Saturday 8 June 2024

କଣ ହୋଇଗଲା

ଯିବା ବାଟକୁ ଚାହିଁଥିଲା ତାର ଆଖିରେ କହିଥିଲା ବାହୁ ଭିଡକୁ ନେଇଥିଲା ମନକୁ ମୋ ମୋହିଥିଲା [୧] ମୋର ଗୁହାରି ଶୁଣିଥିଲା ଭୁଜ ତଳେ ଥୋଇଥିଲା ବଂଶୀକୁ ନିଜେ ବଜାଇ ହୃଦୟ ମୋ ଦହିଥିଲା [୨] ଗରୁଡ ପଛେ ଠିଆ କଲା ଚତୁର୍ଦ୍ଧା ମୂର୍ତ୍ତି ହେଇଥିଲା ଅଧାଗଢା ଏଡ଼େ ସୁନ୍ଦର ଆଖିରେ ମୋ ରହିଗଲା[୩] ବେତରେ ସେ ପିଟିଥିଲା ପଣ୍ଡା ମୁହେଁ ଗାଳି କଲା ଆନନ୍ଦ ବଜାରକୁ ଡାକି ଅବଢ଼ା ସେ ଖୋଇଦେଲା[୪] ଶ୍ରୀମନ୍ଦିର ବାଇଶି ପାହାଚ ହାତ ଧରି ସେ ନେଇଗଲା ତା ଆପଣେଇବା ନିଆରା ଯାଦୁ କଲାପରି ଲାଗୁଥିଲା [୫] ବଡଦାଣ୍ଡ ପାଦ ଦେବା କ୍ଷଣି ଭକ୍ତ ପାଦଧୂଳି ବୋଳିଥିଲା ମାତା ପିତା ବଡଦାଣ୍ଡ ଲୋ ମୋର ପାଖେ ଶୋଇଥିଲା[୬] ସେ ମନରେ ବଡ ଖୁସିଥିଲା ବ୍ରହ୍ମାନନ୍ଦ କଣିକା ଦେଇଥିଲା ଫେରିବା ବେଳଟି ନିଆରା ମନ ତାହାଠାରେ ରହିଗଲା [୭]

No comments:

Post a Comment