Friday, 31 October 2025
ସୂର୍ଯ୍ୟ ତୁମ୍ଭେ ଦର୍ଶନ କରିଅଛ ସକଳ ଅବତାର
ସୂର୍ଯ୍ୟ ତୁମ୍ଭେ ଦର୍ଶନ କରିଅଛ ସକଳ ଅବତାର
ନିଜର ଶ୍ରୀମୁଖରେ ଗାୟନ କରିବ କି କୃଷ୍ଣ ରୂପ
ଶରୀର ମନ ହୃଦୟ କୁହନ୍ତି ସେହି ଚକାଡୋଳା
ଗରୁଡ ପଛରୁ ଦର୍ଶନ କଲେ ଖଣ୍ଡେ ସବୁ ପାପ
ଗୋଟିଏ ହୋଇଲା ଅନେକ ସେହିଟି ପ୍ରଣବ
ଗୋଟିଏ ହୋଇଲା ଅନେକ ସେହିଟି ପ୍ରଣବ
ଅନେକ ହୋଇଲେ ଏକତ୍ର ସେହି ଜଗନ୍ନାଥ
ପହଣ୍ଡି ବିଜୟ ଚକାଡୋଳା ଅମୃତ ସାଗର
ଆତ୍ମା ସନ୍ତରଣ କରେ ଊର୍ଦ୍ଧେ ତୋଳି ହାତ
ଅଖିଳ ଅନନ୍ତ ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ
ଅଖିଳ ଅନନ୍ତ ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ
ଜଗନ୍ନାଥ ଅଖିଳ ବ୍ରହ୍ମାଣ୍ଡର ମାତା ପିତା
ଚକାଡୋଳା ଅପଲକ ଅସରନ୍ତି କରୁଣା
ବ୍ରହ୍ମଦାରୁ ମହାବାହୁ ଅଖିଳ ଜଗତ ଛତା
ନକ୍ଷତ୍ର ପୁଞ୍ଜ ତୋ ପାଦ ପାଉଁଜି ମାଆ କମଳା
ନକ୍ଷତ୍ର ପୁଞ୍ଜ ତୋ ପାଦ ପାଉଁଜି ମାଆ କମଳା
ମାଆ କମଳା ଚନ୍ଦ୍ର ସୂର୍ଯ୍ୟ ଦୁଇ କରୁଣା ନୟନ
ଚରଣ ବଢ଼ା ଟିକିଏ ଘଷି ଦେବି ମାଆ କମଳା
ମାଆ କମଳା ଆଉ କିବା ଏହି ଅଧମ ସନ୍ତାନ
ଏହି ପିଣ୍ଡରେ ପ୍ରାଣ ପବନ ବହୁ ବହୁ
ଏହି ପିଣ୍ଡରେ ପ୍ରାଣ ପବନ ବହୁ ବହୁ
କୃଷ୍ଣ ଛନ୍ଦା ଚରଣ ଲଭୁ ମୋ ହୃଦୟ
ଭକ୍ତି ଲୁହରେ କୃଷ୍ଣ ଚରଣ ପଖାଳିବି
ମୋହନବଂଶୀ ମୁଖ ହୁଅ ହେ ସଦୟ
ଜଗନ୍ନାଥଙ୍କ ବଂଶୀ ବଦନ ରୁପରେ ହଜ ମନ
ଜଗନ୍ନାଥଙ୍କ ବଂଶୀ ବଦନ ରୁପରେ ହଜ ମନ
ବ୍ରହ୍ମଦାରୁ ଚକାଡୋଳାରେ ନିଜକୁ ଖୋଜିଯା
ହରିନାମ ସଂକୀର୍ତ୍ତନରେ ନିରନ୍ତର ମଜ ମନ
କୃଷ୍ଣ ଛନ୍ଦା ଚରଣ ହିଁ ପରମ ଆଶ୍ରୟ ବୁଝିଯା
ମାଆ ରୂପରେ ଥରେ ପୂଜିବା ଆଗରୁ
ମାଆ ରୂପରେ ଥରେ ପୂଜିବା ଆଗରୁ
ମାଆ ଚାଲିଗଲା ଢାଳି କୃପା ପଶରା
ମାଆ ସ୍ନେହଁକୁ କିଞ୍ଚିତ ଅନୁଭଵ କରି
ମା ପଦ୍ମପାଦେ ଢାଳେ ଲୁହ ଅସରା
ଶ୍ରୀରାଧା ପାଦକୁ ଯିଏ ଘେନିଲେ ଶିରରେ
ଶ୍ରୀରାଧା ପାଦକୁ ଯିଏ ଘେନିଲେ ଶିରରେ
ଯିଏ ଭୃଗୁ ପାଦକୁ ଧାରଣ କଲେ ହୃଦରେ
କମଳା ଚିହ୍ନି ପାରି କମଳ ପଦକୁ ସେବନ୍ତି
ରାମ ଶରଣ ମାଗେ ତାଙ୍କ ଛନ୍ଦା ପାଦରେ
କଳା ଭ୍ରମର ପାଦ ରେଣୁରୁ ବୃକ୍ଷ ସୃଷ୍ଟି
କଳା ଭ୍ରମର ପାଦ ରେଣୁରୁ ବୃକ୍ଷ ସୃଷ୍ଟି
କଳା ମେଘରୁ ନଭ ବାରି କରେ ବୃଷ୍ଟି
କଳା ଶ୍ରୀମୁଖ ଅବାରିତ କରୁଣା ଦୃଷ୍ଟି
କଳା ରାତିରେ ଶଶୀ ଗୋଲକ ପୁଷ୍ଟି
ତୋ ନିଜ ପୂଜାରେ ତୁହି ନିଜେ ଏତେ ବ୍ୟସ୍ତ
ତୋ ନିଜ ପୂଜାରେ ତୁହି ନିଜେ ଏତେ ବ୍ୟସ୍ତ
ମୁହିଁ ମୋହଯାଏ ଷୋଡ଼ସ ଉପଚାର ଦେଖି
ନବଧା ଭକତିରେ ତୋହର ପୂଜାର ବିଧାନ
ଦର୍ଶନ ଆଗରୁ କାଳ ବାନ୍ଧିନିଏ ପ୍ରାଣ ପକ୍ଷୀ
Thursday, 30 October 2025
ବ୍ରହ୍ମଦାରୁ ଚଢ଼ି ବସିଗଲେ ନନ୍ଦିଘୋଷ ରଥରେ
ବ୍ରହ୍ମଦାରୁ ଚଢ଼ି ବସିଗଲେ ନନ୍ଦିଘୋଷ ରଥରେ
ଏହି ପାତକୀ ସାଧାରଣର ଉର୍ଦ୍ଧ୍ୱ ହସ୍ତ ପାଏ ନାହିଁ
ହଉ ହେଲା ହେ ଅକର୍ମା ଦାନୀ ଅସରଣ ଶରଣ
ଏହି ଶରଧା ବାଲିରୁ ଚକାଡୋଳାଙ୍କୁ ଥିବି ଚାହିଁ
ରକ୍ଷା କବଚ ଯାହାର ପ୍ରଶାନ୍ତି ନିଳୟ
ରକ୍ଷା କବଚ ଯାହାର ପ୍ରଶାନ୍ତି ନିଳୟ
ସେ କାହୁଁ ହେବ ସଂସାରରେ ଅନାଥ
ଛନ୍ଦା ଚରଣରେ ଯାହାର ମନ ବନ୍ଧା
ଭବ ଭୟରୁ ଉଦ୍ଧରିବେ ରାଧା ନାଥ
ଏକ ଚନ୍ଦ୍ରମାକୁ ଯେସନେ ତାରା ପୁଞ୍ଜ ବେଢନ୍ତି ରାତ୍ରିରେ
ଏକ ଚନ୍ଦ୍ରମାକୁ ଯେସନେ ତାରା ପୁଞ୍ଜ ବେଢନ୍ତି ରାତ୍ରିରେ
ତେସନେ ତୋତେ ବେଡ଼ିଛନ୍ତି ହରିନାମ ସଙ୍କୀର୍ତ୍ତନ ଦଳ
ବ୍ୟାଧି ଜରାଜୀର୍ଣ୍ଣ ଦେହକୁ ଘେରିଛନ୍ତି ଇନ୍ଦ୍ରିୟ ଷଢ଼ ରିପୁ
କେସନେ ତୋତେ ଭେଟିବି ବାଇଶିପାହାଚ ଚଢ଼ି ନିର୍ବଳ
ଆହେ ଗୋବିନ୍ଦ ଆହେ ବନମାଳୀ
ଆହେ ଗୋବିନ୍ଦ ଆହେ ବନମାଳୀ ଆହାଃ କେତେ କହୁ ତୋତେ
ଅଭୟ ଛନ୍ଦା ଚରଣରେ ମୋତେ ଦେଇ ଦିଅନ୍ତୁ ଅଶରଣ ଶରଣ
ଅତି ନିଦାରୁଣ କାଳଯମ ଅନୁକ୍ଷଣ ମୋତେ ଅନୁଧ୍ୟାବନ କରୁଅଛି
ବାତ୍ୟାରେ ରମ୍ଭା ବୃକ୍ଷ ସମ ସମ୍ପେ ରାମ ଷଡ ରିପୁ ଛନ୍ତି ବେଢିଣ
ଶୁଦ୍ଧ ସ୍ଫଟିକ ସଙ୍କାସ ପରମ ବୈଷ୍ଣବ ମହାଦେବ ଋଷି
ଶୁଦ୍ଧ ସ୍ଫଟିକ ସଙ୍କାସ ପରମ ବୈଷ୍ଣବ ମହାଦେବ ଋଷି
ହୃଦୟରେ କୃଷ୍ଣ ବାମ ଜାନୁରେ କୃଷ୍ଣ ସହୋଦରୀ ଦୁର୍ଗା
ଅର୍ଦ୍ଧ ନିମୀଳିତ ନୟନ ପ୍ରଶାନ୍ତି ନିଳୟ ଯୋଗୀ ଈଶ୍ୱର
ପୁରାତନ ଜଟା ସୁଧାକର ଜାହ୍ନବୀ ଝର ବୈରାଗ୍ୟ ଜଗା
ଉଷା ସମୟରେ ସ୍ମରଣ କଲେ ଅଧାଗଢା ଦାରୁବ୍ରହ୍ମ
ଉଷା ସମୟରେ ସ୍ମରଣ କଲେ ଅଧାଗଢା ଦାରୁବ୍ରହ୍ମ
ସ୍ନାନ ଜଳରେ ଲକ୍ଷ୍ମୀକାନ୍ତ ପଦ୍ମନାଭ ଦର୍ଶନ ସୁଲଭ
ଗୋଧୂଳି ସମୟରେ ଅନୁସରଣ କଲେ ହରି ଦାସ
ନୀଳଚକ୍ରରେ ପତିତପାବନ ନେତ ଦର୍ଶନ ବିଭବ
ଚାହାଁ ଚାହାଁ ମନ ଅଖିଳ ହୃଦୟ ଚୋର ଚକାଡ଼ୋଳାଙ୍କୁ
ଚାହାଁ ଚାହାଁ ମନ ଅଖିଳ ହୃଦୟ ଚୋର ଚକାଡ଼ୋଳାଙ୍କୁ
ପହଣ୍ଡି ବିଜୟ ବେଳା ନୃତ୍ୟ ଅଧୀର ଯଶୋଦା ବାଳଙ୍କୁ
ବୋଲ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଅତି ଉଚ୍ଚ କଣ୍ଠେ
ପରମାତ୍ମାଙ୍କୁ ଆଲିଙ୍ଗନ କରିବୁ ଆଉ କିବା ଭୟ ଯମଙ୍କୁ
ଶାନ୍ତ ଆକାର ବିଷ୍ଣୁ ବୈଷ୍ଣବ
ଶାନ୍ତ ଆକାର ବିଷ୍ଣୁ ବୈଷ୍ଣବ ତୁଳସୀ ଚତୁର୍ଦ୍ଧା ମୂର୍ତ୍ତି ଚନ୍ଦନ ଅର୍ଗଳୀ
ଚନ୍ଦନ ଅର୍ଗଳୀ ଅଧା ଗଢା ବ୍ରହ୍ମଦାରୁ ପୁରୁଷୋତ୍ତମ ଚକାଡୋଳା
ବଡଦାଣ୍ଡ ବାଇଶି ପାହାଚ ଜଗ ମୋହନ ପୂଣ୍ୟ ଚନ୍ଦନ ଅର୍ଗଳୀ
ଚନ୍ଦନ ଅର୍ଗଳୀ ଶରଧା ବାଲି ଆନନ୍ଦ ବଜାର ମହୋଦଧି ବେଳା
ଆଉ କିସ ଛଡାଇବ ତୁମ୍ଭେ ହେ ଚକାଡୋଳା
ଆଉ କିସ ଛଡାଇବ ତୁମ୍ଭେ ହେ ଚକାଡୋଳା
ମୋର ହଂସ ଭଜନ ଗୃହରେ ଲଗାଇବୁ ନିଆଁ
ଆତ୍ମାକୁ ନେଇବ୍ରହ୍ମଦାରୁ କୋରଡ଼ରେ ରଖିବ
ହେ ବଂଶୀବଦନ ରାମ ଜପୁଥିବ ତୁମ୍ଭ ନାଆଁ
ଅତି ମନ୍ଦରୁ ମନ୍ଦକୁ ଯେହୁ ଦିଏ ଉତ୍ତମ ଗତି
ଅତି ମନ୍ଦରୁ ମନ୍ଦକୁ ଯେହୁ ଦିଏ ଉତ୍ତମ ଗତି
ପଦ୍ମପାଦ ଧୂଳି ଲାଗି ହେଲା ଅହଲ୍ୟା ସତୀ
ନାରାୟଣ ଶ୍ରୀରାମ ଶ୍ରୀକୃଷ୍ଣ ଦଶ ଅବତାର
ଦାରୁବ୍ରହ୍ମ ଚକାଡୋଳା ପୁରୁଷୋତ୍ତମ ବସତି
Wednesday, 29 October 2025
ମାତା ପିତା ଆକୁଳ ପ୍ରାର୍ଥନାରେ ଆମ ଭେଟ
ମାତା ପିତା ଆକୁଳ ପ୍ରାର୍ଥନାରେ ଆମ ଭେଟ
ଭାଇ ଭଉଣୀ ବ୍ୟାକୁଳତାରେ ଆମେ ଭେଟ
ତେଣୁ ଛନ୍ଦା ଚରଣକୁ ମଣେ ପରମ ଆଶ୍ରୟ
ପିଣ୍ଡେ ଥିବାଯାଏ ପ୍ରାଣ ପାଖେ ଥିବ ନନ୍ଦଚାଟ
ତୁହି ଏକ ଉଛୁଳି ପଡୁଥିବା ସୁଧା ଭାଣ୍ଡଟିଏ
ତୁହି ଏକ ଉଛୁଳି ପଡୁଥିବା ସୁଧା ଭାଣ୍ଡଟିଏ
ମୁହିଁ ଏକ ଅତି ଛୋଟିଆ ନିରାଧାର ପିମ୍ପୁଡି
ଚରଣାମୃତ ପାନ କରିବାକୁ ଅଶେଷ ତୃଷା
ଛନ୍ଦା ଚରଣକୁ ଧରିଅଛି ଦୃଢ଼ରେ ଜାବୁଡି
ମୋ ବାଇଆ ମନରେ ମାୟା ସଂସାରେ ବୁଲୁଥା
ମୋ ବାଇଆ ମନରେ ମାୟା ସଂସାରେ ବୁଲୁଥା
ତୁହି ଚାଲୁଥା ଅତୀତ ଆଉ ଭବିଷ୍ୟତ ସାଥିରେ
ଦେହ ରଥରେ ବସି ଆତ୍ମା ହେଲା କ୍ଷେତ୍ରବାସୀ
ମଥା ତଳେ ତକିଆ କରି ଭାଗବତ ପୋଥିରେ
ନୟନେ ପଥରେ ଭୁଞ୍ଜିଲଇଁ ବନମାଳୀ
ନୟନେ ପଥରେ ଭୁଞ୍ଜିଲଇଁ ବନମାଳୀ
ଶ୍ରବଣ ପଥରେ ପାନ କରିଲି ହରି ହରି
ଗୋବିନ୍ଦ ଛନ୍ଦା ଚରଣରେ ଶୟନ କଲି
ଆତ୍ମାକୁ ବ୍ରହ୍ମଦାରୁ ଶାଖାରେ ବାନ୍ଧି କରି
ଅଖିଳ କୋଟି ବ୍ରହ୍ମାଣ୍ଡ
ଅଖିଳ କୋଟି ବ୍ରହ୍ମାଣ୍ଡ ମୋହନ ପତି ଜଗନ୍ନାଥ
ଦାରୁବ୍ରହ୍ମ ଅପଲକ ଚକାଆଖି ଅଖିଳ ବିଶ୍ୱ ଗତି
ନୀଳାଦ୍ରି ବିଜୟ ରୁପକୁ ସ୍ମରେ ଆରତି ସମୟେ
ପ୍ରଭାତ ସମୟେ ସ୍ମରଇ ପହଣ୍ଡି ବିଜୟ ହାତୀ
ନ ଦେଲେ ନ ଦିଅ ଧରା ତୁମ୍ଭେ ହେ ବ୍ରହ୍ମଦାରୁ ଚକାଡୋଳା
ନ ଦେଲେ ନ ଦିଅ ଧରା ତୁମ୍ଭେ ହେ ବ୍ରହ୍ମଦାରୁ ଚକାଡୋଳା
ମୋ ଚଲା ପଥକୁ ସୂର୍ଯ୍ୟ ଚନ୍ଦ୍ର ହୋଇ ଆଲୋକିତ କରୁଥିବ
ନ ଶୁଭିଲେ ନ ଶୁଭୁ ତୁମ୍ଭର ମୋହନ ମଧୁର ମୁରଲୀ ସ୍ଵନ
ଛନ୍ଦା ଚରଣକୁ ଚିନ୍ତି ଚିନ୍ତି ମୋ ଆଖିରୁ ଖୁସି ଲୁହ ଝରୁଥିବ
ମାଆ କମଳାଙ୍କର ହସ୍ତରେ ସମର୍ପିଣ ବେନି ସରୋଜ ଚରଣ
ମାଆ କମଳାଙ୍କର ହସ୍ତରେ ସମର୍ପିଣ ବେନି ସରୋଜ ଚରଣ
ହେ ଗୋବିନ୍ଦ ବନମାଳୀ ବଂଶୀଧର ତୁମ୍ଭେ ହେଲ ଅଧାଗଢା
କୃଷ୍ଣ ଭକ୍ତିରେ ଅରକ୍ଷିତ ରାମ କାହୁଁ ଲଭନ୍ତା ଛନ୍ଦା ଚରଣକୁ
ହେ ଚକାଡୋଳା ପତିତପାବନକୁ ଚାହିଁ ଚାହିଁ ହେଲି ବୁଢା
ଦୁଲର୍ଭ ନର ଦେହରେ ଜୀବ ଆଜୀବନ ବାସ
ଦୁଲର୍ଭ ନର ଦେହରେ ଜୀବ ଆଜୀବନ ବାସ
ଥରୁଟେ ହେଲେ ଆତ୍ମାକୁ ଦେଇଥାନ୍ତାକି ଚାହିଁ
ଆଗୁ କିଛି ଖବର ନ ଦେଇ ଯମ ବାନ୍ଧିନେଲା
ଜୀବ ପରମର ଭେଟ ହୋଇ ପାରିଲା ନାହିଁ
ଖୋଲିଦିଅନ୍ତୁ ଅତି ଦୃଢ଼ ମାୟାର ବନ୍ଧନ
ଖୋଲିଦିଅନ୍ତୁ ଅତି ଦୃଢ଼ ମାୟାର ବନ୍ଧନ
ବ୍ରହ୍ମଦାରୁଙ୍କୁ ନ ଶୁଭେକି ମୋହର କ୍ରନ୍ଦନ
ଉଦ୍ଧରିଲ ଗଜକୁ କୁମ୍ଭୀର ଦାନ୍ତ ଜାବରୁ
ଆରତ୍ତ ନାଶନ ବୋଲି ଜଗତେ ବନ୍ଦନ
ବେଳ ଥାଉଁ ଥାଉଁ ମୋର ପାଗଳ ମନ
ବେଳ ଥାଉଁ ଥାଉଁ ମୋର ପାଗଳ ମନ
ଛନ୍ଦା ପାଦରେ ଲଗାଅ ଘନିଷ୍ଠ ଭାବ
ଜୀବ ଗଲା ବେଳେ ସମସ୍ତେ କହିବେ
ତୋତେ ସମୟର ଅତି ଘୋର ଅଭାବ
Tuesday, 28 October 2025
କପଟ ପଶାପାଲି ସମ ଏହି ଦୃଶ୍ୟ ଜଗତ
କପଟ ପଶାପାଲି ସମ ଏହି ଦୃଶ୍ୟ ଜଗତ
ସଦା ନିରନ୍ତର ଲାଗିଥାଏ ହାରିବାର ଶଙ୍କା
ହେ ଅପଲକ ବ୍ରହ୍ମଦାରୁ ଦୟାକରି କୁହନ୍ତୁ
ଶରଣ ଯାଆନ୍ତି କାହିଁଗଲେ ମୁରଲୀ ଫୁଙ୍କା
ସବୁଠୁଁ ମଧୁର ମୋହନ ବଂଶୀ ସ୍ଵନ
ସବୁଠୁଁ ମଧୁର ମୋହନ ବଂଶୀ ସ୍ଵନ
କି ମୋହରେ ବେନି ଶ୍ରବଣ ଏଡିଲି
ପରମ ପ୍ରଶାନ୍ତି ନିଳୟ ଛନ୍ଦା ଚରଣ
କିବା ମୋହରେ ବ୍ରହ୍ମାନନ୍ଦଙ୍କୁ ହୁଡ଼ିଲି
ତୋର ସୁଦର୍ଶନ ଚକ୍ର ଅତି ତୀକ୍ଷଣ ଯାହା ଧାର
ତୋର ସୁଦର୍ଶନ ଚକ୍ର ଅତି ତୀକ୍ଷଣ ଯାହା ଧାର
ହେ କୃଷ୍ଣ ତହିଁରେ ତକ୍ଷଣ ଛେଦ ମୋ ଅହଂକାର
ତୋର ଛନ୍ଦା ପାଦ ଭଵ ସଂସାର ପରମ ଆଶ୍ରୟ
ସନ୍ତତ ଶରଣରେ ଥିବି ହେ କୃଷ୍ଣ ଏତେ କୃପାକର
ଶ୍ରୀପତି ତୁମ୍ଭେ ଚିକିତ୍ସକ ଶ୍ରୀଧର ତୁମ୍ଭେ ଔଷଧ
ଶ୍ରୀପତି ତୁମ୍ଭେ ଚିକିତ୍ସକ ଶ୍ରୀଧର ତୁମ୍ଭେ ଔଷଧ
ଶ୍ରୀକୃଷ୍ଣ ତୁମ୍ଭେ ନିଦାନ ମାଧବ ତୁହି ନିରାକରଣ
ସଂସାରେ ଆସିବା ଦିନଠାରୁ ଦେହ ମୋର ଅସୁସ୍ଥ
ମୁହିଁ ନିଶ୍ଚୟ ଉଦ୍ଧରିବି ଛୁଇଁଲେ କୃଷ୍ଣ ଛନ୍ଦା ଚରଣ
ଅନୁକୂଳ ଭୂମିରେ ବୀଜ ଗୋଟିଏ ପଡିଗଲେ
ଅନୁକୂଳ ଭୂମିରେ ବୀଜ ଗୋଟିଏ ପଡିଗଲେ
ମହତ ବୃକ୍ଷ ଫୁଲ ଫଳ ଛାୟା ସେବେ ମହୀ
ଛନ୍ଦା ଚରଣ ସ୍ପର୍ଶରେ କାରଣ ହୋଇଲା ପିଣ୍ଡ
ଚକାଆଖିକୁ ଚାହିଁଲେ ଆନନ୍ଦ ଅଶ୍ରୁ ଯାଏ ବହି
ଯାହା ଚିନ୍ତି ନ ଥିଲି ଯାଚି ତାହା ଦେଲେ ହେ ଗୋବିନ୍ଦ
ଯାହା ଚିନ୍ତି ନ ଥିଲି ଯାଚି ତାହା ଦେଲେ ହେ ଗୋବିନ୍ଦ
ହେ ବାସୁଦେବ ମାଗିବା ଦରବକୁ ଅଣଦେଖା କଲେ
ହେ ଗୋପାଳ ଶିଶୁ ଶେଷନାଗ ବାଟ କଢାଇ ନେଲେ
ହେ ବ୍ରହ୍ମଦାରୁ ଛନ୍ଦା ଚରଣରେ ରାମକୁ ଜିମା ଦେଲେ
କଳା ଶ୍ରୀମୁଖ ଯେଉଁ ଦରଦ ଆଖିରେ ଚାହିଁଲେ ମୋତେ
କଳା ଶ୍ରୀମୁଖ ଯେଉଁ ଦରଦ ଆଖିରେ ଚାହିଁଲେ ମୋତେ
ବଉଳ ଲୋ ଆଉ ଏମିତି କେହି ଚାହିଁ ନ ଥିଲେ ସତରେ
ଯେତେ ବଡ଼ ଦୁଃଖ ସେତେ କଳା ଶ୍ରୀମୁଖ ମୋ ପାଖରେ
ବଉଳ ଲୋ ଆଉ ଏମିତି କେହି ନାହିଁ ବନ୍ଧୁ ଜଗତରେ
ତୁମ୍ଭରି କୃପା ଟିକକ ମୋହର ସର୍ବସ୍ବ
ତୁମ୍ଭରି କୃପା ଟିକକ ମୋହର ସର୍ବସ୍ବ
ଜୀବନ ଉପାର୍ଜନ ସୁରକ୍ଷା ବାସଗୃହ
ଯଦି ଥରେ ଦର୍ଶନ ଦେଇ ନ ପାରିବ
ଯାହା ସବୁ ଦେଇଛ ଫେରାଇ ନିଅ
Monday, 27 October 2025
ବୈଷ୍ଣବଙ୍କ ମେଳରେ ବିଷ୍ଣୁ ଭେଟ
ବୈଷ୍ଣବଙ୍କ ମେଳରେ ବିଷ୍ଣୁ ଭେଟ
ଗୋପୀଙ୍କ ମେଳରେ ଶ୍ରୀଗୋବିନ୍ଦ
ଶିବାଳୟରେ ମହାଦେବ ପାର୍ବତୀ
ନୀଳାଚଳରେ ବ୍ରହ୍ମଦାରୁ ବ୍ରହ୍ମାନନ୍ଦ
ଯାହା କେବେଟି ନୋହିବ ମୋହର
ଯାହା କେବେଟି ନୋହିବ ମୋହର
ଭୁଞ୍ଜିଲି ତା ଲାଗି କାଳକୂଟ ଜହର
ମୋହର ଆତ୍ମା ପଞ୍ଚ ପ୍ରାଣ ଜଗନ୍ନାଥ
ତା ପଣ୍ଡା କଲେ ମୃଦ୍ୟୁ ବେତ ପ୍ରହାର
ଆହେ ନୀଳଶୈଳ ବ୍ରହ୍ମଦାରୁ ତୁମ୍ଭେ କେବଳ ଗୋଟିଏ
ଆହେ ନୀଳଶୈଳ ବ୍ରହ୍ମଦାରୁ ତୁମ୍ଭେ କେବଳ ଗୋଟିଏ
ଅଛିଦ୍ର ବ୍ରହ୍ମ ରୂପରେ ପୂରିଅଛ ଏହି ଅଖିଳ ସଚରାଚର
ମହାପାପୀ ରାମ ଆକୁଳରେ ଖୋଜଇ ଛନ୍ଦା ଚରଣକୁ
ସୁମତି କହେ ଉଭା ବଡଦାଣ୍ଡେ ପଦ୍ମପାଦେ ଲୟ କର
ଉଦ୍ଧାର କର ହେ ଚକାଡୋଳା ଇନ୍ଦ୍ରିୟଙ୍କ କବଳରୁ
ଉଦ୍ଧାର କର ହେ ଚକାଡୋଳା ଇନ୍ଦ୍ରିୟଙ୍କ କବଳରୁ
ଅସ୍ଥିର ମନ କବଳରୁ ହେ ବ୍ରହ୍ମଦାରୁ ଉଦ୍ଧାର କର
ଉଦ୍ଧାର କର ଷଢ଼ ରିପୁଙ୍କ କବଳରୁ ହେ ଅଧାଗଢା
ସଂସାରୁ ଉଦ୍ଧରି ଛନ୍ଦା ପାଦେ ରଖ ହେ ବଂଶୀଧର
ଉଷା କାଳରେ ଚିନ୍ତେ ରତ୍ନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତି
ଉଷା କାଳରେ ଚିନ୍ତେ ରତ୍ନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତି
ସ୍ନାନ ସମୟେ ଚିନ୍ତେ କାଳୀୟ ଶିରରେ ନନ୍ଦ ବଳା
ଭୋଜନ ବେଳେ ପାର୍ଥ ନନ୍ଦୀଘୋଷରେ ବିଶ୍ୱ ରୂପ
ବିପଦ ସମୟେ ହରିନାମ ସଂକୀର୍ତ୍ତନରେ ଭୋଳା
ହରି ନାମ ସଙ୍କୀର୍ତ୍ତନରେ ହଜିଥିବା ଶିବଙ୍କୁ ପାଇବା ଲାଗି
ହରି ନାମ ସଙ୍କୀର୍ତ୍ତନରେ ହଜିଥିବା ଶିବଙ୍କୁ ପାଇବା ଲାଗି
ମାଆ ବିରଜା ମହାଶଶ୍ମାନରେ ତୋଳିଲେ ନିଜ ଅନ୍ତପୁର
ପହଣ୍ଡି ବିଜୟ ସମୟେ ଏଡ଼େ ଅମୃତ ବିଶ୍ୱ ବ୍ରହ୍ମାଣ୍ଡ ପତି
ମାଆ କମଳିନୀ ଟେରି ଆଖିରେ ଆନନ୍ଦ ଅଶ୍ରୁ ଝର ଝର
Subscribe to:
Comments (Atom)

















































