Tuesday, 30 September 2025
ସୁମତି ବୋଲେ ଅଧାଗଢାଙ୍କର ଅଛି ପଦ୍ମ ପାଦ
ସୁମତି ବୋଲେ ଅଧାଗଢାଙ୍କର ଅଛି ପଦ୍ମ ପାଦ
ସିରିଆ ବୋଲେ ମାଆ କମଳା ଅତି ଦୟାବତୀ
ଦୀନ ରାମ ବୋଲେ କୃଷ୍ଣ ବାସ ଭଉଣୀ ଘରେ
ଭେଟବାକୁ ପୁର୍ଣ୍ଣ୍ୟ ନାହିଁ ଛନ୍ଦା ପାଦେ ରହୁ ମତି
ଭୃଗୁ ବ୍ରାହ୍ମଣ ପାଦ ପ୍ରହାର ଯେଉଁ ହୃଦୟ ସହିଲା
ଭୃଗୁ ବ୍ରାହ୍ମଣ ପାଦ ପ୍ରହାର ଯେଉଁ ହୃଦୟ ସହିଲା
ଅତି କଠୋର ଯେତେ ଡାକିଲେ ନ ଭାଙ୍ଗଇ ନିଦ
ହୃଦୟରେ ବାଞ୍ଛା ଲଭିବାକୁ ଦର୍ଶନ ସ୍ପର୍ଶ ସମ୍ଭାଷଣ
ମାଆ ମହାଲକ୍ଷ୍ମୀ କହିବୁ ସନ୍ତାନ ଛୁଇଁବ ଛନ୍ଦାପାଦ
ଦିବସରେ ତୁମ୍ଭେ ଦିବାକର
ଦିବସରେ ତୁମ୍ଭେ ଦିବାକର ରଜନୀରେ ତୁମ୍ଭେ ସୁଧାକର
ଗରୁଡ ପୃଷ୍ଠକୁ ଚାହିଁଲେ ତୁମ୍ଭେ ଜୀବର ଘନିଷ୍ଟ ଆତ୍ମଲାଭ
ଲକ୍ଷ୍ମୀ ଆଞ୍ଜୁଳିରେ ପାଦ ଶେଷ ନାଗ ଫଣା ଛାୟାରେ ଶିର
ନମଃ ନମସ୍ତୁତେ ଓଁ ନମୋ ନାରାୟଣ ଶ୍ରୀହରି ପଦ୍ମନାଭ
କୃଷ୍ଣ ବ୍ରହ୍ମ ରାମ ବ୍ରହ୍ମ ବ୍ରହ୍ମ ନାରାୟଣ
କୃଷ୍ଣ ବ୍ରହ୍ମ ରାମ ବ୍ରହ୍ମ ବ୍ରହ୍ମ ନାରାୟଣ
ବ୍ରହ୍ମଦାରୁ ଚକାଡୋଳା କର୍ତ୍ତା କାରଣ
ଚଢ଼ିବାକୁ ଅସମର୍ଥ ବାଇଶିଟି ପାହାଚ
ଅଶରଣ ଶରଣ ହୃଦରେ ଛନ୍ଦା ଚରଣ
ସଞ୍ଚିଥିଲେ ହୃଦୟରେ ନିଷ୍କାମ କର୍ମ ଫଳ
ସଞ୍ଚିଥିଲେ ହୃଦୟରେ ନିଷ୍କାମ କର୍ମ ଫଳ
ସଂସାରୀ ଗୃହରେ ଆସିଣ ଭୁଞ୍ଜନ୍ତି ଶ୍ରୀରାମ
ନିର୍ମଳ ଶୁଦ୍ଧ ରଖିଥଲେ ମନ ହୃଦୟ ଦେହ
ଭଦ୍ରା ସହିତ ଘରେ ଅତିଥି କୃଷ୍ଣ ବଳରାମ
ମୋହର ହୃଦୟ ପଦ୍ମରେ ଯେଉଁ ବ୍ରହ୍ମଦାରୁ
ମୋହର ହୃଦୟ ପଦ୍ମରେ ଯେଉଁ ବ୍ରହ୍ମଦାରୁ
ସେହି ବୃକ୍ଷ ତଳେ ପ୍ରଶାନ୍ତି ନିଳୟର ଛାଇ
ମୋହର ଥକା ମନ ମୂଳରେ ନିଦ୍ରା ଗଲେ
ଛନ୍ଦା ପାଦ ହସ୍ତରୁ ବ୍ରହ୍ମାନନ୍ଦ ପ୍ରସାଦ ପାଇ
ମୋର ହୃଦୟ ପଦ୍ମରେ ବ୍ରହ୍ମଦାରୁ
ମୋହର ହୃଦୟ ପଦ୍ମରେ ଯେଉଁ ବ୍ରହ୍ମଦାରୁ
ସେହି ବୃକ୍ଷ ତଳେ ପ୍ରଶାନ୍ତି ନିଳୟର ଛାଇ
ବ୍ରହ୍ମଦାରୁ ମୂଳରେ ଥକା ମନ ନିଦ୍ରା ଗଲେ
ଛନ୍ଦା ପାଦ ହସ୍ତରୁ ବ୍ରହ୍ମାନନ୍ଦ ପ୍ରସାଦ ପାଇ
ନିବୃତି ମାର୍ଗରେ ଚାଲିବାକୁ ସମ୍ପୂର୍ଣ୍ଣ ଅସମର୍ଥ
ନିବୃତି ମାର୍ଗରେ ଚାଲିବାକୁ ସମ୍ପୂର୍ଣ୍ଣ ଅସମର୍ଥ
ମୁହିଁ ଅସମର୍ଥ ଜପିବାକୁ ନିରନ୍ତର ହରିନାମ
ଅଶରଣ ଶରଣ ଅପଲକ ଚକ୍ଷୁ ଚକାଡୋଳା
ଅକର୍ମା ଦାନୀ କୃପାରେ ଭେଟିଲି ସାଇରାମ
ଅତି ବିଭୀଷିକାମୟ ଏହି ମୋର ଜୀବନ
ଅତି ବିଭୀଷିକାମୟ ଏହି ମୋର ଜୀବନ
ସଦା ମାଆ ସମାନ ପାଖରେ ସାଇରାମ
ଅନେକ ସ୍ଥାନ ମୁଁ ପାଦରେ ଭ୍ରମଣ କଲି
ପ୍ରଶାନ୍ତି ନିଳୟ ସମ କାହିଁ ନାହିଁ ଆରାମ
Monday, 29 September 2025
ଅନନ୍ତ କୋଟି
ଅନନ୍ତ କୋଟି ବ୍ରହ୍ମାଣ୍ଡ ଅପଲକରେ
ଭେଟ ହେଲେ ସର୍ବ ଅଙ୍ଗ ପଲ୍ଲବିତ
ଅନନ୍ତ ସୁଖ ମହୋଦଧି ଛନ୍ଦା ଚରଣ
କରାଞ୍ଜୁଳି ସ୍ପର୍ଶରେ ଆତ୍ମା ଉଲ୍ଲାସିତ
ବ୍ରହ୍ମାନନ୍ଦ ଉଛୁଳା କଳା ଧଳା ଦୁଇ ଚକାଡୋଳା
ବ୍ରହ୍ମାନନ୍ଦ ଉଛୁଳା କଳା ଧଳା ଦୁଇ ଚକାଡୋଳା
ଯୋଗୀଜନ ଚକ୍ଷୁକୁ ବଂଶୀ ବଦନ କମଳ ଆଖି
ଶ୍ରୀନାଥ ଶ୍ରୀହୃଦ ଶ୍ରୀ ସେବିତ ସଦା ଶଙ୍କର ଧ୍ୟାନ
ଛନ୍ଦା ଚରଣରେ ବସା ବାନ୍ଧିଲା ଏହି ପ୍ରାଣପକ୍ଷୀ
ବାସ ଚାଉଳରେ କ୍ଷୀରି ଭାରି ସୁସ୍ୱାଦୁ
ବାସ ଚାଉଳରେ କ୍ଷୀରି ଭାରି ସୁସ୍ୱାଦୁ
ଜୀବନ ଚିନିକୁ ନ ପାଏ ଖୋଜି ଖୋଜି
ଚନ୍ଦନ ଚର୍ଚ୍ଚିତ ଚକାଡୋଳା ସର୍ବ ଆତ୍ମା
ବ୍ରହ୍ମାନନ୍ଦ ହୃଦରେ ସ୍ମର ଆଖି ବୁଜି ବୁଜି
ନାମ ସଂକୀର୍ତ୍ତନ ତୋହର ଅତି ପ୍ରିୟ
ନାମ ସଂକୀର୍ତ୍ତନ ତୋହର ଅତି ପ୍ରିୟ
କୀର୍ତ୍ତନ ସ୍ଥଳରେ ନାଚୁ ଥେଇ ଥେଇ
ଭୂମିରେ ଲୋଟଇ କୃଷ୍ଣ ଉତ୍ତରୀୟ
ଏହି ପ୍ରାଣ ବ୍ୟାକୁଳ ସାଉଁଟିବା ପାଇଁ
ଅଙ୍ଗୁଳି ପ୍ରମାଣରେ ଜ୍ଞାନ ପୁରୁଷ ବାମନ
ଅଙ୍ଗୁଳି ପ୍ରମାଣରେ ଜ୍ଞାନ ପୁରୁଷ ବାମନ
ଶରଦ ଆକାଶ ନୀଳ ନିର୍ମଳ ଶାଳଗ୍ରାମ
ସକଳ ହୃଦୟରେ ପ୍ରାଣ ମୋହନ ବଂଶୀ
ଆରତ୍ତ ନାଶନ ଦୟାସିନ୍ଧୁ ଓଁ ସାଇରାମ
ଉଦାର ଚକାଡୋଳା ହେଲା ଅଭୁଲା ମଧୁର ସ୍ମୃତି
ଉଦାର ଚକାଡୋଳା ହେଲା ଅଭୁଲା ମଧୁର ସ୍ମୃତି
ଯୋଗୀ ହୃଦ କମଳ ସଦା ଝୁରଇ ଯା ଛନ୍ଦାପାଦ
ରାଧା ରାଣୀ ବୋଲଇ ଅମୃତଠାରୁ କୃଷ୍ଣ ମଧୁର
କର୍ଣ୍ଣରେ ଶୁଣି ପ୍ରାଣ କାନ୍ଦେ ଥରେ ଲଭନ୍ତା ସ୍ୱାଦ
ତାଙ୍କ ଚକାଡୋଳାଙ୍କୁ ଆଉ ଚାହାଁନା
ତାଙ୍କ ଚକାଡୋଳାଙ୍କୁ ଆଉ ଚାହାଁନା
ଚଞ୍ଚଳ ମନ ତୋ ହୋଇଯିବ ଧୀର
ଧୀର ହୋଇଯିବ କାମନା ବାସନା
ଆତ୍ମା କହିବ ଛୁଇଁବି ଛନ୍ଦା ପୟର
🙏🙏🙏
କେବଳ ଶ୍ରୀମନ୍ଦିର ଚୂଡ଼ା ନୀଳଚକ୍ରରେ
କେବଳ ଶ୍ରୀମନ୍ଦିର ଚୂଡ଼ା ନୀଳଚକ୍ରରେ
ଉଡୁଛି ଫର ଫର ପତିତପାବନ ବାନା
କେବଳ ଚକାଡ଼ୋଳା ନୟନ ଅପଲକ
ଉଛୁଳି କୃପା ବହି ଯାଉଅଛି ଅନା ଅନା
ମରିଗଲେ ମରିବ ସିନା ଏହି ମାଟିର ଦେହ
ମରିଗଲେ ମରିବ ସିନା ଏହି ମାଟିର ଦେହ
ତୁଟିଲେ ତୁଟିବ ସକଳ ମାୟା ଆଉ ମୋହ
ତୁହି ମୋର ଆତ୍ମା ଏହି ସର୍ବଦା ଭାବ ଥାଉ
ହେ କୃଷ୍ଣ ଏତେ ଆଉ ଆପଣାର କିଏ କହ
Sunday, 28 September 2025
ସରସିଜନାଭ ସହୋଦରୀ ତୁମେ ଦୁର୍ଗା
ସରସିଜନାଭ ସହୋଦରୀ ତୁମେ ଦୁର୍ଗା
ସର୍ବ ଜନନୀ ଶ୍ରୀକ୍ଷେତ୍ର କମଳା ନଣନ୍ଦ
ଦେବଦଳନ ରଥାରୁଢା ତୁମେ ସୁଭଦ୍ରା
ସର୍ବ ଶତ୍ରୁ ବିନାଶିନୀ ତାରିଣୀ ଆନନ୍ଦ
ଭାବିଥିଲି ଅତିବ କୋମଳ ହୋଇଥିବ ହୃଦୟ
ଭାବିଥିଲି ଅତିବ କୋମଳ ହୋଇଥିବ ହୃଦୟ
ମାଆ ମୋହର କମଳ ବାସିନୀ ନାମ କମଳା
ଲୋଡ଼ା ନାହିଁ ମୋହର ଧର୍ମ ଅର୍ଥ କାମ ମୋକ୍ଷ
ମାଆ ଗୋ ନୟନ ପଥେ ଥାଆନ୍ତୁ ଚକାଡୋଳା
ଚକାଡୋଳା ହେ ତୁମ୍ଭେ ପଞ୍ଚ ଭୁତର ଦୃଢ଼ ଆଲିଙ୍ଗନ
ଚକାଡୋଳା ହେ ତୁମ୍ଭେ ପଞ୍ଚ ଭୁତର ଦୃଢ଼ ଆଲିଙ୍ଗନ
ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ପ୍ରେମର ଗୋଲକ ଧାମ
ହେ ବ୍ରହ୍ମଦାରୁ ତୁମ୍ଭେ ସଚରାଚର ଜୀବ ହୃଦୟ ସ୍ପନ୍ଦନ
ଦଶ ଅବତାର ଚାରିବେଦ ଜାନକୀ ହୃଦୟ ଶ୍ରୀରାମ
ତୁମ୍ଭ ଚକାଡୋଳା ଅପଲକ ସବୁ ଦେଖଇ
ତୁମ୍ଭ ଚକାଡୋଳା ଅପଲକ ସବୁ ଦେଖଇ
ଦଣ୍ଡିବା ଶକତି ଥାଇଣ ତୁମ୍ଭେ କ୍ଷମା ସିନ୍ଧୁ
ତୁମ୍ଭ ଅଧାଗଢା ଦାରୁବ୍ରହ୍ମ ସବୁରି ହୃଦରେ
ଭେଟ ପାଇଲିନି ଦିନ ସରେ କାନ୍ଦୁ କାନ୍ଦୁ
Saturday, 27 September 2025
ମାୟା ମମତା ଡୋରିରେ ବାନ୍ଧି ଅଖିଳ ନିଖିଳ ପିଣ୍ଡ ବ୍ରହ୍ମାଣ୍ଡ
ମାୟା ମମତା ଡୋରିରେ ବାନ୍ଧି ଅଖିଳ ନିଖିଳ ପିଣ୍ଡ ବ୍ରହ୍ମାଣ୍ଡ
ବାସୁକୀ ଫଣା ଛାୟାରେ କରିଲେ ଅନନ୍ତ ଅପଲକ ଶୟନ
ଶ୍ରୀକ୍ଷେତ୍ର ଆତ୍ମା ଡୋରିରେ ଭିଡି ଶରଣ ଅଶରଣ ପରାଣ
ବିଶାଳ ବକ୍ଷରେ ଆଲିଙ୍ଗନ କଲେ ବ୍ରହ୍ମଦାରୁ ଚକା ନୟନ
ବ୍ରହ୍ମଦାରୁ ଅପଲକ ନୟନ କୋଣରେ
ବ୍ରହ୍ମଦାରୁ ଅପଲକ ନୟନ କୋଣରେ
ଯେତେ ଦୟା ସମ ନୁହେଁ କେହି ଜଣେ
ଚକାଡୋଳା ତୁଳସୀ ବକ୍ଷର ଉଦାରତା
ଚିତ୍ତେ ଗୁଣି ପରମ ଭାଗ୍ୟବାନ ମଣେ
ନମଃ ନମୋ ଗରୁଡ ଆସନ ନମଃ ନମୋ ଶେଷ ନାଗ ଶୟନ
ନମଃ ନମୋ ଗରୁଡ ଆସନ ନମଃ ନମୋ ଶେଷ ନାଗ ଶୟନ
ନୀଳ ମେଘ ପୀତବାସ ଘନ ଗମ୍ଭୀର ଉଦାର କୋମଳ ବଚନ
ନମଃ ନମୋ ରୁକ୍ମଣୀ ହୃଦ ନମଃ ନମୋ ବୈଷ୍ଣବ ହୃଦ ମନ୍ଦାର
କମ୍ଭୁ ଚକ୍ର ପଦ୍ମ ଗଦା ପାଣି ବ୍ରହ୍ମଦାରୁ ନାରାୟଣ କମଳ ନୟନ
Friday, 26 September 2025
କିଏ ସମ୍ବୋଧେ ତୁମ୍ଭଙ୍କୁ ଦେବତା ବୋଲି
କିଏ ସମ୍ବୋଧେ ତୁମ୍ଭଙ୍କୁ ଦେବତା ବୋଲି
ଚକାଡୋଳା ତୁମ୍ଭେ ମୋହର ଆତ୍ମାବନ୍ଧୁ
ଛନ୍ଦା ଚରଣ ସ୍ପର୍ଶ ପାଇଥିଲେ ତରିଯାନ୍ତି
ଅପଲକ ଉଦାର ଦିନ ସରେ କାନ୍ଦୁ କାନ୍ଦୁ
ବୈକୁଣ୍ଠ ଶୋଭା ମାଆ ମହାଲକ୍ଷ୍ମୀ
ବୈକୁଣ୍ଠ ଶୋଭା ମାଆ ମହାଲକ୍ଷ୍ମୀ
ମାଆ ମହାଲକ୍ଷ୍ମୀ ବିଷ୍ଣୁ ପାଟରାଣୀ
ବିଷ୍ଣୁ ବକ୍ଷ ତୁଳସୀ ମା ମହାଲକ୍ଷ୍ମୀ
ମାଆ ମହାଲକ୍ଷ୍ମୀ କରୁଣା ଛାଉଣୀ
କୃଷ୍ଣ କୃଷ୍ଣ ହେ ତୁମ୍ଭେ ମୋହର ଦିବସ ରଜନୀ
କୃଷ୍ଣ କୃଷ୍ଣ ହେ ତୁମ୍ଭେ ମୋହର ଦିବସ ରଜନୀ
ଜାଗ୍ରତ ଶୟନ ସ୍ୱପନ ସୁଷୁପ୍ତି ସକଳ ଅନୁଭବ
କୃଷ୍ଣ କୃଷ୍ଣ ହେ କେତେ ଖୋଜେ ଛନ୍ଦା ଚରଣ
ଏହି ଅଭାଗାକୁ ଦର୍ଶନ ସ୍ପର୍ଶ ସମ୍ଭାଷଣ ଦୁର୍ଲଭ
ଗୋବିନ୍ଦ ଅକର୍ମା ଦାନୀ ଗୋବିନ୍ଦ ଅଶରଣ ଶରଣ
ଗୋବିନ୍ଦ ଅକର୍ମା ଦାନୀ ଗୋବିନ୍ଦ ଅଶରଣ ଶରଣ
ଗୋବିନ୍ଦ ଅଯାଚିତ କୃପା ହରେ ଭଵ ସକଳ ମାୟା
ଗୋବିନ୍ଦ ବିଷ୍ଣୁ ଭକ୍ତ ଗୋବିନ୍ଦ ସତସଙ୍ଗ ସଂକୀର୍ତ୍ତନ
କେବଳ ଗୋବିନ୍ଦ କୃପାରେ ସୁଲଭ ବ୍ରହ୍ମଦାରୁ ଛାୟା
Thursday, 25 September 2025
କେଉଁଠାରେ ମୋହର ଆତ୍ମା
କେଉଁଠାରେ ମୋହର ଆତ୍ମା
କାହିଁ ଚର୍ମ ଚକ୍ଷୁକୁ ଦିଶୁ ନାହିଁ
ସର୍ବତ୍ର ବିଷ୍ଣୁ ମୋହିନୀ ମାୟା
ଛନ୍ଦା ପାଦ ହୃଦେ ଅଛି ଧ୍ୟାୟି
ସଦା ସଦା କଲ୍ୟାଣୀ କ୍ଷୀର ସାଗର ତନୟା କନ୍ୟକେ
ସଦା ସଦା କଲ୍ୟାଣୀ କ୍ଷୀର ସାଗର ତନୟା କନ୍ୟକେ
ସଦା ସଦା ନାରାୟଣ ସମାନ କୋମଳ ତୁମ୍ଭର ହୃଦୟ
ସଦା ସଦା ଶାନ୍ତା ବିଷ୍ଣୁ ନିଳୟ ନିବାସିନୀ ନୃସିଂହ ଲକ୍ଷ୍ମୀ
ସଦା ସଦା ସ୍ମରେ ଛୁଅଁନ୍ତି ଛନ୍ଦା ପାଦ ହୁଅ ମାଆ ସଦୟ
ଜନ୍ମ ମୄତ୍ୟୁ ଆବୃତ୍ତିରୁ ନିବୃତ୍ତ ହୋଇଲେ ଜୀବର ଆତ୍ମା
ଜନ୍ମ ମୄତ୍ୟୁ ଆବୃତ୍ତିରୁ ନିବୃତ୍ତ ହୋଇଲେ ଜୀବର ଆତ୍ମା
ଅନନ୍ତ ସୁଖ ଲଭେ ଶ୍ରୀମନ୍ଦିର ଦ୍ୱାରରେ ହୋଇଣ ରକ୍ଷୀ
କମଳା ସେବିତ ଶ୍ରୀହରି ପାଦ କଠଉ ହୃଦରେ ସଜାଏ
ଶ୍ୱେତପଦ୍ମ ଚକାଡୋଳାରେ ପ୍ରହରା ଦିଅଇ ପ୍ରାଣ ପକ୍ଷୀ
ଏଠି ସେଠି ନାରାୟଣ ସବୁଠି ରହିଛନ୍ତି
ଏଠି ସେଠି ନାରାୟଣ ସବୁଠି ରହିଛନ୍ତି
ଅଖିଳ ବ୍ରହ୍ମାଣ୍ଡ ସୃଷ୍ଟି ସ୍ଥିତି ଲୟ କାରଣ
କ୍ଷଣ ଅନୁକ୍ଷଣ ବୈଷ୍ଣବ ପ୍ରହଲ୍ଲାଦ ସ୍ମରେ
ମାଆ କମଳା ସେବିତ ଶ୍ରୀରଙ୍ଗା ଚରଣ
ହେ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ
ହେ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ
ଯେତେ ଶୀଘ୍ର ପାର ବଢ଼ା ଛନ୍ଦା ପାଦ ତୋର
ସଂସାର ନଦୀରେ ମୋ କର୍ମ କୁମ୍ଭୀର ଧରିଛି
ତ୍ରାହି କୃଷ୍ଣ ତ୍ରାହି କୃଷ୍ଣ ତ୍ରାହି କୃଷ୍ଣ ବଂଶୀଧର
ଛନ୍ଦି ବାନ୍ଧି ପକା ଏଗାର ଇନ୍ଦ୍ରିୟ
ଛନ୍ଦି ବାନ୍ଧି ପକା ଏଗାର ଇନ୍ଦ୍ରିୟ କିଳି ପକା ନବ ଦ୍ୱାର
ମୋହର ପାଗଳା ମନରେ ଚିନ୍ତା କରନା କାହାର ମନ୍ଦ
ହୃଦୟ ପଦ୍ମରେ ଅନନ୍ତ ଶୟନ ଅପଲକ ଚକାଡୋଳା
ଅଖିଳ ବ୍ରହ୍ମାଣ୍ଡ ଜନନୀ କମଳା ସେବୁଛନ୍ତି ପଦ୍ମ ପାଦ
Wednesday, 24 September 2025
ଦେହ ସଵାରୀରେ ରାଧା ରାଣୀ କନିଆଁ
ଦେହ ସଵାରୀରେ ରାଧା ରାଣୀ କନିଆଁ
ହୃଦ ପାଲିଙ୍କିରେ କୃଷ୍ଣ ବର ଛନ ଛନିଆଁ
ତୁଣ୍ଡ ବୋଲେ ହରେ କୃଷ୍ଣ ହରେ ରାମ
କେଡେ ମଧୁମୟ ଏ ରୋସଣି ଦୁନିଆଁ
ଜନନୀ ତୁହି ମହା ନାରାୟଣୀ ଜନନୀ ମହାବୈଷ୍ଣବୀ
ଜନନୀ ତୁହି ମହା ନାରାୟଣୀ ଜନନୀ ମହାବୈଷ୍ଣବୀ
ମହାବିଷ୍ଣୁ ପାଟରାଣୀଙ୍କର ଅନ୍ତରଙ୍ଗ ଅଲିଅଳି ନଣନ୍ଦ
ତୁହି ଗୋବିନ୍ଦ ବଳଦେବଙ୍କର ଅଲିଅଳି ସହୋଦରୀ
କାଳିଦଳା ଛନ୍ଦା ପାଦ ଲଭୁ ଶିର ମୋତେ ବ୍ରହ୍ମାନନ୍ଦ
ଜରା ରୋଗ ପାପରେ ପୂର୍ଣ୍ଣ ଏହି ଶରୀର
ଜରା ରୋଗ ପାପରେ ପୂର୍ଣ୍ଣ ଏହି ଶରୀର
ନିବୃତ୍ତି ପଥରେ ଝୁଣ୍ଟି ପଡଇ ଚଞ୍ଚଳ ମନ
ତୁହି ଅକର୍ମା ଦାନୀ ଦୟାଘନ ହେ କୃଷ୍ଣ
ଛନ୍ଦା ପାଦରେ ଶରଣ ଦିଅ ମଧୁସୂଦନ
ମାଆ ଗୋ ସୁଭଦ୍ରା ଦୁର୍ଗତିନାଶିନୀ ଦୁର୍ଗା ତାରିଣୀ
ମାଆ ଗୋ ସୁଭଦ୍ରା ଦୁର୍ଗତିନାଶିନୀ ଦୁର୍ଗା ତାରିଣୀ
ତୋ ଭାଉଜ କମଳା ସେବିତ ପାଦରେ ମୋ ଚିତ୍ତ
ମାଆ ଗୋ ମହା ବୈଷ୍ଣବୀ ତୋ ଭାଉଜଙ୍କୁ କହିବୁ
ଥରୁଟେ କେବଳ ଛୁଇଁବି ଛନ୍ଦା ପାଦ ଆତ୍ମା ସେତ
ଚକାଡୋଳାଙ୍କୁ ଦେବତା ବୋଲି ଭାବି ପୂଜିଲି
ଚକାଡୋଳାଙ୍କୁ ଦେବତା ବୋଲି ଭାବି ପୂଜିଲି
କେବଳ ସ୍ୱପ୍ନରେ ପାଇଲି ତାଙ୍କ ଦର୍ଶନ କିଞ୍ଚିତ
ବୈଷ୍ଣବ ଠାବ କଲେ ତାଙ୍କୁ ନବଧା ଭକ୍ତିରେ
ସାଧି ନ ପାରିଲି ଚାଖି ନ ପାରିଲି ପାଦ ଅମୃତ
ଦ୍ୱାର ଦ୍ୱାର କରି ନବ ଦ୍ୱାର ଏହି ମୋହର ଦେହ
ଦ୍ୱାର ଦ୍ୱାର କରି ନବ ଦ୍ୱାର ଏହି ମୋହର ଦେହ
ତନ୍ନ ତନ୍ନ ଖୋଜିଲି ନ ଭେଟିଲି କେଉଁଠି ଦେହୀ
ଜଣ ଜଣ କରିଣ ଏଗାର ଜଣ ଇନ୍ଦ୍ରିୟ ଦେହରେ
ଆତ୍ମାକୁ ଜଣେବି ଚିହ୍ନି କେହି ନ ପାରିଲେ କେହି
Tuesday, 23 September 2025
ସତରେ କିବା ସତ ହୋଇବ ଦିବା ସ୍ବପ୍ନ ମୋର
ସତରେ କିବା ସତ ହୋଇବ ଦିବା ସ୍ବପ୍ନ ମୋର
ଏହି ବେନି ଚର୍ମ ନୟନ ଭେଟିବେ ପରାଣ ମିତ
କାଳି ଦଳା ଛନ୍ଦା ପାଦରେ ହୋଇବ ପୁଷ୍ପାଞ୍ଜଳି
ଭକ୍ତିରସ ହୀନ ଅନାବନା ଏ ଚାରି ଧାଡି ଗୀତ
Subscribe to:
Comments (Atom)

















































