Saturday, 17 May 2025

ଲୋଭି ଠାକୁର

ତୋର ଲୋଭ ପଣ କାହାକୁ ଅଜଣାରେ କହ୍ନେଇ ପୂର୍ଣ୍ଣହୋଇ ଚାରିବେଦ ଗଙ୍ଗା ଧାର ହୋଇ ବହିଲୁ ଏହି ପତିତର ବାଞ୍ଛା କିଛି ମନରେ ପକାଇ ଦିଅନ୍ତି ହେ ଅପଲକ ସୁଧା ରାଗିବୁ ନାହିଁ ରାଣ ଖାଇଲୁ [1] ନନ୍ଦରାଣୀ ଘରେ ଲହୁଣୀ ସର ଯାହାକୁ ଯେତେ ଗୋପୀଙ୍କ ଘର ଘରେ ପଶି ଚୋରି କରି ଖାଇଲୁ କୃଷ୍ଣଙ୍କ ବାଡ଼ୁଅ ପ୍ରେମ ଘରେ ଘରେ ବେଶୀ ଚର୍ଚ୍ଚା ରସ ରାଜ ଷୋଳ ସହସ୍ର ଗୋପୀ ମନ ମୋହିଲୁ [2] କେତେ ଦୂର ଦୂରାନ୍ତରୁ ଭକ୍ତ ତୋ ଦର୍ଶନ ଲାଗି ଅପଲକ ସୁଧା ଚକ୍ଷୁରେ ଚାହିଁ ଆଶା ପୁରାଇଲୁ ଭକ୍ତରଙ୍କାର ଭକ୍ତ ପ୍ରେମ କାହାକୁ ଅଛପା ଅଛି ପହଣ୍ଡି ବିଜୟ ଭକ୍ତକୁ ବାହୁ ଭିଡରେ ବାନ୍ଧିଲୁ [3] ତୋର ବୈକୁଣ୍ଠରେ ଗହ ଗହ ଚାରି ବେଦ ଧ୍ୱନି ସରସ୍ବତୀ ବୀଣା ସୁଧା ଧ୍ୱନି ଅନନ୍ତ ଶୟନ କଲୁ ଏଡ଼େ ସଙ୍ଗୀତ ରସିଆ ବାଇଗଣ ବାଡ଼ିରେ ପଶି ଗୀତଗୋବିନ୍ଦ ଶୁଣିବାକୁ ଉତ୍ତରୀୟ ଚିରିଦେଲୁ [4] ନବଧା ଭକ୍ତିରେ ତୋତେ ଭକ୍ତ ବାନ୍ଧଇ ଭିଡି ରାଧା ଭାବରେ ଏତେ ଏତେ ଅଧିକ ରସିଗଲୁ ଭାବରେ ସ୍ୱୟଂ ଓଡ଼ିଆ ଭାଗବତ ତେର ଷ୍କନ୍ଦ ଭାବରେ ରାଧା ପାଦ ଶିରରେ ଥୋଇଦେଲୁ [5] ଅନାଦି ଅଚୁତ ନିର୍ଗୁଣ ଅନନ୍ତ ନିମ୍ବ ଦାରୁବ୍ରହ୍ମ ଅଧାଗଢା ତୁ ଅବଢ଼ାକୁ ମହାପ୍ରସାଦ ମଣିଲୁ ଯାହା ଘର ରୋଷେଇୟା ସ୍ୱୟଂ ଅନ୍ନପୂର୍ଣ୍ଣା ପୁରୁଷାର୍ଥର ନିଷ୍କାମ ଫଳକୁ ଲୋଭ କଲୁ [6] ବାବାଜୀ ବୈରାଗୀ ସନ୍ୟାସୀ ବଡ ବାବାଜୀ କମଳାଙ୍କ ପାଇଁ ବିମଳା ମନ୍ଦିର ଅଲଗା କଲୁ ଭାଗବତରେ ପଢିଛି ତୁହି କମଳ ପାଦ କୃଷ୍ଣ ଅଷ୍ଟ ପାଟରାଣୀ ବିଶାଳ ଯଦୁ ବଂଶ ସୃଷ୍ଟି କଲୁ [7] ପତ୍ର ପୁଷ ଫଳ ଜଳ କିଞ୍ଚିତରେ ସନ୍ତୁଷ୍ଟ କୃଷ୍ଣ ବିଶ୍ୱାବସୁ ଶବର କନ୍ଦମୂଳରେ ସନ୍ତୋଷ ଥିଲୁ କେଉଁ ଲୋଭରେ ପଡି ପତିତ ବାନା ଉଡାଇ ପହଣ୍ଡି ବିଜୟ ଆଚାଣ୍ଡାଳ ବ୍ରାହ୍ମଣ କୋଳ କଲୁ [8] ତୋ ଲୋଭର ସୀମା କିଏ ମାପିବ ମହାବାହୁ ବାଇଶି ପାହାଚରେ ଓହ୍ଲାଇ ତଳେ ଉଭାହେଲୁ ନବମ ବୋଲିରେ ଏହି ପତିତ ଶରଣ ଗଲା ଅଧାଗଢା କାନ ନାହିଁ ମନ କଥା ଶୁଣିଦେଲୁ [9]

No comments:

Post a Comment