Monday 1 January 2024

ଝରି ଆସଇ ଶିବଙ୍କ ଜଟାରୁ

ଝରି ଆସଇ ଶିବଙ୍କ ଜଟାରୁ ଏ ଜୀବନ ଗଙ୍ଗାର ଏକ ଧାର ଜପୁଥିଲେ ଓମ ନମଃ ଶିବାୟ ଏ ଜୀବନ ଲଭଇ ଗଙ୍ଗାଧର [୧] ଝରି ଆସଇ ପଦ୍ମରୁ ସୌରଭ ଏ ଜୀବନ ଏକ ମତ୍ତ ଭଅଁର ଜପୁଥିଲେ ଓଁ ନମୋ ବିଷ୍ଣବେ ଜୀବନ ଲଭେ ଆରତି ଚଅଁର [୨] ଜବାରୁ ଝରି ଆସଇ ନାଲି ଏ ଜୀବନ ଶକ୍ତି ରଙ୍ଗା ପାଦ ଜପୁଥିଲେ ଓଁ ନମୋ ଦୁର୍ଗେ ଏ ଜୀବନ ପାଏ ମୁକ୍ତି ସ୍ୱାଦ[୩] ପନାରୁ ଝରି ଆସଇ କ୍ଷୀର ଏ ଜୀବନ କଅଁଳ ବାଛୁରୀ ଜପୁଥିଲେ ଓଁ ନମୋ କୃଷ୍ଣବେ ଏ ଜୀବନ ହୁଏ ମୁକ୍ତ ପଞ୍ଜୁରୀ [୪] ଝରି ଆସେ ଜ୍ୟୋତି ଦୀପରୁ ଜୀବନ ଏକ ମଙ୍ଗଳ ଆରତି ଜପୁଥିଲେ ଓଁ ନମୋ ଗାୟତ୍ରୀ ଏ ଜୀବନ ଭେଟେ ବିଶ୍ଵପତି[୫]

No comments:

Post a Comment