Saturday, 31 May 2025
ହ୍ରଦ ନଦୀ
ହ୍ରଦ ନଦୀ ସାଗରକୁ ଯିଏ ଜଳ ପୂର୍ଣ୍ଣ କରେ
ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ
ଯାହା ଆଜ୍ଞାରେ ତରୁ ଲତା ପକ୍ଵ ଫଳ ଧରେ
ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ
ସେହି ଅପଲକ ଦାରୁବ୍ରହ୍ମ ପ୍ରଭୁ ଚକାଡୋଳା
ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ
ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ହୃଦୟକୁ ଭରେ
ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ
ସୁମତି ବୋଲେ ସେ ବଡ ଚଗଲା ସେବତୀ ଚୁଳ
ସୁମତି ବୋଲେ ସେ ବଡ ଚଗଲା ସେବତୀ ଚୁଳ
ସିରିଆ ବୋଲେ ମନ କିଣା କଳା ମୁଗୁନି ପଥର
ଦେବକୀ ନନ୍ଦନ ଯଶୋଦା ହୃଦୟ ହରି ଚନ୍ଦନ
ସଦା ଝୁରି ମରେ ନିଈତି ଳେଖଇ ପ୍ରେମ ପତର
ଶୁଦ୍ର କୁଳରେ ଜନ୍ମ ହେଲି ହେ କମଳ ଆଖି ଚକାଡୋଳା
ଶୁଦ୍ର କୁଳରେ ଜନ୍ମ ହେଲି ହେ କମଳ ଆଖି ଚକାଡୋଳା
ହୃଦୟ ଜ୍ଞାନ ଭକ୍ତି ଶୁନ୍ୟ ଆକଟ କରି ନ ପାରିଲି ମନକୁ
ଶ୍ରୀମଦ ଭାଗବତ ଶ୍ଳୋକ ଏହି ମୁଢ ମଥାରେ ନ ପଶେ
ଛନ୍ଦା ପାଦରେ ଶରଣ ଦିଅ କାନ ପାରିଛି ବେଣୁ ସ୍ୱନକୁ
ଅଣାକାର ଅନନ୍ତ ନିର୍ମଳ ଅମଳ
ଅଣାକାର ଅନନ୍ତ ନିର୍ମଳ ଅମଳ ବିମଳ ଅନ୍ତରୀକ୍ଷ
ବିନ୍ଦୁ ଅକାର ଉକାର ମକାର ଚକାଡୋଳା ପୂର୍ଣ୍ଣବ୍ରହ୍ମ
ତୁହି ରବି ସୁଧାକର ମଣ୍ଡଳ ଦାରୁବ୍ରହ୍ମ ପୁଣ୍ଡରୀକାକ୍ଷ
ନବଧା ଭକ୍ତି ପୂଜକ ହୃଦୟ କମଳ ନୟନାଭିରାମ
ନିଶ୍ୱାସକୁ ମନେଇବାର ଲକ୍ଷ୍ୟ ନେଇ
ନିଶ୍ୱାସକୁ ମନେଇବାର ଲକ୍ଷ୍ୟ ନେଇ
ଅର୍ଜୁନ ସଖା କୃଷ୍ଣ ମନରେ କଲି ଗୁରୁ
ଜ୍ଞାନ କର୍ମ ସନ୍ୟାସ ଅଧ୍ୟାୟ ଅଧୟନ
ଅପଲକ କୃପା ନିଶ୍ୱାସ ହେଲା ସରୁ
ସୁସ୍ୱାଦୁ ପାଚିଲା ରସାଳ ଫଳ
ସୁସ୍ୱାଦୁ ପାଚିଲା ରସାଳ ଫଳ ରସଠାରୁ ବେଶୀ ମଧୁର
ଆଖୁ ରସଠାରୁ ଆହୁରି ମଧୁର ଆହୁରି ସେହି ମହୁଠାରୁ
ରସ ବୈ କୃଷ୍ଣ ରୂପ ସ୍ମରଣ ରସ ବୈ କୃଷ୍ଣ ରୂପ ସ୍ମରଣ
ଅଶେଷ ବ୍ରହ୍ମାଣ୍ଡରେ ଆଉ କିଏ ମଧୁର ଚକା ଆଖିଠାରୁ
ହରି ନାମ ହରି ଲୀଳା ସଂକୀର୍ତ୍ତନ ସଦା ବ୍ରହ୍ମାନନ୍ଦ
ହରି ନାମ ହରି ଲୀଳା ସଂକୀର୍ତ୍ତନ ସଦା ବ୍ରହ୍ମାନନ୍ଦ
ସତ୍ୟ ସତ୍ୟ ସତ୍ୟ ବୈଷ୍ଣବ ଭେଟ ମଙ୍ଗଳ ସଙ୍କେତ
ଗୋବିନ୍ଦ ଛନ୍ଦା ଚରଣ ସଂସାରରେ ପରମ ଆଶ୍ରୟ
ସଦା ସର୍ବଦା ନିଷ୍କାମ ବ୍ରତ ଧାରଣ କରିବା ଉଚିତ
ଓଁ ହରି ଓଁ ହରି ଓଁ ହରି ନିରନ୍ତର ସ୍ମରଣ କର
ଓଁ ହରି ଓଁ ହରି ଓଁ ହରି ନିରନ୍ତର ସ୍ମରଣ କର
ହୃଦୟ ପଦ୍ମରେ ଅଶେଷ ପ୍ରେମ ସଞ୍ଚୟ କର
ବିଷୟା ବିଷରେ ସଂସାରୀଟିଏ ମୋହ ଗଲେ
ଛନ୍ଦାପାଦ ମଣି ସେବାକର ଢାଳି ପ୍ରେମ ନିର
ଦାସ ଦୋଷ ନ ଧରିବ ହେ ଗୋବିନ୍ଦ
ଦାସ ଦୋଷ ନ ଧରିବ ହେ ଗୋବିନ୍ଦ
ଛନ୍ଦା ଚରଣରେ ଲୋଡ଼ିଲି ମୁଁ ଆଶ୍ରା
ତ୍ରାହି ତ୍ରାହି ତ୍ୱମ ଅଚ୍ୟୁତ ଜନାର୍ଦ୍ଦନ
ସକଳ ବିକାର କରନ୍ତି କ୍ରୋଧ ବର୍ଷା
କଷଣ ଦେଖିଣ କେବେ ପାଷାଣ ନ ହେବୁ
କଷଣ ଦେଖିଣ କେବେ ପାଷାଣ ନ ହେବୁ
ତୁହି ପରା ପାଣ୍ଡବଙ୍କ ଆତ୍ମା ସଖା ଶ୍ରୀହରି
ରବି ଶଶୀ ବେନି ଅପଲକ ଉଦାର ଡୋଳା
ଅତି ପାଶରେ ଛନ୍ଦା ପଦାକୁ ନ ପାରେ ଧରି
Friday, 30 May 2025
ଯାହାଙ୍କର ପତ୍ନୀ ତୁହି ମାଆ
ଯାହାଙ୍କର ପତ୍ନୀ ତୁହି ମାଆ ଗୋ ମହାଲକ୍ଷ୍ମୀ
ସେହି ମୋହର ଜୀବ ଜୀବନ ଓଁ ନାରାୟଣ
ଯେଉଁ ପାଦକୁ ସେବୁ ଅତିବ ସମ୍ଭମରେ ସଦା
ଥରୁଟେ ଛୁଆଁଇ ଦିଅନ୍ତୁ ପିଣ୍ଡ ଲଭନ୍ତା କାରଣ
କୋଣ ଅନୁକୋଣରେ କେବଳ ଓଁ ହରି ନାରାୟଣ
କୋଣ ଅନୁକୋଣରେ କେବଳ ଓଁ ହରି ନାରାୟଣ
ଚିନ୍ତିଣ ହୃଦୟ ପଦ୍ମରେ ମନ ଦେହ ବଚନ ଉନ୍ମାଦ
ଚକାଡୋଳାରେ ଠାରିଦେଲେ ସରୋଜ ଲୋଚନ
ଲାଭ କରି ସ୍ବପ୍ନ ଦର୍ଶନ ଉପଶମ ସକଳ ବିଷାଦ
ତୁହି ଚାରିବେଦ ଉଦ୍ଧାରନ୍ତା ହେ ଦାରୁବ୍ରହ୍ମ
ତୁହି ଚାରିବେଦ ଉଦ୍ଧାରନ୍ତା ହେ ଦାରୁବ୍ରହ୍ମ
ତୋହରି କୃପା ମୋହର ସକଳ ପୌରୁଷ
ତୁହି କୃଷ୍ଣ ଛନ୍ଦାପାଦରେ ଦିଅ ହେ ଶରଣ
ବୈଷ୍ଣବ ଜନ ପାଦ ସେବିଣ ସରୁ ଆୟୁଷ
ମୋର ବେନି ଦୁଇ ଖୋଲିଲେ ଘୋର ମାୟା
ମୋର ବେନି ଦୁଇ ଖୋଲିଲେ ଘୋର ମାୟା
ଅନବରତ କର୍ଣ୍ଣରେ କେବଳ ମିଥ୍ୟା ପ୍ରତିଶ୍ରୁତି
ମୋର ମନ ମଜିଅଛି ଦେହ ଇନ୍ଦ୍ରିୟ ସାଙ୍ଗରେ
ଛନ୍ଦା ପୟରେ ଶରଣ ଦିଅ ହେ କମଳା ପତି
ହୋଇଥାଉ ଉଗ୍ରସେନ ପୁତ୍ର କଂସ
ହୋଇଥାଉ ଉଗ୍ରସେନ ପୁତ୍ର କଂସ
ହେଉ ବିଭୀଷଣର ଭ୍ରାତା ରାବଣ
ହେଉଥାଉ ହିରଣ୍ୟକଶିପୁ ନିର୍ଦ୍ଦୟ
ବୈଷ୍ଣବର କି କରେ କାଳ ସଞ୍ଚାଣ
Thursday, 29 May 2025
ଯାହା ଅନ୍ତରେ ଭକ୍ତି ଦେଇଛୁ ମାଆ ଗୋ
ଯାହା ଅନ୍ତରେ ଭକ୍ତି ଦେଇଛୁ ମାଆ ଗୋ
ତୋ ପଦ୍ମ ପାଦରେ ମାଆ ପିନ୍ଧାଏ ପାଉଁଜି
ମୁହିଁ ମହା ପାପୀ ଭକ୍ତିରେ ଅତି ଅରକ୍ଷିତ
ପଣତ ଛାଇ ଲାଗି ଯାଏ ଚରଣେ ଆଉଜି
ନୟନ ବୁଜିଲେ ମୁନୀ ମାନସ
ନୟନ ବୁଜିଲେ ମୁନୀ ମାନସ ସୁନ୍ଦର ମଧୁର ମୋହନ ମୁରଲୀ
ନୟନ ଖୋଲିଲେ ରବି ସୁଧାକର ସରୋଜ ବଦନ ଚକାଡୋଳା
ହୃଦୟ ପଦ୍ମ କେଶର ପରେ ସୁସ୍ଥିର କମଳା ସେବିତ ଛନ୍ଦାପାଦ
ଘନଶ୍ୟାମ ପୀତବସନ ବନମାଳୀ ଶିରେ ଶିଖି ପୂଛ କାଳିଦଳା
କିବା ଆଉ ଶରଣ ଯିବି ତୋର ହେ ଗୋବିନ୍ଦ
କିବା ଆଉ ଶରଣ ଯିବି ତୋର ହେ ଗୋବିନ୍ଦ
ପିଣ୍ଡ ଆଉ ପିଣ୍ଡରେ ପରାଣ ଦୁଇଟି ତୋହର
ଜୀବନ ଥାଉଁ ଥାଉଁ ଥରେ ଆଖିରେ ଦେଖନ୍ତି
ପତିତପାବନଙ୍କ ଲାଗନ୍ତାକି କରୁଣା ମୋହର
ବୈଷ୍ଣବ ପ୍ରହଲ୍ଲାଦ କହେ ବିଷ୍ଣୁ ସବୁଠି
ବୈଷ୍ଣବ ପ୍ରହଲ୍ଲାଦ କହେ ବିଷ୍ଣୁ ସବୁଠି
ମୁହିଁ ମୁଢ ଅଜ୍ଞାନୀ କାହିଁ ଦେଖିଲି ନାହିଁ
ଅପଲକ ଆଖି ଠାରି ଥରେ ନ ଡାକିଲା
ମୁହିଁ ହେତୁ ହେବା ଦିନରୁ ରହିଛି ଚାହିଁ
ତୋର ଉଦାର ପଣ କାହାକୁ ଅଜଣା
ତୋର ଉଦାର ପଣ କାହାକୁ ଅଜଣା
ହେ ଗୋବିନ୍ଦ କରୁ ଯାହା ଉଠା ପକା
ପାର୍ଥ ରଥ ସାରଥୀ ତୁହି ହୋଇଥିଲୁ
ଆହାଃ କିଏ ନ ଜାଣେ ତୁ ଗିରିଟେକା
ସଭିଁଙ୍କ ସାଥିରେ ମୁହିଁ ବି ଚାଲୁଅଛି
ସଭିଁଙ୍କ ସାଥିରେ ମୁହିଁ ବି ଚାଲୁଅଛି
ହୃଦୟ ରହିଗଲା ତୋହରି ଠାରେ
ସତେ କି ମୋ ଏଡ଼େ ଭାଗ୍ୟ ହେବ
ମୋହନ ବଂଶୀ ଡାକିଦେବ ଥରେ
ମୋତେ କରିଲେ ମାୟାରେ ଆଚ୍ଛନ୍ନ
ମୋତେ କରିଲେ ମାୟାରେ ଆଚ୍ଛନ୍ନ
ହେ ଗୋବିନ୍ଦ ସେବକ କାହୁଁ ପାଇବୁ
ମୁହିଁ ହେଲେ ଇନ୍ଦ୍ରିୟମାନଙ୍କର ଦାସ
ହେ ଅଧାଗଢ଼ା ତୁ ଉପାସରେ ରହିବୁ
ଯିଏ ସଦା ଚିନ୍ତା କରେ ବଂଶୀ ବଦନଙ୍କୁ
ଯିଏ ସଦା ଚିନ୍ତା କରେ ବଂଶୀ ବଦନଙ୍କୁ
ତାକୁ ଏହି ସଂସାର ବୋଝ ଭାରି ହାଲୁକା
କୃଷ୍ଣ ନାମ କୃଷ୍ଣ ଲୀଳା କୃଷ୍ଣ ରୂପ ଅମୃତ
ବିନା ପରିଶ୍ରମର ଧନକୁ ମଣେ ବାଲୁକା
ଏଡିକି ଦୁର୍ବୋଧ ତୋର ମାୟା ହେ ଗୋବିନ୍ଦ
ଏଡିକି ଦୁର୍ବୋଧ ତୋର ମାୟା ହେ ଗୋବିନ୍ଦ
ଏହି ସଂସାରେ ବୁଝିବାକୁ ଅଛଇ କିଏ ସମର୍ଥ
ତୋର ନାମ ରୂପ ଲୀଳା ସ୍ମରଣେ ଦିନ ଯାଉ
ଏହି ମହାପତିତ ବୁଝେ ଏହି ଜୀବନର ଅର୍ଥ
Wednesday, 28 May 2025
କଦମ୍ବ ମୂଳକୁ ତୁହି ଚାହାଁନାରେ
କଦମ୍ବ ମୂଳକୁ ତୁହି ଚାହାଁନାରେ କଦମ୍ବ ମୂଳକୁ ତୁହି ଚାହାଁନାରେ
ଆହାଃ କିଵା ସେହି ଅପୂର୍ବ ମାଧୁରୀ ଶ୍ୟାମସୁନ୍ଦର ମୋହନ ବଂଶୀ
ଧର୍ମ ଅର୍ଥ କାମ ମୋକ୍ଷ ତୋ ସକଳ ଅର୍ଜନ ହୋଇବଟି ଅକାରଣ
ଚିତ୍ତ କିଣିବ କମଳା ସେବିତ ପାଦକୁ ହୃଦୟକୁ ବିକି ପ୍ରାଣ ହଂସୀ
ସୁଭଦ୍ରା ପତି ହସ୍ତରେ ଅର୍ପଣ କଲ
ସୁଭଦ୍ରା ପତି ହସ୍ତରେ ଅର୍ପଣ କଲ ହେ ଶ୍ରୀହରି ଶ୍ରୀମଦଭାଗବତ
ପଦ୍ମାବତୀ ପତି ହସ୍ତରେ ସମର୍ପିଲ ହେ ଶ୍ରୀହରି ଶ୍ରୀଗୀତଗୋବିନ୍ଦ
ପରୀକ୍ଷିତ ସୁତ ହସ୍ତରେ ଅର୍ପଣକଲ ହେ ଶ୍ରୀହରି ଜୈମିନି ଭାରତ
ଏହି ପତିତ ହୃଦୟ ପଦ୍ମରେ ଥୋଇଲ କମଳା ସେବିତ ଛନ୍ଦାପାଦ
ପ୍ରାଚୀ ଆକାଶରେ ବାଳ ଅରୁଣ ଅତିବ ପ୍ରସନ୍ନ
ପ୍ରାଚୀ ଆକାଶରେ ବାଳ ଅରୁଣ ଅତିବ ପ୍ରସନ୍ନ
ଏହା ବ୍ରହ୍ମ ମୁହୂର୍ତ୍ତ ମହା ମଙ୍ଗଳ ଉତ୍ସବ ବେଳା
ଧରାରେ ଯୋନିରେ ମଣିଷ ଜନ୍ମ ଅତି ଦୁର୍ଲଭ
ଚିନ୍ତେ ହୃଦ ପଦ୍ମରେ ଚତୁର୍ଦ୍ଧା ପୃଥ୍ୱୀ ପୁଣ୍ୟଖଳା
ବାମରେ ଦୁଗ୍ଧ ଧବଳ ହଳଧର ବଳଦେବ
ବାମରେ ଦୁଗ୍ଧ ଧବଳ ହଳଧର ବଳଦେବ
ଦକ୍ଷିଣରେ ଘନ ଶ୍ୟାମ ଚକ୍ରଧର ଗୋବିନ୍ଦ
ଉଭୟ ମଧ୍ୟେ ହଳଦୀ ମୁଖି ମଙ୍ଗଳା ଭଦ୍ରା
ଏ ସୁପ୍ରଭାତରେ ସ୍ମରାମି ଚତୁର୍ଦ୍ଧା ବ୍ରହ୍ମାନନ୍ଦ
ଓଁ ଶ୍ରୀ ସାଇରାମ ତୁମ୍ଭର
ଓଁ ଶ୍ରୀ ସାଇରାମ ତୁମ୍ଭର ବଚନ ଅମୃତ ଓଁ ଶ୍ରୀ ସାଇରାମ
ଅମୃତେ ଉଚ୍ଛୁଳେ ହୃଦ ଯେବେ ତୁମ୍ଭେ ଉଚ୍ଚାର ରାମ ରାମ
ଓଁ ଶ୍ରୀ ସାଇରାମ ତୁମ୍ଭର ବଚନ ଅମୃତ ଓଁ ଶ୍ରୀ ସାଇରାମ
ଯେ ଶୁଣିଛି ଅବଶ୍ୟ କହିବ ସନ୍ତାପିତକୁ କେଡେ ଆରାମ
ମୋର ମନ ଭ୍ରମର ଥରେ ପ୍ରାଣଭରି ଚୂମ
ମୋର ମନ ଭ୍ରମର ଥରେ ପ୍ରାଣଭରି ଚୂମ
ଗୋବିନ୍ଦ ଛନ୍ଦା ଚରଣ ପ୍ରସ୍ପୁଟିତ ସରୋଜ
ଆହାଃ ତୁହି କିମ୍ପାଇଁ ଘୁରୁ ଅଖିଳ ସଂସାର
ସଦା ହୃଦୟ କମଳ କେଶରରେ ବିରାଜ
Tuesday, 27 May 2025
ଭୁତ ସାଥିରେ ବାସ ଭୁତ ସାଥିରେ ରାସ
ଭୁତ ସାଥିରେ ବାସ ଭୁତ ସାଥିରେ ରାସ
ଅନ୍ତ ନିବାସ ମୋର ପାଞ୍ଚ ଭୁତଙ୍କ ସଦନ
ନିସ୍କାମ ଫଳ କେଉଁଠୁ ପାଇବ ଏ ପତିତ
ଭୁଞ୍ଜି ପୂତ ହେବ ଦେଖିବ ବଂଶୀ ବଦନ
ଯେମନ୍ତ ଆଚରଣରେ ତୁହି ସନ୍ତୋଷ
ଯେମନ୍ତ ଆଚରଣରେ ତୁହି ସନ୍ତୋଷ ହେ ମାଧବ
କୋଟିଏ ଜନ୍ମରେ ସାଧି ନ ପାରିବି ହେ ଗୋବିନ୍ଦ
ଏମନ୍ତ ଏହି ପତିତକୁ କୃପାକର ହେ ଚକାଡୋଳା
କୋଟି ଆନନ୍ଦ ଲଭୁଥିବି ଚିନ୍ତିଣ ତୁମ୍ଭ ଛନ୍ଦାପାଦ
ଆତ୍ମାନନ୍ଦ ବ୍ରହ୍ମାନନ୍ଦ ସଦାନନ୍ଦ ତୁମ୍ଭ ସ୍ଵଭାଵ
ଆତ୍ମାନନ୍ଦ ବ୍ରହ୍ମାନନ୍ଦ ସଦାନନ୍ଦ ତୁମ୍ଭ ସ୍ଵଭାଵ
କମଳାର ହସ୍ତ ପ୍ରସ୍ତୁତ ଅନ୍ନ ବ୍ୟଞ୍ଜନ ଅବଢ଼ା
ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପ୍ରେମ ଅହିଂସା
ଯେଉଁ ହୃଦରେ ସଦା ଶାନ୍ତାକାର ଅଧାଗଢା
ବୈଷ୍ଣବମାନଙ୍କର ଦୁଆରେ ପଡି ପଡି
ବୈଷ୍ଣବମାନଙ୍କର ଦୁଆରେ ପଡି ପଡି
ହେ ଗୋବିନ୍ଦ ମୋର ବାକି ଦିନ ଯାଉ
ତୋ ଲୀଳା ଶ୍ରବଣ ମୋତେଟି ଅମୃତ
ଆରତୀ ବେଳରେ ଶ୍ରୀମୁଖ ଦିଶୁଥାଉ
ସକାଳର ସମର୍ପିତ ସକଳ ପୂଜା ନୈବେଦ୍ୟ
ସକାଳର ସମର୍ପିତ ସକଳ ପୂଜା ନୈବେଦ୍ୟ
ସଞ୍ଜ ନଇଁଲେ ଅଗଣା ଅଳିଆ ଗଦାକୁ ଯାଏ
ଅଷ୍ଟାଙ୍ଗ ଯୋଗ କକ୍ଷରେ ନାମ ଲେଖି ନାହିଁ
ନିଷ୍କାମ ଫଳ ବିନା କୃଷ୍ଣଙ୍କ ମନକୁ ନ ପାଏ
ଯଦି ଏହି ଦୁଇ ଚକ୍ଷୁ ଦେଖିଥାନ୍ତେ
ଯଦି ଏହି ଦୁଇ ଚକ୍ଷୁ ଦେଖିଥାନ୍ତେ ମୁରଲୀ ମୋହନ
ମୋତେ କେବେ ବାନ୍ଧି ପାରନ୍ତା ନାହିଁ ସଂସାର ମାୟା
ଯଦି ଏହି ଦୁଇ କର୍ଣ୍ଣ ଶୁଣିଥାନ୍ତେ ସୁଧା ମୁରଲୀ ସ୍ବନ
ଥଟ୍ଟା ତମାସାରେ ମଜ୍ଜି ନ ରୁହନ୍ତା ମୋ ଏହି କାୟା
ଯଦି ମୋର ମନ ସ୍ଥିର ରହୁଥାନ୍ତା ଛନ୍ଦା ପାଦରେ
ମୋର ଏହି ଶରୀର କାହିଁକି ଧାଆନ୍ତା ଗଙ୍ଗା ଗୟା
ଯଦି ମୋର ହୃଦୟ ପଦ୍ମରେ ବସିଥାନ୍ତେ ଗୋବିନ୍ଦ
ଚରଣରେ ସ୍ଥାନ ଦେଇଥାନ୍ତେ ଅବଶ୍ୟ ମହାମାୟା
ମୁହିଁ ସ୍ୱାଧୀନ ନୁହେଁ ମୋହର ସାଧନା ନାହିଁ
ମୁହିଁ ସ୍ୱାଧୀନ ନୁହେଁ ମୋହର ସାଧନା ନାହିଁ
ହେ ଗୋବିନ୍ଦ ପାଇବାକୁ ଆପଣା ପରିଚୟ
ଟିକେ ପଥ କହିଥିଲେ ତୁମକୁ ଭେଟିଥାନ୍ତି
ହେ କୃପାନିଧି ଜୀବନ ହୋଇଲା ଅପଚୟ
Monday, 26 May 2025
ଆଖି ବନ୍ଦ କରି ଦେବ ଦେବ ମହାଦେବ ସଦା ଜପନ୍ତି
ଆଖି ବନ୍ଦ କରି ଦେବ ଦେବ ମହାଦେବ ସଦା ଜପନ୍ତି
ଓଁ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
ଅଶୋକ ତରୁ ଡାଳରେ ଶ୍ରୀରାମ ଦାସ ମାରୁତି ଜପେ
ଆହାଃ ଜାନକୀ ନାଥ ତୋ ନାମ ଜପ କେଡେ ଆରାମ
ଅତି ପ୍ରାଣସ୍ପର୍ଶୀ କଳା ମୁଗୁନି ପ୍ରସ୍ତର ଶ୍ରୀଗୋବିନ୍ଦ ବିଗ୍ରହ
ଅତି ପ୍ରାଣସ୍ପର୍ଶୀ କଳା ମୁଗୁନି ପ୍ରସ୍ତର ଶ୍ରୀଗୋବିନ୍ଦ ବିଗ୍ରହ
ଅଧରରେ ମୋହନ ବଂଶୀ ଶିରେ ଶିଖି ପୂଛ ପୀତବାସ
ଅତି ପ୍ରାଣସ୍ପର୍ଶୀ କୃଷ୍ଣ ନାମ କୃଷ୍ଣ ଲୀଳା କୃଷ୍ଣ ସଙ୍କୀର୍ତ୍ତନ
ଛନ୍ଦା ପାଦରେ ତ୍ରିବେଣୀ ଗଳାରେ ବନମାଳା ସ୍ମିତହସ
ତୁମେ ବନ୍ଧୁ ସାଇ ତୁମେ ସଖା
ତୁମେ ବନ୍ଧୁ ସାଇ ତୁମେ ସଖା
ଓଁ ଶ୍ରୀ ସାଇରାମ ଶୁଭ ବାର୍ତ୍ତା
ତୁମେ ପିତା ସାଇ ତୁମେ ମାତା
ଓଁ ଶ୍ରୀ ସାଇରାମ ବିପଦ ହର୍ତ୍ତା
ହରି ହରି ହରି ବୋଲ ମୋର ମନରେ
ହରି ହରି ହରି ବୋଲ ମୋର ମନରେ
ହରି ନାମ ସୁଧା ବୋଲ ବୋଲ ବୋଲ
ଗରୁଡ ପଛେ ଦେଖିବା କଳା ଗୋବିନ୍ଦ
ସଂସାର ଚିନ୍ତା ଏଡି ସହଳ ସହଳ ଚାଲ
ନାରାୟଣ ଅଣାକ୍ଷର ବିନ୍ଦୁ
ନାରାୟଣ ଅଣାକ୍ଷର ବିନ୍ଦୁ ରେଖା ଅକ୍ଷର ଅଣଚାଷ
ଅନୁସାର ବିସର୍ଗ ଚନ୍ଦ୍ର ବିନ୍ଦୁ ହଳନ୍ତ ଶବ୍ଦ ନାରାୟଣ
ନାରୟଣ ଛାନ୍ଦ ରାଗ ତାଳ ଲୟ ସ୍ୱର ଗଦ୍ୟ ପଦ୍ୟ
ଚାରି ବେଦ ବୀଣା ଧ୍ୱନି ମୁରଲୀ ସ୍ଵନ ଛନ୍ଦା ଚରଣ
ତୁମ୍ଭେ ବିଶ୍ୱ ଜମିଦାର ହେ ଚକାଡୋଳା
ତୁମ୍ଭେ ବିଶ୍ୱ ଜମିଦାର ହେ ଚକାଡୋଳା
ଏହି ଦୀନ ହୀନ ତୋ କ୍ଷେତ ମଜୁରିଆ
ତୁମ୍ଭ ପଦ୍ମ କର ଉପରେ ହେ ମହାବାହୁ
ଛନ୍ଦାପାଦରେ ହାତ ପାତିଛି ନିଜୋରିଆ
Subscribe to:
Comments (Atom)

















































