Wednesday 12 June 2024

ମୂର୍ଖ ପଣ୍ଡିତ

କର୍ଣ୍ଣ ପାଣି ପାଦ ନାହିଁ ଚିନ୍ତା ଆୟ ଖର୍ଚ୍ଚ ନାହିଁ ବାହ୍ୟ ଅନ୍ତର ବ୍ୟାପ୍ତ ସଦାତୃପ୍ତ ବ୍ରହ୍ମ ଦେହୀ [୧] ମେଘ ମୁକ୍ତ ଆକାଶ ନିନ୍ଦା ପ୍ରଶଂସା ନାହିଁ କ୍ଷୁଦ୍ର ବୃହତ ଉଭୟ ଶୁଦ୍ଧଜଳ ପଦ୍ମ କଇଁ [୨] ରବି ସୁଧାକର ଚକ୍ଷୁ ଅପେକ୍ଷା ଉପେକ୍ଷା ନାହିଁ ସଦା ତ୍ରିଗୁଣ ରହିତ ଆରମ୍ଭ ଶେଷ କାହିଁ [୩] ମାତା ପିତା ଆକୃତି ମଞ୍ଜି ବୃକ୍ଷ ଆଶ୍ରୟ ଚିର ନବ ଯୌବନ ଜ୍ଞାତ ସର୍ବ ବିଷୟ [4] ସଂସାରୀ ସନ୍ୟାସୀ ମାଗି ଯାଚି ଚଳେ ଅପଵର୍ଗ ପ୍ରଦାୟୀ ଧର୍ମ କ୍ଷୟ କାଳେ[୫] ପୁର୍ଣ ବ୍ରହ୍ମ ଶରୀର ଜରା ମୁର୍ତ୍ୟୁ ନାହିଁ ପଞ୍ଚଭୁତ ବିଭୁତି ସର୍ବ ମଙ୍ଗଳ ଚାହିଁ [୬] ଓଁକାରର ପ୍ରତି ବିନ୍ଦୁ ଶୋଭା କୋଟି ଇନ୍ଦୁ ରୁଦ୍ର ଵୀଣା ଝଙ୍କାର ଜୀବ ପ୍ରାଣ କୃପାସିନ୍ଧୁ [୭] ପାଦ ସେବେ କମଳା ମନ୍ଦ ପ୍ରଖର ଉଦାର ଚର ଅଚର ସମ୍ପତ୍ତି ମଧୁର ମଧୁର ମଧୁର [୮] ଜପର କଉଡି ନିଅଣ୍ଟ ଶିବ ଶିର ବାଳ ଜଟା ନିଜ ଇଚ୍ଛାରେ ନିକଟ ଉପାୟ ସବୁ ହଟହଟା [୯] ଅକାଳେ ସକାଳେ ଭେଟ କାତାୟନି ପୂଜିଲେ ପାଇ ମନ କହେ ଚେତନାରେ ବୈଷ୍ଣବ ପିଣ୍ଢାରେ ଶୋଇ [୧୦]

No comments:

Post a Comment