାଇଲି
ମୋର ବଡ ପୁଅ ମନ ରାବଣ ସମ ସ୍ୱଭାବ ତା
ବିଭୀଷଣ ବିବେକକୁ ପାଦପଦ୍ମେ ଲୋଟାଇଲି
Friday, 25 April 2025
କମଳ ମଞ୍ଜି ପକେଇଲା ପତ୍ରଟିଏ
କମଳ ମଞ୍ଜି ପକେଇଲା ପତ୍ରଟିଏ
ମାଆ କମଳା ତୁହି ପଦ୍ମଟିଏ ଫୁଟା
ମୋ ଡାକ ନ ଶୁଣନ୍ତି ଚକାଡୋଳା
ତୁହି ଜାଣୁ ମା ମୋ କପାଳ ଫଟା
Subscribe to:
Comments (Atom)















































