Tuesday 2 January 2024

ଝରି ଆସୁଛି ଗଜାନନଙ୍କ ହସ୍ତରୁ

ଝରି ଆସୁଛି ଗଜାନନଙ୍କ ହସ୍ତରୁ ଏ ଜୀବନ ଏକ ଦିବ୍ୟ ସମାଚାର ଏକ ମନ ଲୟରେ ଆତ୍ମା ଜପୁଛି ହେ ଓଁ ତୁମକୁ ସାଷ୍ଟାଙ୍ଗ ନମସ୍କାର[୦] ଝରି ଆସୁଛି ମହାଦେବଙ୍କ ଜଟାରୁ ଏ ଜୀବନ ଏକ ପବିତ୍ର ଗଙ୍ଗା ଧାର ଏକ ମନ ଲୟରେ ଆତ୍ମା ଜପୁଅଛି ହେ ଶିବ ତୁମେ ମୋର ମୁଁ ତୁମର [୧] ଝରି ଆସୁଛି ଶ୍ରୀଗୋବିନ୍ଦଙ୍କ ଅଧରୁ ଏ ଜୀବନ ଏକ ମଧୁର ବଂଶୀ ସ୍ୱର ଏକ ମନ ଲୟରେ ଆତ୍ମା ଜପୁଅଛି ହରି ହେ ତୁମେ ମୋର ମୁଁ ତୁମର [୨] ଝରି ଆସିଛୁ ଶ୍ରୀଲକ୍ଷ୍ମୀଙ୍କ ହସ୍ତରୁ ଏ ଜୀବନ ଅବଢାର କୋଟି ଭାର ଏକ ମନ ଲୟରେ ଆତ୍ମା ଜପୁଛି ତୁହି ମାଆ ମୁଁ ଅଧମ ପୁଅ ତୋର[୩]

No comments:

Post a Comment