କର୍ଣ୍ଣ ଦୁଇଟିରେ ଯାହା ତୁହି ଶୁଣିବୁରେ ମନ
ଆଉ ଯାହା ଦେଖିବୁ ତୁହି ଦୁଇ ନୟନରେ
ଅତି ନିରବ ହୋଇ ସହିବୁ ନିଶ୍ଚଳ ରହିବୁ
ଗୋବିନ୍ଦ ଦେଖୁଛନ୍ତି ହୃଦ ବୃନ୍ଦାବନେରେ [୧]
ଶହେ ପଦ ଶୁଣିଲେ ପଦେ ଅଧେ କହିବୁ
ଗୋବିନ୍ଦଙ୍କୁ ହୃଦରେ ଚିନ୍ତି ସକଳ ସହିବୁ
ବିଟପୀ ନାରୀ ସମ ମୃଦ୍ୟୁ ମୃଦ୍ୟୁ ହସୁଥିବୁ
ହସ ଲୁହ ସବୁ ଗୋବିନ୍ଦ ପଦେ ଥୋଇବୁ [୨]
କଥା ମାଜିଲେ ମୋଟ ଆଖି ଦେଖେ ମିଛ
ଶୁଣା ଦେଖା କେବେ ତୁ ବିଶ୍ୱାଶ ନ କର
ସର୍ବ ରାଧା ଗୋବିନ୍ଦ ପାଦ ଚିହ୍ନ କେବଳ
ଚିହ୍ନି ନିରବ ରହିଲେ ହେବୁ ଗଳା ହାର [୩]
No comments:
Post a Comment